Category: ଭାରତ

  • ମରିସସ୍‌ ସମୁଦ୍ରରେ ନିଖୋଜ ଓଡ଼ିଆ ଯୁବକ , ୫ ଦିନ ହେଲେ ମଧ୍ୟ ଉଦ୍ଧାରରେ ଅସ୍ପଷ୍ଟତା

    ମରିସସ୍‌ ସମୁଦ୍ରରେ ନିଖୋଜ ଓଡ଼ିଆ ଯୁବକ , ୫ ଦିନ ହେଲେ ମଧ୍ୟ ଉଦ୍ଧାରରେ ଅସ୍ପଷ୍ଟତା

    ଓଡ଼ିଶାର ଯୁବ ନାବିକ ସାର୍ଥକ ମହାପାତ୍ର ମଝି ସମୁଦ୍ରରୁ ନିଖୋଜ ହେବାକୁ ୫ ଦିନ ହୋଇଗଲାଣି | ଏପର୍ଯ୍ୟନ୍ତ ତାଙ୍କର କୋଣସି ପତ୍ତା ମିଳିନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଦୁଃଖର ମାହୋଲ ଖେଳିଯାଇଛି | ମରିସସ୍‌ ସମୁଦ୍ରସୀମାରେ ଘଟିଥିବା ଏହି ଘଟଣା ନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା,ଯାହା ପରେ ରାଜ୍ୟ ସରକାର ତତ୍କାଳ ଚିଠି ଲେଖି କେନ୍ଦ୍ରର ଜଣାଇଛି। ନିଖୋଜ ସାର୍ଥକଙ୍କ ଉଦ୍ଧାର ପାଇଁ ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ,ଜଳପଥ ସଚିବ,ଶିପିଂ ଡିରେକ୍ଟର ଜେନେରାଲଙ୍କୁ ଚିଠି ପଠାଇ ସଂଗଠିତ ଉଦ୍ଧାର ଅଭିଯାନ ଚାଲାଇବାକୁ ଅନୁରୋଧ କରିଛନ୍ତି|ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

    ସାର୍ଥକ ଭେସେଲରେ କ୍ରିୟୁ ମେମ୍ବର ଭାବେ କାମ କରୁଥିଲେ | ଏହି ଭେସେଲ Anglo-Eastern Ship Management ଦ୍ୱାରା ପ୍ରଚାଳିତ ହେଉଛି ଏବଂ ସିଙ୍ଗାପୁରରୁ ଫେରୁଥିବା ବେଳେ ସାର୍ଥକ ନିଖୋଜ ହୋଇଥିବା ଖବର ମିଳିଛି | ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନୂତନ ତଥ୍ୟ ନ ମିଳିବାରୁ ପରିବାର ଲୋକଙ୍କ ମନରେ ଦୁଶ୍ଚିନ୍ତା ଖେଳିଯାଇଛି |

  • ଇତିହାସ ରଚନା ପାଇଁ ମଇଦାନକୁ ଓହ୍ଲାଇଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ

    ଇତିହାସ ରଚନା ପାଇଁ ମଇଦାନକୁ ଓହ୍ଲାଇଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ

    କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆଜି ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ । ଚଳିତ ବର୍ଷ ଭାରତୀୟ ଦଳ ‘ଡିଫେଣ୍ଡିଂ ଚାମ୍ପିଅନ୍’ ଭାବେ ପଡ଼ିଆକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି । ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଇତିହାସ ରଚିଥିଲା । ତେବେ ଟି-୨୦ ବିଶ୍ୱକପ୍ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ କ୍ରମାଗତ ଭାବେ ଦୁଇଥର ଟାଇଟଲ୍ ଜିତିବାରେ ସଫଳ ହୋଇନାହାନ୍ତି । ଏହି ଅପରାଜେୟ ଧାରାକୁ ଭାଙ୍ଗି ଏକ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ।

  • ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି | ଭଗବାନଙ୍କର ନାମ ଜପ କରିବା କଣ ସବୁ ସ୍ଥାନରେ ଠିକ | ଯେଉଁଠିକି ଗୁରୁ ମନ୍ତ୍ର ଜପ କରିବା ପାଇଁ କିଛି ନିୟମ ମାନିବକୁ ପଡିଥାଏ ବୋଲି ଶାସ୍ତ୍ରରେ ଲେଖା ଅଛି | ଇଏ ନେଇ ତାଙ୍କ ବକ୍ତବ୍ୟ ପ୍ରକାଶ ପାଇଛି |

    ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ କି ସବୁ ସ୍ଥାନରେ ବା ସବୁ ଅବସ୍ଥାରେ କଣ ଭଗବାନ ଙ୍କ ନାମ ଜପ କରିବା ଠିକ କି ? ବିଶେଷ କରି ଶୌଚାଳୟ ସମୟରେ ଆଉ ଶୋଇବା ସମୟରେ ଶେଯ ଉପରେ ନାମ ଜପ କରିବାକୁ ନେଇ ଅନେକ ଭ୍ରମ ରହିଥାଏ | ଇଏ ସବୁ ପ୍ରଶ୍ନ ନେଇ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରେମାନନ୍ଦଜୀଙ୍କ ପାଖକୁ ଆସିଥିଲେ | ପ୍ରେମନ୍ଦଜୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ଠିକ ଉତ୍ତର ମଧ୍ୟ ପାଇଛନ୍ତି | ମହାରାଜଜୀ କହିଛନ୍ତି, ଶାସ୍ତ୍ରରେ ନାମ ଜପ ଓ ଗୁରୁ ମନ୍ତ୍ର ଜପର ଅଲଗା ଅଲଗା ନିୟମ ରହିଛି ଏବଂ ଏଥିପାଇଁ ଭିନ୍ନ ଭିନ୍ନ ମର୍ଯ୍ୟାଦା ବି ରହିଛି | ଶୌଚାଳୟରେ ଥାଇ ବି ଠାକୁରଙ୍କ ନାମ ଜପ କରାଯାଇପାରିବ । ଶାସ୍ତ୍ରରେ କୁହାଯାଇଛି, ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା , ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ’ | ଅର୍ଥାତ୍ ବ୍ୟକ୍ତି ପବିତ୍ର କି ଅପବିତ୍ର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଯଦି ସେ ଭଗବାନଙ୍କୁ ସୁମରଣା କରୁଛି ତାହାଲେ ତା’ର ଅନ୍ତର ଭିତରେ ପବିତ୍ର ହୋଇଥିବା ଦରକାର | ପ୍ରେମାନନ୍ଦଜୀ ଏକଥା ବି କହିଛନ୍ତି , ଯଦି ଗୁରୁମନ୍ତ୍ରକୁ ନେଇ କିଛି ନିୟମ ଅଛି ତେବେ ଯେଉଁ ଶଯ୍ୟା ଉପରେ ଗୃହସ୍ଥ ଧର୍ମର ପାଳନ କରାଯାଉଛି ତା’ ଉପରେ ବସି ଗୁରୁ ମନ୍ତ୍ର ଜପ କରିବା ଅନୁଚିତ । ସେହିପରି ଶୌଚାଳୟ କିମ୍ବା କୌଣସି ଅପବିତ୍ର ଅବସ୍ଥାରେ ଗୁରୁ ମନ୍ତ୍ର ଜପ କରିବା ଠିକ ନୁହଁ । କିନ୍ତୁ ଭଗବାନଙ୍କ ନାଁ ଜପ କରିବା ଏହି ନିୟମଠାରୁ ଅଲଗା । ନାମ ଜପ ଯେକୌଣସି ଅବସ୍ଥାରେ କରିହେବ । ସେ ଶୌଚାଳୟରେ ହେଉ ବା ଶେଯ ଉପରେ ହେଉ । ନାମ ସ୍ମରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ | ବ୍ୟକ୍ତି ପ୍ରତି ପରିସ୍ଥିତିରେ ଭଗବାନଙ୍କ ନାମ ଜପ କରିପାରିବ କାରଣ ଏହା ଉଭୟ ମନ ଓ ଆତ୍ମକୁ ଶୁଦ୍ଧ କରିବା ସହ ମନୁଷ୍ୟକୁ ଭଗବାନଙ୍କ ନିକଟତର କରିଥାଏ |

  • ରଣବୀର କପୁର ହେବେ ଖଳନାୟକ , ୨୦୨୭ରେ ଆରମ୍ଭ ହେବ ‘ଆନିମଲ୍ ପାର୍କ’ ସୁଟିଂ

    ରଣବୀର କପୁର ହେବେ ଖଳନାୟକ , ୨୦୨୭ରେ ଆରମ୍ଭ ହେବ ‘ଆନିମଲ୍ ପାର୍କ’ ସୁଟିଂ

    ମୁମ୍ବାଇ: ରଣବୀର କପୁରଙ୍କ ସୁପରହିଟ୍ ଫିଲ୍ମ ‘ଆନିମଲ୍’ ପରେ ଏବେ ତାହାର ସିକ୍ୱେଲ୍ ‘ଆନିମଲ୍ ପାର୍କ’କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ଏକ ଜୁମ୍ କଲ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ‘ଆନିମଲ୍ ପାର୍କ’ ଫିଲ୍ମର ସୁଟିଂ ୨୦୨୭ ମସିହାରେ ଆରମ୍ଭ ହେବକୁ ଯାଉଛି |

    ସନ୍ଦୀପ ରେଡ୍ଡୀ ଭାଙ୍ଗା କହିଛନ୍ତି ଯେ ‘ସ୍ପିରିଟ୍’ ଫିଲ୍ମର ସୁଟିଂ ସମାପ୍ତ ହେବା ପରେ ସିଧାସଳଖ ‘ଆନିମଲ୍ ପାର୍କ’ର କାମ ଆରମ୍ଭ କରାଯିବ | ଏହି ଫିଲ୍ମରେ ରଣବୀର କପୁର ରଣବିଜୟ ସିଂହ ଚରିତ୍ରରେ ନଜର ଆସିବେ ଏବଂ ଏଥିପାଇଁ ସେ ଖଳନାୟକ ଭୂମିକାରେ ଦେଖାଯିବେ ବୋଲି ସନ୍ଦୀପ ସ୍ପଷ୍ଟ କରିଛନ୍ତି |

    ଏହା ମଧ୍ୟରେ ‘ଆନିମଲ୍’ ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ମୁକ୍ତି ପାଇବାକୁ ପ୍ରସ୍ତୁତ କରାଯାଉଛି | ତାହା ସହ ଜାପାନରେ ମଧ୍ୟ ମୁକ୍ତି ଲାଭ ପାଇବ ବୋଲି ଜଣାପଡିଛି | ଏହାକୁ ନେଇ ବିଶ୍ୱବ୍ୟାପୀ ସିନେମାପ୍ରେମୀମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି |

    ରଣବୀର କପୁର ନିଜେ ମଧ୍ୟ ‘ଆନିମଲ୍ ପାର୍କ’କୁ ନେଇ ସେ ବହୁତ ଖୁସି ବୋଲି କହିଛନ୍ତି | ଖଳନାୟକ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ବେଶ୍ ପ୍ରେରଣାଦାୟକ | ସେ କହିଛନ୍ତି, ଏହି ଚରିତ୍ରରେ ପୁଣି ସେଟକୁ ଫେରିବା ପାଇଁ ମୁଁ ଅପେକ୍ଷା କରିପାରୁ ନାହିଁ | ଏହି ଫିଲ୍ମରେ ରଶ୍ମିକା ମାଣ୍ଡାନ୍ନା, ଅନିଲ କପୁର, ବବି ଦେଓଲ ଓ ତୃପ୍ତି ଡିମରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ | ସନ୍ଦୀପ ରେଡ୍ଡୀ ଭାଙ୍ଗା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ‘ଆନିମଲ୍ ପାର୍କ’ରେ ଆହୁରି ଅନେକ ନୂଆ ଏବଂ ଆକର୍ଷଣୀୟ ଚରିତ୍ର ଦେଖିବାକୁ ମିଳିପାରେ |

    ଅନ୍ୟପଟେ, ରଣବୀର କପୁରଙ୍କ ଆଗାମୀ ଫିଲ୍ମଗୁଡ଼ିକ ମଧ୍ୟରେ ‘ରାମାୟଣ’ ଓ ‘ଲଭ୍ ଆଣ୍ଡ୍ ୱାର୍’ ରହିଛି | ଗଲତି ସେ ମିଷ୍ଟେକ୍ ଓ ଚନ୍ନା ମେରେୟା ପରି ଗୀତରେ ତାଙ୍କ ଅଭିନୟ ଓ ଡ୍ୟାନ୍ସ ଯେପରି ଦର୍ଶକଙ୍କୁ ଆକର୍ଷିତ କରିଥିଲା, ସେହିପରି ‘ଆନିମଲ୍ ପାର୍କ’ରେ ତାଙ୍କ ନୂଆ ଲୁକ୍ ଓ ବୋଲ୍ଡ ଅନ୍ଦାଜକୁ ନେଇ ପ୍ରଶଂସକମାନେ ଏବେଠୁ ଅନେଇ ବସିଛନ୍ତି |

  • ୧୯ ବର୍ଷରୁ କମ୍ ବିଶ୍ବକପ, ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ଭାରତ

    ୧୯ ବର୍ଷରୁ କମ୍ ବିଶ୍ବକପ, ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ଭାରତ

    ୧୯ ବର୍ଷରୁ କମ୍ ବିଶ୍ବକପରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଅବିରତ ଭାବରେ ଜାରି ରହିଛି। ହରାରେ ଗ୍ରାଉଣ୍ଡରେ ଆୟୋଜିତ ରୋମାଞ୍ଚକ ସେମିଫାଇନାଲ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାଜିତ କରି, ଲଗାତାର ଷଷ୍ଠଥର ଏବଂ ମୋଟ ଦଶମଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି।ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୦ ରନ୍‌ର ଦୃଢ଼ ସ୍କୋର ଖଡ଼ିଆଇଥିଲା। କିନ୍ତୁ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନମାନେ ଏହି ବଡ଼ ଲକ୍ଷ୍ୟକୁ ଅଶ୍ଚର୍ଯ୍ୟଜନକ ଭାବରେ ଖେଳି ମାତ୍ର ୪୧.୧ ଓଭରରେ ୩୧୧ ରନ୍ କରି ମ୍ୟାଚ୍ ଜିତିନେଲେ।

    ଭାରତଙ୍କ ବିଜୟର ନାୟକ ହେଲେ ଆରୋନ୍ ଜର୍ଜ, ଯିଏ ଅଦ୍ଭୁତ ଶତକ ପ୍ରଦାନ କଲେ। ସେଙ୍କ ସାଙ୍ଗକୁ ବୈଭବ ସୂର୍ଯ୍ୟବଂଶୀ ଦମଦାର ବିସ୍ଫୋରକ ଇନିଂସ୍ ଖେଳି ଟିମକୁ ଝଟପଟ ନିଜ ଲକ୍ଷ୍ୟତିରେ ପହଞ୍ଚାଇଦେଲେ। ଏବେ ସମାଗ୍ର ବିଶ୍ୱର ଦୃଷ୍ଟି ରହିଛି ଆଜି ହେବାକୁ ଯାଉଥିବା ଫାଇନାଲ‌ ଉପରେ, ଯେଉଁଠାରେ ଭାରତ ଇଂଲଣ୍ଡ ସହ ଶୀର୍ଷ ସ୍ଥାନ ପାଇଁ ଟକ୍କର ଦେବ। ଯୁବ ଟିମ୍ ଇଣ୍ଡିଆର ବର୍ତ୍ତମାନର ଫର୍ମ୍ ଦେଖି ଭାରତୀୟ ଦର୍ଶକମାନେ ଆପଣାପେ ବିଜୟ ଆଶା କରୁଛନ୍ତି।

  • T20 ବିଶ୍ୱକପ୍ ଆଗରୁ ଧୋନୀଙ୍କ ବଡ଼ କଥା, ଭାରତ ଫେଭରିଟ୍, କିନ୍ତୁ ଫର୍ମାଟ୍ ପୁରା ଅନିଶ୍ଚିତ

    T20 ବିଶ୍ୱକପ୍ ଆଗରୁ ଧୋନୀଙ୍କ ବଡ଼ କଥା, ଭାରତ ଫେଭରିଟ୍, କିନ୍ତୁ ଫର୍ମାଟ୍ ପୁରା ଅନିଶ୍ଚିତ

    ଆସନ୍ତା ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍‌ |ଏହି ମ୍ୟାଚକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ଏହି ପ୍ରତିଯୋଗିତାର ସବୁଠାରୁ ପ୍ରଭାବଶାଳୀ ଦଳ ବୋଲି କହିଛନ୍ତି | ତାହା ସହ ସେ ଟ୍ବେଣ୍ଟି-୨୦ କ୍ରିକେଟର ଅନିଶ୍ଚିତତା ବିଷୟରେ ମଧ୍ୟ ସତର୍କ କରାଇଛନ୍ତି |

    ଧୋନୀ କହିଛନ୍ତି ବର୍ତ୍ତମାନର ଭାରତୀୟ ଦଳରେ ଅଭିଜ୍ଞ ଖେଳାଳି ସହ ଚାପ ସମ୍ଭାଳିବାର ଯୋଗ୍ୟତା ମଧ୍ୟ ରହିଛି | ପ୍ରତ୍ୟେକ ଖେଳାଳି ନିଜ ଭୂମିକାରେ ପରିପୂର୍ଣ୍ଣ କିନ୍ତୁ ଟ୍ବେଣ୍ଟି-୨୦ର ନିୟମ ଅନୁସାରେ ଦିନେ ଦିନେ ପରିସ୍ଥିତି ବଦଳିଯାଇପାରେ କୌଣସି ଅଭିଜ୍ଞ ଖେଳାଳି ନିଜ ଭାରସାମ୍ୟ ହାରିପାରନ୍ତି, ତେବେ ବିପକ୍ଷର ଛୋଟ ଖେଳାଳି ମଧ୍ୟ ମ୍ୟାଚ ବଦଳେଇପାରନ୍ତି | ସେ କହିଛନ୍ତି ଆହତ ହେବାର ସମ୍ଭାବନା ଏହି ଫର୍ମାଟ୍‌ରେ ବେଶି, ତେଣୁ ଭାଗ୍ୟ, ସମୟ ଓ ଟସ୍ ମ୍ୟାଚରେ ବଡ଼ ପ୍ରଭାବ ପକାଏ | ପିଚ୍ ଓ କାକର ମଧ୍ୟ ଟ୍ବେଣ୍ଟି-୨୦ରେ ରୁଟ୍‌ ଧାରାକୁ ନିର୍ଣ୍ଣୟ କରିଥାଏ ବୋଲି ସେ କହିଛନ୍ତି |

    ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ, ଯୁକ୍ତରାଷ୍ଟ୍ର ଆମେରିକାଙ୍କୁ ଭେଟିବ | ଫେବ୍ରୁଆରୀ ୧୫ରେ ଭାରତ ଓ ପାକିସ୍ତାନ ମୁକାବିଲା ଶ୍ରୀଲଙ୍କାର କଲମ୍ବୋରେ ନିର୍ଦ୍ଧାରିତ ହେଲେ ମଧ୍ୟ, ପାକିସ୍ତାନଙ୍କ ବର୍ଜନ ଧମକ ଯୋଗୁଁ ଏହି ମ୍ୟାଚକୁ ନେଇ ଅନେକ ପ୍ରଶ୍ନ ଉଠୁଛି |

  • କ୍ୟାନ୍ସର ବିରୋଧରେ ଏକଜୁଟ ହେବ ଦେଶ, ବିଶ୍ୱ କର୍କଟ ଦିବସ ପାଳନ

    କ୍ୟାନ୍ସର ବିରୋଧରେ ଏକଜୁଟ ହେବ ଦେଶ, ବିଶ୍ୱ କର୍କଟ ଦିବସ ପାଳନ

    ଦେଶ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରୁଛି | କର୍କଟ ବିଷୟରେ ସଚେତନତା, ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସମୟୋପଯୁକ୍ତ ଚିକିତ୍ସା ପ୍ରଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ | ଚଳିତ ବର୍ଷର ଥିମ୍ United by Unique, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍କଟ ସହ ଲଢ଼େଇର ଅଲଗା ଯାତ୍ରାକୁ ଉଦ୍ଭାସିତ କରେ |

    ଭାରତରେ କ୍ୟାନ୍ସରର ସ୍ଥିତି ଦିନକୁ ଦିନ ଚିନ୍ତା ବଡୁଛି | ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିବାର ଆଶଙ୍କା କରାଯାଉଛି | ମାତ୍ର ୨୯% ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହେଉଥିବାରୁ ଚିକିତ୍ସା ଜଟିଳ ହେଉଛି | ତମାଖୁ ସେବନ ୩୩% କର୍କଟର ପ୍ରମୁଖ କାରଣ ବୋଲି ଅଭିଯୋଗ, ସହ ପ୍ରଦୂଷଣ, ମେଦବହୁଳତା ଓ ଅସୁସ୍ଥ ଜୀବନଶୈଳୀ ମଧ୍ୟ ମୂଳ କାରକ |

    ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭାଇକାଲ୍ କ୍ୟାନ୍ସର, ପୁରୁଷମାନଙ୍କ ମଧ୍ୟରେ ମୁଖ ଓ ଫୁସଫୁସ କ୍ୟାନ୍ସର ଅଧିକ ଦେଖାଯାଉଛି | ବିଶେଷଜ୍ଞମାନେ କହିବା ଅନୁସାରେ ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ, ସୁସ୍ଥ ଖାଦ୍ୟ, ବ୍ୟାୟାମ ଓ ନିୟମିତ ସ୍ୱାସ୍ଥ୍ୟ ସ୍କ୍ରିନିଂ ହେଉଛି ପ୍ରତିରୋଧର ମୁଖ୍ୟ ଉପାୟ |

  • ଭାରତ ଓ ଆମେରିକା ବାଣିଜ୍ୟ ସମ୍ପର୍କରେ ନୂଆ ମୋଡ , ଟାରିଫ୍ କମିବା ସହିତ ଜୟଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

    ଭାରତ ଓ ଆମେରିକା ବାଣିଜ୍ୟ ସମ୍ପର୍କରେ ନୂଆ ମୋଡ , ଟାରିଫ୍ କମିବା ସହିତ ଜୟଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

    ୱାଶିଂଟନ୍‌: ଭାରତ ଓ ଆମେରିକା ବାଣିଜ୍ୟ ସମ୍ପର୍କ ନୂଆ ମୋଡ଼୍‌ରେ ପ୍ରବେଶ କରୁଥିବା ସମୟରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ତିନିଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି | ଟାରିଫ୍ ହ୍ରାସ ଘୋଷଣା ପରେ ହୋଇଥିବା ଏହି ଗସ୍ତକୁ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କେ ପ୍ରମୁଖ ମାଇଲଷ୍ଟନ ବୋଲି ମନେ କରାଯାଉଛି |

    ମଙ୍ଗଳବାର ଜୟଶଙ୍କର ୱାଶିଂଟନରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କ ରୁବିଓ ସହିତ ସାକ୍ଷାତ୍ କରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି | ସେହିପରି, ଟ୍ରେଜେରୀ ସଚିବ ସ୍କାଟ ବେସେଣ୍ଟ ସହିତ ମଧ୍ୟ ଉଚ୍ଚସ୍ତରୀୟ ବୈଠକ ହୋଇଛି | ଏହି ବୈଠକଗୁଡିକରେ ବାଣିଜ୍ୟ ଚୁକ୍ତି , ଶକ୍ତି ଓ ପରମାଣୁ ସହଯୋଗ , ପ୍ରତିରକ୍ଷା ସମ୍ପର୍କ ଓ କ୍ରିଟିକାଲ୍ ମିନେରାଲ୍ସ ଉପରେ କେନ୍ଦ୍ରିତ ଆଲୋଚନା ହୋଇଛି | ଦୁଇଦିନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ୍ କଲ୍ ପରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫% ଶୁଳ୍କକୁ କମାଇ ୧୮% କରିଛି | Made in India ଉତ୍ପାଦଗୁଡିକୁ ବିଚାର କରି ହୋଇଥିବା ଏହି ନୂଆ ନୀତିକୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି | ୨୦୨୫ରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଥିଲା | ଏହା ଇସ୍ପାତ, ଆଲୁମିନିୟମ୍ ଓ ଅନ୍ୟାନ୍ୟ ରପ୍ତାନିକୁ ଗୁରୁତର ପ୍ରଭାବ ପକାଇଥିଲା |କିନ୍ତୁ ଜୟଶଙ୍କର ଦୀର୍ଘମିଆଦୀ ଡିପ୍ଲୋମାଟିକ୍ ଚେଷ୍ଟା, ବହୁସ୍ତରୀୟ ବୈଠକ, ଏବଂ ୟୁରୋପିୟ ସଂଘ ସହିତ ଏଫ୍‌ଟିଏ ପର୍ଯ୍ୟନ୍ତ ଚାଳ ଟ୍ରମ୍ପ ସରକାର ଉପରେ ଚାପ ସୃଷ୍ଟି କରିଥିଲା|

  • ପୁଣି ଖସିଲା ସୁନା ଓ ରୁପା ଦର,

    ପୁଣି ଖସିଲା ସୁନା ଓ ରୁପା ଦର,

    ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇବାର ଖବର ଆସୁଛି | ଆଜି ମଧ୍ୟ ସୁନା ଓ ରୁପା ଦରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖା ଦେଇଛି |

    ୨୪ କ୍ୟାରେଟ୍ ସୁନା ଦର ୧୪୨୦ ଟଙ୍କା ହ୍ରାସ ପାଇଛି | ଏହି ଅନୁସାରେ, ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧,୫୧,୭୫୦ ଟଙ୍କା ହୋଇଛି | ସେହିପରି, ୨୨ କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି ଏବଂ ୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ୧,୩୯,୧୦୦ ଟଙ୍କା ରହିଛି | ଏଥିପରି ୧୮ କ୍ୟାରେଟ୍ ସୁନା ୧,୦୭୦ ଟଙ୍କା କମି ୧,୧୩,୮୧୦ ଟଙ୍କା ହୋଇଛି | ଏହି ସମୟରେ ରୁପା କେଜି ମଧ୍ୟ ୨୦,୦୦୦ ଟଙ୍କା କମି ଏବଂ ଏହାର ମୂଲ୍ୟ ୨,୮୦,୦୦୦ ଟଙ୍କା ହୋଇଛି | ବଜାର ମାନିତାନୁସାରେ ସୁନା ଓ ରୁପାର ମୂଲ୍ୟ ହ୍ରାସ ଲାଗାତାର ଚାଲୁଥିବା ଏହି ପ୍ରବୃତ୍ତିକୁ ଧ୍ୟାନରେ ରଖି, ବ୍ୟାପାରୀ ଓ ଗ୍ରାହକମାନେ ସତର୍କ ହେବା ଆବଶ୍ୟକ।

  • ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ମା’ ବିରଜାଙ୍କ ଦର୍ଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭୁବନେଶ୍ୱରରୁ ବିଶେଷ ବିମାନରେ ଯାଜପୁର ଆସି ପହଞ୍ଚିବା ପରେ ସେ ମା’ ବିରଜାଙ୍କୁ ଦର୍ଶନ କରି ନାଭିଗୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କରିଛନ୍ତି | ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ |

    ମା’ ବିରଜାଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପିଣ୍ଡଦାନ ନୀତି ସଂପାଦନ ପାଇଁ ୧୬ ଜଣ ବ୍ରାହ୍ମଣ ଏବଂ ୩୨ ଜଣ ସେବାୟତ ବିଶେଷ ଭାବେ ନିୟୋଜିତ ହୋଇଛନ୍ତି | ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କୁ ବିଶେଷ ବେଶରେ ସଜାଯାଇଛି | କୁସୁମାଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଭଲ ଭାବରେ ସଜାଯାଇଥିଲା | ତାହା ସହ ସାଂସ୍କୃତିକ ଦଳ, ଲୋକନୃତ୍ୟ, କୀର୍ତ୍ତନ ଓ ଆଧ୍ୟାତ୍ମିକ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଛି | ନାଭିଗୟାକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପରିଷ୍କାର କରାଯାଇ ସୁନ୍ଦର ଭାବେ ସାଜସାଜି କରାଯିବ ସହ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି | ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୩ ଜଣ SP, ୩୦ ଜଣ ଇନ୍ସପେକ୍ଟର ସବ୍‌ଇନ୍ସପେକ୍ଟର ନିଯୁକ୍ତ କରିବା ସହ କେତେକ ସ୍ଥାନରେ କମଣ୍ଡ ରାଙ୍କ୍ ଅଫିସର ମୁତୟନ କରାଯାଇଛି | ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ଫୁଲ, ପ୍ରଦୀପ ଓ ବିଭିନ୍ନ ସଜାଣିରେ ଆକର୍ଷଣୀୟ ଭାବେ ସଜାଯାଇଛି |

    ମହାମହିମ ଯାଜପୁର କାର୍ଯ୍ୟକ୍ରମ ସାରିବା ପରେ ବାଲେଶ୍ୱର ଯିବେ |ବିରଜା ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲେଶ୍ୱରର ଫକୀରମୋହନ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ | ସେଠାରୁ ଅପରାହ୍ଣ ପ୍ରାୟ ୩.୫୦ରେ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତିଙ୍କ ଏହି ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ କରିବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି ହୋଇଥିବା ଦେଖାଗଲା।