Category: ବିଶେଷ

  • ଆଇ-ପ୍ୟାକ୍ ରେଡ୍ ପରେ ପଶ୍ଚିମବଙ୍ଗରେ ରାଜନୀତିକ ଝଡ଼

    ଆଇ-ପ୍ୟାକ୍ ରେଡ୍ ପରେ ପଶ୍ଚିମବଙ୍ଗରେ ରାଜନୀତିକ ଝଡ଼

    ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି ପଶ୍ଚିମବଙ୍ଗର ରାଜନୈତିକ ହାଇଡ୍ରାମା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉକୁ ବିରୋଧ କରି ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ବିକ୍ଷୋଭ କରିଛନ୍ତି। ବିକ୍ଷୋଭ ସମୟରେ ଦିଲ୍ଲୀ ପୁଲିସ ଓ ଟିଏମସି ସାଂସଦମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଧସ୍ତାଧସ୍ତି ଘଟିଥିଲା। ଏହି ଘଟଣାରେ ୮ ଜଣ ଟିଏମସି ସାଂସଦଙ୍କୁ ପୁଲିସ ଅଟକ କରି ଉଠାଇ ନେଇଥିବା ଜଣାପଡ଼ିଛି।

    ଏହି ବିକ୍ଷୋଭର ପୃଷ୍ଠଭୂମିରେ ରହିଛି କୋଇଲା ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ତଦନ୍ତ। ଗତକାଲି ଇଡି ପଶ୍ଚିମବଙ୍ଗ ସମେତ ଦେଶର ୧୫ଟି ସ୍ଥାନରେ ଚଢ଼ଉ କରିଥିଲା। କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଆଇ-ପ୍ୟାକ୍‌’ର ସଲ୍ଟଲେକ୍ ସେକ୍ଟର-୫ ସ୍ଥିତ କାର୍ଯ୍ୟାଳୟ ଓ ସଂସ୍ଥାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ପ୍ରତୀକ ଜୈନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତି ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବେ ପରିଚିତ।

    ଚଢ଼ଉ ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଇ-ପ୍ୟାକ୍‌ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଇଡି ଜବତ କରିଥିବା କିଛି ଫାଇଲ ଓ ଇଲେକ୍ଟ୍ରୋନିକ ଉପକରଣ ଛଡ଼ାଇ ନେଇଥିବା ଅଭିଯୋଗ ଇଡି ପକ୍ଷରୁ କରାଯାଇଛି। ମମତାଙ୍କ ସହ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବାରୁ ଇଡି ଟିମ୍ ଏକ ପ୍ରକାର ଉପାୟଶୂନ୍ୟ ହୋଇପଡ଼ିଥିବା କୁହାଯାଉଛି।

    ଏହି ଘଟଣାକୁ ନେଇ ଇଡି କଲକାତା ହାଇକୋର୍ଟରେ ପିଟିସନ ଦାୟର କରି ମମତା ବାନାର୍ଜୀ ସାମ୍ବିଧାନିକ ପଦର ଦୁରୁପଯୋଗ କରି ତଦନ୍ତକାରୀ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଇଡି ଚଢ଼ଉ ତୃଣମୂଳ କଂଗ୍ରେସର ନିର୍ବାଚନୀ ରଣନୀତି, ପ୍ରାର୍ଥୀ ତାଲିକା ଓ ଗୋପନୀୟ ଦସ୍ତାବିଜ ହାତେ ପାଇବା ପାଇଁ ଉଦ୍ଦିଷ୍ଟ। ସେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହାର ପଛରେ ଥିବା ଅଭିଯୋଗ କରିଛନ୍ତି।

    ବିଜେପି ପକ୍ଷରୁ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ପୁରୁଣା ଇତିହାସ ମମତା ବାନାର୍ଜୀଙ୍କର ରହିଛି। ଅପରପକ୍ଷରେ ଇଡି ସ୍ପଷ୍ଟ କରିଛି ଯେ ଏହି ଚଢ଼ଉ ନିର୍ବାଚନ ସହ ସମ୍ପର୍କିତ ନୁହେଁ, ବରଂ କୋଇଲା ଦୁର୍ନୀତିରୁ ଆସିଥିବା ଅପରାଧର ଆୟ ମନିଲଣ୍ଡରିଂ ତଦନ୍ତର ଏକ ଅଂଶ। ଏଜେନ୍ସି କହିଛି ଯେ ୨୦୨୨ ଗୋଆ ନିର୍ବାଚନ ପାଇଁ ଏହି ଟଙ୍କା ‘ଆଇ-ପ୍ୟାକ୍‌’ ମାଧ୍ୟମରେ ପଠାଯାଇଥିବା ସନ୍ଦେହ ରହିଛି ଏବଂ ତଦନ୍ତ ଜାରି ରହିଛି।

  • ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ସିଂହାସନ ଆରୋହଣ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

    ପୁରୀ ଗଜପତିଙ୍କ ଶ୍ରୀନଅରରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ପୁଷ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରି ରାଜାଭିଷେକରେ ଅଭିଷିକ୍ତ ହେବେ। ଶ୍ରୀନଅରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଜପତିଙ୍କୁ ଅଭିମନ୍ତ୍ରିତ କରାଯାଇ ରାଜ୍ୟର ମଙ୍ଗଳ ଓ ସମୃଦ୍ଧି ପାଇଁ କାମନା କରାଯିବ।

    ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ଆଜି ଶ୍ରୀନଅରରେ ଗଜପତିଙ୍କର ରାଜାଭିଷେକ ଉତ୍ସବ ପାଳିତ ହେବ। ଏହି ଉତ୍ସବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପ୍ରଚଳିତ ରହିଛି।

    ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ବେଦମନ୍ତ୍ର ଉଚ୍ଚାରଣ ସହ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଧାର୍ମିକ ଶୃଙ୍ଖଳା, ପାରମ୍ପରିକ ବିଧି ଓ ଆସ୍ଥାର ମେଳାପରେ ଏହି ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅତ୍ୟନ୍ତ ଭବ୍ୟତାର ସହିତ ପାଳିତ ହେବ।

  • ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, CRRI ଥାନା IIC ବିଜୟ କୁମାର ବାରିକ ଗିରଫ

    ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, CRRI ଥାନା IIC ବିଜୟ କୁମାର ବାରିକ ଗିରଫ

    ଲାଞ୍ଚ ମାମଲାରେ କଟକ CRRI ଥାନାର ଥାନା ଅଧିକାରୀ IIC ବିଜୟ କୁମାର ବାରିକଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ ବିଭାଗ। ଭୁବନେଶ୍ୱର ରାଜମହଲ ଛକ ନିକଟରୁ ଭିଜିଲାନ୍ସ ଟିମ୍ ବିଜୟଙ୍କୁ ହାତେନାହାତେ ଧରିଥିବା ସୂଚନା ମିଳିଛି।

    ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବିଜୟ କୁମାର ବାରିକଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଅଭିଯୋଗକାରୀଙ୍କ ସୂଚନା ଆଧାରରେ ପୂର୍ବରୁ ଯୋଜନା କରାଯାଇଥିବା ଟ୍ରାପ୍‌ରେ ଏହି ଗିରଫ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଛି।

    ଗିରଫ ପରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ବିଜୟଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଥିଲା। ତଲାଶି ସମୟରେ ସେଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।

    ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପଚରାଉଚରା ଓ ତଦନ୍ତ କରାଯିବ। ଘଟଣାକୁ ନେଇ ପୋଲିସ ମହଳରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି।

  • ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    ଓଡିଶା ଗାଁ ଉପରେ ଆନ୍ଧ୍ର ପ୍ରଭାବ ବଢ଼ୁଛି

    କୋଟିଆ ବିବାଦ ପରେ ଏବେ ଆନ୍ଧ୍ରପ୍ରଦେଶର ନଜର ଓଡିଶା–ଆନ୍ଧ୍ର ସୀମାନ୍ତର ଆଉ ଏକ ସଂବେଦନଶୀଳ ଅଞ୍ଚଳ ଉପରେ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ସୀମାନ୍ତର ଗାଁଗୁଡିକୁ ଧୀରେଧୀରେ ନିଜ କବଜାକୁ ନେଉଥିବା ଅଭିଯୋଗ ଆସିଛି। ପ୍ରଥମେ ଜୁମଡାଙ୍ଗ ଗ୍ରାମ ପରେ ଏବେ ଓଡିଶାର ଦୋରାଗୁଡା ଗାଁ ଆନ୍ଧ୍ର ପ୍ରଭାବରେ ଆସିଥିବା ଚିତ୍ର ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ଦୋରାଗୁଡା ଗାଁକୁ ଓଡିଶା ପଟୁ ସିଧାସଳଖ ରାସ୍ତା ସଂଯୋଗ ନଥିବା ସୁଯୋଗକୁ ନେଇ ଆନ୍ଧ୍ର ସରକାର ଗାଁଟି ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛି। ଏହା ସହ ଅସ୍ଥାୟୀ ସ୍କୁଲ ଖୋଲି ଓଡିଆ ପିଲାମାନଙ୍କୁ ତେଲୁଗୁ ଭାଷାରେ ପାଠ ପଢ଼ାଯାଉଛି। ଧୀରେଧୀରେ ଓଡିଶାର ଛାତ୍ରଛାତ୍ରୀଙ୍କ ମାତୃଭାଷା ଓଡିଆ ପରିବର୍ତ୍ତେ ତେଲୁଗୁ ହେଉଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

    କେବଳ ଶିକ୍ଷା ନୁହେଁ, ଆନ୍ଧ୍ର ସରକାର ପକ୍ଷରୁ ଗାଁଗୁଡିକୁ ମାଗଣା ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସଂଯୋଗ ନଥିବା ସ୍ଥାନରେ ସୋଲାର ଲାଇଟ ଲଗାଇ ସମଗ୍ର ଗାଁକୁ ଆଲୋକିତ କରାଯାଉଛି। ପିଡିଏସ ଚାଉଳ, ଆବାସ ଯୋଜନାରେ ଅର୍ଥ ସହାୟତା ସହିତ ଚିକିତ୍ସାଳୟ ଓ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି, ତାହା ମଧ୍ୟ ଓଡିଶାର ପଟ୍ଟା ଜମି ଉପରେ।

    ପୂର୍ବରୁ ଓଡିଶାର ଭୋଟର କାର୍ଡ ଓ ଆଧାର କାର୍ଡ ଥିବା ଅନେକ ଲୋକଙ୍କ ନାମ ଏବେ ଆନ୍ଧ୍ରପ୍ରଦେଶର ଭୋଟର ଓ ଆଧାର ତାଲିକାରେ ଯୋଡ଼ାଯାଇଛି। ଓଡିଶା ପକ୍ଷରୁ ରାସ୍ତା, ବିଦ୍ୟୁତ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନ ପହଞ୍ଚିବାରୁ ଆନ୍ଧ୍ରର ସୁବିଧାକୁ ଆକୃଷ୍ଟ ହୋଇ ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବା ଦେଖାଯାଉଛି ।

    ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକାଶ କରିଛି। ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ତହସିଲ ଓ ବ୍ଲକ ସ୍ତରର କର୍ମଚାରୀଙ୍କୁ ସମ୍ପୃକ୍ତ ଗାଁଗୁଡିକୁ ପଠାଯାଇ ସ୍ଥିତିର ସଂପୂର୍ଣ୍ଣ ଅନୁଧ୍ୟାନ କରାଯିବ। ଓଡିଶା ସରକାରଙ୍କ ତରଫରୁ ସହାୟତା ଅପହଞ୍ଚ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

  • ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ଶେଷ ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା, ଗୋପପୁରେ ବିୟୋଗର ମୁହୂର୍ତ୍ତ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଧନୁଯାତ୍ରାର ନବମ ରଜନୀ ଉତ୍ସାହ ଓ ଭାବନାରେ ପୂର୍ଣ୍ଣ ହୋଇଥିଲା। ମାମୁ କଂସଙ୍କ ନିମନ୍ତ୍ରଣ ପାଇ ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଗମନ କରିବା ବେଳେ ଗୋପପୁରର ପରିବେଶ ସ୍ତବ୍ଧ ହୋଇଯାଇଥିଲା। ବେନି ଭାଇଙ୍କୁ ବିଦାୟ ଦେବା ସମୟରେ ଗୋପଗୋପୀଙ୍କ ଆଖିରେ ଅଶ୍ରୁ ଓ ମନରେ ବିୟୋଗର ବେଦନା ସ୍ପଷ୍ଟ ଭାବେ ଦେଖାଯାଇଥିଲା। ସେହି ସମୟରେ ରାଜଦରବାରରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ କଂସଙ୍କ ଷଡ଼ଯନ୍ତ୍ର ମଞ୍ଚସ୍ଥ ହୋଇଥିଲା, ଯାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

    ଆଜି ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ। ଏହି ରଜନୀରେ ଶ୍ରୀକୃଷ୍ଣ ଓ ବଳରାମ ମଥୁରାରେ ବୁଲାବୁଲି କରିବା ସହ କୁବଜଙ୍କୁ ଉଦ୍ଧାର କରିବେ। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆସନ୍ତାକାଲି ଧନୁଯାତ୍ରାର ଅନ୍ତିମ ରଜନୀ ହେବ ଏବଂ ଶନିବାର କଂସବଧ ଅନୁଷ୍ଠିତ ହୋଇ ମହୋତ୍ସବର ସମାପ୍ତି ଘଟିବ। ଗତ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଧନୁଯାତ୍ରାରେ ଯୋଗ ଦେଇଥିଲେ।

    ସୂଚନାଯୋଗ୍ୟ ଯେ, ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲୁଛି ଏବଂ ୨୦୨୬ ଜାନୁଆରୀ ୩ ତାରିଖରେ ସମାପ୍ତ ହେବ। ଏଥର ଧନୁଯାତ୍ରାରେ କଂସ ସମେତ ସମସ୍ତ ପ୍ରମୁଖ ଚରିତ୍ର ପାଇଁ ପୂର୍ବରୁ କଳାକାର ଚୟନ କରାଯାଇଥିଲା।

    ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର କଂସ ଅଭିନେତା ଭାବେ ମନୋନୀତ ହୋଇଥିବାବେଳେ ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ହେମନ୍ତ ପ୍ରଧାନ ସେନାପତି ଓ ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଏହି ସମସ୍ତ ଘୋଷଣା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କରାଯାଇଥିଲା।

  • ମହାପ୍ରଭୁଙ୍କ ରାତି ଅନିଦ୍ରା ଉପରେ ପ୍ରଶ୍ନ, ଶ୍ରୀମନ୍ଦିର ଖୋଲାକୁ ନେଇ ଚିଠି

    ମହାପ୍ରଭୁଙ୍କ ରାତି ଅନିଦ୍ରା ଉପରେ ପ୍ରଶ୍ନ, ଶ୍ରୀମନ୍ଦିର ଖୋଲାକୁ ନେଇ ଚିଠି

    ଇଂରାଜୀ ନବବର୍ଷକୁ ନେଇ ଶ୍ରୀମନ୍ଦିର ଖୋଲା ରହିବା ପ୍ରଥା ଉପରେ ପୁଣିଥରେ ବିବାଦ ଆରମ୍ଭ ହୋଇଛି। ଜାନୁଆରି ୧ ରାତିରେ ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଖୋଲି ଦର୍ଶନ ବ୍ୟବସ୍ଥା କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ, ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ପ୍ରଥାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

    ଚିଠିରେ ପଣ୍ଡିତ ମହେଶ ସାହୁ ସ୍ପଷ୍ଟ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ସନାତନ ହିନ୍ଦୁମାନଙ୍କର ଆସ୍ଥା ଓ ଆରାଧ୍ୟ ଦେବତା। ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି, ପୂଜାପାଠ ଓ ପରମ୍ପରା ସନାତନ ଧର୍ମଶାସ୍ତ୍ର ଅନୁଯାୟୀ ଚାଲିଆସୁଛି। ଜାନୁଆରି ୧ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନବବର୍ଷ ହେଲେ ମଧ୍ୟ, ଏହା ସନାତନ ପରମ୍ପରାରେ ନବବର୍ଷ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।

    ଗତ କିଛି ବର୍ଷ ଧରି ଜାନୁଆରି ୧ ରାତିରେ ମଧ୍ୟରାତ୍ରିରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବା ଏକ ନିୟମିତ ପ୍ରଥାରେ ପରିଣତ ହୋଇଯାଇଛି। ଏହା ଫଳରେ ମହାପ୍ରଭୁଙ୍କୁ ରାତି ଅନିଦ୍ରାରେ ରଖାଯାଉଛି, ଯାହା ଧାର୍ମିକ ଓ ପରମ୍ପରାଗତ ଦୃଷ୍ଟିକୋଣରୁ ଅନୁଚିତ ବୋଲି ସେ ଦାବି କରିଛନ୍ତି।

    ଏହି ଚିଠି ପରେ ଶ୍ରୀମନ୍ଦିରରେ ଇଂରାଜୀ ନବବର୍ଷ ରାତିର ଦର୍ଶନ ବ୍ୟବସ୍ଥା ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏବେ ମନ୍ଦିର ପ୍ରଶାସନ ଓ ସରକାର ଏନେଇ କେଉଁ ନିଷ୍ପତ୍ତି ନେବେ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

  • କଂସ ଦରବାରରେ ରୋମାଞ୍ଚକ, ଧନୁଯାତ୍ରାରେ ମଥୁରା–ଗୋପପୁର ଲୀଳା

    କଂସ ଦରବାରରେ ରୋମାଞ୍ଚକ, ଧନୁଯାତ୍ରାରେ ମଥୁରା–ଗୋପପୁର ଲୀଳା

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦ୍ୱିତୀୟ ଦିନ ଧାର୍ମିକ ଓ ନାଟ୍ୟମୟ ଦୃଶ୍ୟରେ ମଥୁରା ଗୋପପୁର ଜୀବନ୍ତ ହୋଇଉଠିଛି। କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, କାରାଗାର ଦ୍ୱାର ଆପେଆପେ ଖୋଲିଯିବା ଓ ବସୁଦେବଙ୍କ ଗୋପପୁର ଯାତ୍ରା, ଏହି ସମସ୍ତ ଦୃଶ୍ୟ ଦର୍ଶକଙ୍କୁ ବେଶ ମନମୁଗ୍ଧ କରିଛି।

    କଂସର ଭୟରେ ଶିଶୁ କୃଷ୍ଣଙ୍କୁ କୋଳରେ ନେଇ ବସୁଦେବ ମଥୁରା କାରାଗାରରୁ ଗୋପପୁର ଦିଗେ ପ୍ରସ୍ଥାନ କରିଥିଲେ। ପଥରେ କଟୁଆଳ ସାଜି ଉଗ୍ରସେନ ବସୁଦେବଙ୍କୁ ଅଟକାଇଥିଲେ ମଧ୍ୟ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ସେ ଆତ୍ମବିଭୋର ହୋଇ ପଥ ଛାଡ଼ିଦେଇଥିଲେ। ଯମୁନା ପାରି ହୋଇ ବସୁଦେବ ନନ୍ଦଭବନରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଶିଶୁକନ୍ୟାକୁ ନେଇ ପୁଣି ମଥୁରା ଫେରିଥିଲେ। ଏହି ନାଟକୀୟ ଦୃଶ୍ୟକୁ ମଥୁରାବାସୀ ଓ ହଜାରହଜାର ଦର୍ଶକ ବେଶ ଉପଭୋଗ କରିଥିଲେ।

    ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖଦୁଃଖ ବୁଝିଥିଲେ। ନୀୟମ ମାନୁନଥିବା ଲୋକମାନଙ୍କୁ ରାଜଦଣ୍ଡ ଦେଇ କଂସ ନିଜର ନ୍ୟାୟବ୍ୟବସ୍ଥା ପ୍ରଦର୍ଶନ କରିଥିଲେ। ଏହା ସହ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଲୋକମଣ୍ଡପ ପଡ଼ିଆରେ ରଂଗମହଲର ଉଦ୍‌ଘାଟନ କରାଯାଇ, ଦର୍ଶକଙ୍କ ମନରଂଜନର ଆରମ୍ଭ ହୋଇଥିଲା।

    ପରେ ରାଜଦରବାରକୁ ଫେରି ମହାରାଜ କଂସ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ସ୍ୱରୂପ ଦୂର୍ମିଳାସୁରକୁ ବଧ କରିଥିଲେ। ଏହି ଦୃଶ୍ୟ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଥିଲା।

    ଧନୁଯାତ୍ରାର ତୃତୀୟ ଦିନରେ ଶ୍ୟାମେଶ୍ଵର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ, ନାରଦଙ୍କ ପରାମର୍ଶରେ କଂସଙ୍କ ଦ୍ୱାରା ପୁତନା ରାକ୍ଷସୀ ସହ ଷଡ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ ଭଳି ଦୃଶ୍ୟ ଆୟୋଜିତ ହେବ। ଏହା ସହ ଗୋପପୁରରେ କୃଷ୍ଣ ଜନ୍ମ, ନନ୍ଦୋତ୍ସବ ଓ ଗୋପପୁର ଯାତ୍ରା ଆରମ୍ଭ ହେବାକୁ ଥିବାରୁ ଧନୁଯାତ୍ରାର ଉତ୍ସାହ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

  • କ’ଣ କଲେ ଅନ୍ତନଳୀ ଉପରେ ପ୍ରଭାବ ପଡିବ ନାହିଁ

    ବ୍ୟସ୍ତବହୁଳ ଜୀବନରେ ଆମେ ପୃଷ୍ଟିକର ଆବଶ୍ୟକତା କୁ ବହୁତ ଅଣଦେଖା କରିଥାଉ। ଏବଂ ଆମର ସ୍ୱାସ୍ଥ୍ୟ ଜୀବନର ବ୍ୟସ୍ତ ଗତିକୁ ପଛରେ ପକାଇଥାଉ । ଏହା ଅନେକ ରୋଗର କାରଣ ହେଇପାରେ । ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ ସେତେବେଳେ ପ୍ରାୟତଃ ଅଣଦେଖା କରାଯାଏ। ଆମେ ପ୍ରାୟତଃ ହାଲୁକା ପେଟ ଯନ୍ତ୍ରଣାକୁ ସାମାନ୍ୟ ବୋଲି ଖାରଜ କରିଥାଉ, କିନ୍ତୁ ଏହାକୁ ଅଣଦେଖା କରିବା ଅନୁଚିତ। ଏହା ପ୍ରକୃତରେ ଖରାପ ଅନ୍ତନଳୀ ସ୍ୱାସ୍ଥ୍ୟର ଏକ ଲକ୍ଷଣ ହୋଇପାରେ, ଯାହା ପରେ ଏକ ଗୁରୁତର ରୋଗରେ ପରିଣତ ହୋଇପାରେ। ଆସନ୍ତୁ ଏହାକୁ ବିସ୍ତୃତ ଭାବରେ ଅନୁସନ୍ଧାନ କରିବା।ଅନ୍ତନଳୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଅପବ୍ୟବହାର ଦୂର କରିବା ପାଇଁ ଦାୟୀ। ଅନ୍ତନଳୀ ସଂକ୍ରମଣର ଅନେକ କାରଣ ଅଛି, ଯେଉଁଥିରେ ମଇଳା ପାଣି ଏବଂ ଦୂଷିତ ଖାଦ୍ୟ ଖାଇବା, ବାରମ୍ବାର ଆଣ୍ଟିବାୟୋଟିକ୍ ବ୍ୟବହାର, ଦୁର୍ବଳ ପାଚନ ପ୍ରଣାଳୀ, ହାତ ନ ଧୋଇ ଖାଇବା, ଜଙ୍କ୍ ଫୁଡ୍ ର ଅତ୍ୟଧିକ ସେବନ ଏବଂ ଚାପ ଅନ୍ତର୍ଭୁକ୍ତ।

    ଅନ୍ତନଳୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଅପବ୍ୟବହାର ଦୂର କରିବା ପାଇଁ ଦାୟୀ। ଅନ୍ତନଳୀ ସଂକ୍ରମଣର ଅନେକ କାରଣ ଅଛି, ଯେଉଁଥିରେ ମଇଳା ପାଣି ଏବଂ ଦୂଷିତ ଖାଦ୍ୟ ଖାଇବା, ବାରମ୍ବାର ଆଣ୍ଟିବାୟୋଟିକ୍ ବ୍ୟବହାର, ଦୁର୍ବଳ ପାଚନ ପ୍ରଣାଳୀ, ହାତ ନ ଧୋଇ ଖାଇବା, ଜଙ୍କ୍ ଫୁଡ୍ ର ଅତ୍ୟଧିକ ସେବନ ଏବଂ ଚାପ ଅନ୍ତର୍ଭୁକ୍ତ। ଆୟୁର୍ବେଦ ଅନ୍ତନଳୀର ଯତ୍ନ ପାଇଁ ଅନେକ ଉପାୟ ପରାମର୍ଶ ଦିଏ। ଏଥିପାଇଁ, ଆପଣ ପ୍ରତିଦିନ ମଧ୍ୟାହ୍ନରେ ବଟରମିଲ୍କ ସେବନ କରିପାରିବେ। ବଟରମିଲ୍କ ଅନ୍ତନଳୀ ପାଇଁ ଏକ ଔଷଧ। ଏହାକୁ ହିଙ୍ଗ୍ ଏବଂ ଜିରା ସହିତ ପିଇବା ଦ୍ୱାରା ଅନ୍ତନଳୀର ଜୀବାଣୁ ନଷ୍ଟ ହୋଇଯାଏ। ଡାଳିମ୍ବ ରସ ପିଇବା ଦ୍ୱାରା ଅନ୍ତନଳୀ ସଠିକ୍ ଭାବରେ କାର୍ଯ୍ୟ କରିବାରେ ମଧ୍ୟ ସାହାଯ୍ୟ କରେ।ସବୁଜ ସାଗ, ତରକାରି, ଫଳ, ଡାଲି, ଚୋକା ଧାନ୍ୟ ଖାଆନ୍ତୁ ।

  • ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ପ୍ରଦୂଷଣ କଲେ ପେଟ୍ରୋଲ୍ ବନ୍ଦ, ନୂଆ ନିୟମ

    ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ଓ ପରିବେଶ ସୁରକ୍ଷାକୁ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଏକ କଡ଼ା ଓ ଚରମ ପଦକ୍ଷେପ ନେଇଛି। ଏହି ନୂଆ ନିୟମ ଅନୁସାରେ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ଅର୍ଥାତ୍ PUCC (Pollution Under Control Certificate) ନଥିବା କୌଣସି ଯାନକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦିଆଯିବ ନାହିଁ। ଏନେଇ STA ପକ୍ଷରୁ ସମସ୍ତ ତୈଳ କମ୍ପାନୀଙ୍କୁ ଆଧିକାରିକ ଭାବେ ଚିଠି ଲେଖାଯାଇଛି।

    STA ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ବିଶେଷକରି ପୁରୁଣା ଓ ନିୟମିତ ରକ୍ଷାବେକ୍ଷଣ ନହୋଇଥିବା ଯାନମାନେ ଅଧିକ ପରିମାଣରେ ଧୂଆଁ ଛାଡ଼ି ପରିବେଶକୁ ଦୂଷିତ କରୁଛନ୍ତି। ଏହାର ପ୍ରଭାବ ସାଧାରଣ ଜନଜୀବନ ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।

    ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି STA ଏଭଳି କଡ଼ା ନିଷ୍ପତ୍ତି ନେଇଥିବା କହିଛି। ଆଗାମୀ ଦିନରେ ପେଟ୍ରୋଲ୍ ପମ୍ପରେ ଯାନ ମାଲିକଙ୍କୁ PUCC ପ୍ରମାଣପତ୍ର ଦେଖାଇବାକୁ ପଡ଼ିପାରେ। ଯଦି ପ୍ରମାଣପତ୍ର ବୈଧ ନଥାଏ, ତେବେ ତେଲ ଦିଆଯିବ ନାହିଁ।

    ଏହାସହ ସମସ୍ତ ଟୋଲଗେଟରେ ଥିବା ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ PUCC ଯାଞ୍ଚକୁ ସାମିଲ କରାଯାଇଛି। ମୋଟର ଯାନ ଆଇନ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନମାନଙ୍କ ବିରୋଧରେ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

    ରାଜ୍ୟ ସରକାର ଆଶା କରୁଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତାରେ ସୁଧାର ଆସିବ ଏବଂ ପରିବହନ କ୍ଷେତ୍ରରୁ ହେଉଥିବା ପ୍ରଦୂଷଣ ଅନେକ କମିବ। STA ପକ୍ଷରୁ ଯାନ ମାଲିକମାନଙ୍କୁ ସମୟ ସମୟରେ ନିଜ PUCC ନବୀକରଣ କରି ନିୟମ ମାନିବାକୁ ଅନୁରୋଧ କରାଯାଇଛି।

  • କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    ପଞ୍ଜାବ ରାଜନୀତିକୁ ହଇଚଇ ସୃଷ୍ଟି କରୁଛି କ୍ୟାପଟେନ ଅମରିନ୍ଦର ସିଂହଙ୍କ ବୟାନ । ସେ ବିଜେପିର କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି କଂଗ୍ରେସ, ଆମ ଆଦମୀ ପାର୍ଟି, ଅକାଳୀ ଦଳ ଏବଂ ସିଦ୍ଧୁ ପରିବାର ପର୍ଯ୍ୟନ୍ତ ସବୁକିଛି ଉପରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି। ବିଜେପିରେ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ ବୋଲି ସେ କହିଚନ୍ତି । ଏବଂ ତାଙ୍କ ସହିତ କୌଣସି ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସକୁ ଫେରିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି।

    ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା କ୍ୟାପଟେନ ଅମରିନ୍ଦର ସିଂହ ନିଜ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଭିତରେ ନିଷ୍ପତ୍ତି ଦିଲ୍ଲୀରେ ନିଆଯାଇଥାଏ ବୋଲି ସେ କହିଛନ୍ତି ଏବଂ ସେ କୌଣସି ନିଷ୍ପତ୍ତିରେ ସାମିଲ ହୁଅନ୍ତି ନାହିଁ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସରେ ପୁନର୍ବାର ଯୋଗଦେବାର କୌଣସି ପ୍ରକାରେ ବି ପ୍ରଶ୍ନ ଉଠୁନାହିଁ। ସିଂହ କହିଛନ୍ତି ଯେ ପଞ୍ଜାବରେ ସ୍ଥିରତା ପାଇଁ ବିଜେପି-ଆକାଲି ମେଣ୍ଟ ଜରୁରୀ।