ଦୁନିଆର ଅଦ୍ଭୁତ ନଦୀ, ଦେଖିବାକୁ ଇନ୍ଦ୍ରଧନୁ ପରି

କଲମ୍ବିଆରେ ଥିବା କାନୋ କ୍ରିଷ୍ଟାଲେସ୍ ନଦୀ ଏକ ସୁନ୍ଦର ଏସ୍କେପ୍ । କାନୋ କ୍ରିଷ୍ଟାଲେସ୍ ନଦୀ ନେଚର ଲଭର ମାନଙ୍କ ପାଇଁ ଏକ ଫରଫେକ୍ଟ ହଲିଡେ ଡେଷ୍ଟିନେସନ୍ । ଏହି ନଦୀ ଏତେ ରଂଗୀନ ଯେ, ଏହାକୁ ଆକାଶ ମାର୍ଗରୁ ଦେଖିଲେ, ସତେ ଯେପରି ଇନ୍ଦ୍ରଧନୁର ଶଯ୍ଯା ପୃଥିବୀ ପୃଷ୍ଟରେ ପାରି ଦେବା ଭଳି ଅନୁଭବ ହୁଏ । ନଦୀର ଶଯ୍ଯାଟି ପରସ୍ତ ପରସ୍ତ ରଂଗୀନ ରଂଗରେ ସଜାଇ ହୋଇ ରହିବା ଭଳି ଲାଗେ । ତେବେ କ’ଣ ଏହାକୁ କଲେଡୋସ୍କୋପିକ୍ ବା କଲରଫୁଲ୍ କରିଥାଏ ?

ନଦୀରେ ଥିବା ଜଳଜ ଉଦ୍ଭିଦର ପ୍ରଜନନ ପ୍ରକ୍ରିୟା ସମୟରେ ଏହି ରଙ୍ଗ ଉତ୍ପନ୍ନ ହୁଏ । ଏହାକୁ ମାକେର୍ନିଆ କ୍ଲେଭିଗେରା କୁହାଯାଏ । ଏହି ଉଦ୍ଭିଦ ପୋଡୋଷ୍ଟେମାସି ପରିବାରର ଏକ ପ୍ରଜାତିର । ଜୁଲାଇରୁ ନଭେମ୍ବର ମଧ୍ୟରେ,ଶୈବାଳ, ଜଳୀୟ ଉଦ୍ଭିଦ ଏବଂ ପ୍ରବାଳ ଏବଂ ନାଲି ରଙ୍ଗର ଉଦ୍ଭିଦ ଗୁଡିକ ନଦୀଗର୍ଭରେ ଥିବା ପଥର ସହିତ ଦ୍ରୁତ ଗତିରେ ବଢିଥାଏ । ତେଣୁ, ଜଳ ପୃଷ୍ଠ ତଳେ ଏହି ଉଦ୍ଭିଦ ରଙ୍ଗର ମିଶ୍ରଣ ସୃଷ୍ଟି କରେ । ନାଲି, ନୀଳ, ସବୁଜ, କଳା ଓ ହଳଦିଆ ରଙ୍ଗର ରଙ୍ଗ, ଏହି ନଦୀକୁ ‘ତରଳ ଇନ୍ଦ୍ରଧନୁ’ ଭଳି ଦୃଶ୍ୟମାନ କରାଇଥାଏ ।

