ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ତାଙ୍କ ସାଥେ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ବିଷମକଟକ ପରିଦର୍ଶନ କରିଥିଲେ। ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧା ସଳଖ କଥାବାର୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା I ଏଥିପୂର୍ବରୁ ଏଭଳି ବସ୍ତିକୁ ପ୍ରବେଶ କରିବାକୁ ମଧ୍ୟ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି I

ତାଙ୍କ ଏହି ଗସ୍ତ ବେଳେ, ଶ୍ରୀମତୀ ପାଟୱାରୀ ସାନ ସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧ ମହିଳାଙ୍କୁ ସାକ୍ଷାତ କରିଥିଲେ I ଯିଏ ଦୟନୀୟ ଅବସ୍ଥାରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ। ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ଶ୍ରୀମତୀ ପାଟୱାରୀ ମଧ୍ୟ ତାଙ୍କ ପ୍ରଶାସନର ଯୁବ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅସହାୟଙ୍କ ସକ୍ରିୟ ପଦକ୍ଷେପ ପାଇଁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *