
ଲୋକସଭା ନିର୍ବାଚନରେ ଯେଉଁ ଇଣ୍ଡିଆ ମେଣ୍ଟ ଭାଇ ଭାଇ ହୋଇ ଲଢୁଥିଲା ଆଜି ଭଗାରୀରେ ପରିଣତ ହୋଇଯାଇଛି । କୁହାଯାଏ ରାଜନୀତିରେ କିଛି ବି ସ୍ଥିର ନଥାଏ । ତେଣୁ ଆଜି ଯିଏ ମିତ୍ର କାଲି ସିଏ ଶତ୍ରୃ ହୋଇପାରେ ଆଉ ଆଜି ଯିଏ ଶତ୍ରୁ କାଲି ସିଏ ମିତେର ହୋଇପାରେ । ଆମେ କହୁଛୁ କଂଗ୍ରେସ ଆଉ ଆମ ଆଦମୀ ପାର୍ଟିର କଥା । ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀରେ କୋଳାକୋଳୀ ହେଲେ, କିନ୍ତୁ ରାଜ୍ୟ ନିର୍ବାଚନ ଆରମ୍ଭ ହେଲେ ଦୁହେଁ ଦୁହିଙ୍କୁ ଶତ୍ରୁ ପାଲଟିଯାଉଛନ୍ତି ।

ଅକ୍ଟୋବର ୫ ତାରିଖରେ ହରିୟାଣାରେ ନିର୍ବାଚନ ହେବାକୁ ଥିବା ବେଳେ ହରିୟାରେ ଆପ୍-କଂଗ୍ରେସ ରେ ଦେଖିବାକୁ ମିଳୁଛି ଦ୍ବନ୍ଦ୍ବ । କାରଣ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହରିୟାଣାରେ ମେଣ୍ଟ ହେଉ ଚାହୁଁଥିବା ବେଳେ ହରିୟାଣା କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ମେଣ୍ଟରେ ଘଟିକେ ଘୋଡା ଛୁଟୁଛି । ଯଦି ଆମ ଆଦମୀ ସହିତ କଂଗ୍ରେସର ମେଣ୍ଟ ହୁଏ ତେବେ ଲୋକସଭା ନିର୍ବାଚନ ଭଳି ଯଦି ଏହାର କୌଣସି ପ୍ରଭାବ ବିଧାନସଭାରେ ନପଡେ ତେବେ ଉଭୟ ଦଳକୁ ପୁନଶ୍ଚ ପରାଜୟର ଝଟକା ଲାଗିପାରେ ।

ହରିୟାଣା ମଧ୍ୟ ଏପରି ଏକ ରାଜ୍ୟ ଯେଉଁଠାରେ ବିଶେଷ ଭାବେ ଦୁଇଟି ହେଉଛନ୍ତି ମୁଖ୍ୟ ଦଳ । ଗୋଟିଏ ପଟେ ବିଜେପି ଅନ୍ୟପଟେ କଂଗ୍ରେସ । ଯଦିଓ ଆହୁରି ଛୋଟ ଛୋଟ ଦଳ ରହିଛି ହେଲେ ସେମାନଙ୍କର ସେତେଟା ପ୍ରଭାବ ନାହିଁ । ତେଣୁ, ବୋଧହୁଏ ହରିୟାଣା କଂଗ୍ରେସ ଡରୁଛି ଯେ ଆମ ଆଦମି ପାର୍ଟି ସହିତ ମେଣ୍ଟ କଲେ କଂଗ୍ରେସର କ୍ଷତି ହେବ । ତେଣୁ ଏବେ ମେଣ୍ଟକୁ ନେଇ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ।

ଅନ୍ୟପଟେ ବିଜେପରେ ଦେଖା ଦେଉଥିବା ଫାଟ ମଧ୍ୟ କଂଗ୍ରେସକୁ ସୁହାଉଛି । ଅନେକ ବଡ ବଡ ନେତା ମନ୍ତ୍ରୀଙ୍କ ଟିକେଟ କଟିବାରୁ ସେମାନେ ବିଜେପି ପରିତ୍ୟାଗ କରିଛନ୍ତି । ତେଣୁ ହରିୟାଣା ବିଜେପିରେ ଥିବା ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି । ତେଣୁ, କହିବା ମୁସ୍କିଲ୍ ଏଥର ଜିତାପଟ କାହାର ।