ବିଜେପି ମଣିପୁର ଭଳି ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି: ମମତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜାତୀୟ ଦଙ୍ଗାର ଷଡଯନ୍ତ୍ର କରି ବିଜେପି ରାଜ୍ୟରେ ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ପାଶ୍ଚିମ ମେଦିନୀପୁରରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି । ସେ ମୋତେ ଅନେକ ଉପାୟରେ ଧମକ ଦେଇଛନ୍ତି । କେବଳ ୬ ମାସ ଅପେକ୍ଷା କର, ଦିଲ୍ଲୀ ବଦଳିଯିବ । ଏଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହେବ ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ବିଜେପି କଣ କରୁଛି? କେବେ ବିମୁଦ୍ରୀକରଣ ତ କେବେ ଅନ୍ୟ କିଛି । ବେଙ୍ଗଲରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିବାକୁ ବିଜେପି ଯୋଜନା କରୁଛି ଏବଂ ଏଥିପାଇଁ ଟଙ୍ରକା ବ୍ୟବହାର କରୁଛି । ସେ ରାଜ୍ୟ ମନ୍ତ୍ରୀ ବିରବାହା ହାଂସଦାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ କୌଣସି କୁର୍ମୀ ସମ୍ପ୍ରଦାୟର ସଦସ୍ୟ ଏହା କରିନାହାନ୍ତି ବରଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ ରହିଛି ବଲି କହିଛନ୍ତି ।

ଗତକାଲି କୁର୍ମି ସମ୍ପ୍ରଦାୟ ଦ୍ୱାରା ମନ୍ତ୍ରୀ ବୀରବାହା ହାଂସଦାଙ୍କ କାର ଉପରେ ଆକ୍ରମଣ ହୋଇଥିବା ସିଏମ କହିଛନ୍ତି । ମୋର ବିଶ୍ୱାସ ଯେ କୁର୍ମି ସମ୍ପ୍ରଦାୟ ନାମରେ ବିଜେପି ଏହା କରିଛି, ସ୍ଲୋଗାନ ଦେଇ ବୀରବାହା ହାଂସଦାଙ୍କ କାର ଉପରେ ଏମି ଆକ୍ରମଣ କରିଛି ବିଜେପି ବୋଲି ମମତା କହିଛନ୍ତି । କୁର୍ମି ସମ୍ପ୍ରଦାୟ ଏହା କେବେ କରେ ନାହିଁ । ମମତା କହିଥିଲେ, ପଶ୍ଚିମବଙ୍ଗର ସମ୍ପ୍ରଦାୟ ମଧ୍ୟରେ ସମାନ ଦଙ୍ଗା ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ସେମାନେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହାଁନ୍ତି ଯେଉଁଥିରେ ଆଦିବାସୀ ମାନେ କୁର୍ମିମାନଙ୍କ ସହ ଲଢେଇ କରନ୍ତୁ, ଯାହା ଦ୍ବାରା ସେନା ଡକାଯାଇ ପାରିବ ଏବଂ ସେନାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ ।

ଆଦିବାସୀ ବହୂଳ ଜିଲ୍ଲାରେ ବରିଷ୍ଠ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଶେଭାଯାତ୍ରା ଉପରକୁ କଥିତ ଭାବେ ପଥର ଆକ୍ରମଣ କରାଯାଇଥିଲା, ଆଉ ସେହି ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ଗାଡି ମଧ୍ୟ ଥିଲା, ଯାହା କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଟିଏମସିର ଜନସମ୍ପର୍କ ଅଭିଯାନ ତୃଣମୂଲ ନବଜ୍ୱାରକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ଗତକାଲିର ହିଂସାକୁ ନିନ୍ଦା କରୁଛି । ମୁଁ ବିଶ୍ୱାସ କରେ ନାହିଁ ଯେ କୁର୍ମୀ ଏହି ଆକ୍ରମଣ ପଛରେ ଅଛନ୍ତି ।

Your email address will not be published. Required fields are marked *