ବସ୍ତିବାସିନ୍ଦା ଆପାର୍ଟମେଣ୍ଟ କେଳେଙ୍କାରୀ, ରଜଲକ୍ଷ୍ମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଟକ ଜିଲ୍ଲା ନୋଟାରୀ ସଙ୍ଘ

କଟକ ଅନ୍ଦରପୁର ଠାରେ ସିଏମସି ପକ୍ଷରୁ ବସ୍ତି ସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାକୁ ଚଞ୍ଚକତା କରି ବିକ୍ରି କରିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ବାମୀ ରାଜା କରଣ ଚୌଦ୍ବାର ଜେଲରେ ଅଛି । ତେବେ ଏହାର ମାଷ୍ଟରମାଇଣ୍ଡ ତଥା ଜାଲ ପଞ୍ଜିକରଣ ମାଧ୍ୟମରେ ଲୋକଙ୍କୁ ଭୂଆଁ ବୁଲାଉଥିବା ନୋଟାରୀ ରାଜଲକ୍ଷ୍ମୀ ପତି ଉପରେ କୌଣସି କାର୍ଯ୍ୟାନିଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅରୁଣୋଦୟ ମାର୍କେଟରେ ବେଆଇନ ଭାବେ ତିନୋଟି ଅଫିସ ଖୋଲି ବସିଥିବା ନୋଟାରୀ ରାଜଲକ୍ଷ୍ମୀକୁ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରିସରଭୂକ୍ତ କରିଥଲେ । ଅନ୍ଦରପୁର ଠାରେ ସିଏମସି ନିର୍ମିତ ଘର ଗୁଡିକ ଆଇନଗତ ସମସ୍ୟା ଦୃଷ୍ଟିରୁ ବଣ୍ଟନ ହୋଇପାରୁ ନଥିବାରୁ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବା ସୁଯୋଗରେ ରାଜା କରଣ, ରାଜଲକ୍ଷ୍ମୀ ପ୍ରତି ସହାୟତାରେ ଷ୍ଟାମ୍ପ ପେରପରେ ନୋଟାରାଇଜ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ଘର ହସ୍ତାନ୍ତର କରିଥିଲା । ଟଙ୍କା ପଇସା ଧ୍ୟାର୍ଯ୍ୟ ପରେ ରାଜା, ରାଜଲକ୍ଷ୍ମୀ ପାଖକୁ ପଠାଉଥିଲା ଲୋକଙ୍କୁ । ଗରିବ, ନିରିହ ଲୋକଙ୍କୁ ଚଞ୍ଚକତା କରି ଜମି ହସ୍ତାନ୍ତର ନାମରେ ଷ୍ଟାମ୍ପ ପେପରରେ ଦସ୍ତଖତ ମାରୁଥିବା ରଜଲକ୍ଷ୍ମୀ । ଏହା ବିନିମୟରେ ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଣାଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନ ଭାବେ ଏଭଳି ଜଘନ୍ୟ ଠକେଇ ଘଟଣାରେ ରାଜଲକ୍ଷ୍ମୀ ତଦନ୍ତ ପରିସରକୁ ଆସିଥିଲେ ମଧ୍ୟ ତା ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସାଧାରଣରେ ସଂସୟ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଶହଶହ ଲୋକଙ୍କ ବିବିଧ ଚୁକ୍ତିନାମା ପଞ୍ଜିକରଣ ଜାଲିଆତିରେ ରାଜଲକ୍ଷ୍ମୀର ସମ୍ପୃକ୍ତିର ଗୁମର ଫିଟୁଛି । ରାଜଲକ୍ଷ୍ମୀ ନୋଟାରୀ ଲାଇସେନ୍ସର ବ୍ୟାପକ ଦୁରୁପୋଯୋଗ କରି କୌଣସି ପକ୍ଷର ବିନା ଉପସ୍ଥିତି ଓ ବିନା ଦସ୍ତଖତରେ ଚୁକ୍ତିନାମା ସବୁ ଉଚ୍ଚ ଦାମରେ ବିକ୍ରି କରି ବେଶ ମାଲାମାଲ ହେଉଛି । ସରକାରୀ ନିୟମ ବାହାରେ ଲାଇସେନ୍ସର ଅପବ୍ୟବହାର ଯୋଗୁଁ ରାଜଲକ୍ଷ୍ମୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଖୋଦ କଟକ ନୋଟାରୀ ଆସୋସିଏସନର କର୍ମକର୍ତ୍ତା । ପଞ୍ଜିକୃତ ନୋଟାରୀ ସଂଘର ଅଭିଯୋଗ ଅନୁସୀରେ, ରାଜଲକ୍ଷ୍ମୀ ନୋଟାରୀ ରେଜିଷ୍ଟରରେ ନମ୍ବର ନଲେଖି, ଆବଶ୍ୟକୀୟ ଷ୍ଟାମ୍ପ ନମାରି, ପକ୍ଷ ମାନଙ୍କ ଦସ୍ତଖତ ନନେଇ, ସାକ୍ଷଙ୍କ ଦସ୍ତଖତ ନମାରି, ଅଧିକାଂଶ ପଞ୍ଜିକରଣ କରି ପେଶାଗତ ଶୃଙ୍ଖଳା ଭଙ୍ଗ କରିଛି । ନୋଟାରୀ ଆଇନ ଧାରା ୧୨ର ଉଲ୍ଲଙ୍ଘନ କରି ସେ ତାଙ୍କ ଷ୍ଟାମ୍ପରେ ଲାଇସେନ୍ସ ଏକ୍ସପାଏରୀ ତାରିଖ ନଲେଖିବା ଆଉ ଏକ ଚଞ୍ଚକତା । ଷ୍ଟାମ୍ପ ଭେଣ୍ଡରଙ୍କ ଠାରୁ ସମସ୍ତ ଷ୍ଟାମ୍ପ ପେପର ନିଜ ନାମରେ କିଣିଆଣି ରଜଲକ୍ଷ୍ମୀ ଉଚ୍ଚ ଦରରେ ପକ୍ଷ ମାନଙ୍କୁ ବିକ୍ରି କରିବା ଏକ ଅବୈଧ ଅଭ୍ୟାସ ବୋଲି କଟକ ଡିଷ୍ଟ୍ରିକ୍ଟ ନୋଟାରୀଜ ଆସୋସିଏସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *