Category: ଅପରାଧ

  • ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ବାଲି ମାଫିଆଙ୍କ ଆତଙ୍କରାଜ I ବେଆଇନ ଭାବେ ଗଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି I ପଥର ମାରି ପୁଲିସ ଭ୍ୟାନ୍ କୁ ବି ଭାଙ୍ଗିଛନ୍ତି I

    କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ ସୂଚନା ଦେଇଛନ୍ତି ଏହି ଅଂଚଳରେ ଚୋରା ବାଲି ଓ ପଥର ଚାଲାଣ ବଢ଼ିବାରେ ଲାଗିଛି I ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ I

    ସେହି ରାତିରେ ଡାହିସାହି ନିକଟସ୍ତ ଖପରପାଳ ଘାଟରେ ବେଆଇନ ଭାବେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ I ଘେରା ନାମକ ଜଣେ ବ୍ୟକ୍ତି ଓ ଅନ୍ୟ କିଛି ମାଫିଆ ଏହି ବାଲି ରଖିଥିବା ଜାଣିବାକୁ ପାଇ ବାଲି ନ ଉଠେଇବା ପାଇଁ ତାଗିଦ କରିଥିଲେ I ତେବେ ତା ଆର ଦିନ ସକାଳେ ଘଟଣାସ୍ଥଳରେ ପହଂଚିବା ବେଳକୁ ଉକ୍ତ ଜବତ ବାଲିକୁ ମାଫିଆମାନେ ରାତାରାତି ଉଠାଇ ନେଇଥିଲେ I

    ପୋଲିସ ଅଭିଯୁକ୍ତ ଘେରାକୁ ଖୋଜିବାବେଳେ ଘେରାର ସ୍ତ୍ରୀ ସମେତ ଅନେକ ମହିଳା ହଠାତ ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ I ତାଙ୍କୁ ପଥର ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ I

    ଏହି ଆକ୍ରମଣରେ ଆଇଆଇସି ଆହତ ହୋଇ କପ୍ତିପଦା ଡାକ୍ତରଖାନରେ ଚିକିତ୍ସା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପୋଲିସଙ୍କୁ ଆକ୍ରମଣ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିଲା I ଏହି ମାଫିଆଙ୍କୁ ଧରିବା ପାଇଁ କପ୍ତିପଦା ତହସିଲଦାର, ପରିବହନ ଅଧିକାରୀଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ତୁରନ୍ତ ଡାହିସାହି ଗ୍ରାମରେ ପହଂଚିଥିଲେ I

    ପୁରା ଗାଁ ପୋଲିସ କବ୍ଜାରେ ଆସିବା ପରେ ମାଫିଆଙ୍କ ଗଛିତ ୨୦ ଟ୍ରାକ୍ଟର ବାଲିକୁ କପ୍ତିପଦା ଥାନା ପରିସରକୁ ନେଇ ଆସିଥିଲା ପ୍ରଶାସନ I ମାଫିଆମାନେ ନିକଟସ୍ଥ ସୋନ ନଦୀରୁ ବେଆଇନ ଭାବେ ଦୈନିକ ୩୦ରୁ ୪୦ ଟ୍ରିପ ବାଲି ଉଠାଇ ଚୋରାରେ ବିକ୍ରି ଚାଲିଥିଲା ବୋଲି ଜଣାପଡିଛି I

  • ବନ୍ଦର ନଗରୀରେ ଚାଲିଛି ନକଲି ଔଷଧ କାରବାର!

    ବନ୍ଦର ନଗରୀରେ ଚାଲିଛି ନକଲି ଔଷଧ କାରବାର!

    ବନ୍ଦର ନଗରୀ ପାରାଦ୍ଵୀପରେ ଚାଲିଛି କି ନକଲି ଔଷଧ କାରବାର ? ନାଁ ବିନା କାଗଜପତ୍ରରେ ଚାଲିଛି ଔଷଧ ଦୋକାନ ? ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ପାରାଦ୍ଵୀପ ଅଠରବାଙ୍କିରେ ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲର, କୁଜଙ୍ଗ ଅତିରିକ୍ତ ତହସିଲଦାର ଓ ପୋଲିସ ପହଞ୍ଚି ଔଷଧ ଦୋକାନର କାଗଜପତ୍ର ଓ ମେଡ଼ିସିନ ଗୁଡ଼ିକର ଯାଞ୍ଚ୍ ଆରମ୍ଭ କରିଥିଲେ। ଯାହାକୁ ନେଇ ଏଭଳି ଏକ ଗୁଜବ ପ୍ରଚାରିତ ହେବା ସହିତ ଲୋକଙ୍କ ଭିଡ଼ ମଧ୍ୟ ଦେଖାଦେଇଥିଲା। ମାତ୍ର ଡ୍ରଗ୍ସ କଣ୍ଟ୍ରୋଲର କାଳି ମନ୍ଦିରର ତଳେ ଥିବା ମେଡିସିନ ଦୋକାନ ର କାଗଜପତ୍ର ଓ ମେଡ଼ିସିନ ଯାଞ୍ଚ୍ କରିବା ପରେ ସେଠାରୁ ଫେରିଯାଇଥିଲେ। ଉପସ୍ଥିତ ଗଣମାଧ୍ୟମ କୁ ମଧ୍ୟ କୈାଣସି ସୂଚନା ଦେଇନଥିଲେ। ତେବେ ଭିତିରି ସୂଚନା ମୁତାବକ ଏହି ଯାଞ୍ଚ୍ ପ୍ରକ୍ରିୟା ସରକାରୀ ଜାଗାରେ ମେଡ଼ିସିନ ଦୋକାନ ଖୋଲିବା କୁ ନେଇ ହୋଇଛି। କାରଣ ସରକାରୀ ଜାଗାରେ ମେଡିସିନ ଦୋକାନ ର ଅନୁମତି ମିଳିନଥାଏ, ଏଥିପାଇଁ ପୂର୍ବରୁ ମଧ୍ୟ କେତେଜଣ ଆବେଦନ କରି ବିଫଳ ହୋଇଛନ୍ତି। ମାତ୍ର ଏହି କାଳି ମନ୍ଦିରର ତଳେ ଦୁଇଟି ମେଡିସିନ ଷ୍ଟୋର ଖୋଲାଯାଇଛି। ଯାହାକୁ ନେଇ ଅଭିଯୋଗ ହେବା ପରେ ଜଗତସିଂହପୁର ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲର ଅଠରବାଙ୍କି ରେ ପହଞ୍ଚି ଯାଞ୍ଚ୍ କରି ଫେରି ଯାଇଛନ୍ତି। ତେବେ ମେଡିସିନ ଦୋକାନୀଙ୍କ କହିବା ଅନୁଯାୟୀ ଆମର ଲାଇସେନ୍ସ ରହିଛି ଏବଂ ସେମାନେ ଆସି ଆମର‌ କାଗଜପତ୍ର ଯାଞ୍ଚ୍ କରିବା ସହିତ ମେଡିସିନ କିଣା ବିକା ର‌ କାଗଜ ଯାଞ୍ଚ୍ କରିଥିଲେ।

  • ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ୫ ମାସ ପୁରିଲା ସୁକେଶ ମଣ୍ଡଳ ହତ୍ୟା, ହେଲେ ପୁଲିସ ହାତ ଖାଲି, ଏବେ ବି ରହସ୍ୟ ଘେରରେ…

    ଦିର୍ଘ ୫ ମାସ ପରେ କେଶ ମଣ୍ଡଳର ହତ୍ୟା ଘଟଣା ଉପରୁ ପରଦା ହଟାଇ ପାରିଲାନି ପୁଲିସ । କେତେ ଅସହାୟ ପୁଲିସ ବିଭାଗ । ପାରାଦ୍ଵୀପ ଆଦର୍ଶ ଥାନାର କାର୍ଯ୍ୟରତ ପିସିଆର ଭ୍ୟାନ ଡ୍ରାଇଭର ସୁକେଶ ମଣ୍ଡଳର ହତ୍ୟା ଘଟଣା କୁ ବିତଛି ୫ ମାସ । ହେଲେ ପୁଲିସ ହାତ ଖାଲି ।ଏଘଟଣାରେ ପୁଲିସ ପ୍ରଥମେ ନିଖୋଜ ପରେ ହତ୍ୟା, ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାତ୍ର ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଖୋଲିବାରେ ବିଫଳ ହୋଇଛି। ଯାହାକୁ ନେଇ ଆଜି ସନ୍ଧ୍ୟାରେ ପିସିସି ଜେନେରାଲ ସେକ୍ରେଟାରୀ ନିରଞ୍ଜନ ନାୟକ ଙ୍କ ନେତୃତ୍ବରେ ପାରାଦ୍ଵୀପ ନଗର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହିତ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ପୋଲିସ ସମ୍ପୃକ୍ତ କମ୍ପାନୀ ଅଧିକାରୀ ଙ୍କୁ ଘଣ୍ଟ ଘୋଡାଇବା ସହିତ ନିଜ ପିସିଆର ଭ୍ୟାନ ଡ୍ରାଇଭର କୁ ନ୍ୟାୟ ଦେବାରେ ପଛଘୁଞ୍ଚା ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

    ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୦ ତାରିଖରେ ସୁକେଶ ଘରୁ ଥାନାକୁ ଆସିଥିଲେ ପିସିଆର ଚଲାଇବା ପାଇଁ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ୨୧ ତାରିଖରେ ସୁକେଶ ଙ୍କ ବାପା ଆଦର୍ଶ ଥାନା ରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ମାତ୍ର ପୋଲିସ କୌଣସି ତତ୍ପରତା ଦେଖାଇ ନଥିଲେ। ୩୧ ତାରିଖ ଅର୍ଥାତ ଘଟଣାର ୧୦ ଦିନ ପରେ ଜେବି କଲୋନୀ ନିକଟରୁ ସୁରେଶଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ପରିବାର ବର୍ଗଙ୍କ ଏତଲା ଅତଲା ଅଧାରେ ପୁଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ହେଲେ ତଦନ୍ତରେ ଅଗ୍ରଗତି ହୋଇନଥିଲ। । ସୁକେଶଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ପାରାଦ୍ଵୀପ ବନ୍ଦର ରେ କାର୍ଯ୍ୟରତ ରାଧା କମ୍ପାନୀ ର ଦୁଇଜଣ କର୍ମଚାରୀଙ୍କ ସହ ଅଗଷ୍ଟ ୧୬ ତାରିଖରେ ଗଣ୍ଡଗୋଳ ହୋଇଥିଲା । ସେମାନେ ସୁକେଶ ଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହେବା ସହିତ ସେହିମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସୁକେଶଙ୍କ ବାପା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ହେଲେ ଫଳ ଶୂନ । ତେବେ ଏହି ଘଟଣାରେ ପୋଲିସ ଅ।ଖି ଦୃଶିଅ। ପଦକ୍ଷପ ଗ୍ରହଣ ନକରେ ,କଂଗ୍ରେସ ଆନ୍ଦୋଳନକୁ ଆହୁରି ତିବ୍ରତର କରିବ ବୋଲି ଚେତାବନୀ ଦେଇଛି ।

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ଏ କି ପ୍ରକାର ମାନସିକତା! ଦୀର୍ଘ ଦିନ ଧରି ଛାତ୍ର ଜଣକ କରୁଥିଲା ହତ୍ୟା ଯୋଜନା

    ଏ କି ପ୍ରକାର ମାନସିକତା! ଦୀର୍ଘ ଦିନ ଧରି ଛାତ୍ର ଜଣକ କରୁଥିଲା ହତ୍ୟା ଯୋଜନା

    ମଧ୍ୟପ୍ରଦେଶର ଛତ୍ରପୁରର ବାସିନ୍ଦା ଏସ.କେ ସକ୍ସେନା ଧାମୋରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ। ପ୍ରତିଦିନ ସକାଳ ପରି ଏସ.କେ ସକ୍ସେନା ନିଜ ଘରୁ ସ୍କୁଲ ବାହାରିଥିଲେ। ସେ କଳ୍ପନା ମଧ୍ୟ କରିନଥିଲେ ଯେ ବିଦ୍ୟାଳୟରେ ପିଲାମାନଙ୍କୁ ଅନୁଶାସନ ଶିକ୍ଷାର ମୂଲ୍ୟ ପାଇଁ ତାଙ୍କ ଜୀବନ ଦେବାକୁ ପଡିବ | ଶୁକ୍ରବାର ସକାଳେ ସେ ବିଦ୍ୟାଳୟ ନିକଟରେ ପହଞ୍ଚିବା ମାତ୍ରେ ତାଙ୍କ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଭେଟିଥିଲେ। ଯିଏ ଫାଟକ ବାହାରେ ଠିଆ ହୋଇଥିଲେ | ଏସ.କେ ସକ୍ସେନା ତାଙ୍କୁ କାହିଁକି ସ୍କୁଲ ଭିତରେ ନାହଁ ବୋଲି ପଚାରିଥିଲେ, ଛାତ୍ରଟି କହିଥିଲା ଯେ କିଛି ସମୟ ପରେ ସେ ସ୍କୁଲ ଭିତରକୁ ଆସୁଛି । ଏହା ପରେ ଏସ.କେ ସକ୍ସେନା ବିଦ୍ୟାଳୟ ଭିତରକୁ ଚାଲିଯାଇଥିଲେ ।

    କିଛି ସମୟ ପରେ ଅଭିଯୁକ୍ତ ଛାତ୍ର ହାତରେ ଏକ ଦେଶି ତିଆରି ପିସ୍ତଲ ଧରି ପ୍ରିନ୍ସିପାଲଙ୍କ ରୁମ ବାହାରେ ପହଞ୍ଚିଥିଲା । ତା’ ହାତରେ ପିସ୍ତଲ ଦେଖିବା ପରେ ପିଲାମାନେ ଡରି ଯାଇଥିଲେ। ଅଭିଯୁକ୍ତ ପିଲାମାନଙ୍କୁ ପଚାରିଥିଲେ ଯେ ପ୍ରିନ୍ସିପାଲ କେଉଁଠାରେ ଅଛନ୍ତି, ଉତ୍ତରରେ ସେମାନେ କହିଥିଲେ ଯେ ସେ ଶୌଚାଳୟକୁ ଯାଇଛନ୍ତି। ଅଭିଯୁକ୍ତ ଶୌଚାଳୟ ଆଡକୁ ଚାଲିଗଲା । କିଛି ସମୟ ପରେ ଶୌଚାଳୟ ବାହାରେ ଲୋକମାନେ ଗୁଳିର ଶବ୍ଦ ଶୁଣିଥିଲେ। ଯେତେବେଳେ ଲୋକମାନେ ଦୌଡ଼ି ଯାଇ ଦେଖିଲେ, ଯେ କେହି ଜଣେ ଏସ.କେ ସକ୍ସେନାଙ୍କ ମୁଣ୍ଡରେ ଗୁଳି ଚଳାଇଦେଇଛି । ଅଭିଯୁକ୍ତ ଛାତ୍ର ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିଲା । ଲୋକମାନେ ତୁରନ୍ତ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା।

    ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ପ୍ରଥମେ ସିସିଟିଭି ଫୁଟେଜ ଦେଖିବା ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ଛାତ୍ରକୁ ସିସିଟିଭିରେ ସନ୍ଦେହଜନକ ଭାବେ ପାଇଥିଲା। ଯିଏ ଅପରାଧ କରି କି ପରେ ସ୍କୁଟିରେ ପଳାଇଥିଲା |

    ଯେତେବେଳେ ପୋଲିସ ଏହି ଘଟଣାର ଅନୁସନ୍ଧାନ କଲା, ସେତେବେଳେ ସେ ଜାଣିବାକୁ ପାଇଲା ଯେ ସକ୍ସେନା ଅଭିଯୁକ୍ତକୁ ସ୍କୁଲ ଗେଟରେ ଦେଖିଥିଲେ । ଏଥିପାଇଁ ତାକୁ ଗାଳି ମଧ୍ୟ ଦେଇଥିଲେ । ଯାହା ପରେ ଅଭିଯୁକ୍ତ ଏହି ଅପରାଧ କରିଥିବା ଅଭିଯୋଗ ହୋଇଛି। ତା’ର ଜଣେ ବନ୍ଧୁ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହାରି କଥା ଶୁଣିନଥିଲେ ଏବଂ ଶୌଚାଳୟରେ ପ୍ରିନ୍ସିପାଲଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇ ଦେଇଥିଲା ଫଳରେ ଘଟଣାସ୍ଥଳରେ ପ୍ରିନ୍ସପାଲଙ୍କ ମୃତ୍ୟୁ ଘଟିଥିଲା।

    ଯେତେବେଳେ ପୋଲିସ ବିଦ୍ୟାଳୟର ଛାତ୍ରମାନଙ୍କୁ ପଚରାଉଚରା କରିଥିଲା, ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଦୀର୍ଘ ଦିନ ଧରି ପ୍ରିନ୍ସପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ସେ ପ୍ରାୟତଃ କହୁଥିଲା ଯେ ପ୍ରଧାନ ଶିକ୍ଷକଙ୍କୁ ଗୋଟେ ଉଚିତ ଶିକ୍ଷା ଦେବାକୁ ପଡିବ | କାରଣ ପ୍ରିନ୍ସିପାଲ ତାଙ୍କ ପରିବାରକୁ ଅନେକ ଥର ତା’ ବିରୋଧରେ ଅଭିଯୋଗ କରିଥିଲେ।

  • ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ବନ୍ୟ ଜନ୍ତୁ ଶିକାର ପାଇଁ ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ ବୋମା ଖଞ୍ଜା ଯାଇଥିଲା । ବୋମା ଉପରେ ଛେଳି ଚରାଳି ଉଦୟ କୁମାର ନାୟକଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ଘଟି ସେ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ତାଙ୍କ ବାମ ପାଦ କ୍ଷତାକ୍ତ ହୋଇଛି ।

    ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା । ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାୟକ । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

  • ଚର୍ଚ୍ଚାରେ ଜେଜେ,ସାଜିଲେ ନାତୁଣୀର ଭିଲେନ

    ଚର୍ଚ୍ଚାରେ ଜେଜେ,ସାଜିଲେ ନାତୁଣୀର ଭିଲେନ

    ପୁଣି ଜଣେ ବୁଢା ଜେଜେର କଳା କାରନାମା କୁ ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା । ଘରେ କେହି ନଥିବାର ସୁଯୋଗ ନେଇ ନାତୁଣୀ ସହ ଦୁଷ୍କର୍ମ ଉଦ୍ୟମ । ସୁଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବାସିନ୍ଦା ୬୩ ବର୍ଷୀୟ ବଟକୃଷ୍ଣ ସାହୁଙ୍କ ନାଁରେ ଅ।ସିଛି ସଂଗୀନ ଅଭିଯୋଗ। ବଟକୃଷ୍ଣ ଜନୈକ ନଅ ବର୍ଷର ନାବାଳିକାଙ୍କ ଘରେ ବାପ-ମା’ ନଥିବା ଜାଣି ଝିଅକୁ ଶାଗ ମାଗିଥିଲେ । ଝିଅଟି ମା’ ନାହିଁ ଦେଇ ପାରିବିନି ବୋଲି କହି ସଫା ସଫା ମନା କରିବା ପରେ ଚତୁର ବଟକୃଷ୍ଣ ତତ୍ କ୍ଷଣାତ୍ ଅ।ଉ ଏକ ସୁତ୍ର ଅ।ପଣେଇଲା । ଝିଅଟିକୁ ପାଣି ପିଇବାକୁ ମାଗିଥିଲା …. ଝିଅ ଘର ଭିତରକୁ ଯାଇ ପାଣି ଆଣିବା ସମୟରେ ବଟକୃଷ୍ଣ ଘର ଭିତରକୁ ଜୋର ଜବରଦସ୍ତ ପଶିଯାଇ ଦାଣ୍ଡ କବାଟ ବନ୍ଦ୍ କରି ଦେଲା । ନାବାଳିକା ଜଣକ ବଟକୃଷ୍ଣ କବଳରୁ ନିଜକୁ ବଂଚାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ଜୋର ଜବର ଦସ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା ।

    ଏନେଇ, ଗାଁ ଲୋକେ ବଟକୃଷ୍ଣଙ୍କୁ ପଚାରିବାରୁ ସେ ସିଧା ମନା କରିଥିଲା ।ଏହାପରେ ପିଡିତା ନାବାଳିକାର ମା’ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଂଚି ବଟକୃଷ୍ଣ ସାହୁଙ୍କୁ ଗିରଫ କରିଛି । ନାବାଳିକା ଝିଅର ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ବଟକୃଷ୍ଣର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ବଟକୃଷ୍ଣଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପିଡିତା ପରିବାର । ଅନ୍ୟପଟେ, ଅଭିଯୁକ୍ତ କହିଛନ୍ତି ମୁଁ କିଛି ଖରାପ କାର୍ଯ୍ୟ କରିନି ମୋ ନାତୁଣୀ ହିସାବରେ ମଜାରେ ମୁଁ ତାସହ ଲାଗିଥିଲି ।

    ତେବେ ଦର୍ଶକ ବନ୍ଧୁ, ଅ।ମ ସମାଜରେ ହୁ ହୁ ହୋଇ ବଢିବାରେ ଲାଗିଛି ମହିଳାଙ୍କ ଉପରେ ହିଂସା । କିଏ ଜଳି ପୋଡି ପାଉଁଶ ହୋଇ ଯାଉଛି ତ ଅ।ଉ କିଏ ଜୀବନ ସାରା ଜଳି ଜଳି ଜିଇଁବାକୁ ସଂଘର୍ଷ କରୁଛି । ଏ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଉପରେ ଘରୋଇ ହିଂସା ଯେପରୀ ବ୍ୟାଧୀ ଭଳି ବ୍ୟାପିବାରେ ଲାଗିଛି , ସେହିପରି କୋମଳ ମୋତି ଶିଶୁଙ୍କୁ ମଧ୍ୟ ନିଜ ପ୍ରିୟ ଜନଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବାକୁ ପଡିଛି ।

    ତେବେ ଅ।ଗାମୀର ପୀଢି, ଏ ନିଷ୍ପାପ ଶିଶୁମାନଙ୍କ ଅଜାଣରେ ହେଉଥିବା ଦୁଷ୍କର୍ମ କିମ୍ବ ଦୁଷ୍କର୍ମ ଭଳି ଅଚରଣ ପଦର୍ଶନ କରୁଥିବା ମଣିଷ ରୂପୀ ରାକ୍ଷସଙ୍କ ବିରୋଧରେ ସ୍ବର ଉଠାନ୍ତୁ । ନିରିହ ନିଷ୍ପାପ ଶିଶୁଙ୍କ ଜୀବନ ବଞ୍ଚାନ୍ତୁ ।

  • ଗୋରୁ ବୋଝେଇ ଟ୍ରକ ଜବତ, ପୋଲିସ ହାତରେ ଡ୍ରାଇଭର ବାବୁ, ଲୁଚିଥିଲା ପାଇଖାନା ଟାଙ୍କିରେ

    ଗୋରୁ ବୋଝେଇ ଟ୍ରକ ଜବତ, ପୋଲିସ ହାତରେ ଡ୍ରାଇଭର ବାବୁ, ଲୁଚିଥିଲା ପାଇଖାନା ଟାଙ୍କିରେ

    ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବିଳମ୍ବିତ ରାତିରେ SP ମାଡକାର ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଧେଶ କ୍ରମେ ବାସୁଦେବପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ, ଧାମରା ଜାମୁଝାଡି ରାସ୍ତାର ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ଛକ ନିକଟରୁ ଏକ ଗୋରୁ ବୋଝେଇ ୧୪-ଚକିଆ ଟ୍ରକକୁ ଜବତ କରାଯାଇଛି । ଏହା ସହିତ, ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ବିଶେଷ ସୂତ୍ରରୁ ଭଦ୍ରକ SP ଖବର ପାଇଥିଲେ କି, ଚାନ୍ଦବାଲି ବ୍ଲକ ବାଂଶଡା ଆଞ୍ଚଳରୁ ଏକ ଟ୍ରକ ମାଧ୍ୟମରେ ପ୍ରାୟ ୪୦ ଗୋଟି ଗୋରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି।

    SP ଙ୍କ ନିର୍ଦେଶ କ୍ରମେ ବାସୁଦେବପୁର ପୋଲିସ ବିଭିନ୍ନ ଜାଗାରେ ଜଗି ବସିଥିଲେ। ଟ୍ରକଟି ଦ୍ରୁତଗତିରେ ଖସି ପଳାଇ ଯାଉଥିବା ସମୟରେ ତା’ର ପିଛା କରିଥିଲା ପୁଲିସ । ହାଇସ୍କୁଲ ଛକ ନିକଟରେ ଗାଡିକୁ ଅଟକାଇ ତନଖିକରିବା ସମୟରେ ସେଥିରେ ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ତନଖି ସମୟ ମଧ୍ୟରେ ଟ୍ରକର ଡ୍ରାଇଭର କୌଶଳ କ୍ରମେ ଖସିଯାଇ ନିକଟସ୍ଥ ପଶୁଡାକ୍ତରଖାନା ମଧ୍ୟରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରେ ଲୁଚିଥିବା ଅବସ୍ଥାରେ ତାକୁ ଧରିଥିଲେ ପୁଲିସ । ଜବତ କରାଯାଇଥିବା ଟ୍ରକର ନଂ ହେଉଛି। OD04S-3311 ଟ୍ରକକୁ ପୋଲିସ ଥାନାରେ ଅଟକ ରଖିବା ସହିତ ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଶାଳାକୁ ପଠାଇ ଦିଆଯାଇଛି ।

  • ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସଦର ଥାନା ଅନ୍ତର୍ଗତ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରୁ ଚିହ୍ନଟ ହୋଇଥିଲା। ଘଟଣା ପ୍ରଘଟ ହେବା ମାତ୍ରେ ସଦର ପୋଲିଶ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ବିରେନ୍ଦ୍ରଙ୍କ ଘର ଠାରୁ ମାତ୍ର ୩ ଶହ ମିଟର ଦୂରରେ ତାଙ୍କ ଶବ ପଡ଼ିଥିବା ଓ ତାଙ୍କ ଡ଼ାହାଣ ଆଖି ରକ୍ତାକ୍ତ ହୋଇଥିବା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

    ବିରେନ୍ଦ୍ରକୁ ଗତକାଲି ତାଙ୍କ ଟ୍ରାକ୍ଟର ମାଲିକ ୪ ହଜାର ଟଙ୍କା ଦେଇଥିବା କଥା ଟ୍ରାକ୍ଟର ମାଲିକ ପୋଲିଶ ନିକଟରେ କହିଛନ୍ତି । ତେବେ ବିରେନ୍ଦ୍ର ସହ ସୁନିଲ ନାଏକ ନାମକ ଜଣେ ବ୍ୟକ୍ତି ଥିବା କଥା ମୃତ ବିରେନ୍ଦ୍ରର ବାପା କହିଛନ୍ତି । ଅପରପକ୍ଷେ ସୁନିଲ ବିରେନ୍ଦ୍ରକୁ ଗତକାଲି ରାସ୍ତା କଡ଼ରେ ଛାଡିଥିବା କଥା କହିଛି। ଅପର ପକ୍ଷେ ପୋଲିଶ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ବିରେନ୍ଦ୍ରଙ୍କ ଶବ ଠାରୁ ମାତ୍ର କେଇ ମିଟର ଦୂରରେ ଝାଡି ଭିତରେ ଏକ ବେଲଚା ମିଳିବା ଘଟଣା ଏହି ସନ୍ଧେହକୁ ଦ୍ଵିଗୁଣିତ କରିଛି। କେବଳ ଲୋକେ କାହିଁକି ଅନୁରୂପ ସନ୍ଦେହ ପୋଲିଶ ମଧ୍ଯ କରୁଛି। ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ସସ୍ମିତା ଦେବତା କହିଛନ୍ତି ।

  • ବାପା ସାଜିଲା ସୈତାନ, ଟାଙ୍ଗିଆ ଚୋଟରେ ୩ ଗୁରୁତର

    ବାପା ସାଜିଲା ସୈତାନ, ଟାଙ୍ଗିଆ ଚୋଟରେ ୩ ଗୁରୁତର

    କେନ୍ଦ୍ରାପଡ଼ା ମାର୍ଶାଘାଈ ବ୍ଲକ କୁଦାନଗରୀ ଥାନା ଗଉଡଗାଁ ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ୩ ଜଣ ଗୁରୁତର । ପରିବାର ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା | ଏଥିରେ ରମେଶ ମହାନ୍ତି ଉତକ୍ଷିପ୍ତ ହୋଇ ନିଜ ଝିଅ, ଭଣଜା ଓ ପତ୍ନୀଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଛନ୍ତି | ଆହାତ ୩ ଜଣଙ୍କର ବେକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବରପାଇ ସ୍ଥାନୀୟ ଲୋକେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

    ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କୁଦାନଗରୀ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ନିଶାସକ୍ତ ଅବସ୍ଥାରେ ରମେଶ ଏଭଳି କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି |