ଥାନାରେ ବିବାହ କଲେ ପ୍ରେମୀ ଯୁଗଳ

ଆଜି ବଡଚଣା ଥାନାରେ ଦୁଇ ପ୍ରେମୀ ଯୁଗଳଙ୍କ ବାହାଘର ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ପ୍ରେମୀ ଯୁଗଳ ଘରୁ ବାହାରକୁ ଚାଲିଯାଉଥିବା ସମୟରେ ଥାନା ଅଧିକାରିଣୀଙ୍କ ହାବୁଡ଼ରେ ପଡ଼ିଥିଲେ। ପରେ ଦୁଇ ପ୍ରେମୀ ଯୁଗଳଙ୍କୁ ଥାନାକୁ ଡ଼ାକି ଆଣି ଦୁଇ ପରିବାରଙ୍କ ସହମତିରେ ଆଜି ବଡଚଣା ଥାନାରେ ବିବାହ କରାଇଥିଲେ। ଘଟଣାରୁ ପ୍ରକାଶ ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର କେଶବ ସାମଲଙ୍କ ପୁଅ ରିତୁ  ସେହି ଗ୍ରାମର ଫକୀର ମଲିକଙ୍କ ଝିଅ ରିନୁ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

ଦୁହେଁ ଦୁହିଁଙ୍କୁ ଵିଵାହ କରିବାକୁ ଚାହୁଁଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ନ ଥିଲେ। ତେଣୁ ଦୁଇ ପ୍ରେମୀ ଯୁଗଳ ଘରୁ ପଳାଇ ଯିବା ସମୟରେ ରାତ୍ରୀ କାଳୀନ ଡିୟୁଟି ରେ ଥିବା ବଡଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ହାବୁଡ଼ରେ ପଡିଥିଲେ। ଦୁହିଁଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦୁଇ ପରିବାରର ସହମତିରେ ଆଜି ବଡଚଣା ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରରେ ଵିଵାହ କାର୍ଯ୍ୟ ସମ୍ପନ୍ନ କରଯାଇଥିଲା।

ବର ବେଶରେ ରିତୁ ଓ କନ୍ୟା ବେଶରେ ରୀନୁ ବେଶ୍ ସୁନ୍ଦର ଦେଖାଯାଉଥିଲେ।ବଡଚଣା ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଏହି ବିବାହ କାର୍ଯ୍ୟ ରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ବର କନ୍ୟାଙ୍କୁ କିଛି ଉପହାର ଦେଇ ସେମାନଙ୍କ ଶୁଖି ଦାମ୍ପତ୍ୟ ଜୀବନ ସୁଖମୟ କରିବାକୁ ଆଶ୍ରିବଦ ଦେଇଥିଲେ। ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ଏତାଦୃଶ କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି।