ଦୈନିକ ଖବରକାଗଜ ଧରିତ୍ରୀର ଖବରଦାତା ଉପେନ୍ଦ୍ର ରାଉତଙ୍କ ୪୪ବର୍ଷରେ ଦେହାନ୍ତ

late upendra rout

ଅନୁଗୋଳ ଜିଲ୍ଲା ବଅଁରପାଳ ଧରିତ୍ରୀ ଖବରଦାତା ଉପେନ୍ଦ୍ର ରାଉତ (ପପୁ) (୪୪) ଙ୍କର ମଙ୍ଗଳବାର ରାତ୍ରି ୧୧.୦୫ ମିନିଟ ସମୟରେ ଅକାଳ ବିୟୋଗ ହୋଇଛି। ଶ୍ରୀ ରାଉତ ଗତ ୨-୩ ମାସ ହେବ ଜଣ୍ଡିସ୍ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ସ୍ଥାନୀୟ ନାଲକୋ ଚିକିତ୍ସାଳୟନେଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ନେବାକୁ ପରିବାର ଲୋକଙ୍କୁ କହିଥିଲେ ଓ ରେଫର୍ ମଧ୍ୟ କରିଥିଲେ । ଅକ୍ସିଜେନ ସପୋଟର ରେ ତାଙ୍କୁ ଆମ୍ବୁଲାନ୍ସରେ ନେବାକୁ ପ୍ରସ୍ତୁତି ଚାଲି ଥିବା ବେଳେ ଗାଡି ଭିତରେ ହଁ ପପୁ ଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ଏହି ଖବର ଜଣାପଡିବା ପରେ ବଅଁରପାଳ,ନାଲକୋ ସମେତ ଅନୁଗୋଳ ଜିଲ୍ଲାରେ ଶୋକ ର ଛାୟା ଖେଳି ଯାଇଛି । ସ୍ବର୍ଗତ ରାଉତ ଧରିତ୍ରୀ ଖବରଦାତା ରୁ ଜୀବନ ଆରମ୍ଭ କରି ଧରିତ୍ରୀ ଖବରଦାତା ଜୀବନ ଶେଷ କରିଥିଲେ ସେ ଦୀର୍ଘ ୨୦ ବର୍ଷ ରୁ ଅଧିକ ସମୟ ଧରି କାର୍ୟ୍ଯ କରିଥିଲେ ରାଉତ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ମାଆ, ସ୍ତ୍ରୀ, ପୁଅ,ଝିଅ,ମଝିଆଁ ଭାଇ,ସାନଭାଇ ଉପସ୍ଥିତ ଥିଲେ । ଖବର ପାଇ ବହୁ ମାନ୍ୟଗଣ ବ୍ୟକ୍ତି ନାଲକୋ କାରଖାନା ର ଶ୍ରମିକ ନେତା,ବଅଁରପାଳ ସାମ୍ବାଦିକ ସଙ୍ଘ,ନାଲକୋ ସାମ୍ବାଦିକ ସଙ୍ଘ,ଅନୁଗୋଳ ସାମ୍ବାଦିକ ସଙ୍ଘ ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ପରିବାର କୁ ସମବେଦନା ଜଣାଇଥିଲେ ।

Comments

One response to “ଦୈନିକ ଖବରକାଗଜ ଧରିତ୍ରୀର ଖବରଦାତା ଉପେନ୍ଦ୍ର ରାଉତଙ୍କ ୪୪ବର୍ଷରେ ଦେହାନ୍ତ”

  1. Paglikha ng Binance Account Avatar

    Your point of view caught my eye and was very interesting. Thanks. I have a question for you.

Leave a Reply

Your email address will not be published. Required fields are marked *