Category: ଧର୍ମ

  • ନିର୍ଦ୍ଦେଶକ ଅମିତ ଜାନୀଙ୍କୁ ଧମକ

    ନିର୍ଦ୍ଦେଶକ ଅମିତ ଜାନୀଙ୍କୁ ଧମକ

    ପ୍ରେମିକ ସଚିନଙ୍କ ସହ ଜୀବନ କାଟିବାକୁ ନିଜ ଦେଶ ଛାଡ଼ି ଭାରତ ପଳାଇ ଆସିଥିବା ସୀମାଙ୍କୁ ନିକଟ ଅତୀତରେ ଭାରତୀୟ ସିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀ ଫିଲ୍ମ ପାଇଁ ଅଫର୍‌ ଦେଇଥିବା କଥା ଆପଣ ଜ‌ାଣନ୍ତି। ସେ ସୀମାଙ୍କୁ ଫିଲ୍ମ ଅଫର୍‌ ଦେବା ପରେ କେହି କେହି ତାଙ୍କୁ ଦେଶଦ୍ରୋହୀ ତ ପୁଣି କେହି ତାଙ୍କୁ ହିନ୍ଦୁ, ମୁସ୍‌ଲମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟିକାରୀ ବୋଲି କହି ଅଭିଯୋଗ ଆଣିଥିଲେ। ସେ କେବଳ ସୀମାଙ୍କୁ ଫିଲ୍ମ ଅଫର୍‌ ନୁହେଁ, ବରଂ ତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ‘କରାଚି ଟୁ ମୁମ୍ବାଇ’ ଫିଲ୍ମ ନିର୍ମାଣ କରିବାକୁ ବି ଘୋଷଣା କରିଥିଲେ। ଏବେ ଏକ ବଡ଼ ଅଡୁଆରେ ଫସିଛନ୍ତି ଅମିତ ଜାନୀ। ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଭିଷେକ ସୋମ ନିର୍ଦ୍ଦେଶକ ଜାନୀଙ୍କୁ ଚେତାବନୀ ଦେଇଥିବା ବେଳେ ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ବି ଅମିତ ଜାନୀଙ୍କୁ ଚେତାବନୀ ଦେଇଛି। ଏମ୍‌ଏନ୍‌ଏସ୍‌ ନେତା ଅମୟ ଖୋପକର ତ‌ାଙ୍କୁ ଧମକ ଦେଇ ଏକ ଏକ୍ସ(ପୂର୍ବରୁ ଟ୍ବିଟର୍‌) ପୋଷ୍ଟ୍‌ ଜରିଆରେ କହିଛନ୍ତି, ‘ଆମେ ଆମର ଏହି ନିଷ୍ପତ୍ତିରେ କାଏମ ଅଛୁ ଯେ କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଫିଲ୍ମରେ କାମ କରିବାକୁ ଦିଆଯିବ ନାହିଁ। ସୀମା ହାଇଦର୍‌ ଜଣେ ପାକିସ୍ତାନୀ। ଆମ ନିକଟରେ ଖବର ରହିଛି ଯେ ସେ ଆଇଏସ୍‌ଆଇ ଏଜେଣ୍ଟ୍‌। ଲୋକପ୍ରିୟତା ପାଇଁ ତାଙ୍କୁ ନେଇ ସିନେମା ଶିଳ୍ପରେ ବେପାର କରୁଥିବା କଳାକାରମାନଙ୍କୁ ଲାଜ ଲାଗିବା ଉଚିତ।’ କେବଳ ଏତିକି ନୁହେଁ, ଅମିତ ଜାନୀ ତାଙ୍କ ନିଷ୍ପତ୍ତିରୁ ନ ଓହରିଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଏନ୍‌ଏସ୍‌ ଧମକ ଦେଇଛି।

  • ଅତ୍ୟାଧୁନିକ ପୋଷାକ ପିନ୍ଧିଥିଲେ ମିଳିବ ନାହିଁ ଅନୁମତି

    ଅତ୍ୟାଧୁନିକ ପୋଷାକ ପିନ୍ଧିଥିଲେ ମିଳିବ ନାହିଁ ଅନୁମତି

    ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

    ଯଦି ଆପଣ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା ବିଶ୍ୱ ପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ବାବା ନିବ କରୋରୀ ମହାରାଜଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।

    କାରଣ ମନ୍ଦିରରେ ପ୍ରବେଶ ପାଇଁ ଏବେ କଡ଼ା କଡ଼ି ହୋଇଛି ନିୟମ । ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

    ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ମନ୍ଦିର କମିଟି । ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

    ଖାଲି ଏଇ ଗୋଟିଏ ନିୟମ ନୁହେଁ, ଅନେକ ନିୟମକୁ କଡ଼ା କଡ଼ି କରାଯିବା ସହ ଅନେକ ନୂଆ ନିୟମ ମଧ୍ୟ ମନ୍ଦିର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଲାଗୁ କରାଯାଇଛି ।

    ଅନ୍ୟ ନିୟମଟି ହେଲା କୌଣସି ଶ୍ରଦ୍ଧାଳୁ ତଥା ଭକ୍ତ ମନ୍ଦିର ଭିତରେ କୌଣସି ପ୍ରକାର ଫଟୋଗ୍ରାଫି ବା ଭିଡିଓଗ୍ରାଫି କରିପାରିବେ ନାହିଁ ।

    ଯଦି କୌଣସି ଭକ୍ତ ଲୁଚା ଛପାରେ ଏଭଳି ନିୟମ ଉଲଂଘନ କରୁଥିବା ଦେଖାଯାନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ ସେମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

    ମନ୍ଦିର କମିଟିର ସଦସ୍ୟ ପ୍ରଦୀପ ଶାହା କହିଛନ୍ତି ଯେ ବାବା ନିବ କରୋରୀ ମହାରାଜ ଭଗବାନ ହନୁମାନଙ୍କ ଅବତାର ଭାବରେ ଜଣାଶୁଣା । ବାବା ନିବ କରୋରୀ ମହାରାଜ ତାଙ୍କର ଚମତ୍କାର ଶକ୍ତି ପାଇଁ ମଧ୍ୟ ଜଣାଶୁଣା ।

    ମନ୍ଦିରର ମଧ୍ୟ ନିଜସ୍ୱ ଏକ ମର୍ଯ୍ୟାଦା ରହିଛି । ଏପରି ପରିସ୍ଥିତିରେ ଅଣପାରମ୍ପରିକ ପୋଷକ ପିନ୍ଧି ଆସିଲେ, ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

    ମନ୍ଦିର କମିଟି ଅନୁଯାୟୀ, ଭକ୍ତମାନେ ଛୋଟ ପୋଷାକ, ଚିରା ଜିନ୍ସ କିମ୍ବା ନାଇଟ୍ ସୁଟ ପିନ୍ଧି ମନ୍ଦିରକୁ ଆସିପାରିବେ ନାହିଁ ।

  • ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍‌ ମୁତୟନ କରାଯାଇଛନ୍ତି।

  • ଆଜି ମହରମ୍,ବାହାର କରାଯିବ ତାଜିଆ

    ଆଜି ମହରମ୍,ବାହାର କରାଯିବ ତାଜିଆ

    ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ୍। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ। ୭ଟି କାଫିଲା ସହର ପରିକ୍ରମ ପରି ମଦିନା ମୈଦାନରେ ପହଞ୍ଚିବ।

    ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାରେ ୨ଜଣ ଅତିରିକ୍ତ ଏସପି, ଓ ୫ଜଣ ଡିଏସପିଙ୍କ ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଡ୍ରୋନ କ୍ୟାମେରା ସହ ସିସିଟିଭି ଜରିଆରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ସୋଶାଲ ମିଡିଆରେ କୌଣସ ପ୍ରକାର ଗୁଜବ ନ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

    ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ଧନୁପାଲି ଥାନା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ମହରମ୍ ପାଳନ ପାଇଁ ଗତ ୨୭ ତାରିଖରେ ସହରର ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଚଳିତବର୍ଷ ମହରମ୍ ପର୍ବ ପାଳନ ବେଳେ ମିଳିତ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି ।

    ସମଗ୍ର ଭାରତର ମୁସଲିମ ପର୍ବ କମିଟିର ଅଧ୍ୟକ୍ଷ ଡା. ଆୟୁଷ କହିଛନ୍ତି ଯେ, ଶାହମାରୀ ଖୂରେମ ମୁହଁରେ କହିଛନ୍ତି । ସକାଳ ୯ଟାରେ ମଙ୍ଗଳବାର ଠାରୁ ଯାତ୍ରା ଆରମ୍ଭ ତାଜିଆରେ ଶୋଭାଯାତ୍ରା ଆରମ୍ଭ କରାଗଲା । ଏହା ପରେ ପାରମ୍ପାରି ରୂପରେ ବିସର୍ଜନ କରାଯିବ
    ଶୋକ ପରେ ଏକ ନଦୀ ଏବଂ ପରମରାକୁ ଶୀରୀନ ଏବଂ କମଳପତି ଘାଟରେ ତାଜିଆର ବିସର୍ଜନ କରାଯିବ । କମଳପତି ଘାଟରେ, କରବଲା, ଏବଂ ସରୀନି ନଦୀ କୂଳର ଲୋକ ମାନେ ପ୍ରସ୍ତୁତ କରିଛନ୍ତି ।

  • ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ,ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ

    ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ,ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ

    ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍ ଲାଇଟ୍ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

    ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ । ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ । ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ ଖୁସି ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ ମାନସିକ ଶାନ୍ତି ମିଳିଥାଏ। ଧ୍ୟାନ ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

    ରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ। କିନ୍ତୁ ଆତ୍ମସମୀକ୍ଷା ନକରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ବୋଲି ସେ କହିଥିଲେ। ଶ୍ରୀମତୀ ମୁର୍ମୁ ଆହୁରି କହିଥିଲେ ଯେ, ଆମ ଭିତରେ ଈର୍ଷା ଓ ଘୃଣା ଭାବନା ବଢ଼ିଚାଲିଛି । ‘‘ଆଜି ଆମ ଆଗରେ ସବୁଠୁ ବଡ଼ ଆହ୍ୱାନ ହେଉଛି, ନକାରାତ୍ମକ ଚିନ୍ତାଧାରାର ମୁକାବିଲା କରିବା ଏବଂ ସକାରାତ୍ମକତା ଦିଗରେ ଅଗ୍ରସର ହେବା,’’ ରାଷ୍ଟ୍ରପତି କହିଥିଲେ । ମାନବ ଜାତିକୁ ସଚେତନ କରିବା ଏବଂ ସକାରାତ୍ମକ ଦିଗରେ ଅଗ୍ରସର ହେବା ଲାଗି ଲୋକମାନଙ୍କୁ ସହାୟତା କରିବା ଲାଗି ସେ ବ୍ରହ୍ମାକୁମାରୀ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ ।

  • ଐଶ୍ୱରୀୟ ଶକ୍ତି ନା ପ୍ରକୃତିର ବିସ୍ମୟ ! 100 ବର୍ଷର ବେଲ ଗଛରେ ନାହିଁ ଗୋଟିଏ କଣ୍ଟା

    ଐଶ୍ୱରୀୟ ଶକ୍ତି ନା ପ୍ରକୃତିର ବିସ୍ମୟ ! 100 ବର୍ଷର ବେଲ ଗଛରେ ନାହିଁ ଗୋଟିଏ କଣ୍ଟା

    ବେଲଗଛ । ଦେବ ଦେବ ମହାଦେବଙ୍କର ଅତି ପ୍ରିୟ ଆଉ ସନାତନ ଧର୍ମର ପୂଜ୍ୟ ପବିତ୍ର ବେଲଗଛ । ଓୌଷଧିୟ ଗୁଣ ପାଇଁ ମଧ୍ୟ ଏହାକୁ ଘରେ ଘରେ ଆଦର ଲଗାଯାଇଥାଏ । ଆଉ ସେଥିପାଇଁ ବେଲଗଛକୁ ଆମେ ପୂଜାକରିଥାଉ। ତେବେ ଆମେ ଏକଥା ବି ସମସ୍ତେ ଜାଣିଛେ ଯେ ବେଲଗଛରେ ସାଧାରଣତ କଣ୍ଟା ଥାଏ । କିନ୍ତି ଯଦି ଆମେ ଆପଣଙ୍କୁ କହିବୁ ୟେ ବେଲ ଗଛରେ କଣ୍ଟା ନାହିଁ । ହୁଏତ ଏ କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । ଯାଜପୁର ପୌରାପାଳିକା ରାଉତରାପୁର ଗ୍ରାମରେ ଏପରି ଏକ ପୁରାତନ ବେଲ ଗଛ ଦେଖିବାକୁ ମିଳିଛି ଯେଉଁଥିରେ ଆଦୈ କଣ୍ଟା ନାହିଁ । ପାଖା ପାଖି 100 ବର୍ଷ ପୁରୁଣା ଏହି ଗଛ । ଏଥିରେ କଣ୍ଟା ନଥିବାରୁ ଏହାକୁ ଏକ ଅଲୌକିକ ଘଟଣା ଭାବି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ତେବେ ଏହି ଗଛ ମୂଳରେ ପୂଜା ପାଇଥାନ୍ତି ମା ବୁଢୀ ବାସୁଳେଇ । ଅନ୍ୟପଟେ ରାଉତରାପୁର ଅଞ୍ଚଳର ସଞ୍ଜୟ ସ୍ଵାଇଁଙ୍କ ଘର ଆଗରେ ରହିଛି ଏହି ଶହେ ବର୍ଷର ପୁରୁଣା ବେଲ ଗଛ । ସଞ୍ଜୟଙ୍କ କହିବା କଥା ଏ ବେଲ ଗଛରେ କିଛି ଐଶ୍ୱରୀୟ ଶକ୍ତି ରହିଛି । ପୂର୍ବରୁ ଅନେକ ଖରାପ ପରିସ୍ଥିତିରୁ ଏହି ଗଛ ମୁକୁଳେଇ ଦେଇଛି। ସେଥିପାଇଁ ଆମେ ଏହି ଗଛକୁ ପୂଜା କରିଆସୁଛୁ।


    ଏହି ବେଲ ଗଛରେ ବେଲ ବି ଫଳିଛି ଆଉ ତ୍ରିଶାଖା ବେଲ ପତ୍ର ବି ରହିଛି । ହେଲେ ବେଲ ଗଛରେ ଗୋଟିଏ ବି କଣ୍ଟା ନାହିଁ। ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି କଣ୍ଟା ବିହୀନ ବେଲ ର ମଞ୍ଜି କି ଚାରା ନଥିବା ବେଳେ କିଭଳି ଏଠାକୁ ଆସିଲା,ତାକୁ ନେଇ ଏବେ ଚର୍ଚ୍ଚା ଜୋର ହେଉଥିବା ବେଳେ ଉଦ୍ୟାନ ବିଭାଗ ର ବିଶେଷଜ୍ଞ ମାନଙ୍କ କହିବା କଥା ହେଲା ଏହା କୌଣସି ଏକ ସ୍ଵତନ୍ତ୍ର ପ୍ରକାର ଗଛ ନୁହେଁ ବରଂ ଚାରା ର ମ୍ୟୁଟେସନ ପାଇଁ ଏଭଳି ହୋଇଥାଏ ବୋଲି ମତ ଦେଇଛନ୍ତି। ତେବେ ସେ କାରଣ ଯା ହେଉନା କାହିଁକି ଏହି 100 ବର୍ଷର ପୁରୁଣା ବେଲ ଗଛର କଣ୍ଟା ନଥିବା ଘଟଣା ପ୍ରଘଟ ପରେ ଏହାକୁ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ଼ ।

  • ଏଣିକି ଲାଗିବ ମହାପ୍ରସାଦ ଦର ତାଲିକା

    ଏଣିକି ଲାଗିବ ମହାପ୍ରସାଦ ଦର ତାଲିକା

    ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

    ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି।

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ।

    ବୈଠକରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ।

    ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ। ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ଓ ସାଇନେଜ୍‌ ଲାଗିବ।

  • ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ

    ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ

    ପୁଣି ସମ୍ନାକୁ ଆସିଲା ଲଭ, ଜିହାଦ କଥା I ଯୁବତୀଙ୍କୁ ବିବାହ କରିବା ଓ ଲଭ, ଜିହାଦ ରୁ ବର୍ତ୍ତିବା ପାଇଁ ଆପଣାଇଛନ୍ତି ଏପରି ପନ୍ଥା I ତେବେ ଏପରି ଏକ ଘଟଣା ଉତ୍ତର ପ୍ରଦେଶର ମୋରଦାବାଦରେ ଦେଖିବାକୁ ମିଳିଛି । I ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ମୁସଲିମ ଯୁବକ । ସେ ସ୍ୱଇଚ୍ଛାରେ ହିନ୍ଦୁଧର୍ମ ଗ୍ରହଣ କରିବାକୁ ଚାହୁଁଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ ।ଜଣାପଡିଲା ଯୁବକଜଣଙ୍କ ବିବାହିତ ଓ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ପତ୍ନୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ହିନ୍ଦୁ ଯୁବତୀଙ୍କ ସହ ସମ୍ପର୍କ ଅଛି । 

    ସୂଚନା ଅନୁସାରେ, ମୋରାଦାବାଦର ସ୍ଥାନୀୟ ଅମୀର ଅଲ୍ଲୀ ନାମକ ଜଣେ ମୁସଲମାନ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ସେ ନିଜକୁ ଅମୀର ଅଲ୍ଲୀରୁ ଅମିତ ମହେଶ୍ୱରୀ ଭାବେ ମଧ୍ୟ ସ୍ୱଘୋଷିତ ଭାବେ ନାମିତ ମଧ୍ୟ କରିଥିଲେ । ହେଲେ ଯୁବକଙ୍କ ପତ୍ନୀ ମେହକ ଓରଫ ଗୁଲାଫସା ସ୍ୱାମୀଙ୍କର ଏପରି କାରନାମା ସମ୍ପର୍କରେ ଜାଣିବା ପରେ ଗଣମାଧ୍ୟମରେ ଲଭ ଜିହାଦ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମେହକ କହିଛନ୍ତି, ସେ ଅମୀର ଅଲ୍ଲୀଙ୍କୁ ୨୦୨୨ ଫେବୃଆରୀ ୧୪ ତାରିଖରେ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଘଟଣା ସମ୍ପର୍କରେ ଖୁଲାସା ହେବା ପରେ ପ୍ରଶାସନ ଓ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

  • ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ପ୍ରଳୟ

    ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ପ୍ରଳୟ

    ଦୈବୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ଜଳ ତାଣ୍ଡବ। ହିମାଚଳ ପ୍ରଦେଶ ସମେତ ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ଦିଲ୍ଲୀରୁ ଆସୁଛି ବନ୍ୟା ଜଳର ତାଣ୍ଡବ ଲୀଳା। ବାଦଳ ଫଟା ବର୍ଷାରେ ପାହାଡୀ ଜଳ ସ୍ରୋତ କୋଠା, ଗାଡି, ପୋଲ, ରାସ୍ତା, ପାହାଡ ସବୁକୁ ବୁହାଇ ନେଇ ହାହାକାର ମଚାଇଥିବା ବେଳେ କିନ୍ତୁ ମୁଣ୍ଡ ନୁଆଁଇଛି ଦେବ ଦେବ ମହାଦେବଙ୍କ ନିକଟରେ। ଶନିବାରରୁ ଉତ୍ତର ଭାରତରେ ହୋଇଥିଲା ଆକାଶୀ ପ୍ରଳୟରେ ସବୁଠାରୁ ଆଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ। ରାଜ୍ୟର ୧୧ ଜିଲ୍ଲାରେ ଖେଳିଯାଇଥିଲା ହାହାକାର। କେଦାରନାଥ ଟ୍ରାଜେଡିର ପୁନରାବୃତ୍ତି ଆଶଙ୍କାରେ ଆତଙ୍କିତ ହୋଇଉଠିଥିଲେ ରାଜ୍ୟବାସୀ।

    ବାଦଲ ଫଟା ବର୍ଷାରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାରେ ୫୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୨ ଜଣ ଆହତ ହୋଇଛନ୍ତି। ପାହାଡରୁ ପ୍ରଖର ଗତିରେ ଆଗେଇ ଆସୁଥିବା ଜଳ ସ୍ରୋତରେ କୋଠା ବାଡି ସବୁ ଧୋଇ ଯାଇଛି। ରାଜ୍ୟର ଅନେକ ସ୍ଥାନରେ ପୋଲ, ରାଜପଥ ଧୋଇଯାଇଛି ବନ୍ୟା ଜଳରେ। ଏଥିରେ ମଣ୍ଡି, ଉନା, ବିଳାଶପୁର, ହମିରପୁର, କୁଲ୍ଲୁ, ମନାଲି ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ବହୁ ଘର ପାଣିରେ ସମ୍ପୂର୍ଣ୍ଣ ବୁଡି ଧସେଇ ପଡିଥିବା ବେଳେ ପୁଣି କେଉଁଠି ସୁଅରେ ଭାସି ଯାଇଛି।

    ରାଜ୍ୟବ୍ୟାପୀ ସବୁଠି ଜଳ ତାଣ୍ଡବ ନୂଆ ପୁରୁଣା ବହୁ କୋଠାକୁ ଧୋଇନେଇଥିବା ବେଳେ କିନ୍ତୁ ମଣ୍ଡିର ପଞ୍ଚବକ୍ତ୍ର ମହାଦେବ ମନ୍ଦିରର କୌଣସି କ୍ଷତି କରି ପାରିନାହିଁ। ବ୍ୟାସର ବନ୍ୟା ସୁଅ ପ୍ରାରମ୍ଭିକ ଅବସ୍ଥାରେ ଯେତେବେଳେ କୋଠା ବାଡିକୁ ଧୋଇନେଉଥିଲା ସେତେବେଳେ ଲୋକେ ଭ୍ବାବିଥିଲେ ଏହି ସୁଅରୁ ରକ୍ଷା ପାଇବେନି ପଞ୍ଚବକ୍ତ୍ରେଶ୍ବର। ମନ୍ଦିରର ମୁଖଶାଳା ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଗର୍ଭ ଗୃହରେ ବନ୍ୟା ଜଳ ଖେଳେଇଥିଲା ଭଉଁରୀ। କିନ୍ତୁ ବର୍ଷା ଥମିବା ସହ ଯେତେବେଳେ ହ୍ରାସ ପାଇଥିଲା ବନ୍ୟା ଜଳ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ। କାରଣ ମନ୍ଦିର ପୂର୍ବବତ ଠିଆହୋଇଥିଲା ତା ଜାଗାରେ।

    ମନ୍ଦିର ପରିସରରେ ନିର୍ମିତ ସିମେଣ୍ଟ ବେଞ୍ଚକୁ ପାଣି ସୁଅ କ୍ଷତି ପହଞ୍ଚାଇ ଥିବା ବେଳେ କିନ୍ତୁ ମନ୍ଦିର, ଗର୍ଭଗୃହ, ମନ୍ଦିରର ମୂର୍ତ୍ତି ରାଜି ସବୁ କିଛି ସୁରକ୍ଷିତ ରହିଥିଲା। ଠିକ ୧୦ ବର୍ଷ ତଳ କେଦାରନାଥ ମନ୍ଦିର ପରି। ମନ୍ଦାକିନୀର ଜଳପ୍ରଳୟ ଗାଁ ଗଣ୍ଡା, ସହର, ବଜାର ସବୁ ସଫା କରିଦେଇଥିବା ବେଳେ ଯେମିତି କେଦାରନାଥ ମନ୍ଦିରର କୌଣିସ କ୍ଷତି କରି ପାରି ନ ଥିଲା ସେମିତି ମଣ୍ଡିରେ ପ୍ରଳୟ ଖେଳାଇଥିବା ବ୍ୟାସ ନଦୀର ପ୍ରଳୟଙ୍କାରୀ ସୁଅ ହାର ମାନିଲା ପଞ୍ଚବକ୍ତ୍ରେଶ୍ବର ମହାଦେବଙ୍କ ନିକଟରେ। କେବଳ ପଞ୍ଚବକ୍ତ୍ରେଶ୍ୱର ମନ୍ଦିର ନୁହେଁ, ରାଜ୍ୟର ବାବା ବଢୋଲିୟା ମନ୍ଦିର, ରେଣୁକାଜୀ ସିରମୌର ମନ୍ଦିରର ମଧ୍ୟ ଏହି ଜଳ ତାଣ୍ଡବ କୌଣସି କ୍ଷତି କରିପାରି ନାହିଁ। ପୁଣି ଥରେ ପ୍ମମାଣିତ କରିଦେଲା- ଆସୁରିକ ଶକ୍ତିଠାରୁ ବହୁ ଊର୍ଦ୍ଧ୍ୱରେ ଦୈବୀ ଶକ୍ତି। ସେପଟେ ବ୍ୟାସ, ପାର୍ବତୀ, ସତଲେଜ ଆଦି ନଦୀ ଜଳ ତାଣ୍ଡବରେ ରାଜ୍ୟର ୪ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ପ୍ରାରମ୍ଭିକ ରିପୋର୍ଚ ଆଧାରରେ କହିଛନ୍ତି।

  • ଶ୍ରବଣ ମାସ ର ପ୍ରଥମ ସୋମବାରରେ ଜଳାଭିଷେକ କରୁଛନ୍ତି କାଉଡିଆ

    ଶ୍ରବଣ ମାସ ର ପ୍ରଥମ ସୋମବାରରେ ଜଳାଭିଷେକ କରୁଛନ୍ତି କାଉଡିଆ

    ଆଜି ହେଉଛି ଶ୍ରବଣ ମାସ ର ପ୍ରଥମ ସୋମବାର ।ଚଳଚଞ୍ଚଳ ସମସ୍ତ ଶୈବ ପିଠ ।ବୌଦ୍ଧ ଜିଲ୍ଲାର ସମସ୍ତ ଶୈବ ପୀଠଗୁଡିକରେ ଦେଖା ଦେଇଛି କାଉଁଡିଆଙ୍କ ଭିଡ଼ । ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୁଡ଼, ମତଙ୍ଗେଶ୍ୱର, ରାମ୍ୱଶ୍ୱର ମନ୍ଦିର ସମେତ ଜଗତି ଗନ୍ଧରାଡ଼ି ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭି଼ଡ ଦେଖିବାକୁ ମିଳିଛି । ସେହିପରି ରାମଗଡ଼ ସ୍ଥିତ ମହୀନଦୀ ପାଦ ଦେଶରେ ଥିବା ବାବା କେଦାରେଶ୍ବରଙ୍କ ମନ୍ଦିରର ସ୍ୱତନ୍ତ୍ରତା ପାଇଁ ଜିଲ୍ଲା ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଜମିଥାଏ । ମହାନଦୀକୁ କୂଳରେ ଥିବା ଏହି ମନ୍ଦିର ଶିବଲିଙ୍ଗ ୩୦ଫୁଟ ତଳେ ରହିଥିବା ବେଳେ ମହାନଦୀ ସ୍ତର ସହ ସମାନ ବାବା ଅବସ୍ଥାପିତ । ଏଠାରେ ପାଦୁକ ନିସ୍କାଶନ ପାଇଁ ନାଳ ନଥାଏ । ଯାହା ବି ପାଣି ବାବାଙ୍କ ଠାରେ ଲାଗି ହୁଏ ତାହା ଆପେ ଆପେ ଶୁଖି ଯାଇଥାଏ । ଏହି ଔଲକିକ ମହିମା ପାଇଁ ଏହି ଶୈବ ପୀଠରେ ମାନସିକଧାରୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ତେବେ ଭକ୍ତଙ୍କ ବିଶ୍ୱାସ ରହିଛି ଏହି ପୀଠରେ ମାନସିକ ରଖିଲେ ନିଶ୍ଚିତ ପୁରଣ ହୋଇଥାଏ । ଭକ୍ତ ମାନଙ୍କ ସୁରକ୍ଷା ଓ ରୀତିନୀତି ପାଇଁ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।