ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ସର୍ବୋଚ୍ଚ ନେତା ଆଜି ନେବେ ଶପଥ

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଦ୍ବିତୀୟ ଥର ପାଇଁ ଡୋନାଲ୍‌ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ |ଆଜିଠାରୁ ଆରମ୍ଭ ହେବ ଆମେରିକାରେ ଟ୍ରମ୍ପଙ୍କ ଶାସନ । ରିପବ୍ଲିକାନ୍ ପାର୍ଟିର ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଓ୍ବାଶିଂଟନ ଡିସି କ୍ୟାପିଟଲରେ ଶପଥ ସମାରୋହ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ ମଧ୍ୟ ଯୋଗଦେବେ ।

ଭାରତ ପକ୍ଷରୁ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବେ । ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଆଗାମୀ ୪ ବର୍ଷରେ ତାଙ୍କ ସରକାରଙ୍କ କାର୍ଯ୍ୟକ୍ରମ କ’ଣ ରହିବ ତାହା ଉପରେ ସେ ସଂକ୍ଷେପ ସୂଚନା ଦେବେ । ସନ୍ଧ୍ୟାରେ ସେ କେତେକ ଇନାଗୁରାଲ ବଲ୍‌ରେ ସାମିଲ ହେବେ । ଇନାଗୁରାଲ ବଲ୍‌ ହେଉଛି କ୍ଷମତା ହସ୍ତାନ୍ତରଣର ଏକ ପାରମ୍ପରିକ ଉତ୍ସବ ।

ଦାୟିତ୍ୱ ନେବା ପରେ ଟ୍ରମ୍ପ ୧୦୦ ଦିନ ମଧ୍ୟରେ ଭାରତ ଓ ଚୀନ୍‌ ଗସ୍ତ କରିବାକୁ ଚାହୁଛନ୍ତି । ଟ୍ରମ୍ପଙ୍କ ଆଗାମୀ ଗସ୍ତ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି । ଏହା ସହିତ ହ୍ୱାଇଟ୍ ହାଉସ୍ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଆମେରିକା ନିମନ୍ତ୍ରଣ କରାଯାଇପାରେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *