
ଏ ଦୃଶ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର । ଏହା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଞ୍ଚଳ ଯେଉଁଠି ଲଗାତାର ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସାନ ଭାଇ ଧର୍ମଶାଳା ଚେୟାରମ୍ୟାନ୍ ଭାବେ ଦାୟିତ୍ୱରେ ଅଛନ୍ତି । ଆଜି କିନ୍ତୁ ପଞ୍ଚାୟତବାସୀଙ୍କ ପାଇଁ କାଳ ହୋଇଛି ପାନୀୟ ଜଳ । ସରକାରଙ୍କ ତରଫରୁ ଜଳର ଅଭାବ ଦୂର ପାଇଁ ବିଭିନ୍ନ ପ୍ରକାର ଯୋଜନା ରହିଛି । ହେଲେ ଏ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମଧୁପୁର ଗଡ଼ ପଞ୍ଚାୟତର କିଛି ମହିଳା ସାଙ୍ଗରେ ଗରା ଆଉ ବାଲ୍ଟି ଧରି ମଧୁପୁର ଗଡ଼ ପଞ୍ଚୟତ ଅଫିସରେ ପହଞ୍ଚିଥିଲେ । ସରପଞ୍ଚଙ୍କ ପରେ ବିଡିଓଙ୍କୁ ମଧ୍ୟ ଫୋନ୍ କରି ନିରାଶ ହୋଇଥିଲେ । ଶେଷରେ ସେମାନେ ଧର୍ମଶାଳା ବ୍ଲକ୍ ଅଫିସରେ ପହଞ୍ଚି ନିଜର ଦାବି ଜଣାଇଛନ୍ତି । ଦୀର୍ଘଦିନ ହେଲା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନଳକୂପ ଅଚଳ ହୋଇଥିବା ବେଳେ କୂଅରେ ପାଣି ଶୁଖିଯାଇଛି । ପୂର୍ବରୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି ।

ଖୁବଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି । ସରକାରୀ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି ମହିଳା । ପାଣି ସମସ୍ୟା ନେଇ ଆଲୋଚନା ମଧ୍ୟ କରିଛନ୍ତି । ସେପଟେ, ଖୁବଶୀଘ୍ର ଜଳ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଯନ୍ତ୍ରୀ ।