ବିପୁଳ ପରିମାଣର କଫସିରଫ ଜବତ କଲା ପୋଲିସ । ଏଥି ସହ ଜଡିତ ୧୭ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ପ୍ରହଲ୍ଲାଦ ସାହାଇ ମିନା । ପଶ୍ଚିମବଙ୍ଗ କୋଲକତାରେ କଫସିରଫ ବିକ୍ରି ପାଇଁ ଚାଲାଣ କରୁଥିବା ବେଳେ ବରଗଡ଼ – ଭେଡେନ ରାସ୍ତାରେ କାବୁ କରିଛି ବରଗଡ ପୋଲିସ । ଦୁଇଟି ଚାରି ଚକିଆ ଗାଡ଼ି ଏବଂ ଗୋଟାଏ ମଟର ସାଇକେଲ ଯୋଗେ ୪୪୭୫ ବୋତଲ କପସିରଫ ବିକ୍ରି ପାଇଁ ନିଆଯାଉଥିଲା । ଏଥିରେ ସମ୍ପୃକ୍ତ ଥିବା ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।