ରାଜସ୍ଥାନରେ ଗୋରୁଙ୍କୁ କହିପାରିବେନି ‘ବେସହାରା’ ଏବଂ ‘ଆୱାରା’, ନୂତନ ଶବ୍ଦର ପରାମର୍ଶ ଦେଲେ ସରକାର

ରାଜସ୍ଥାନ ସରକାର ଚଳିତ ଆର୍ଥିକ ବର୍ଷରେ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ଅନୁଦାନ ଅନୁମୋଦନ କରିଛନ୍ତି। ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ ….୨୦୨୪-୨୫ ଆର୍ଥିକ ବର୍ଷରେ ଜୁଲାଇ୨୨ ପର୍ଯ୍ୟନ୍ତ ୨,୮୪୩ ଗୋରୁ ଆଶ୍ରୟସ୍ଥଳକୁ ୬୫୩.୬୫ କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।

ରାଜସ୍ଥାନ ସରକାର ଗୋରୁଙ୍କ ପାଇଁ ଏକ ଦୃଢ଼ ପକ୍ଷେପ ନେଇଛି I ଗୋରୁଙ୍କ ପାଇଁ ବ୍ୟବହୃତ ହେଉଥିବା ଶବ୍ଦ ଉପରେ ବ୍ୟାନ ଲଗାଯିବ ଏବଂ ନୂଆ ଶବ୍ଦର ବିଚାର କରାଯାଇଛି I ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଜୋରା ରାମ କୁମାୱତ କହିଛନ୍ତି ଯେ “ରାଜସ୍ଥାନରେ ଏବେ ଗୋରୁଙ୍କୁ “ଆଵାରା” ଶବ୍ଦ ବ୍ୟବହାର କରାଯିବ ନାହିଁ ” ରାଜସ୍ଥାନ ବିଧାନସଭାରେ ବୁଧବାର ପଶୁପାଳନ ଏବଂ ଡାଏରୀ ବିଭାଗର ଅନୁଦାନ ବିଷୟ ଯୁକ୍ତିରେ ଜୋରା ରାମ କୁମାୱତ ତାଙ୍କ ଉତ୍ତରରେ କହିଥିଲେ ଯେ ଏବେ ଠାରୁ ଆଵାରା ଗୋରୁଙ୍କ ପାଇଁ “ନିରାଶ୍ରିତ” ଶବ୍ଦର ବ୍ୟବହାର କରାଯିବ I

ଖବର ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଯେ “ରାଜ୍ୟ ସରକାର ବହୁମୁଲ୍ୟ ପଶୁ ସମ୍ପଦ ଏବଂ ପଶୁପାଳନ ଉତ୍ପାଦନର ବିକାଶର ଅଗ୍ରଗତି କରି ପଶୁପାଳକଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିବଦ୍ଧ I ଗୋରୁ ଏବଂ ବଳଦମାନଙ୍କର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ମଧ୍ୟ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରୁଛନ୍ତି। “
ଗୃହରେ ଆଲୋଚନା ପରେ ବିଧାନସଭା ବିଭାଗର ଅନୁଦାନ ଦାବିଗୁଡିକ ପାରିତ କରିଛି।

Leave a Reply

Your email address will not be published. Required fields are marked *