ଭଣ୍ଡ ବାବାଙ୍କ ପରେ ଠକ ଅଶ୍ୱିନୀ, ଚାକିରୀ ଦେବାନାଁରେ ଲୁଟୁଥିଲା ଟଙ୍କା

ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିଭ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା ।

ହରଡ଼ଘଣାରେ ଅଶ୍ୱିନୀ ପଟ୍ଟନାୟକ…ଖୁବ ଶୀଘ୍ର ଗିରଫ ହେବ ଠକ ଅଶ୍ୱିନୀ ପଟ୍ଟନାୟକ । ଏଥି ସହ ଏକ ନିର୍ଦିଷ୍ଟ ୱେବ ଚାନେଲ ବିରୁଦ୍ଧରେ ମଧ୍ୟ ସାଇବର ଥାନାରେ ମଧ୍ୟ ଦିଆଯିବ ଅଭିଯୋଗ । ଏ କଥା ସ୍ପଷ୍ଟ କରିଛନ୍ତି ଓଡିଶା ଷ୍ଟେଟ ଲେବର କୋଅପରେଟିଭ ସୋସାଇଟିର ସମ୍ପାଦକ । ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିବ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଠକ ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା । ସଂସ୍ଥାର ଦୁଇ ଜଣ କର୍ମଚାରୀ ମାନସ ରଞ୍ଜନ ଭୁତିଆ ଓ ତୁଳସୀ ଦାଶ, ଅଶ୍ୱିନି ପଟ୍ଟନାୟକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଅଶ୍ୱିନୀଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ଅନ୍ୟପଟେ, ଅଶ୍ୱିନୀ ପଟ୍ଟନାୟକ କୁତ୍ସାରଚନା କରି ସୋସିଆଲ ମିଡ଼ିଆ ମାଧ୍ୟମରେ ସଂସ୍ଥାର ମୁଖ୍ୟଙ୍କୁ ବଦନାମ କରିବାକୁ ଉଦ୍ୟମ ଜାରି ରଖିଥିଲା । ଏହାକୁ ଦୃଷ୍ଟିରେ ରଖି, ସଂସ୍ଥାର ସମ୍ପାଦକ ଶ୍ୟାମ ଲାଲ ପ୍ରଧାନ ଖୁବ ଶୀଘ୍ର ସାଇବର ଥାନାର ଦ୍ୱାରସ୍ତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

ପୂର୍ଵରୁ ମଧ୍ୟ ଅଶ୍ୱିନୀ ପଟ୍ଟନାୟକ ବିଭିନ୍ନ ସଂସ୍ଥାରେ ଚାକିରୀ ଦେବ କହି ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବାର ଏକାଧିକ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *