
ଛତିଶଗଡର ସୁରଜପୁର ଜିଲ୍ଲାରେ ଏବେ ମଧ୍ୟ ଉତ୍ତେଜନା ଜାରି ରହିଛି । ମାମଲାଟି ହେଉଛି ଡବଲ ହତ୍ୟାକାଣ୍ଡ (ଛତିଶଗଡ ଡବଲ ମର୍ଡର) ର । ଜଣେ ପୋଲିସକର୍ମୀଙ୍କ ସ୍ତ୍ରୀ ଏବଂ ତାଙ୍କ ୧୬ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି, କାରଣ ଏହି ଯେ ଅଭିଯୁକ୍ତ ଜଣକ ପୋଲିସକର୍ମୀଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିଲା । ଯାହା ଫଳରେ ତାଙ୍କର ନିରୀହ ସ୍ତ୍ରୀ ଏବଂ ଝିଅକୁ ଏହାର ମୂଲ୍ୟ ଦେବାକୁ ପଡିଲା | ହତ୍ୟାକାରୀ ହେଉଛି ଏକ ହିଷ୍ଟରୀସିଟର | ସେ ଦୁହିଁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ପରେ ମୃତଦେହକୁ ଦୂର ବିଲରେ ଫିଙ୍ଗି ଦେଇଥିଲା । ସୁରଜପୁରର ଲୋକମାନେ ଯେତେବେଳେ ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇଲେ ସେମାନେ ପୂରା ଅଞ୍ଚଳରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ।
ପ୍ରକୃତରେ, ହତ୍ୟା ଅଭିଯୁକ୍ତକାରୀ କୁଲଦୀପ ସାହୁ କେବଳ ହିଷ୍ଟରୀସିଟର ହେବା ସହିତ, କଂଗ୍ରେସର ଜଣେ ନେତା ମଧ୍ୟ। ହେଡ କନଷ୍ଟେବଳ ତାଲିବ ଶେଖ ତାଙ୍କ ପତ୍ନୀ ଏବଂ ଝିଅର ହତ୍ୟାରେ ରାଗିଯାଇ କୁଲଦିଲ ସାହୁଙ୍କ ଘରେ ପହଞ୍ଚି ନିଆଁ ଲଗାଇ ଦେଇଥିଲେ। କ୍ରୋଧିତ ଜନତା ଏସଡିଏମ ଜଗନ୍ନାଥ ବର୍ମାଙ୍କୁ ମଧ୍ୟ ଛାଡି ନଥିଲେ, ତାଙ୍କୁ ଖୁବ ଦୌଡାଇଥିଲେ। ଯାହାଫଳରେ ଏସଡିଏମ ସାହେବ ଏବଂ ତାଙ୍କ ସୁରକ୍ଷାକର୍ମୀ ସେମାନଙ୍କ ଜୀବନ ବଞ୍ଚାଇ ସେଠାରୁ ପଳାଇବାକୁ ପଡିଥିଲା।
ପୋଲିସକର୍ମୀଙ୍କ ସ୍ତ୍ରୀ ଏବଂ ଝିଅର ମୃତଦେହ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଯେତେବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କଲା, ସେତେବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ଫଳରେ ପୋଲିସକୁ ମଧ୍ୟ ପାଲଟା ଗୁଳି ଚଳାଇବାକୁ ପଡିଥିଲା, ତଥାପି ଅଭିଯୁକ୍ତ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ।
ଏହି ଘଟଣା ପରେ ସହରରେ ହିଂସା ଏତେ ବଢି ଯାଇଥିଲା ଯେ କ୍ରୋଧିତ ଜନତା ସହରକୁ ବନ୍ଦ କରି ପ୍ରଥମେ ଅଭିଯୁକ୍ତ କୁଲଦୀପ ସାହୁଙ୍କ ଘର ଏବଂ ଗୋଦାମ ବାହାରେ ପାର୍କିଂ ହୋଇଥିବା ଗାଡିଗୁଡିକରେ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ତାଙ୍କ ଘରେ ମଧ୍ୟ ଆକ୍ରମଣ କରିଥିଲେ। ତେବେ ଘଟଣା ସମୟରେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସେହି ଘରେ ଉପସ୍ଥିତ ନଥିଲେ। ଏହି ଘଟଣା ପରେ ସୁରଜପୁର ଏବେ ହିଂସା ଓ ଆଶାନ୍ତରେ ପରିଣତ ହୋଇଯାଇଛି। ପ୍ରତ୍ୟେକ ଗଳି-କନ୍ଦି ଉପରେ ପୋଲିସର ନଜର ରହିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନ୍ୟ ଜିଲ୍ଲାରୁ ମଧ୍ୟ ପୋଲିସ ଡକାଯାଇଛି।
ହେଡ କନଷ୍ଟେବଳ ତାଲିବ ଶେଖ ଏବଂ ତାଙ୍କ ଟିମ୍ କୁଲଦୀପ ସାହୁକୁ ଗିରଫ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଜଣକ ତା କାରରେ ପୋଲିସକର୍ମୀଙ୍କୁ ଚଢାଇବାପାଇଁ ଚେଷ୍ଟା କରିଥିଲା, ସୌଭାଗ୍ୟବଶତ ପୋଲିସ ଠିକ୍ ସମୟରେ ସେଠାରୁ ପଳାଇ ଯାଇଥିଲା। ଏହି ସମୟରେ କୁଲଦୀପ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲା । ଯେତେବେଳେ ଶେଖ ଏବଂ ତାଙ୍କ ଟିମ୍ ତାଙ୍କୁ ଖୋଜିବା ଏବଂ ଗିରଫ କରିବାକୁ ଯୋଜନା କରୁଥିଲେ, ଅଭିଯୁକ୍ତ ହେଡ କନଷ୍ଟେବଳଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିଥିଲା।
ଶେଖ ଡ୍ୟୁଟିସାରି ଘରକୁ ଫେରି ଦେଖନ୍ତି ଯେ ଘରର କବାଟ ଭଙ୍ଗା ଯାଇଥିଲା। ସ୍ତ୍ରୀ ଓ ଝିଅ ଘରୁ ନିଖୋଜ ଥିଲେ। ଘର ଭିତରେ ରକ୍ତ ଦାଗ ଦେଖିବା ମାତ୍ରେ ସେ ପୋଲିସକୁ ଏ ବିଷୟରେ ଜଣାଇଥିଲେ। ସେ ଦୁହିଁଙ୍କୁ ଖୋଜିବା ଆରମ୍ଭ କଲେ। ଏହି ଖବର ସହରରେ ବ୍ୟାପିବା ମାତ୍ରେ କ୍ରୋଧିତ ଲୋକମାନେ ସହର ବନ୍ଦ କରି ପ୍ରଥମେ ପୋଲିସ ଷ୍ଟେସନ ବାହାରେ ବିରୋଧ କରିଥିଲେ। ପରେ କୁଲଦୀପ ସାହୁଙ୍କ ଘରେ ପହଞ୍ଚିବା ପରେ ସେମାନେ ଉକ୍ତ ସ୍ଥାନକୁ ଭଙ୍ଗାରୁଜା କରିବା ସହ ଗାଡି ସହିତ ଘରେ ନିଆଁ ଲଗାଇ ଦେଇଥିଲେ।