‘ବୃକ୍ଷ ଆମ ମା’ କାର୍ଯ୍ୟକ୍ରମ ଅବସରରେ ଡ଼ିଏଫଓ ବାଣ୍ଟିଲେ ଚାରା

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଗାଁରେ ଆଜି ଏମ ସି ଏଲ ପକ୍ଷରୁ ଗୋଟିଏ ବୃକ୍ଷ ମାଆଙ୍କ ନାମରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର DFO ବନଖଣ୍ଡ ଅଧିକାରୀ,ଶିବ ପ୍ରସାଦ ରାଉତ, ରାଷ୍ଟ୍ରପତି ଙ୍କ ଜୋଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ, ଏସ ଏଲ ଏସ ସ୍କୁଲ ସଭାପତି ମୁନା ପ୍ରତିହାରୀ ,ରେଡକ୍ରସ୍ ର ମେମ୍ବର ସୁବୋଧ କୁମାର ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୃକ୍ଷ ରୋପଣ କରିଲେ କଣ ହେବ, ତାହା ଲୋକ ମାନଙ୍କୁ ବୁଝାଇବା ଓ ଚାରା ବଣ୍ଟନ କରି ଅଧିକ ରୁ ଅଧିକ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା। ଏହି ଅବସରରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସମସ୍ତ ଗାଁ ଲୋକଙ୍କୁ କୁ ଚାରା ବଣ୍ଟନ କଲେ ଓ ଅଧିକ ରୁ ଅଧିକ ଗଛ ଲଗାଇବା ପାଇଁ ଲୋକ ମାନଙ୍କୁ ସଚେତନ ବାର୍ତ୍ତା ଦେଲେ। ବୃକ୍ଷ ହିଁ ଆମର ଜୀବନ। ବୃକ୍ଷ ବିନା ଆମ୍ଭେ ବଞ୍ଚିବା ବହୁ କଷ୍ଟକର । ତେଣୁ ସମସ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି କହିଛନ୍ତି।