ଧୋଇଗଲା ଧବଳେଶ୍ବରର ଅସ୍ଥାୟୀ ପୋଲ

ଧୋଇଗଲା ଧବଳେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା। ମୌସୁମୀ ଆଗମନ ହେଉ ନ ହେଉଣୁ ବର୍ଷାରେ ମହାନଦୀରେ ପାଣି ଆସିଛି ଓ ଧୋଇ ନେଇଛି ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। କାରଣ ପୂର୍ବରୁ ଝୁଲା ପୋଲରେ ଫାଟ ସୃଷ୍ଟି ହେବା ପରଠାରୁ ତାକୁ ବନ୍ଦ କରି ଦେଇଛି ପ୍ରଶାସନ।

ସାଧାରଣତଃ ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରୁଥିଲା ଅସ୍ଥାୟୀ ରାସ୍ତା। ଶ୍ରଦ୍ଧାଳୁ ମାନେ ଏହି ରାସ୍ତାରେ ବାବା ଧବଳେଶ୍ୱରଙ୍କର ଦର୍ଶନ ପାଇଁ ଯାତାୟତ କରୁଥିଲେ। କିନ୍ତୁ ମହାନଦୀରେ ବର୍ଷା ପାଣି ଆସିବାରୁ ସେହି ରାସ୍ତାକୁ ଧୋଇଯାଇଛି। ରାସ୍ତା ଧୋଇଯିବା ପରେ ଲୋକଙ୍କ ଭିତରେ ଦେଖା ଦେଇଥି ଅସନ୍ତୋଷ। ସ୍ଥାନୀୟ ଲୋକେ ଧବଳେଶ୍ବରଙ୍କ ଦର୍ଶନରୁ ହେବେ ବଞ୍ଚିତ।

ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୋର୍ବି ନଦୀରେ ଥିବା ଝୁଲା ପୋଲ ଝିଣ୍ଡି ପଡିଥିଲା। ଏଥିରେ ୧୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲରେ ଫାଟକୁ ନେଇ ଉଠିଥିଲା ତମ୍ବି ତୁଫାନ।ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ଦେଖାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତରବରିଆ ଭାବେ ନଭେମ୍ବର ୧ ତାରିଖରୁ ଝୁଲା ପୋଲରେ ସର୍ବସାଧାରଣ ଯାତାୟାତକୁ ବନ୍ଦ କରି ଦେଇଥିଲା। ପୋଲ ମରାମତି ପରେ ଯାତାୟାତ ସ୍ବଭାବିକ କରାଯିବ ବୋଲି କୁହାଯାଇଥିଲା। ଧବଳେଶ୍ବର ପୀଠରେ ଜାରି ହୋଇଥିଲା ୧୪୪ ଧାରା।

ସେବେ ଠାରୁ ଏହି ଝୁଲା ପୋଲ ଯାତାୟାତ ପାଇଁ ବନ୍ଦ ପଡିଛି। ତେଣୁ ଲୋକେ ଏହି ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଥିଲେ। ଏବେ ଏହି ରାସ୍ତା ବି ଧୋଇଗଲା। ଲୋକେ କିପରି ମନ୍ଦିର ଯିବେ ତାକୁ ନେଇ ଦେଖା ଦେଲାଣି ଅସନ୍ତୋଷ। ଆଗକୁ ପୁଣି ଆସୁଛି ଶ୍ରାବଣ ମାସ। ଲକ୍ଷ ଲକ୍ଷ ସଂଖ୍ୟାରେ କାଉଡିଆ ଧବଳେଶ୍ବର ମନ୍ଦିରକୁ ଆସିଥାନ୍ତି ଜଳ ଲାଗି ପାଇଁ। ଏବେ କିପରି ହେବ ଜଳ ଲାଗି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ତେଣୁ ତୁରନ୍ତ ପ୍ରଶାସନ ଝୁଲା ପୋଲ ମରାମତି କରିବାକୁ ହେଉଛି ଦାବି।

Leave a Reply

Your email address will not be published. Required fields are marked *