Category: ଅପରାଧ

  • ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚୂନକାଳି ବୋଳିବା ସହ ଚପଲମାଳ ପିନ୍ଧାଇଲେ ଲୋକେ

    ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚୂନକାଳି ବୋଳିବା ସହ ଚପଲମାଳ ପିନ୍ଧାଇଲେ ଲୋକେ

    ବର୍ବରତାର ସୀମା ଟପିଗଲେ ଲୋକେ । ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଚୂନକାଳି ବୋଳିବା ସହ ଚପଲ ମାଳ ପିନ୍ଧାଇ ବୁଲାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦ୍ୱୀପ ମେରାଇନ ଥାନା ଅଧିନସ୍ଥ ନେହେରୁ ବଙ୍ଗଳା ବସ୍ତି ଅଞ୍ଚଳ ରେ । ସୁଚନା ଅନୁଯାୟୀ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି । ଏନେଇ କିଛି ଲୋକ ଜାଣିବା ପରେ ବସ୍ତିର କିଛି ଲୋକ ଓ ମହିଳା ଙ୍କ ସମ୍ପର୍କୀୟ ମାନେ ଉକ୍ତ ବ୍ୟକ୍ତିକୁ ଉତ୍ତମ ମାଧ୍ୟମ ଦେବା ସହିତ ଚୁଟି କାଟି ସାତବେଣ୍ଟିଆ କରିଥିଲେ । କିନ୍ତୁ ଏଥିରେ ସେମାନଙ୍କ ମନ ବୁଝି ନଥିଲା, ଉତ୍ୟକ୍ତ ଲୋକେ ଉକ୍ତ ବ୍ୟକ୍ତିର ସାର୍ଟ ଓ ଗଞ୍ଜି ଓହ୍ଲାଇ ଦେହସାରା ନାଲିରଙ୍ଗ, ଚୂନ ଓ କଳା ବୋଳିବା ସହିତ ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ରେ ବୁଲାଇଥିଲେ । ତେବେ ଏଠାରେ କହି ରଖୁଛୁ କି ଯଦି କୌଣସି ବ୍ୟକ୍ତି କିଛି ଦୋଷ କରିଛି ତାକୁ ପୋଲିସ କୁ ହସ୍ତାନ୍ତର କରିଦେବା ଉଚିତ୍ । ଏଭଳି ଆଇନକୁ ନିଜ ହାତକୁ ନେବା କେତେ ଯୁକ୍ତି ସଂଗତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

  • ଚୋରି ହୋଇଥିବା ବୋଲେରୋ ଜବତ, ଜଣେ ଗିରଫ

    ଚୋରି ହୋଇଥିବା ବୋଲେରୋ ଜବତ, ଜଣେ ଗିରଫ

    ଗତ ୭ତାରିଖ ଦିନ କେନ୍ଦୁଝର ଟାଉନ ଥାନା ନିକଟ ଜଗନ୍ନାଥପୁର ଛକରୁ ଦିନ ଦିପ୍ରହରରେ ଏକ ବାଲେରୋ (OD-35-G-3055) ଗାଡି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଟାଉନ ପୋଲିସ ଆଖ ପାଖ ସିସିଟିଭି ଯାଞ୍ଚ କରିବାପରେ ଜାଣିବାକୁ ପାଇଥିଲା ଗାଡିଟି କଲିକତା ଅଭିମୁଖେ ଯାଇଛି । ତାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବାକୁ କଲିକତା ଅଭିମୁଖେ ଯାଇଥିଲା । କଲିକତା ରାସ୍ତାରେ ଯିବାବେଳେ ବିଭିନ୍ନ ଟୋଲଗେଟ ର ସିସିଟିଭି ପୁଟେଜ କୁ ଆଧାରକରି ପୋଲିସ କଲିକତାର ଶେଖ ପଡା ରେ ପହଞ୍ଚି ଥିଲା । ଶେଖ ପଡ଼ାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେନ୍ଦୁଝର ରୁ ଚୋରି ହୋଇଥିବା ବୋଲେର କୁ ପାଇଥିଲେ । ସେଠାରେ ପୋଲିସ ଜାଣିବାକୁ ପାଇଥିଲା ସେଯାଦ ଅଲ୍ଲୀ ନାମକ ଜଣେ ଯୁବକ ଏହି ଗାଡିଟିକୁ ଆଣି ବିକ୍ରୀ କରିବା ଉଦେଶ୍ୟ ରେ ଚୋରି କରିଥିଲା । ଏଣୁ ପୋଲିସ ଉକ୍ତ ବୋଲେରୋ କୁ ଜବତ କରିବା ସହିତ ସେଯାଦ ଅଲ୍ଲୀ କୁ ଗିରଫ କରିବା ରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଅଭିଯୁକ୍ତ ସେଯାଦ ଅଲ୍ଲୀ ଓଳା ଉବେର ଟେକ୍ସି ଗାଡି ଚଲାଉଥିଲା । ଏଣୁ ଗାଡି ଚୋରୀ ଉଦେଶ୍ୟ ରେ ସେ ୫ତାରିଖ ଦିନ ଏକ ଭଡା ଗାଡି ଯୋଗେ କେନ୍ଦୁଝର ଆସିଥିଲା । ପ୍ରଥମେ ଯୋଡ଼ା ରେ ରହିବାପରେ ତାପର ଦିନ କେନ୍ଦୁଝର ଆସି ଜଗନ୍ନାଥପୁର ଛକ ନିକଟରୁ ଉକ୍ତ ବୋଲେରୋ ଟିକୁ ଚୋରି କରିଥିଲା । ଆଉ ଏହି ବୋଲେରୋ ଟିର ନମ୍ବର ବଦଳାଇ (WB-29B-5055) କରି ଚଲାଉଥିଲା । ଗାଡିଟିକୁ ଜବତ କରିବା ପରେ ଗାଡ଼ିରୁ ନକଲି ନମ୍ବର ପ୍ଲେଟ,ପୋଲିସ ଲେଖା ଥିବା ଷ୍ଟିକର , ସ୍କୃଡାଇଭର, ଏକ ମୋବାଇଲ ସହିତ କିଛି ନଗଦ ଟଙ୍କା ଓ ଚୋରି ପାଇଁ ଆସିଥିବା ଓଳା ଉବେର ଟେକ୍ସି ଗାଡିକୁ ଜବତ କରିଛି ପୋଲିସ । ଏଥିସହ ଆଜି ଅଭିଯୁକ୍ତ କୁ ପୋଲିସ କୋଟ ଚାଲାଣ କରିଛି ।

  • ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ

    ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ

    କେନ୍ଦୁଝର ଜିଲ୍ଲାରେ ଥମୁନି ଚୋରା ମହୁଲି ମଦ କାରବାର। ପୁଣି ଚଢଉ କରି ଅବକାରୀ ପୋଲିସ ହଜାର ଲିଟର ମହୁଲ ପୋଚ ନଷ୍ଟ କରିବା ସହ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ବନ୍ଧୁଆବେଡାରେ ଦେଶୀ ମଦ କୁଟୀର ଶିଳ୍ପରେ ପରିଣତ ହୋଇଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଏସ୍ ପି ଓ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ବନ୍ଧୁଆବେଡ଼ା ଅଞ୍ଚଳରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଥିଲା । ସେଠାରେ ଥିବା ୧୦୦୦ ଲିଟରରୁ ଅଧିକ ମହୁଲି ପୋଚ ନଷ୍ଟ କରିବା ସହିତ ୬୦ ଟି ୨ ଶହ ଲିଟରିଆ ଡ୍ରମ୍, ଗୁଡ଼ ପ୍ୟାକେଟ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ଚମ୍ପୁଆ, ଯୋଡ଼ା ଏବଂ ବଡ଼ବିଲର ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଚୋରା ଦେଶୀ ମଦ ଭାଟିଗୁଡ଼ିକ ଉପରେ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ କହିଛି ।

    ଏଠାରେ କହି ରଖୁଛୁ କି, ଗତ ୫ ତାରିଖରେ ବାମେବାରୀ ଥାନା ଅଧୀନ ବନ୍ଧୁଆବେଡ଼ାରୁ ସ୍କୋର୍ପିଓରେ ଦେଶୀ ମହୁଲ ମଦ ଚୋରା ଚାଲାଣ ବେଳେ ଚଢାଉ କରି ସ୍କୋର୍ପିଓ ସହ ୨ଶହ ୪୦ ଲିଟର ମହୁଲ ମଦ ଜବତ୍ କରିଥିଲା। ଏଥିସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

  • କେରମେଲି ବିଦ୍ୟାଳୟରୁ ଚୋରି, ୨ ଗିରଫ

    କେରମେଲି ବିଦ୍ୟାଳୟରୁ ଚୋରି, ୨ ଗିରଫ

    ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କେରମେଲୀ ସ୍କୁଲରୁ ଗତ ସୋମବାର ହୋଇଥିବା ଚୋରି ଘଟଣାରେ ପୋଲିସ ଦୁଇ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ କେରମେଲୀ ଗ୍ରାମର ଶରତ ରଣା ଓ ବଲାଙ୍ଗୀରର ସିପୁନ ପ୍ରଧାନଙ୍କୁ ଗିରଫ କରିବା ସହ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିଛି। ସଇଁତଲା ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଯାହାକୁ ନେଇ ଲୋକେ ପୋଲିସକୁ ପ୍ରଶଂସା କରିଛନ୍ତି !

  • ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

    ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

    ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ। ବାଲେଶ୍ବର କମର୍ଦା ବାଲିଆପାଳ ରାସ୍ତା ଉପରେ ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଥାନା ଅଧୀନ ବାଲିଆପାଳ ମୁକାମରୁ ଚିସ୍ପ ଆଣିବା ପାଇଁ ବାଗୁଡ଼ିକୁ ଯାଉଥିଲା ଟ୍ରକ୍। ରାତିରେ କୁହୁଡି ପାଇଁ ଟ୍ରକ ଡ୍ରାଇଭର ଗାଡିକୁ ବାଇଗଣବାଡ଼ିଆ ପଞ୍ଚାୟତର କାଳିକାପୁର ରାସ୍ତାରେ ରଖିଥିଲେ। ରାତି ପ୍ରାୟ ୧୨ଟାରେ ଛଅଜଣ ଦୁର୍ବୃତ୍ତ ଗାଡି ନିକଟକୁ ଆସି କାଚ କଳକୁ କରିବାକୁ କହିଥିଲେ। ସେ କାଚ ତଳକୁ କରିବାରୁ ତାଙ୍କୁ ବଟି ବାବଦକୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଡ୍ରାଇଭର ବଟି ଦେବାକୁ ମନା କରିବାରୁ କିଛି ଯୁବକ ଟ୍ରାକର କାଚ ଭାଙ୍ଗିବା ସହ ତାଙ୍କୁ ଗାଡିରୁ ବାହାର କରି ମାଡ ମାରିଥିଲେ. ଏଥିରେ ତାଙ୍କ ପୋଷାକ ଚିରି ଯାଇଛି। ଏଥିସହ ତାଙ୍କ ପର୍ସ, ମୋବାଇଲ ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡରେ ଆହୁରି ମାଡ ମାରିବାରୁ ସେ ଭୟରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

    ଏନେଇ ଆକ୍ରମଣର ଶିକାର ଶିକାର ଡ୍ରାଇଭର ଲାମ୍ଫ ପାଣ୍ଡିରେ ଏତାଲା ଦେଇଥିଲେ । ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

  • ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନଦର୍ଲୀପାଲି ରାଜେଶ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

    ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନଦର୍ଲୀପାଲି ରାଜେଶ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

    ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ଦର୍ଲୀପାଲି ଗ୍ରାମର ରାଜେଶ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ଅମ୍ବାଭୋନା ପୋଲିସ ।କମେଣ୍ଟମରାରୁ ଏଭଳି ଏକ ବିଭତ୍ସ ହତ୍ଯା କରିଥିବା ମାନିଲା ନିଜେ ଅଭିଯୁକ୍ତ ।ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଦାସ (୨୨ବର୍ଷ)କୁ ଅମ୍ବାଭୋନା ପୋଲିସ ଗିରଫ କରି ଘଟଣାର ସିନ ରିକ୍ରେସନ କରିଛି । ବରଗଡ଼ ଏସ.ଡି.ପି.ଓ ଏବଂ ଥାନାଧିକାରୀ ଙ୍କ ଉପସ୍ଥିତିରେ ସିନ ରିକ୍ରେସନ ବେଳେ ସବୁ ସତ ମାନିଥିଲା ଅଭିଯୁକ୍ତ।ମୃତକ ରାଜେଶ ବେହେରା ଙ୍କ ସହିତ ହତ୍ୟାକାରୀଙ୍କ ପୂର୍ବ ଶତ୍ରୁତା ରହିଥିଲା । ମୃତକ ରାଜେଶ ବାରମ୍ବାର ଅଭିଯୁକ୍ତ ଅରୁଣ ଏବଂ ତାଙ୍କ ପରିବାର ଲୋକଙ୍କୁ ଅନେକ ସମୟରେ କମେଣ୍ଟ ମାରୁଥିଲା । ଯାହାକୁ ନେଇ ଅତିଷ୍ଠ ହୋଇପଡିଥିଲେ ଅରୁଣ ଆଉ ଏ ହତ୍ୟାକାଣ୍ଡ ସେ ନିଜେ ଭିଆଇ ଥିବା ସ୍ବିକାର କରିଥିଲେ ।

    ସୁଚନା ଅନୁଯାୟୀ ଗତ ଅକ୍ଟୋବର ୧୯ତାରିଖ ଦିନ ରାଜେଶ ବିଲରେ ପାଣି ମଡାଉଥିବା ବେଳେ ଏକ ୫ ଫୁଟିଆ ଲୁହା ପାଇପରେ ପଛଆଡୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅରୁଣ ।ପରେ ରାଜେଶ ଙ୍କ ଅଜା ବିହାରୀ ବେହେରା ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେଉଦ୍ଧାର କରି ବୁର୍ଲାସ୍ଥିତ ଡାକ୍ତର ଖାନାକୁ ନେଇଥିଲେ।କିନ୍ତୁ ସେଠାରେ ରାଜେଶଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲେ। ମୃତକ ରାଜେଶ ବେହେରା ଙ୍କ ମାଆ ଦୀପା ବେହେରା ଙ୍କ ଲିଖିତ ଅଭିଯୋଗ ଆଧାରରେ ଅମ୍ବାଭୋନା ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅରୁଣ ଦାସ ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି।

  • ଧାମରା ପୋଲିସକୁ ବଡ଼ ସଫଳତା, ୬ ଲୁଟେରାଙ୍କୁ କାବୁ କଲା ପୋଲିସ

    ଧାମରା ପୋଲିସକୁ ବଡ଼ ସଫଳତା, ୬ ଲୁଟେରାଙ୍କୁ କାବୁ କଲା ପୋଲିସ

    ଧାମରା ପୋଲିସକୁ ମିଳିଛି ବଡ ସଫଳତା । ଏକ ୬ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି। ଦୀର୍ଘ ଦିନ ଧରି ଧାମରା ବଜାରରୁ ବିଭିନ୍ନ ଦୋକାନ ଗୃହ ,ମନ୍ଦିର ହୁଣ୍ଡି, ବିଦ୍ୟାଳୟରୁ ଏଲିଡ଼ ଏବଂ ମାଛଧରା ବୋଟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଆଉ ଏହି ଘଟଣା ପୋଲିସ ମୁଣ୍ଡବଥାର କାରଣ ସାଜିଥିଲା । ଏହି ଚୋରଙ୍କୁ ଧରିବା ପାଇଁ ଧାମରା ଥାନା ଅଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଧାମରା ସାମୁଦ୍ରିକ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଯାନିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଗତ ଗୁରୁବାର ରାତିରେ ଏହି ଡକାୟତି ଦଳ ଚନ୍ଦନୀପାଳର ଏକ ମାଛଧାରା ବୋଟରୁ ଚୋରି କରୁଥିବାର ଖବର ପାଇ ଧାମରା ଥାନା ଅଧିକାରୀ ଟିମ ସହିତ ପହଞ୍ଚି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇଥିଲା । ଦୁଇ ଥାନାର ମିଳିତ ପ୍ରୟାସରେ ସେମାନଙ୍କ ପାଖରୁ ବିଭିନ୍ନ ଚୋରିସାମଗ୍ରୀ ଜବତ କରିବା ସହ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ଧାମରା ପୋଲିସ।

  • ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ଆଣି ଟଙ୍କା ସୁଝିବାକୁ ନେଇ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ,ଜଣେ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବଡଏକତାଳି ଗ୍ରାମରେ। ସୂଚନା ମୁତାବକ ବଡଏକତାଳି ଗ୍ରାମର କିଛି ମହିଳା ଘରୋଇ ଅର୍ଥ ଲଗାଣ ସଂସ୍ଥା ବନ୍ଧନରୁ ଏକତ୍ରିତ ହୋଇ ଗୃପ ଋଣ କରିଥିଲେ।ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଗୃପର ସଦସ୍ଯା କମଳା ବୋଇତେଇ ଏବଂ ନନ୍ଦିନୀ ବାରିକଙ୍କ ମଧ୍ଯରେ ଦୁଇ ଦିନ ତଳେ ବଚସା ହୋଇଥିଲା। ପୁନର୍ବାର ବନ୍ଧନ କର୍ମଚାରୀ ଋଣ ଟଙ୍କା ପରିଶୋଧ ପାଇଁ କମଳା ବୋଇତେଇଙ୍କ ଘର ନିକଟକୁ ଆସିଥିଲେ ।ଋଣ କିସ୍ତି ସଠିକ ସମୟରେ ଦେଉ ନଥିବାରୁ ନନ୍ଦିନୀଙ୍କୁ ଗାଳି ଗୁଲଜ କରିଥିଲେ କମଳା ।ସେହି ସମୟରେ ନନ୍ଦିନୀଙ୍କ ସ୍ବାମୀ ପ୍ରଫୁଲ୍ଲ ବାରିକ ଘଟଣା ସ୍ଥଳରେ ପହଞ୍ଚି କମଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। କମଳାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚିଯିବାରୁ ପ୍ରଫୁଲ୍ଲ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ପରେ କମଳାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନନ୍ଦିନୀ ଗୃପ ଋଣ ନେଇ ଋଣ ଟଙ୍କା ପରିଶୋଧ କରିବାକୁ ସବୁବେଳେ ଅନିଛା ପ୍ରକାଶ କରୁଛନ୍ତି।ଋଣ କିସ୍ତି ଟଙ୍କା ମାଗିଲେ ଝଗଡା କରିବା ସହ ଋଣ ପରିଶୋଧ କରିବେ ନାହିଁ ବୋଲି ମନା କରି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କମଳା।

    ସେପଟେ ଉକ୍ତ ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଘଷିପୁରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏବଂ ପୋଲିସ ଘଟଣା ସମ୍ପର୍କରେ ସରଜମିନ୍ ତଦନ୍ତ ଜାରି ରଖିଥିବା ଜଣାପଡିଛି।

  • ଗହଣା ଚୋରି କରୁଥିବା ସମୟରେ ଧରାପଡିଲେ ଅଣ ଓଡ଼ିଆ ଚୋର

    ଗହଣା ଚୋରି କରୁଥିବା ସମୟରେ ଧରାପଡିଲେ ଅଣ ଓଡ଼ିଆ ଚୋର

    ମୟୂରଭଞ୍ଜ ଏକ ଶାନ୍ତି ପ୍ରିୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏବେ ସେଠାରେ ଅଣ ଓଡ଼ିଆ ଲୁଟେରାଙ୍କ ଜାରି ରହିଛି ଉତ୍ପାତ ।ଦିନକୁ ଦିନ ବଢି ଚାଲିଛି ଲୁଟ୍ ପାଟ୍ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଶୁକୃଳିର ଏକ ଗହଣା ଦୋକାନ ରୁ ଚୋରି କରିଥିବା ସାମଗ୍ରୀ ସହ ଦୁର୍ବୁର୍ତ୍ତ ବିଶୋଇରେ ଧରା ପଡିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁଚନା ଅନୁଯାୟୀ ଏକ ଗହଣା ଦୋକାନକୁ ଦୁଇ ଲୁଟେରା ଗହଣା କଣଇବା ବାହାନାରେ ଦୋକାନକୁ ଯାଇଥିଲେ । ଏବଂ ସେଠାରୁ କୌଶଳ କ୍ରମେ ସେହି ଦୋକାନରୁ କିଛି ଗହଣା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଯାହା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ତେବେ ଗହଣା ଦୋକାନୀ ଲୁଟେରାଙ୍କ ଫୋଟ ସୋସିଆଲ ମିଡିଆ ରେ ଛାଡିଥିଲେ। ପୁଣି କିଛି ଦିନ ବ୍ୟବଧାନ ପରେ ଗତକାଲି ସେହି ଦୁଇ ଲୁଟେରା ବିଶୋଇ ଶୁଭଲକ୍ଷ୍ମୀ ଗହଣା ଦୋକାନକୁ ସମାନ ଢଙ୍ଗରେ ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନୀର ସନ୍ଦେହ ହୋବାରୁ ପୋଲିସ ଖବର ଦେଇଥିଲେ । ପରେ ଦୁଇ ଲୁଟେରାଙ୍କୁ କାବୁ କରିଥିଲା ବିଶୋଇ ଥାନା ପୋଲିସ । ତେବେ ଦୁଇ ଲୁଟେରା ମଧ୍ୟପ୍ରଦେଶର ଟେରା ମିଆଜ ସାମ ହୁସେନ (୨୦)ଓ ମହମ୍ମଦ ଅଲ୍ଲୀ (୨୨) ହୋଇଥିବା ବେଳେ ସେମାନଙ୍କ ନିକଟରୁ ଏକ ବାଇକ୍, କିଛି ସୁନା ଓ ନଗଦ ଟଙ୍କା ଜବତ କରାଯାଇଛି ।

  • ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ଏକ ବୁଦା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ୍ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରେ। ଏକ ପୋଲ ନିକଟ ବୁଦା ମୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ବାଦାମ ପାହାଡ଼ ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି।ମୃତ ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବଲତପୁର ଗ୍ରାମ ର ଉଦୟନାଥ କିସ୍କୁ । ତେବେ କିସ୍କୁଙ୍କୁ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି ସେନେଇ ରାଇରଙ୍ଗପୁର ଏସଡିପିଓ , ବାଦାମ ପାହାଡ଼ର ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି । ବାଦାମ ପାହାଡ଼ ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି।