ମଙ୍ଗଳବାର ଘୋଷଯାତ୍ରା ପାଇଁ ବେଶ୍ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ପ୍ରାୟ ୧୨ ଦିନ ଯାଏ ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏଭଳି ସ୍ଥିତିରେ କିଛି ଦାବି ଉପସ୍ଥାପନ କରିଛି ଜଗନ୍ନାଥ ସେନା । ରତ୍ନଭଣ୍ଡାର କାର୍ଯ୍ୟ ମରାମତି ପାଇଁ ଏହା ପ୍ରକୃଷ୍ଠ ସମୟ । ତେଣୁ ଏହି ସମୟରେ ପ୍ରତ୍ନତତ୍ତ୍ୱ ବିଭାଗ, ଶ୍ରୀମନ୍ଦିର ଭିତରେ ସମସ୍ତ କାର୍ଯ୍ୟର ତଦାରଖ କରିପାରିବ ।
ତେଣୁ ରତ୍ନଭଣ୍ଡାର ମରାମତିରେ କୌଣସି ପ୍ରତିବନ୍ଧକ ନାହିଁ । ଖୁବଶୀଘ୍ର ମରାମତି ଓ ଗଣତି ପାଇଁ ଦାବି ହୋଇଛି । ଭକ୍ତମାନଙ୍କ ପାଇଁ ଧର୍ମ,ଅର୍ଥ,କାମ,ମୋକ୍ଷ ଚାରି ଦୁଆର ଖୋଲାଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ସେନା । ସ୍ୱଚ୍ଛ ରଥଯାତ୍ରା ଅଭିଯାନରେ ଶ୍ରୀଜଗନ୍ନାଥ ସେନା ସାମିଲ ହେବ । ଏଥିସହ ରଥଯାତ୍ରା ସମୟରେ ସମୁଦ୍ରକୂଳ ସଫାସୁତୁରା ରଖିବାକୁ ପ୍ରତିଶ୍ରୁତି ଦେଇଛି ଜଗନ୍ନାଥ ସେନା ।
ଏହି ଦାବିଗୁଡ଼ିକ ସହ ରୁପାଇଟା ଶ୍ରୀମନ୍ଦିରକୁ ଫେରିବା, ଦଶଅବତାର ମୂର୍ତ୍ତି ସିଂହଦୁଆରେ ଲାଗିବା, ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ଡିପିଆର ପ୍ରକାଶ କରିବା, ରଥଚକ ଦାନ କରିବା, ପବିତ୍ର ପୁରୀ ଗର୍ବ ଆମରୀ ଲେଖିବା ବଦଳରେ ପବିତ୍ର ପୁରୀ ଗୌରବ ଆମରୀ ଲେଖିବା ଭଳି ଦାବି ପୂରଣ ପାଇଁ କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।