
କଟକ ଜିଲ୍ଲା ନେମାଳରେ ଗୁଳିକାଣ୍ଡ । ବାଲିଘାଟରେ ଗୁଳିମାଡ଼ ସହ ହିଟାଚିକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନେମାଳ ଥାନା ନଗଶପୁର ବାଲି ଘାଟରେ ଏହି ଘଟଣା ଘଟିଛି ।

ନେମାଳ ଥାନା ବାଲିଘାଟରେ ଫାଙ୍କା ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ୪ରୁ ୫ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । କେବଳ ଏତିକି ନୁହେଁ ବାଲିଘାଟରେ ଥିବା ହିଟାଚିରେ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । କାରଣ କଣ ବାଲିଘାଟ କର୍ମଚାରୀଙ୍କୁ ଜଣାନଥିବା କହିଛନ୍ତି ।

ନେମାଳ ଅଞ୍ଚଳରେ ଏକାଧିକ ବାଲିଘାଟ ରହିଛି । ତେବେ ଏହି ବାଲିଘାଟରେ ବାଲି ବ୍ୟବସାୟକୁ କେନ୍ଦ୍ରକରି ଫାଙ୍କା ଗୁଳିଚାଳନା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଟିମ୍ ।
