ଡେଙ୍ଗୁ ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର

ସାରା ରାଜ୍ୟ ଏବେ ଡେଙ୍ଗୁରେ ପ୍ରଭାବିତ I ରାଜ୍ୟର ୧୮ଟି ଜିଲ୍ଲାରେ ଜୁଲାଇ ମାସ ଆରମ୍ଭରୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି Iଡେଙ୍ଗୁ ଆକ୍ରାନ୍ତଙ୍କ ହଟସ୍ପଟ ପାଲଟିଛି ଖୋଦ ରାଜଧାନୀ ଭୁବନେଶ୍ୱର I ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଜ୍ଵରରେ କମ୍ପିବା ଆଶଙ୍କା ଇକରାଯାଉଛି Iସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି I ସେଥିରୁ ୧୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି I ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି I ଗତକାଲି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର ରହିଥିଲେ I ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରୁ ଯାଜପୁର ୧୨ କଟକ ୧୧ ବାଲେଶ୍ୱର ୧୦ ପୁରୀ ୧୦ ଓ ଭଦ୍ରକରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି I ଗତବର୍ଷ ଏହି ସମୟରେ ୬୧୨୫ ନମୁନା ପରୀକ୍ଷା ହୋଇଥିଲା ଓ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ I

ବିଶେଷ୍ଜ୍ଞଙ୍କ ମତରେ ଗତ ୨-୩ ବର୍ଷ ଧରି ରାଜଧାନୀ ତଥା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବା ପଛରେ ମୁଖ୍ୟ କାରଣ ହେଉଛି କୋଭିଡ I କୋଭିଡ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡି ଡଷ୍ଟବିନ ପାଣି ଟାଙ୍କି ଓ ଅନ୍ୟାନ ସ୍ଥାନ ଠିକ ସମୟରେ ସଫା ହୋଇପାରିନଥିଲା I ଡେଙ୍ଗୁ ଜ୍ୱର ଏଡିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ I ସାଧାରଣତଃ ଏହି ମଶା ସକାଳ ଓ ସନ୍ଦ୍ୟା ସମୟରେ କାମୁଡିଥାନ୍ତି I ସ୍ଵଛ ପାଣିରେ ବଂଶ ବିସ୍ତାର କରିଥାଏ I ଏଡିସ ମଶାର ଅଣ୍ଡା ୧-୨ ବର୍ଷ ପାଇଁ ସତେଜ ରହିଥାଏ I କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ ମଶାର ଅଣ୍ଡା ଲାଗି ରହିଥାଏ Iବର୍ଷା ଋତୁ ଆସିବା ପରେ ପାଣି ବାଜିବାରୁ ଅଣ୍ଡାରୁ ଛୁଆ ବାହାରି ଲୋକଙ୍କୁ କାମୁଡିଥାନ୍ତି I ଏଥିପାଇଁ ଘରର ଆଖପାଖରେ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରିବା ଉଚିତ I

ସହରରେ ଲୋକଙ୍କ ଚଳପ୍ରଚଳ ଅଧିକ ଥିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି I ହେଲେ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଵିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି I ଜନସ୍ଵାସ୍ତ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ,ଜୁଲାଇ ମାସରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ Iଡେଙ୍ଗୁ ଜ୍ୱର ଚିହ୍ନଟ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ସମେତ ୪୦ଟି ସ୍ଥାନରେ ପରୀକ୍ଷା କରାଯାଉଛି I

Leave a Reply

Your email address will not be published. Required fields are marked *