Category: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

  • ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଇସ୍ରୋର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି,ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା।

    ଶ୍ରୀହରିକୋଟାରେ ରକେଟ୍‌ ଉତ୍‌କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍‌ଡାଉନ୍‌’ ବା ‘ଓଲଟ ଗଣନା’ କରୁଥିବା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ବୈଜ୍ଞାନିକ ଏନ ଭାଲାରମାଥୀ ଆଉ ନାହାଁନ୍ତି। ଶନିବାର ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ଇସ୍ରୋ ବୈଜ୍ଞାନିକ ଭାଲାରମାଥୀଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଚନ୍ଦ୍ରୟାନ -୩ ମିଶନରେ ଭାଲାରମାଥୀ ମଧ୍ୟ ଜଡିତ ଥିଲେ। କାଉଣ୍ଟଡାଉନ ଘୋଷଣା ପଛରେ ତାଙ୍କରି ସ୍ବର ଥିଲା। ଚନ୍ଦ୍ରୟାନ-୩ ଲଞ୍ଚ ସମୟରେ ସେ ହିଁ କାଉଣ୍ଟଡାଉନ କରିଥିଲେ। ଏବଂ ଏହା ଥିଲା ତାଙ୍କର ଶେଷ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା। ସୂଚନା ଅନୁଯାୟୀ, ଭେଙ୍କଟାକ୍ରିଷ୍ଣା ଭାଲାରମାଥୀଙ୍କ ଦେହାନ୍ତ ବିଷୟରେ ‘ଏକ୍ସ’ରେ ପ୍ରସ୍ତୁତ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀହରିକୋଟା ଠାରୁ ଇସ୍ରୋର ଆଗାମୀ ମିଶନରେ ଭାଲାରମାଥୀ ମ୍ୟାଡାମଙ୍କ ସ୍ବର ଆଉ ଶୁଣାଯିବ ନାହିଁ। ମିଶନ ଚନ୍ଦ୍ରୟାନ -୩ ତାଙ୍କର ଶେଷ ଗଣନା ଥିଲା। ତାଙ୍କ ଦେହାନ୍ତରେ ଇସ୍ରୋ ଦୁଃଖିତ। ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ବାଲାର୍ମାତି ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ବର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ। ସେ ଶେଷ ଥର ପାଇଁ ଜୁଲାଇ ୩୦ରେ ଘୋଷଣା କରିଥିଲେ, ଯେତେବେଳେ PSLV-C56 ରକେଟ ଏକ ବ୍ୟବସାୟିକ ମିଶନର ଅଂଶ ଭାବରେ ସାତୋଟି ସିଙ୍ଗାପୁର ଉପଗ୍ରହ ପରିବହନ କରି ଯାତ୍ରା ପଥରେ ବହାରିଥିଲା।

  • ଶ୍ରୀହରିକୋଟାରୁ ISROର ସୂର୍ଯ୍ୟ ମିଶନ ‌ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ LIVE

    ଶ୍ରୀହରିକୋଟାରୁ ISROର ସୂର୍ଯ୍ୟ ମିଶନ ‌ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ LIVE

    ସୌର ବାୟୁ ଓ ସୌର ବାତାବରଣ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିସନ ‌ଆଦିତ୍ୟ-ଏଲ୍‌୧ ଆଜି ଉତ୍‌କ୍ଷେପଣ ହେବ। ଆଦିତ୍ୟ-ଏଲ୍‌୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ। ଆଜି ଆଉ ଏକ ସଫଳତା ଦିଗରେ ପାଦ ବଢାଇବ ଇସ୍ରୋ।

    ଚନ୍ଦ୍ରମା ଉପରେ ଅନୁଧ୍ୟାନ ପରେ ପ୍ରଥମ କରି ସୂର୍ଯ୍ୟଙ୍କ ରହସ୍ୟ ଭେଦିବ। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଏହି ମିଶନର ଉତକ୍ଷେପଣ କରାଯିବ। ରକେଟ PSLV-C57 ମାଧ୍ୟମରେ ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ପୂର୍ବାହ୍ନ ପ୍ରାୟ 11ଟା 50 ମିନିଟ୍ ସମୟରେ ଲଞ୍ଚିଂ ନେଇ ସମୟ ଧାର୍ଯ୍ୟ କରାଯାଇଛି।

    ଆଜି ଉତକ୍ଷେପଣ ହେଲେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ହାସଲ ପାଇଁ ଇସ୍ରୋକୁ ଲାଗିଯିବ ଚାରି ମାସ।

    ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇ ଥିବାବେଳେ ଏହା ମାତ୍ର ୧୫ ଲକ୍ଷ କିମି ଦୂରରେ ରହି ଅନୁସନ୍ଧାନ କରିବ। ଆସନ୍ତା ବର୍ଷ ଜାନୁଆରୀରେ ଆଦିତ୍ୟ-ଏଲୱାନ୍ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ଆଶା ରଖିଛି ଇସ୍ରୋ।

    ଏଥିରେ ୭ ଟି ପେ’ଲୋଡ୍ ମଧ୍ୟ ମହାକାଶକୁ ପଠାଯିବ। ଏଥିମଧ୍ୟରୁ ୪ ଟି ପେ’ଲୋଡ୍ ସୂର୍ଯ୍ୟଙ୍କ ଉପରେ ଏବଂ ଅନ୍ୟ ୩ ଟି ଲାଗ୍ରାଞ୍ଜ ପଏଣ୍ଟ ଏଲୱାନ ଉପରେ ପରୀକ୍ଷା ନିରୀକ୍ଷା କରିବେ।

    ଏହାପରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରିବ। ବିଶେଷ କରି ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଏଥିପାଇଁ ଇସ୍ରୋର ସୂର୍ଯ୍ୟ ମିଶନ ଉପରେ କେବଳ ଦେଶ ନୁହେଁ ରହିଛି ପୂରା ବିଶ୍ୱ ନଜର।

  • ରୋଭର୍ ପ୍ରଜ୍ଞାନର ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ ଜାରି, ଆଉ ମାତ୍ର ୭ ଦିନ

    ରୋଭର୍ ପ୍ରଜ୍ଞାନର ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ ଜାରି, ଆଉ ମାତ୍ର ୭ ଦିନ

    ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଦିନଠାରୁ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଦାର ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ISRO କୁ ପଠାଇଛନ୍ତି। ଏହି ଭିଡିଓରେ, ରୋଭର ଏକ ସୁରକ୍ଷିତ ମାର୍ଗ ସନ୍ଧାନରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଥିବା ଦେଖାଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ନାଚୁଥିବା ପରି ଦେଖାଯାଉଛି।

    ଏହି ଭିଡିଓ ସେୟାର କରିବାବେଳେ ISRO ଟୁଇଟ୍ କରି କହିଛନ୍ତି, ‘ଲ୍ୟାଣ୍ଡର୍ ବିକ୍ରମ ରୋଭର ପ୍ରଜ୍ଞାନଙ୍କ ସୁରକ୍ଷିତ ପଥ ଆଡକୁ ଘୂର୍ଣ୍ଣନ କରୁଥିବା ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓରେ ଲାଗୁଛି ଯେ ଜହ୍ନମାମୁଙ୍କ ପ୍ରାଙ୍ଗଣରେ ଜଣେ ପିଲା ଖେଳୁଛି ଏବଂ ତାଙ୍କ ମା ତାକୁ ସ୍ନେହରେ ଖେଳୁଥିବାର ଦେଖୁଛି ।

    ଇସ୍ରୋ କହିଛି ଯେ, ଏଯାବତ୍ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ତୃତୀୟ ମିଶନ, ଚନ୍ଦ୍ରରେ ଥିବା ବୈଜ୍ଞାନିକ ପରୀକ୍ଷଣ ବର୍ତ୍ତମାନ ଜାରିରହିଛି। ଅବତରଣ ସଫଳ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଆୟୁ ୧୪ ଦିନ ରହିଛି। ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ଅର୍ଥାତ୍ ପୃଥିବୀରେ ୧୪ ଦିନ ହେଲେ ଚନ୍ଦ୍ରରେ ଗୋଟିଏ ଦିନ ହୋଇଥାଏ। ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଦିନ ସମୟ ସରି ସରି ଆସୁଛି। ଆଉ ସାତ ଦିନ ପରେ ସେଠାରେ ରାତି ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ୍ ସାତ ଦିନ ସମାପ୍ତ କରି ଥିବାବେଳେ ଆଉ ସାତ ଦିନ ବାକି ରହିଛି। ଏହାପରେ ଚନ୍ଦ୍ରରେ ରାତି ହୋଇଯିବା ପରେ ସମଗ୍ର ପୃଷ୍ଠ ଅନ୍ଧକାରମୟ ହୋଇଯିବ, ଫଳରେ ଇସ୍ରୋକୁ ତଥ୍ୟ ପଠାଇବାରେ ଅସଫଳ ହେବେ ଲ୍ୟାଣ୍ଡର ଓ ରୋଭର୍।

    ଉତକ୍ଷେପଣ ପରେ ପରେ ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ପେଲୋଡ ପ୍ରଥମ ପର୍ଯ୍ୟବେକ୍ଷଣ କରିଥିଲା। ଚାଷ୍ଟେ ହେଉଛି ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ପରୀକ୍ଷଣ। ଏହା ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାପିଥିଲା ଇସ୍ରୋ।  ଏହା ବ୍ୟତୀତ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଦକ୍ଷିଣ ମେରୁରେ ସଲଫରର ଅନୁସନ୍ଧାନ କରିଛି। ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି ରୋଭର୍। ରୋଭରରେ ଥିବା ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ମାଧ୍ୟମରେ ଏହି ତଥ୍ୟ ହାସଲ କରିଛି ଇସ୍ରୋ। ଏହାପରେ ସପ୍ତମ ଦିନରେ ରୋଭର୍ ପ୍ରଜ୍ଞାନରେ ଥିବା ହାଇ କ୍ୱାଲିଟି କ୍ୟାମେରା ନାଭକ୍ୟାମ ପ୍ରଥମ ଥର କାର୍ଯ୍ୟକାରୀ ହୋଇଛି। ଏହି କ୍ୟାମେରା ଲ୍ୟାଣ୍ଡର ଚିତ୍ର କଏଦ କରିଛି। ଆଗକୁ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁରରେ ହାଇଡ୍ରୋଜେନର ଅନୁସନ୍ଧାନ କରିବ ବୋଲି ଆଶା ରଖିଛି ଇସ୍ରୋ।

  • ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ପାଇଲା ପ୍ରଜ୍ଞାନ, ଜାରି ରହିଛି ଉଦଯାନର ଅନୁସନ୍ଧାନ

    ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ -୩ ‘ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୩ ରେ ସନ୍ଧ୍ୟା ୦୬.୦୪ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି।

    ISRO ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ ଚନ୍ଦ୍ରୟାନ -3 ର ରୋଭର ପ୍ରୟାଗନରେ ଲଗାଯାଇଥିବା ଏକ ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ସ୍ପଷ୍ଟ କରିଛି। ISRO ଏହି ପୋଷ୍ଟରେ କହିଛି, ବୈଜ୍ଞାନିକ ପରୀକ୍ଷଣ ଚାଲିଛି … ରୋଭରରେ ଲଗାଯାଇଥିବା ଲେଜର ଡ୍ରାଇଭ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍ (LIBS) ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଭୂପୃଷ୍ଠରେ ସଲଫର ଥିବାର ସ୍ପଷ୍ଟି କରଣ କରିଛି। ଆଶାନୁଯାୟୀ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନର ମଧ୍ୟ ସନ୍ଧାନ ମିଳିଛି | ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। “ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।

  • ଆସିଗଲା ସୂର୍ଯ୍ୟ ମିଶନର ତାରିଖ, ଏହି ସମୟରେ ଇସ୍ରୋ ଲଞ୍ଚ କରିବ ଆଦିତ୍ୟ- L1

    ଆସିଗଲା ସୂର୍ଯ୍ୟ ମିଶନର ତାରିଖ, ଏହି ସମୟରେ ଇସ୍ରୋ ଲଞ୍ଚ କରିବ ଆଦିତ୍ୟ- L1

    ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍ ୱାନ୍ (ଆଦିତ୍ୟ- L1) ସୂର୍ଯ୍ୟ ଅଧ୍ୟୟନ ପାଇଁ ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ଅବଜରଭେଟୋରୀ ସହିତ ଜଡିତ ହେବ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସୋମବାର (ଅଗଷ୍ଟ ୨୮) ଏହି ସୂଚନା ଦେଇଛି |

    ISRO କହିଛି ଯେ ଭାରତୀୟ ସମୟ ସକାଳ ୧୧.୫୦ ରେ ଶ୍ରୀହରିକୋଟା ଠାରୁ ଏହି ମିଶନ ଆରମ୍ଭ ହେବ। ଏହି ମିଶନର ଶୁଭାରମ୍ଭ ଦେଖିବା ପାଇଁ ISRO ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛି |

    ଏହାର ଉନ୍ମୋଚନ ଶ୍ରୀହାରିକୋଟାଠାରେ ଅବସ୍ଥିତ ଲଞ୍ଚ ଭ୍ୟୁ ଗ୍ୟାଲେରୀରୁ ଏହାର ପ୍ରକ୍ଷେପଣ ଦେଖିବାକୁ ମିଳିବ | ଏଥିପାଇଁ ଲୋକଙ୍କୁ ୱେବସାଇଟ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡିବ | ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ISRO ୱେବସାଇଟକୁ ଏକ ଲିଙ୍କ ପ୍ରଦାନ କରିଛି ଏବଂ ଖୁବ ଶୀଘ୍ର ପଞ୍ଜୀକରଣ ଘୋଷଣା କରାଯିବ ବୋଲି ମଧ୍ୟ କହିଛି।

  • ମିଶନ ଗଗନୟାନ: ମହିଳା ରୋବଟ୍ “ଭୌମିତ୍ରା” ଯିବ ମହାକାଶକୁ

    ମିଶନ ଗଗନୟାନ: ମହିଳା ରୋବଟ୍ “ଭୌମିତ୍ରା” ଯିବ ମହାକାଶକୁ

    ଭାରତ ଗଗନୟାନ ମିଶନରେ ଏକ ମହିଳା ରୋବଟ୍ “ଭୌମିତ୍ରା” ପଠାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଆଜି ଏନଡିଟିଭି ଜି -୨୦ କନକ୍ଲେଭରେ କହିଛନ୍ତି।

    ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ଟ୍ରାଏଲ୍ ସ୍ପେସ୍ ଫ୍ଲାଇଟ୍ ଚେଷ୍ଟା କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପରବର୍ତ୍ତୀ ମିଶନରେ ମହିଳା ରୋବଟ୍ “ଭୌମିତ୍ରା” ମହାକାଶକୁ ପଠାଯିବ ବୋଲି କେନ୍ଦ୍ର ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

    ମହାମାରୀ କାରଣରୁ ଗଗନୟାନ ପ୍ରକଳ୍ପ ବିଳମ୍ବିତ ହେଲା। ବର୍ତ୍ତମାନ ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରଥମ ପରୀକ୍ଷା ମିଶନ ଯୋଜନା କରୁଛୁ। ସେମାନଙ୍କୁ ମହାକାଶ ପଠାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମହାକାଶଚାରୀମାନଙ୍କୁ ଭୂପୃଷ୍ଠ ସୁରକ୍ଷିତ ଫେରାଇ ଆଣିବାବୋ ଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

    “ଦ୍ୱିତୀୟ ମିଶନରେ ଜଣେ ମହିଳା ରୋବଟ୍ ରହିବେ ଏବଂ ସେ ସମସ୍ତ ମାନବ କାର୍ଯ୍ୟକଳାପକୁ ଅନୁକରଣ କରିବେ। ଯଦି ସବୁକିଛି ସିଦ୍ଧ ହୁଏ, ତା’ହେଲେ ଆମର ଅଗ୍ରଗତି ହୋଇପାରିବା ବୋଲି ଶ୍ରୀ ସିଂ କହିଛନ୍ତି।

    “ଯେଉଁମାନେ ISRO ଦଳ ସହିତ ଅତି ଘନିଷ୍ଠ ଭାବରେ ଜଡିତ ଥିଲେ, ସମସ୍ତେ ଆମେ ନର୍ଭସ ଥିଲୁ । ମୋର ପ୍ରଥମ ଅଧିକ ନର୍ଭସ ଥିଲି ମୁହୂର୍ତ୍ତ ଥିଲା ଯେତେବେଳେ ଚନ୍ଦ୍ରାୟନ -୩ ଭୁପୃଷ୍ଟ ଛାଡିଲା ଏବଂ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ମୁ ଅଧିକ ନର୍ଭସ ଥିଲି I ଧୀର ଅବତରଣ ଅତି ସୁନ୍ଦର ଥିଲା” ବୋଲି ଶ୍ରୀ ସିଂ କହିଛନ୍ତି।

  • ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ମଧ୍ୟରେ ଯୋଗାଯାଗ ସ୍ଥାପନ

    ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ମଧ୍ୟରେ ଯୋଗାଯାଗ ସ୍ଥାପନ

    ଆଜି ସଂଧ୍ୟାରେ ଚନ୍ଦ୍ରଯାନ ୩ ଜହ୍ନରେ ପାଦ ଥାପିବ । ଇସ୍ରୋ ଦ୍ୱାରା ପ୍ରେରିତ ଯାନ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଜହ୍ନରେ ପାଦ ଥାପିବାକୁ ଆଗେଇ ଯାଉଛି। ଏପରି ସ୍ଥିତିରେ ଆଉ ଏକ ଖୁସି ଖବର। ବିଫଳ ଅଭିଯାନ କୁହାଯାଉଥିବା ଚନ୍ଦ୍ରଯାନ ୨ ଏବେ ଚନ୍ଦ୍ରଯାନ ୩ ମଧ୍ୟରେ ସ୍ଥାପିତ କରିଛି ଯୋଗାଯୋଗ। ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ସହ ସ୍ଥାପନ କରିଛି ସମ୍ପର୍କ। ଏସମ୍ପର୍କରେ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ଉଭୟ ଯାନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ହୋଇଛି।

    ପ୍ରଥମ ଥର ପାଇଁ ଚନ୍ଦ୍ରଯାନ୨ର ଅର୍ବିଟର ସହ ଚନ୍ଦ୍ରଯାନ୩ର ଲ୍ୟାଣ୍ଡର ମଧ୍ୟରେ ସମ୍ଭବ ହୋଇଛି ଯୋଗାଯୋଗ । ପୂର୍ବ ଚନ୍ଦ୍ରମିଶନ ବିଫଳ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୨ର ଅର୍ବିଟର ସେଠାରେ ଚନ୍ଦ୍ରର ପରିକ୍ରମା କରୁଛି ଓ ଲଗାତର ଇସ୍ରୋ ସହ ସମ୍ପର୍କରେ ରହିଛି। ଏବେ ଚନ୍ଦ୍ରଯାନ ୩ ସହ ସମ୍ପର୍କ ସାଧିବାରେ ସଫଳ ହୋଇଛି, ଯାହା ଇସ୍ରୋ ପାଇଁ ଏକ ବଡ ସଫଳତା। ସେହି ଅର୍ବିଟରକୁ ଦୃଷ୍ଟିରେ ରଖି ଇସ୍ରୋ ଚଳିତ ମିଶନରେ କୌଣସି ଭାରି ଅର୍ବିଟର ଚନ୍ଦ୍ରକୁ ପଠାଇନି। ଅର୍ବିଟର ନ ପଠାଇ ଯାନକୁ ହାଲୁକା କରିବା ସହ ଲ୍ୟାଣ୍ଡରେ ଆଣିଛି କିଛି ପରିବର୍ତ୍ତନ । ଏହାର ସପ୍ଟ ଲ୍ୟାଣ୍ଡିଂ ପାଇଁ ଲ୍ୟାଣ୍ଡରକୁ କରିଛି ଅଧିକ ମଜଭୁତ ।

    ଅନ୍ୟପଟେ ଲ୍ୟାଣ୍ଡିଂ ସମ୍ପର୍କରେ ଯେଉଁ ତଥ୍ୟର ଆବଶ୍ୟକତା ରହିଛି ତାହା ପୂର୍ବ ଅର୍ବିଟର ଚନ୍ଦ୍ର ଚାରିପଟେ ବୁଲି ଇସ୍ରୋକୁ ପଠାଉଛି। ଏବେ ଉଭୟଙ୍କ ଭିତରେ ସମ୍ପର୍କ ସ୍ଥାପନ ଦ୍ୱାରା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ଚନ୍ଦ୍ରଯାନ ୨ର ଅର୍ବିଟରକୁ ତଥ୍ୟ ପଠାଇବ, ଯାହାକୁ ଚନ୍ଦ୍ରଯାନ ୨ ଇସ୍ରୋକୁ ପଠାଇବ। ଅବଶ୍ୟ ଚନ୍ଦ୍ରଯାନ୩ର ରୋଭର ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ଅଲଗା ହୋଇ ତଥ୍ୟ ଇସ୍ରୋକୁ ପଠାଇବ, ହେଲେ ତାହା ସେତିକି ଫଳପ୍ରଦ ହେବ ନାହିଁ ଯେତିକି ପୂର୍ବ ଅର୍ବିଟର ଦ୍ୱାରା ସମ୍ଭବ ହେବ।

    ତେଣୁ ଇସ୍ରୋର ୨ୟ ଚନ୍ଦ୍ର ମିଶନ ବିଫଳ ହୋଇନାହିଁ, ବରଂ ଚନ୍ଦ୍ରଯାନ୩ ଆଗକୁ ଯିବାରେ ହୋଇଛି ସହାୟକ। ଇସ୍ରୋର ଏହି କୌଶଳ ଏବେ ମହାକାଶ ଗବେଷକଙ୍କ ମଧ୍ୟରେ ସୃଷ୍ଟି କରିଛି ଚର୍ଚ୍ଚା। ‘ଯୁଗାଡ’ରେ ଭାରତ ସବୁ କ୍ଷେତ୍ରରେ ଆଗୁଆ ଏହା ଇସ୍ରୋ ଦେଖାଇ ଦେଉଛି।

  • କିସ୍ ବିଦ୍ୟାଳୟରେ ଚନ୍ଦ୍ରୟାନ-୩ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ପୂଜାର୍ଚ୍ଚନା

    କିସ୍ ବିଦ୍ୟାଳୟରେ ଚନ୍ଦ୍ରୟାନ-୩ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ପୂଜାର୍ଚ୍ଚନା

    ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। ଗତକାଲି ଗଙ୍ଗା ଆଳତି କରାଯାଇଥିବା ବେଳେ ହାତରେ ତ୍ରିରଙ୍ଗା ଧରି ନଦୀ ଘାଟରେ ଏକାଠି ଆଳତି କରିବା ସହ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ମନାସିଛନ୍ତି ଦେଶବାସୀ। ବିଭିନ୍ନ ସଙ୍ଗଠନ ଏବଂ ସଂସ୍ଥା ପକ୍ଷରୁ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀମାନେ ଚନ୍ଦ୍ରୟାନ ସମ୍ପର୍କିତ ସମୁହ ଚିତ୍ରାଙ୍କନ କରୁ ଥିବାବେଳେ ଆଉ କେଉଁଠି ଶତାଧିକ ଛାତ୍ରଛାତ୍ରୀ ସମୁହ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି।

    ଚନ୍ଦ୍ରୟାନର ସଫଳତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ଶୁଭକାମନା ଜାରି ରହିଛି। ସେପଟେ ଚନ୍ଦ୍ରୟାନକୁ ନେଇ ସାରା ଦେଶରେ ଉତ୍ସାହ। ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଭାବେ ଏକ ପ୍ରତିକୃର୍ତ୍ତି ଅଙ୍କା ଯାଇଛି। ଯେଉଁଥିରେ ଚନ୍ଦ୍ରୟାନ-୩ ମିଶନର ବିଭିନ୍ନ ଘଟଣାବଳୀକୁ ସ୍ଥାନ ଦିଆଯାଇଛି। ଯେପରି ରକେଟ୍ ଉତ୍‌କ୍ଷେପଣ, ଚନ୍ଦ୍ରକୁ ଯାତ୍ରା, ମହାକାଶରେ ଚନ୍ଦ୍ରୟାନର ଅବସ୍ଥିତି ଇତ୍ୟାଦି। ବାଲିରେ ହୋଇଥିବା ଏହି କଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

  • ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ ।ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ‘ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

    ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।ଏହାରି ମଧ୍ୟରେ ଚନ୍ଦ୍ରଯାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି ।ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ସମଗ୍ର ଦେଶରେ ଚାଲିଛି ପୂଜାର୍ଚ୍ଚନା ।

    ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ବେଳେ ଦକ୍ଷିଣ ଆଫ୍ରିକାରୁ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ପିଲାମାନେ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଯେପରି ଭଲ ଭାବେ ଦେଖି ପାରିବେ ତାହାର ବ୍ୟବସ୍ଥା କରାଯାଇଛି।

  • ଆଜିଠାରୁ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିମୁଖେ ଯାତ୍ରା

    ଆଜିଠାରୁ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିମୁଖେ ଯାତ୍ରା

    ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତ୍‌କ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-ଟିଏଲଆଇ ।ଗତରାତି ୧୨ଟାରୁ ୧ଟା ମଧ୍ୟରେ ଏହି ପ୍ରକ୍ରିୟାକୁ ଇସ୍ରୋ ସୁଚାରୁ ରୂପେ ସମ୍ପାଦନ କରିଥିଲା। ଏଥିପାଇଁ ୨୮ରୁ ୩୦ମିନିଟ୍ ପାଇଁ ଚନ୍ଦ୍ରୟାନ-୩ରେ ଥିବା ପ୍ରପଲ୍ସନ ମଡ୍ୟୁଲର ଥ୍ରଷ୍ଟରକୁ ସକ୍ରିୟ କରାଯାଇଥିଲା। ଫଳରେ ଗତିପଥର ଦିଗ ପରିବର୍ତ୍ତନ ଘଟି ଏହା ଚନ୍ଦ୍ର ଅଭିମୁଖେ ଆଗେଇଛି। ପୂର୍ବରୁ ସ୍ପେସ୍‌କ୍ରାଫ୍ଟର ବେଗ ସେକେଣ୍ଡ ପ୍ରତି ୧୦.୩ କିଲୋମିଟର ଥିବାବେଳେ, ଥ୍ରଷ୍ଟର ସକ୍ରିୟ ହେବା ପରେ ଏହାର ବେଗ ସେକେଣ୍ଡ ପ୍ରତି ଆଉ ୫ଶହ ମିଟର ବଢ଼ିଛି।

    ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରୟାନ-୩। ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ।