
()ଯାଜପୁର ସହର ସ୍ଥିତ ଉତ୍କଳ ମଣ୍ଡପରେ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ ଓ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରୀଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ବୈକୁଣ୍ଠପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ମାନେ ଈଶ୍ୱରଙ୍କ ଦ୍ଵିତୀୟ ରୂପ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ତଥା ମୃତ୍ୟୁଞ୍ଜୟ ମିଶ୍ର , ବିଜେପି ଦିଲ୍ଲୀ ପ୍ରଦେଶ ପୂର୍ବାଞ୍ଚଳ ପ୍ରଚାର ମନ୍ତ୍ରୀ ସଞ୍ଜୟ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥି , ଡ ଗୁରୁଦତ୍ତ ଲେଙ୍କା ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ୫୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗଙ୍କୁ ବ୍ୟାଟେରିଚାଳିତ ସାଇକେଲ, ଟ୍ରାଇ ସାଇକେଲ, ଆଶା ବାଡ଼ି, ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲା ସ୍ତରୀୟରେ ସ୍ବାସ୍ଥ୍ୟ ଶିବିର କରାଯାଇ ୧୨ହଜାରରୁ ଉର୍ଦ୍ଧ ଚିହ୍ନଟ ହୋଇଥିବା ଦିଵ୍ୟାଙ୍ଗଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯିବା ସହ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗତକାଲି ମଧ୍ୟ ଦଶରଥପୁର ବ୍ଲକ କଣ୍ଠ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ରୁ ଉର୍ଦ୍ଧ୍ବ ଦିବ୍ୟଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡି, ଶ୍ରବଣ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା।
Your article helped me a lot, is there any more related content? Thanks!
Can you be more specific about the content of your article? After reading it, I still have some doubts. Hope you can help me.
Your article helped me a lot, is there any more related content? Thanks!