ବିଜେପିର ଗୋବର ମାଡ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବିଜେପି କର୍ମୀଙ୍କ ଗିରଫଦାରୀ ଦାବିରେ କଂଗ୍ରେସର ପ୍ରତିବାଦ । ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଘେରିଲା ରାଜ୍ୟ କଂଗ୍ରେସ। ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ମଙ୍ଗଳବାର ବିଜେପିର ବିରୋଧ ପ୍ରଦର୍ଶନ କାଳରେ କିଛି ବିଜେପି କର୍ମୀଙ୍କ ପକ୍ଷରୁ ରାଜଧାନୀ ସ୍ଥିତ କଂଗ୍ରେସ ଭବନ କାନ୍ଥରେ ଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ ଓ କଂଗ୍ରେସ ଅଫିସ ଭିତରେ ହଙ୍ଗାମା କରାଯାଇଥିଲା। ଯାହାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ ଓ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ହେଲେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାକୁ ବିରୋଧ କରି ଆଜି ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ କଂଗ୍ରେସ। କଂଗ୍ରେସର ଅଭିଯୋଗ, ରାଜ୍ୟରେ ବିଜେପି ସରକାର ଗଠନ କରିବା ପରଠାରୁ ରାଜ୍ୟବ୍ୟାପୀ ହିଂସା ବଢିଚାଲିଛି। ଏଥିସହ ଏକ ଜାତୀୟ ଦଳର କାର୍ଯ୍ୟାଳୟ ଭିତରେ ପଶି ହିଂସା ଘଟାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ନିଜ ସ୍ବଚ୍ଛତା ପ୍ରତିପାଦନ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ୟାସିର ନୱାଜ ଓ ରମେଶ ଜେନା।

ସେହିପରି କଂଗ୍ରେସ ଭବନ ଉପରେ ହୋଇଥିବା ଗୋବର ମାଡକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ପୂର୍ବତନ କଂଗ୍ରେସ ନେତା ସୁରେଶ ରାଉତରାୟ। ଏପରି କାର୍ଯ୍ୟରୁ ବିଜେପି କ୍ଷାନ୍ତ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ରାଉତରାୟ

ସେପଟେ କଂଗ୍ରେସ ପକ୍ଷରୁ ଆଜି ହୋଇଥିବା ଘେରାଉ ପାଇଁ ପୋଲିସ କମିଶନରେଟ ପୋଲିସ କାର୍ଯ୍ୟାଳୟ ପୋଲିସ ଛାଉଣୀରେ ପରିବର୍ତ୍ତିତ ହୋଇଥିଲା। ୬ ପ୍ଲାଟୁନ ଫୋର୍ସ,୪ ଜଣ ଏସିପି,୩ ଜଣ ଆଇଆଇସି,ଜଣେ ଅତିରିକ୍ତ ଡିସିପି ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ।

Leave a Reply

Your email address will not be published. Required fields are marked *