ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ-୩, ଆବଶ୍ୟକ ପରୀକ୍ଷଣ ଶେଷ

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅରଗାନାଇଜେସନ ବା ଇସ୍ରୋ ପକ୍ଷରୁ ଆଉ ଏକ ପଦକ୍ଷେପ । ଆସନ୍ତା ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ-୩ । ଏହାକୁ ଲଞ୍ଚ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ଇସ୍ରୋ । ଚନ୍ଦ୍ରାୟନ-୨ ମିଶନରୁ ଯାହା ଶିକ୍ଷା ମିଳିଛି ଏବଂ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ କରାଯାଇଛି । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଯାଇଥିଲା । ସମସ୍ତ ଉଦ୍ୟମ ଫେଲ୍ ମାରିଥିଲା । ହେଲେ ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚନ୍ଦ୍ରାୟନ-୩ର ଲଞ୍ଚ ପୂର୍ବରୁ ସମସ୍ତ ପରୀକ୍ଷଣ ଶେଷ ହୋଇଛି । ଆସନ୍ତା ଜୁଲାଇରେ ଲଞ୍ଚ ହେବା ଯୋଜନା ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅରଗାନାଇଜେସନ ବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । LVM3 ରକେଟ ଯୋଗେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଦୀର୍ଘ ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ ।

Leave a Reply

Your email address will not be published. Required fields are marked *