ଦୈନିକ ଖବରକାଗଜ ଧରିତ୍ରୀର ଖବରଦାତା ଉପେନ୍ଦ୍ର ରାଉତଙ୍କ ୪୪ବର୍ଷରେ ଦେହାନ୍ତ

ଅନୁଗୋଳ ଜିଲ୍ଲା ବଅଁରପାଳ ଧରିତ୍ରୀ ଖବରଦାତା ଉପେନ୍ଦ୍ର ରାଉତ (ପପୁ) (୪୪) ଙ୍କର ମଙ୍ଗଳବାର ରାତ୍ରି ୧୧.୦୫ ମିନିଟ ସମୟରେ ଅକାଳ ବିୟୋଗ ହୋଇଛି। ଶ୍ରୀ ରାଉତ ଗତ ୨-୩ ମାସ ହେବ ଜଣ୍ଡିସ୍ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ସ୍ଥାନୀୟ ନାଲକୋ ଚିକିତ୍ସାଳୟନେଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ନେବାକୁ ପରିବାର ଲୋକଙ୍କୁ କହିଥିଲେ ଓ ରେଫର୍ ମଧ୍ୟ କରିଥିଲେ । ଅକ୍ସିଜେନ ସପୋଟର ରେ ତାଙ୍କୁ ଆମ୍ବୁଲାନ୍ସରେ ନେବାକୁ ପ୍ରସ୍ତୁତି ଚାଲି ଥିବା ବେଳେ ଗାଡି ଭିତରେ ହଁ ପପୁ ଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ଏହି ଖବର ଜଣାପଡିବା ପରେ ବଅଁରପାଳ,ନାଲକୋ ସମେତ ଅନୁଗୋଳ ଜିଲ୍ଲାରେ ଶୋକ ର ଛାୟା ଖେଳି ଯାଇଛି । ସ୍ବର୍ଗତ ରାଉତ ଧରିତ୍ରୀ ଖବରଦାତା ରୁ ଜୀବନ ଆରମ୍ଭ କରି ଧରିତ୍ରୀ ଖବରଦାତା ଜୀବନ ଶେଷ କରିଥିଲେ ସେ ଦୀର୍ଘ ୨୦ ବର୍ଷ ରୁ ଅଧିକ ସମୟ ଧରି କାର୍ୟ୍ଯ କରିଥିଲେ ରାଉତ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ମାଆ, ସ୍ତ୍ରୀ, ପୁଅ,ଝିଅ,ମଝିଆଁ ଭାଇ,ସାନଭାଇ ଉପସ୍ଥିତ ଥିଲେ । ଖବର ପାଇ ବହୁ ମାନ୍ୟଗଣ ବ୍ୟକ୍ତି ନାଲକୋ କାରଖାନା ର ଶ୍ରମିକ ନେତା,ବଅଁରପାଳ ସାମ୍ବାଦିକ ସଙ୍ଘ,ନାଲକୋ ସାମ୍ବାଦିକ ସଙ୍ଘ,ଅନୁଗୋଳ ସାମ୍ବାଦିକ ସଙ୍ଘ ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିବା ସହିତ ପରିବାର କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *