
ଗତ ସୋମବାର ଦିନ ଯୋଡାର ପୂର୍ବତନ କାଉନସିଲର କିଶୋର ମହାନ୍ତିଙ୍କ ଉପରେ ସଙ୍ଘବଦ୍ଧ ଭାବରେ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ ।
ଅଭିଯୋଗ ଅନୁସାରେ, ଯୋଡାର ପୂର୍ବତନ କାଉନସିଲର କିଶୋର ମହାନ୍ତି ଓ ତାଙ୍କ ଭଣଜା ପ୍ରକାଶ ମହାନ୍ତି କୋର୍ଟ କାମ ସାରି ଘରକୁ ଫେରୁଥିବା ସମୟରେ ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଜଙ୍ଗଲ ପାଖରେ ପୂର୍ବରୁ ଲୁଚି ରହିଥିବା ବଡ଼ବିଲର ଟିଟୁ ପାତ୍ର ଏବଂ ଯୋଡାର ଘାଷି ପାତ୍ରଙ୍କ ସହିତ ଅନ୍ୟ ୧୧ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଓ ଅନ୍ୟାନ୍ୟ ମରଣାସ୍ତ୍ର ଧରି କିଶୋର ମହାନ୍ତିଙ୍କୁ ଜୀବନରେ ମାରିଦବାକୁ ଉଦ୍ୟମ କରିଥିଲେ । ଏହି ସମୟରେ, ତାଙ୍କ ଭଣଜା ପ୍ରକାଶ ସେଠାରୁ ଜୀବନ ବଞ୍ଚାଇ ଦଉଡି ପଳାଇଥିଲେ ।
କିଶୋର ମହାନ୍ତିଙ୍କୁ ଟିଟୁ ପାତ୍ର, ଘାଷି ପାତ୍ରଙ୍କ ସହିତ ତାଙ୍କ ଅନ୍ୟ ସହଯୋଗୀ ଖଣ୍ଡା ସହିତ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ବାରମ୍ବାର ହାଣି ଲହୁଲୁହାଣ କରିବାପରେ କିଶୋର ମିରିଯାଇଥିବା ଭାବି ସେଠାରୁ ପଳାଇଥିଲେ । ଘଟଣାସ୍ଥଳରୁ ଯିବା ସମୟରେ, ଅଭିଯୁକ୍ତମାନେ କିଶୋର ମହାନ୍ତିଙ୍କର ଦୁଇଟି ମୋବାଇଲ ଫୋନ ଓ ତାଙ୍କ ପକେଟ ରୁ ୫,୦୦୦/- ଛଡାଇ ନେଇଥିଲେ । ଏହି ମାମଲାରେ ଚମ୍ପୁଆ ପୋଲିସ ବଡ଼ବିଲ ଥାନା ଠାକୁରାଣୀର ରାଜେଶ ପାତ୍ର, ଗାଡା ହଟ୍ଟିଙ୍ଗର ଭିକି ରାଜାକ, ବଡ଼ବିଲ ନ୍ୟୁ ମାର୍କେଟର ପେଟୁ ଓରଫ ମୋହନ ଲୋହାରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ଆକ୍ରମଣ ବେଳେ ବ୍ୟବହୃତ ଗୋଟିଏ ବୋଲେରୋ ସହିତ ୩, ୦୦୦/ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।