ମୌସୁମୀ ସମୟରେ ଏହା ମନୋରମ ଦର୍ଶନୀୟ ସ୍ଥାନ ପାଲଟେ ଏହି ନଦୀ । ସ୍ଥାନୀୟ ଲୋକଙ୍କ ମତରେ ରଙ୍ଗବେରଙ୍ଗର ଜଳଚର ସୃଷ୍ଟିକୁ ଦେଖିବାର ଉପଯୁକ୍ତ ସମୟ ହେଉଛି, ବାତ୍ୟାର ଠିକ୍ ପରେ ଯେତେବେଳେ ସମସ୍ତ ରଙ୍ଗ ସ୍ପଷ୍ଟ ଦେଖାଯାଏ । ଏହି ନଦୀର ଭୂସଂସ୍ଥାନ ପଛପଟେ ରହିଛି ପଙ୍କ ଏବଂ ଏହା ତଳେ ରହିଛି ୧.୨ ବିଲିୟନ ବର୍ଷ ପୂରୁଣା ଚଟାଣ । ଯେତେବେଳେ ଏହି ସମସ୍ତ ଉପାଦାନ ନଦୀର ବିବିଧ ରଙ୍ଗର ଉଦ୍ଭିଦ ଜୀବନ ସହିତ ମିଶ୍ରିତ ହୁଏ, ଯାହା ଉତ୍ପନ୍ନ କରେ ତାହା ହେଉଛି ଏକ ବିଷ୍ମୟଜନକ ରଙ୍ଗର କ୍ଷେତ୍ର । ବର୍ଷର ଅବଶିଷ୍ଟ ସମୟ ପାଇଁ, ନଦୀଟି କେବଳ ଉଜ୍ଜ୍ୱଳ ଧୂସର ରଙ୍ଗ ଏବଂ ସେଠାରେ କେତେକ ସବୁଜ ରଙ୍ଗରେ ଅବଶୋଷିତ ହୋଇଥାଏ ।

୬୨.୧ ମାଇଲ୍ ଲମ୍ବ ଏହି ନଦୀ କଲମ୍ବିଆର ସେରାନିଆ-ଡି-ଲା-ମାକାରେନା ଜାତୀୟ ଉଦ୍ୟାନରେ ରହିଛି । ଏହା ମେଟା ପ୍ରଦେଶରେ ଅବସ୍ଥିତ । ଏହାକୁ ପାଞ୍ଚଟି ରଙ୍ଗର ନଦୀ ବୋଲି କୁହାଯାଏ । ଏହି ତରଳ ଇନ୍ଦ୍ରଧନୁ ବା ନଦୀର ଜୀବନ୍ତ ରଙ୍ଗ ପାଇଁ, ଦକ୍ଷିଣ ଆମେରିକୀୟ ଦେଶର ସବୁଠାରୁ ଦର୍ଶନୀୟ ପ୍ରାକୃତିକ ବିସ୍ମୟ ମଧ୍ୟରୁ ଅନ୍ୟତମ । ବର୍ଷା ଋତୁରେ ନଦୀ ଦ୍ରୁତ ଗତିରେ ଓ ଉଚ୍ଚରେ ପ୍ରବାହିତ ହୁଏ, ଅର୍ଥାତ୍ ସୂଯ୍ୟ ନଦୀ ଶୟ୍ୟାର ଉଦ୍ଭିଦକୁ କ୍ଷତି କରିପାରେ ନାହିଁ । ଏଭଳି ଘଟଣା ପୃଥିବୀରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏହି ଅଞ୍ଚଳ ଜୈବ ବିବିଧତା ପାଇଁ ଏକ ହଟସ୍ପଟ୍, ଯେଉଁଠାରେ ଆଣ୍ଡିଜ୍ ପର୍ବତ, ଆମାଜନ ଏବଂ ଓରିନୋକୋ ଅବବାହିକା ଏକତ୍ରୀତ ହୋଇଥାଏ ।

ମହାମାରୀ ପୂର୍ବରୁ ପ୍ରତିବର୍ଷ ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ପଯ୍ୟଟକଙ୍କ ସମାଗମ ହେଉଥିଲା । ତେବେ ଦେଶର ପଯ୍ୟଟନ ବୋର୍ଡର ସୂଚନା ଅନୁସାରେ, ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ ୨୦୦ ପଯ୍ୟଟକଙ୍କୁ ଅନୁମତି ଦେଇଛି । ଏହି ଅଞ୍ଚଳକୁ ଆସୁଥିବା ପଯ୍ୟଟକଙ୍କ ସଖ୍ୟା ଏତେ ଅଧିକ ଥିଲା ଯେ, କ୍ୟାପ୍ ପରିବେଶ କର୍ତ୍ତୃପକ୍ଷ ନଦୀ ସୁରକ୍ଷା ପାଇଁ ୨୦୧୯ ଡିସେମ୍ବରରେ ଗନ୍ତବ୍ୟ ସ୍ଥଳକୁ ବନ୍ଦ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *