ଦୋଳିରୁ ମିଳିଲା ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ସରିଛି ରଜ , ତା ସହ ଚାଲିଯାଇଛି ଏକ ଜୀବନ । ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ଏକ  ରଜ ଦୋଳିରୁ ମୃତ ଦେହ  ଉଦ୍ଧାର ହୋଇଛି । ,ମୃତକ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଦା ଗାଁର ଅନୀଲ ବେହେରା (୨୨)। ସୂଚନା ଅନୁଯାୟୀ   ଗତକାଲି ରାତିରେ ଅନୀଲ ସାଙ୍ଗମାନଙ୍କ ସହିତ ଥିଲେ । ଆଜି ସକାଳୁ  ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନିଲ ଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ  ଅନୀଲଙ୍କ ଦାଦା ସପନା ବେହେରା କହିଛନ୍ତି, ସେ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରାଯାଇଛି। ତା’ପାଦ ମାଟିରେ ଲାଗିଥିଲା। ତାକୁ ହତ୍ୟା କରାଯାଇ ଦୋଳିରେ ଝୁଲାଇ ଦିଆଯାଇଥିଲା। ରାତିରେ ତା’ର କିଛି ପିଲାଙ୍କ ସହିତ ଝଗଡ଼ା ହୋଇଥିଲା। ସେହିମାନେ ତାକୁ ମାରି ଦୋଳିରେ ଝୁଲାଇ ଦେଇଥିବା ନେଇ କହିଥିବା ବେଳେ ।ବାଙ୍କୀ ଥାନା ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁ ଝଗଡ଼ା କଥା କୁହାଯାଉଛି, ସେ ନେଇ ମଧ୍ୟ ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *