CBI ନିର୍ଦ୍ଦେଶକ ସୁବୋଧଙ୍କ କାର୍ଯ୍ୟକାଳ ଶେଷ, ଦାୟିତ୍ୱ ନେବେ ପ୍ରବୀଣ

CBI ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲଙ୍କ କାର୍ଯ୍ୟକାଳ ସରିଛି । ଆଜି ସେ ଅବସର ନେଉଛନ୍ତି । ଏହାପରେ CBI ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ପ୍ରବୀଣ ସୁଦ୍‌ । କର୍ଣ୍ଣାଟକର ପୂର୍ବତନ ଡିଜିପି ପ୍ରବୀଣ ସୁଦ, ଦୁଇ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ ।

ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଆଇପିଏସ ଅଫିସର । ପ୍ରଥମ ଏସପି ଭାବେ ୧୯୮୯ରୁ କ୍ୟାରୟର ଆରମ୍ଭ କରିଥିଲେ । ମହୀଶୂରରେ ଏଏସପି ଭାବେ ଦାୟିତ୍ୱ ନେଇଥିଲେ । ନିଜର କର୍ତ୍ତବ୍ୟ ଏବଂ ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଥିଲା ।

ଗତ ତିନି ବର୍ଷ ହେଲା କର୍ଣ୍ଣାଟକ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହି IPS ଅଫିସର । ହେଲେ ନିଜ କ୍ୟାରିୟରରେ ଅନେକ ଥର ବିବାଦକୁ ଆସିଛନ୍ତି ପ୍ରବୀଣ ।

ପ୍ରବୀଣ ସୁଦଙ୍କୁ CBI ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି, ତାଙ୍କ ନାଁରେ ମୋହର ମାରିଛନ୍ତି । CBI ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ନଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବା ଦିନ ତାଙ୍କ ନାଁ ଲିଷ୍ଟରେ ସାମିଲ ହୋଇଥିଲା । ତେବେ ପ୍ରବୀରଙ୍କୁ CBI ନିର୍ଦ୍ଦେଶକ କରିବାକୁ ନାପସନ୍ଦ କରିଛି କଂଗ୍ରେସ । ବିଜେପିକୁ ନିଜ ଇସାରାରେ ନାଚିବା ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *