Category: ଅପରାଧ

  • ଗ୍ରୋସରୀ ଦୋକାନରେ କଳାକନା ବୁଲାଇଲେ ଚୋର

    ଗ୍ରୋସରୀ ଦୋକାନରେ କଳାକନା ବୁଲାଇଲେ ଚୋର

    ଗ୍ରୋସରୀ ଦୋକାନରେ କଳା କନା ବୁଲାଇଲା ଚୋର । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ପାରିନୂଆଗାଁ ଛକ ନିକଟରେ ।

    ସୁଚନା ଅନୁଯାୟୀ ପାରିନୂଆଗାଁ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଛି । ଦୋଳମୁଣ୍ଡେଇ ଗ୍ରାମର ଦେବାଶିଷ ବିଶ୍ୱାଳ ଦୁଇ ବର୍ଷ ହେଲା ପାରିନୁଆଗାଁ ଛକ ନିକଟରେ ଦୋକାନ କରିଥିଲେ । ତେବେ ଆଜି ସକାଳେ ସୋ ଦୋକାନ ଆସି ଦେଖନ୍ତି ତ ଦୋକାନ ଘର ମୂଖ୍ୟ କବାଟ ତାଲା ଭାଙ୍ଗି ଲାପଟପ ସହ ପାଞ୍ଚ ହଜାର ଟଙ୍କାରୁ ଉର୍ଦ୍ଧ ଏବଂ କିଛି ଦୋକାନ ସାମଗ୍ରୀ ଲୁଟ୍ ହୋଇଥିବା ଦୋକାନୀ ମାଲିକ ଅଭିଯୋଗ କରିଛନ୍ତି ।

    ଦୋକାନରେ ଲାଗିଥିବା ସିସିଟିଭିରୁ ଚୋରି ସମୟର କିଛି ଫୁଟେଜ ମିଳିଥିବା କହିଛନ୍ତି ଦୋକାନ ମାଲିକ। ତେବେ ଏନେଇ ଦୋକାନ ମାଲିକ ଦେବାଶିଷ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ରେ କଏଦ ହୋଇଥିବା ଫୁଟେଜ କୁ ଅନୁସନ୍ଧାନ କରି ତଦନ୍ତ ଜାରୀ ରଖିଛି ।

  • ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଚୋରା ମଦ ବିକ୍ରୀକୁ ବିରୋଧ

    ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଚୋରା ମଦ ବିକ୍ରୀକୁ ବିରୋଧ

    ଚୋରା ମଦ ବିକ୍ରି କୁ ନେଇ ମହିଳାଙ୍କ ବିରୋଧ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ । ଚନ୍ଦ୍ରାପୁଟ ଓ ବଡ଼କୂଳ ମଝିର ରୋଡ଼ ଦୁଇ ପାର୍ଶ୍ଵରେ ଥିବା କିଛି ଘର ମାନଙ୍କରେ ବେଆଇନ ଭାବେ ଦେଶୀ ଆଉ ବିଦେଶୀ ମଦ ବେପାର ଚାଲିବାକୁ ନେଇ ବିରୋଧ ।ସୁଚନା ଅନୁୟାୟୀ କିଛି ବର୍ଷ ହେଲା ଅବୈଧ ମଦ ବେପାର ଯୋଗୁ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିବା ସହ ଘରେ ଘରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଥିଲା । ଉକ୍ତ ରାସ୍ତାରେ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ ଏବଂ ସ୍କୁଲ କଲେଜକୁ ପିଲା ପାଠ ପଢିବା ପାଇଁ ଯାଉଥିବା ବେଳେ ନିଶାଡିକ ଦୁର୍ବବ୍ୟହାରର ଶୀକାର ମଧ୍ୟ ହେଉଥିଲେ । ଏ ନେଇ ମହିଳାମାନେ ଏକତ୍ରିତ ହୋଇ ଅଠର ବାଟିଆ ଓ ବଡକୂଳ ସରପଞ୍ଚଙ୍କ ଉପସ୍ଥିତ ରେ ମଦ ବିକ୍ରି ସ୍ଥାନକୁ ଯାଇ ବିରୋଧ କରିଥିଲେ । ଏବଂ ଘଟଣା ସ୍ଥଳରୁ ଚୋରା ମଦ ବେପାରୀ ଙ୍କ ଘରୁ କିଛି ମଦ ଆଣି ନାଭାଲ ଫାଣ୍ଡି ପୋଲିସ କୁ ଜିମା ଦେଇ ଥିବା ସୂଚନା ମିଳିଛି ।

  • କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

    କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

    କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ଚଣ୍ଡିବିରଞ୍ଚିପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ମୃତ ।ସୂଚନା ଅନୁସାରେ, ଭଦ୍ରକ ଜିଲ୍ଳା ବରପଦା ନିକଟ ସୋଲଗଡ଼ିଆ ଗ୍ରାମର ରବିନ୍ଦ୍ର ପେଡ଼ା (୨୪) ଓ ଇନ୍ଦ୍ରମଣି ସେଠୀ (୪୨) ଦୁହେଁ ଦ୍ଵିତୀବାହନ ଓଷା ନିମନ୍ତେ ଇନ୍ଦ୍ରମଣିଙ୍କ ଭଉଣୀ ଘରକୁ ଓଷା ଭାର ଦେଇ ଓଡ଼ି-୨୨ଏଲ୍-୨୦୨୭ ନମ୍ବର ବିଶିଷ୍ଟ ବାଇକ ଯୋଗେ ଆସିଥିଲେ । ସେଠାରୁ ଫେରିବା ସମୟରେ ଆନନ୍ଦପୁର ଅଭିମୁଖେ ଯାଉଥିବା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିୟୋଜିତ ଓଆର୍-୦୯ଜି-୭୨୯୯ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ସହିତ ଚଣ୍ଡିବିରଞ୍ଚିପୁର ଛକରେ ସେମାନଙ୍କ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉକ୍ତ ୨ଜଣ ବାଇକ୍ ଆରୋହୀ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ବେଳେ ଟ୍ରକ୍ ଚାଳକ ଟ୍ରକଟିକୁ ଥାନା ନିକଟ ମରେଇଗାଁ ସ୍ଥିତ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଛାଡ଼ି ଫେରାର୍ ହୋଇଯାଇଛି । ତେବେ ନନ୍ଦିପଦା ପୋଲିସ ଉକ୍ତ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

  • ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

    ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

    ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଉ ଅପରାଧି ଏବେ ରାତିର ଅନ୍ଧାରରେ ନୁହେଁ ଦିନ ଦ୍ବିପହରରେ ବେଧଡକ ଘଟାଇ ଚାଲିଛନ୍ତି ଅପରାଧ । ସେମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ । ଦିନ ଦ୍ୱିପ୍ରହରରେ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇହୋଇଛି ଅଭିଯୋଗ । ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣପୁର ଥାନା ନିକଟସ୍ଥ ସାନହନ୍ତୁଆଡ଼ ଗ୍ରାମର ଶିବ ପାଇକରାୟ ନାମକ ଯୁବକଙ୍କୁ ବରଡ଼ି ଛକ ନିକଟରେ କିଛି ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଫଳରେ ଶିବ ଗୁରୁତର ଆହତ ହେବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇ ଥିବା ଜଣାପଡିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏ ନେଇ ଶିବଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ବାଣପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

  • ଗୋଟିଏ ରାତିରେ ତିନୋଟି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଗୋଟିଏ ରାତିରେ ତିନୋଟି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ମହାଗବରେ ସିରିଜ ଲୁଟ। ଶନିବାର ବିଳମ୍ବିତ ରାତିରେ ତିନୋଟି ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଆସବାବ ପତ୍ର ଲୁଟିନେଲେ ଦୁର୍ବୃତ୍ତ।

    ସୂଚନା ଅନୁଯାୟୀ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର , ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବହୁ ସୁନା ଅଳଙ୍କାର ସହ ଆସବାବପତ୍ର ଲୁଟ କରିନେଇଛନ୍ତି। ରବିବାର ସକାଳେ ମନ୍ଦିର ସବୁର ପୂଜକ ଆସି ଦେଖନ୍ତି ମନ୍ଦିର ସବୁର ଫାଟକ ଖୋଲା ରହିଛି। ଫାଟକରେ ଲାଗିଥିବା ତାଲା ଭାଙ୍ଗି ତଳେ ପଡିଛି। ଏହା ଦେଖି ପୂଜକ ଗ୍ରାମବାସୀଙ୍କୁ ଅବଗତ କରିଥିଲେ। ସଙ୍ଗେ ସଙ୍ଗେ ଏହି ଖବର ଚାରିଆଡେ ରାଷ୍ଟ୍ର ହୋଇଯାଇଥିଲା। ମନ୍ଦିରକୁ ଛୁଟିଥିଲା ଲୋକଙ୍କ ସୁଅ। ସୂଚନା ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ବିବାହର ୧୪ବର୍ଷ ପରେ ସ୍ବାମୀଙ୍କ କଳା କାରନାମା ଆସିଲା ସାମ୍ନାକୁ, ତାପରେ…

    ବିବାହର ୧୪ବର୍ଷ ପରେ ସ୍ବାମୀଙ୍କ କଳା କାରନାମା ଆସିଲା ସାମ୍ନାକୁ, ତାପରେ…

    ଘରେ ଜଣେ ସ୍ତ୍ରୀ, ଓଡିଶା ବାହାରେ ଆଉ ଜଣେ। ୨୦୦୯ରେ ପ୍ରଥମ ବିବାହ କରି ଦୁଇ ସନ୍ତାନର ଜନକ ହୋଇସାରିବା ପରେ ଦେହ ସୁଖ ମେଣ୍ଟେଇବାର ଇଛା ଥମିନଥିଲା। ତେଣୁ ପୁଣି କରିଥିଲେ ଆଉ ଜଣଙ୍କୁ ବିବାହ। କିନ୍ତୁ ସବୁକିଛି ହୋଇଥିଲା ପରିବାର ଅଜାଣତରେ। ଏମିତି ନବବିବାହିତା ସ୍ତ୍ରୀଙ୍କ ସହ ଦିଲ୍ଲୀରେ ବାବୁ ମୌଜ କରିବାର ୩ ବର୍ଷ ପରେ ସତ ଆସିଲା ପ୍ରଥମ ସ୍ତ୍ରୀଙ୍କ ଗୋଚରକୁ। ଯାହାକୁ ନେଇ ଏବେ ପରିବାରରେ ଦେଖାଦେଇଛି ଝଡ। ସ୍ବାମୀଙ୍କ ପ୍ରତାରଣାରେ ଭାଙ୍ଗିପଡିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଅ ଗ୍ରାମର ପ୍ରେମାନନ୍ଦ ଷଡ଼ଙ୍ଗୀଙ୍କୁ ବିବାହ କରିଥିବା ପ୍ରଥମ ପତ୍ନୀ ମଧୁସ୍ମିତା ଷଡଙ୍ଗୀ। ପ୍ରେମାନନ୍ଦ ଦିଲ୍ଲୀରେ ରହୁଥିବା ବେଳେ ପିଲାଙ୍କ ପାଠପଢା ପାଇଁ କଟକରେ ବାପଘରେ ରହିଆସୁଥିଲେ ମଧୁସ୍ମିତା ।

    ସ୍ବାମୀଙ୍କ ସହ ନିୟମିତ ଯୋଗାଯୋଗ ରହିଥିଲା। ଶ୍ବଶୂର ଘରର ତାଙ୍କ ସହ, ତାଙ୍କ ବାପଘର ସହ ମଧ୍ୟ ଥିଲା ସୁ ସମ୍ପର୍କ। ବିବାହ ପରଠାରୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ପ୍ରୋମାନନ୍ଦଙ୍କୁ ଦେଇଛନ୍ତି ମଧୁସ୍ମିତାଙ୍କ ବାପଘର ଲୋକେ। ସ୍ବାମୀଙ୍କ ଉପରେ ମଧୁସ୍ମିତାଙ୍କର ଥିଲା ଅତୁଟ ବିଶ୍ବାସ। ତେଣୁ କେବେ ସ୍ବାମୀଙ୍କ ହାବଭାବ ଉପରେ ସେ ସନ୍ଦେହ କରିନାହାନ୍ତି। କିନ୍ତୁ ସବୁ ବିଶ୍ବସରେ ସ୍ବାମୀ ବିଷ ଦେଇ ତିନି ବର୍ଷ ହେବ ତାଙ୍କୁ ଅନ୍ଧାରରେ ରଖିବା ପରେ ଗତ ଜନ୍ମାଷ୍ଟମୀରେ ପ୍ରେମାନନ୍ଦଙ୍କ ଦ୍ବିତୀୟ ପତ୍ନୀ ଏକ ଫଟୋ ମଧୁଙ୍କୁ ପଠା ଉଠାଇଥିଲେ ଗୁପ୍ତ ବିବାହ ଉପରୁ ପରଦା। ଆଉ ମଧୁଙ୍କ ପାଦ ତଳୁ ଯେମିତି ଖସିଯାଇଥିଲା ମାଟି। ସେ ଏବେ କଣ କରିବେ, ଦୁଇ ପିଲାଙ୍କୁ ନେଇ କେମିତି ଚଳିବେ ସେଇ ଚିନ୍ତା ତାଙ୍କୁ ଘାରୁଛି।

    ଏହା ଜାଣିବା ପରେ ଯାଜପୁର ବରୀ ରାମଚନ୍ଦ୍ର ପୁରୁ ଥାନାରେ ଏକ ଲେଖିତ FIR ଦେବା ସହ ଶାଶୁଘରେ ଥିବା ନିଜ ସବୁ ଜିନିଷ ନେବାକୁ ବାପା ମାଙ୍କ ସହ ପହଞ୍ଚିଥିଲେ। ସେପଟେ ଝିଅର ଏପରି ସ୍ଥିତିରେ ବୃଦ୍ଧ ବାପା ମା ମଧ୍ୟ ଭାଙ୍ଗିପଡିଛନ୍ତି। ମା ଝିଅ ଓ ନାତି ନାତୁଣିଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇଉଠୁଛନ୍ତି।

    ସେପଟେ ପ୍ରେମାନନ୍ଦଙ୍କ ଏପରି କଳାକରାନାମା ସମ୍ମୁଖକୁ ଆସିବା ପରେ ତାଙ୍କ ଭାଉଜ ମଧ୍ୟ ରାଗଜର୍ଜରିତ ହୋଇଉଠିଛନ୍ତି। ତାଙ୍କ ସ୍ବାମୀଙ୍କୁ ଠକି ଦିଅରେ କଟକରେ ଜାଗାବାଡି କରିଛି। ଏବେ ଆଉ ଏକ ବିବାହ କରିବା ତାଙ୍କ ମନରେ ଆଘାତ ଦେଇଛି। ତେଣୁ ସେ ଦିଅର ପ୍ରେମାନନ୍ଦଙ୍କ ଚଞ୍ଚକତାର ଭରଣା ପାଇଁ ନ୍ୟାୟ ଭୀକ୍ଷା କରିଛନ୍ତି। ଅନ୍ୟପଟେ ବାପା ଜ୍ବାଇଁର ବିଶ୍ବାସଘାତକତା ପାଇଁ ଉଚିତ ଶିକ୍ଷା ଦେବାକୁ ଚାହୁଁଛନ୍ତି

    ମଧୁସ୍ମିତା ବରୀ ପୋଲିସ ଉପସ୍ଥିତିରେ ପ୍ରେମାନନ୍ଦଙ୍କ ଘରେ ପହଞ୍ଚି ସବୁ ଯୌତୁକ ଜିନିଷ ନେଇଛନ୍ତି। ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ପ୍ରେମାନନ୍ଦଙ୍କ ଏପରି କେଳେଙ୍କାରୀକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲୋକେ ପ୍ରେମାନନ୍ଦଙ୍କୁ ଛି ଛାକର କରୁଛନ୍ତି।

  • ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ ଘଟଣାର ପର୍ଦାଫାଶ କଲେ ବରଗଡ଼ SDPO

    ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ ଘଟଣାର ପର୍ଦାଫାଶ କଲେ ବରଗଡ଼ SDPO

    ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦ୍ୱାରା ଚାକିରୀ କରୁଥିବା ଘଟଣାର ପର୍ଦାଫାଶ କରିଛନ୍ତି ବରଗଡ଼ SDPO। ଏନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଜାଲ ଜାତିଗତ ପ୍ରମାଣ ପତ୍ର ତିଆରି କରି ୫ ଜଣ ବ୍ୟକ୍ତି ଙ୍କୁ ଭଟଲି ପୋଲିସ ଗିରଫ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଛି । ଉତ୍ତର ପ୍ରଦେଶ ରାଜ୍ୟ ରୁ ଭଟଲିକୁ ଆସି ୩ ଯୁବକ ନକଲି ଜାତିଗତ ପ୍ରମାଣପତ୍ର ତିଆରି କରିଥିଲେ ।ପରେ ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ । ଭଟଲି ଥାନାରେ ଜଣେ ଆର .ଆଇ, ଓ ସରପଞ୍ଚ ଙ୍କ ସମେତ ମୋଟ ୫ ଜଣ ଙ୍କୁ ଅଟକ ରଖିଛି ପୋଲିସ ।ଏହି ଜାଲ ଜାତିଗତ ପ୍ରମାଣ ପତ୍ର କରବାରରେ ଲିପ୍ତଥିବା ଉତ୍ତର ପ୍ରଦେଶର ବିରପାଳ ସିଂ, ବବ୍ଲେସ କୁମାର, ରବିକାନ୍ତ,ଭଟଲି ତହସିଲ ଅନ୍ତର୍ଗତ ସୁକୁଡା ଆରଆଇ ସନ୍ଦୀପ କୁମାର ଶତପଥି ଓ ଡ଼ୁମେଲପାଳିର ସରପଞ୍ଚ ମନୋରଞ୍ଜନ ଦୋରାକୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରିରଖିଥିବା ନେଇ ସୂଚନା ଦେଇଛନ୍ତି ବରଗଡ SDPO |

  • ସାଇବର ସୁରକ୍ଷା ସଚେତନତା

    ସାଇବର ସୁରକ୍ଷା ସଚେତନତା

    ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟଵହାର ତଥା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସାଇବାର ଅପରାଧ ମଧ୍ୟ ବଢୁଛି । ଏହାର ପ୍ରତିରୋଧ ପାଇଁ ପ୍ରତିବର୍ଷ ଅକ୍ଟୋବର ମାସକୁ ସାଇବର ସୁରକ୍ଷା ସଚେତନତା ମାସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ସାଇବର ସୁରକ୍ଷା ସଚେତନତା ଅଭିଯାନକୁ କିପରି ବ୍ୟାପକ କରାଯାଇପାରିବ ଏନେଇ ଅଣ୍ଟା ଭିଡିଛି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ । ଉଭୟ ଅଫଲାଇନ ଓ ଅନଲାଇନରେ ସାଇବର ସୁରକ୍ଷା ସଚେତନତା ବାର୍ତା ଦିଆଯିବ ବୋଲି କହିଛନ୍ତି ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି।

    ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଏହାକୁ ଅନଲାଇନ ଜରିଆରେ ଉଦଘାଟନ କରିବାକୁ ଯାଉଥିବା ବେଳେ ଅକ୍ଟୋବର ୨ରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯିବ । ଏହି ସଚେତନତା ରଥ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଗାଁରୁ ସହର, ସମସ୍ତ ଜନଗହଳି ସ୍ଥାନରେ ରହି ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବ । ସେହିଭଳି ଅନଲାଇନରେ ମଧ୍ୟ ସାଇବର ସୁରକ୍ଷା ସଚେତନତାର ବାର୍ତା ଦିଆଯିବ।

  • ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ: ବିଶ୍ୱକପ୍ ସମୟରେ ଆକ୍ରମଣ

    ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ: ବିଶ୍ୱକପ୍ ସମୟରେ ଆକ୍ରମଣ

    ଭାରତରେ ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଥରେ ବିଷ ଉଗାଳିଛି । ଦିଲ୍ଲୀର ଆଇଏସବିଟି ଅଞ୍ଚଳରେ ଓଭରବ୍ରିଜ୍ କାନ୍ଥରେ ଖଲିସ୍ତାନୀ ସମର୍ଥକ ନାରା ଲେଖିଥିବା ବେଳେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପନ୍ନୁ ଏକ ଭିଡିଓ ଜାରି କରିଛି । ଅଗଷ୍ଟ ୧୫ ଓ ଜି୨୦ ପୂର୍ବରୁ ପନ୍ନୁଙ୍କ ସମର୍ଥକ ଦିଲ୍ଲୀରେ ଭାରତ ବିରୋଧୀ ସ୍ଲୋଗାନ୍ ଲେଖିଥିଲେ । ଉକ୍ତ ମାମଲାରେ ପୋଲିସ ଖଲିସ୍ତାନୀ ସମର୍ଥକଙ୍କୁ ଗିରଫ କରିଥିଲା । ଏବେ ଓଭରବ୍ରିଜରେ ଖଲିସ୍ତାନୀ ନାରା ଲେଖାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପନ୍ନୁ ପୁଣି ଭିଡିଓ ଜାରି କରି ଧମକ ଦେବା ପୋଲିସକୁ ଚିନ୍ତାରେ ପକାଇଛି ।

  • ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

    ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ହ୍ୟାଲୋ ଜେଜେ, ମୁଁ ତୃପ୍ତି କହୁଛି । ବାପା କହିଲେ ଆମେ ମା’ ପାଖକୁ ଯାଉଛୁ । ଆମକୁ ଆଉ ଖୋଜିବନି । ମା’କୁ ଛାଡ଼ି ଆମେ ଆଉ ରହି ପାରୁନୁ । ଏହାପରେ ଫୋନ୍‌ ସୁଇଚ୍‌ ଅଫ୍‌ । ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ।

    ପ୍ରତ୍ୟକ୍ଷଦର୍ଶୀଙ୍କ କାବିହା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

    ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।