Category: ଅପରାଧ

  • ଶାଶୁ ଘରେ ମାସେ ତିଷ୍ଠି ପାରିଲାନି ନବ ବଧୂ ଶେଷରେ…

    ଶାଶୁ ଘରେ ମାସେ ତିଷ୍ଠି ପାରିଲାନି ନବ ବଧୂ ଶେଷରେ…

    ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଲହଙ୍ଗୀର ଗ୍ରାମର ଗୁଣନିଧି ବେଣ୍ଟକାରଙ୍କ ପୁଅ ଧ୍ରୁବ ବେଣ୍ଟକାର ଙ୍କ ସହ ଯାମପାଲି ର ଜଗତରାମ ବରିହା ଙ୍କ ଝିଅ ପ୍ରତିମା ବରିହା ଙ୍କର ବିବାହ ଗତ ମାର୍ଚ୍ଚ ମାସ ୨୬ ତାରିଖ ଦିନ ହୋଇଥିଲା । ତେବେ ଝିଅ କୁ ବାହା ଘରେ ଯଥା ଶକ୍ତି ଯୌତୁକ ଦେଇ ବାପ ଘର ଲୋକେ ବାହା କରିଥିବା ବେଳେ କିନ୍ତୁ ବିବାହ ପରଠୁ ହିଁ ଯୌତୁକ ପାଇଁ ବାରମ୍ବାର ଶାଶୁ ଘର ଲୋକେ ହଇରାଣ କରୁଥିବା ଝିଅ ବାପ ଘର ଲୋକେ ଅଭିଯୋଗ କରୁଥିବା ବେଳେ ଗତ ବୁଧବାର ଦିନ ଝିଅ ବାପ ଘରୁ ଶାଶୁ ଘରକୁ ଯାଇଥିଲା ଏବଂ ଗତ କାଲି ଉପରବେଳା ପ୍ରାୟ ୧ଟା ସମୟରେ ଝିଅ ର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ବାପ ଘର ଲୋକେ।

    ତେବେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଝିଅଙ୍କ ଭାଇ ଅଭିଯୋଗ କରୁଥିବା ବେଳେ କିନ୍ତୁ ଝିଅ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଝିଅ ର ଦେଢଶୁର। ତେବେ ଏନେଇ ଜଗଦଳପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସହ ସ୍ୱାମୀକୁ ଥାନାରେ ଅଟକ ରଖିଥିବା ସୂଚନା ଦେଇଛି ।

  • ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

    ବେଧଡକ ମାଡି ଚାଲିଛି ଧଳା ଜହର ବେପାର, ଫାସରେ ପଡିଲା ବେପାରୀ

    ଥମୁନି ବ୍ରାଉନ୍‌ସୁଗାର କାରବାର । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ମାହଳ ଗ୍ରାମର ଗଙ୍ଗାଦେଇ ମନ୍ଦିର ନିକଟରୁ ଜଣେ ବ୍ରାଉନଗାର ସୁଗାର ବେପାରୀ ଗିରଫ । ବେପାରୀ ନିକଟରୁ ୬ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ।

    ଖବର ଅନୁସାରେ , ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ଲଗାତର ଭାବେ ସଜାଗ ରହିଛି ।ତେବେ ଏକ ବିଶେଷ ସୂତ୍ରରୁ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବାର ଖବର ପାଇ ଅଭୟଚାନ୍ଦପୁର ଥାନର ଏକ ସ୍ବତନ୍ତ୍ର ଟିମ ମାହାଳର ଗଙ୍ଗାଦେଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ବ୍ରାଉନ ସୁଗାର ବିକୁଥିବା ପ୍ରତାପ ଭୋଇ ନିକଟରୁ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ ।ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

    ତେବେ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ପୁରା କାରବାରର କେଉଁ କେଉଁ ମାନେ ସାମିଲ ଅଛନ୍ତି । ସେନେଇ କିଛି ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଜାରିରହିଛି। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଆସାମୀଙ୍କ ଉପରେ ଚଢ଼ାଉ କରି ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଅଭୟଚାନ୍ଦପୁର ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ।

  • କର୍ଣ୍ଣାଟକରେ ପୂର୍ବତନ ଡିଜିପିଙ୍କୁ ହତ୍ୟା, ‘ପତ୍ନୀ ପକାଇଲେ ଲଙ୍କା ପାଉଡର, ତା’ପରେ ବାନ୍ଧି ଛୁରୀରେ କଲେ ହତ୍ୟା’

    କର୍ଣ୍ଣାଟକରେ ପୂର୍ବତନ ଡିଜିପିଙ୍କୁ ହତ୍ୟା, ‘ପତ୍ନୀ ପକାଇଲେ ଲଙ୍କା ପାଉଡର, ତା’ପରେ ବାନ୍ଧି ଛୁରୀରେ କଲେ ହତ୍ୟା’

    କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ୨୦ ଏପ୍ରିଲରେ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରୁ ସେ ମୃତ ଅବସ୍ଥାରେ ମିଳିଥିଲେ। ସୂଚନା ଅନୁଯାୟୀ, ଅପରାହ୍ନରେ ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଲଙ୍କା ପାଉଡର ଫିଙ୍ଗି ଦେଇଥିଲେ, ତାଙ୍କୁ ବାନ୍ଧି ଦେଇଥିଲେ ଏବଂ ପରେ ଛୁରିରେ ହାଣି ହତ୍ୟା କରିଥିଲେ। ୬୮ ବର୍ଷୀୟ ଓମ୍ ପ୍ରକାଶଙ୍କ ଉପରେ ମଧ୍ୟ ଏକ କାଚ ବୋତଲ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା।

    ସୂତ୍ର ଅନୁସାରେ ହତ୍ୟା ପରେ, ଅବସରପ୍ରାପ୍ତ ଅଧିକାରୀଙ୍କ ସ୍ତ୍ରୀ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀଙ୍କ ସହ କଥା ହୋଇ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓମ ପ୍ରକାଶଙ୍କ ସ୍ତ୍ରୀ ଏବଂ ତାଙ୍କ ଝିଅକୁ ହେପାଜତକୁ ନେଇଥିଲା। ମାଆ ଏବଂ ଝିଅଙ୍କୁ ଏବେ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସୂତ୍ର ଅନୁସାରେ, ପୂର୍ବତନ ପୋଲିସ ମୁଖ୍ୟଙ୍କ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ହେଉଛନ୍ତି ପତ୍ନୀ।

    ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ ପ୍ରକାଶଙ୍କ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ତାଙ୍କ ପତ୍ନୀ। ଓମ ପ୍ରକାଶଙ୍କ ପେଟ ଏବଂ ଛାତିରେ ଅନେକ ଛୁରୀ କ୍ଷତ ଚିହ୍ନ ମିଳିଥିଲା। ରିପୋର୍ଟରେ କୁହାଯାଇଛି ଯେ ଓମ ପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଥିଲା। ଓମ୍ ପ୍ରକାଶ ସେହି ସମ୍ପତ୍ତି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଇଥିଲେ, ଯାହା ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ିଗଲା ଯେ ହିଂସା ଆରମ୍ଭ ହୋଇଗଲା ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଏବେ ତାଙ୍କ ଝିଅ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି। ଓମ ପ୍ରକାଶଙ୍କ ପୁଅର ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରହିଛି।

    ବେଙ୍ଗାଲୁରୁର ଅତିରିକ୍ତ ପୋଲିସ କମିଶନର ବିକାଶ କୁମାର କହିଛନ୍ତି ଯେ ପୋଲିସ ଭୋର ପ୍ରାୟ ୪ଟା ସମୟରେ ଅବସରପ୍ରାପ୍ତ ଅଧିକାରୀଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇଥିଲା। ଓମ୍ ପ୍ରକାଶ ୧୯୮୧ ବ୍ୟାଚ୍ ଭାରତୀୟ ପୋଲିସ ସେବା ଅଧିକାରୀ ଥିଲେ। ତାଙ୍କୁ ମାର୍ଚ୍ଚ ୨୦୧୫ରେ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ସେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏବଂ ଗୃହରକ୍ଷୀ ବାହିନୀର ମଧ୍ୟ ନେତୃତ୍ୱ ନେଇଥିଲେ।

    କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଓମ ପ୍ରକାଶଙ୍କୁ ହତ୍ୟା କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତାଙ୍କ ପତ୍ନୀ ଅପରାଧ କରିଛନ୍ତି, କିନ୍ତୁ ଏହା ତଦନ୍ତାଧୀନ। ଆମକୁ ଅପେକ୍ଷା କରିବାକୁ ପଡିବ। ମୁଁ ୨୦୧୫ରେ ଗୃହମନ୍ତ୍ରୀ ଥିବା ସମୟରେ ସେ ମୋ ସହିତ କାମ କରିଥିଲେ, ସେ ଜଣେ ଭଲ ଅଧିକାରୀ ଏବଂ ଜଣେ ଭଲ ବ୍ୟକ୍ତି ଥିଲେ। ଏହା ହେବା ଉଚିତ୍ ନଥିଲା, ତଦନ୍ତ ପରେ ସବୁକିଛି ସାମ୍ନାକୁ ଆସିବ।”

  • ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

    ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ

    ରାୟଗଡା ଜିଲ୍ଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଛନ୍ତି ୬ମାସର ଗର୍ଭବତୀ । ଏହା ଜଣାପଡିବା ପରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି । ଦୀର୍ଘ ସମୟ ଧରି ଉକ୍ତ ନାବାଳିକା ଙ୍କୁ ସମସ୍ତ ବିଷୟରେ ପଚରାଉଚରା କରୁଛି ଶିଶୁ କଲ୍ୟାଣ କମିଟି । ଏହି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି । ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ କଲ୍ୟାଣସିଂହପୁର ଦେବଗିରୀ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢୁଥିବା ନାବାଳିକା ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ।

    ଉକ୍ତ ନାବାଳିକାଙ୍କ ସହ ନାବାଳକଙ୍କ ର ପ୍ରେମ ସଂପର୍କ ରହିବା ପରେ ଶାରିରୀକ ସଂପର୍କ ଗଡି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାଙ୍କ ପରିବାର ଲୋକେ ଝିଅକୁ ନାବାଳକଙ୍କ ଘରେ ଛାଡି ଦେଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନାବାଳିକା କୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।

  • କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା କଲା ସର୍ବସ୍ଵାନ୍ତ

    କୋଟିପତି ହେବା ନିଶା ଜଣକୁ ସର୍ବସ୍ବାନ୍ତ କରି ଦେବ ଏହି ଖବର ହିଁ ଜ୍ୱଳନ୍ତ ଉଦାହରଣ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ବହୁ ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ହାତ ଓ ବେକ କୁ କାଟିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ । ତେବେ ସୌରଜିତ ରାୟ ଜଣେ ଘୋରୋଇ ଟିଉସନ ଶିକ୍ଷକ ଥିବା ଜଣାପଡ଼ିଛି ।

  • ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚାପି ଦେବାରୁ ମହିଳାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି l ସିସିଟିଭି ଫୁଟେଜରେ ମହିଳା ଜଣକ ଟ୍ରଲର ଚକତଳେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଇଛି l ଚମ୍ପୁଆ ଏନଏସି ୧୩ ନମ୍ବର ଓ୍ବାର୍ଡର ମେଗାରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ଗତ ବୁଧବାର ଦିନ ଦ୍ଵିପ୍ରହର ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ଚକ ତଳେ ପଶିଯାଇ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ମିଳିଥିବା ଖବର ଅନୁସାରେ, ୨୨ ବର୍ଷୀୟା ବୈଜୟନ୍ତୀଙ୍କ ଦୁଇଟି ଝିଅ ଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ଆଣିଥିବାରୁ ତାଙ୍କ ପରିବାରରେ ସବୁବେଳେ ଝଗଡା ଲାଗିରହୁଥିଲା l ତେବେ ଘଟଣା ଦିନ ମଧ୍ୟ ଘରେ ପାଟିତୁଣ୍ଡ ହେବା ନେଇ ବୈଜୟନ୍ତୀ ମ୍ରିୟମାଣ ହୋଇପଡିଥିଲେ l ଘରୁ ବାହାରି ଆସି ପ୍ରଥମେ ଚମ୍ପୁଆ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଥିବା ଲୋକଙ୍କ ପାଇଁ ଆତ୍ମହତ୍ୟା କରି ନ ପାରି ଶେଷରେ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚକତଳେ ପଶି ଯାଇ ଆତ୍ମହତ୍ୟା କରିଛନ୍ତି l ଏହି ଘଟଣା ସସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି l

  • ଅଶାନ୍ତ ଷ୍ଟିଲସିଟି, ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

    ଅଶାନ୍ତ ଷ୍ଟିଲସିଟି, ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

    ଅଶାନ୍ତ ଷ୍ଟିଲସିଟି । ପୁଣି ରାଉରକେଲାରେ ଯୁବକଙ୍କୁ ନିର୍ମମ ହତ୍ୟା । ବେକ କଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ରାଉରକେଲା ଏସ୍ ଟିଆଇ ଛକ ରେଳବାଇ ଫାଟକ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗାଢାତୋଳ ଅଞ୍ଚଳର ଅମ୍ରିତ ମହାକୁଡ । ଘଟଣା ସ୍ଥଳରେ ରଘୁନାଥପାଲି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି । କିଏ ଓ କଣ ପାଇଁ ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏସଟିଆଇ ରେଳବାଇ ଫାଟକ ନିକଟରେ କେହି ଅଭିଯୁକ୍ତ ଜନୈକ ଯୁବକଙ୍କ ବେକ କାଟି ହତ୍ୟା କରିଥିବା ଜଣାପଡିଛି । ଆଜି ସକାଳୁ ଲୋକେ ଯୁବକଙ୍କ ଶବ ଦେଖିବାକୁ ପାଇଥିଲେ । ଖବରପାଇ ରଘୁନାଥପାଲି ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୪ ଦିନରେ ରାଉରକେଲାରେ ଚାରୋଟି ହତ୍ୟା ଘଟଣା ଘଟିଲାଣି ।

    ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ଏହି ହତ୍ୟା ଘଟଣାକୁ ପୋଲିସ୍ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଧରିବାରେ ତନାଘନା ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ କହିବ ମାମଲା କେଉଁ ପ୍ରକାରର ଏବଂ ଅପରାଧୀ କିଏ ? ବହୁ ଶୀଘ୍ର ଏହି ମାମଲାର ଅପରାଧିକୁ ପୋଲିସ୍ ଧରିବାପାଇଁ ଦୃଢେ଼ାକ୍ତି ପ୍ରକାଶ କରିଛି ।

  • ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ଭାଇର ତୀର ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ତୀର ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଲୁଙ୍ଗା ଗ୍ରାମର ବଡଭାଇ ଗମିହା ମୁଣ୍ଡା ଓ ତାର ସାନଭାଇ ସାନ୍ତନୁ ମୁଣ୍ଡା ପାରିବାରିକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାନଭାଇ ରାଗି ଯାଇ ଘରେ ରଖିଥିବା ତୀରରେ ବଡଭାଇକୁ ଆକ୍ରମଣ କରି ହତ୍ୟା କରିଥିଲା । ବଡଭାଇର ମୃତ୍ୟୁ ହୋଇଥିବା ଦେଖି ସାନ ଭାଇ ସାନ୍ତନୁ ଘରେ ଥିବା କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମହୁଲଡିହା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବଡଭାଇର ଶବକୁ ଜବତ କରିବା ସହ ବିଷପାନ କରି ଗୁରୁତର ଥିବା ସାନଭାଇକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

  • ତେହଭୁରଙ୍କୁ ପଚରାଉଚରା! ୧୪x୧୪ କୋଠରୀ, ଡିଜିଟାଲ୍ ସୁରକ୍ଷା, କେବଳ ୧୨ ଜଣ ଅଧିକାରୀଙ୍କୁ ଯିବାକୁ ଅନୁମତି

    ତେହଭୁରଙ୍କୁ ପଚରାଉଚରା! ୧୪x୧୪ କୋଠରୀ, ଡିଜିଟାଲ୍ ସୁରକ୍ଷା, କେବଳ ୧୨ ଜଣ ଅଧିକାରୀଙ୍କୁ ଯିବାକୁ ଅନୁମତି

    ଏନଆଇଏ ସକାଳ ୧୦ଟାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି । ଏକ ବନ୍ଦ କୋଠରୀରେ, ରାଣାଙ୍କୁ ପ୍ରତ୍ୟେକ ପ୍ରଶ୍ନ ପଚରାଯାଉଛି ଯାହାର ଉତ୍ତର ଲୋକମାନେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଖୋଜୁଥିଲେ। ରାଣାଙ୍କ ଉତ୍ତର ସହିତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଅନେକ ରହସ୍ୟ ଉନ୍ମୋଚିତ ହେବ। ଏହି ତଦନ୍ତ NIAର SP ଏବଂ DSP ରାଙ୍କ ଅଧିକାରୀମାନଙ୍କ ଦ୍ୱାରା କରାଯାଉଛି। ତହାୱୁର ରାଣାଙ୍କୁ NIA ପଚରାଉଚରା କୋଠରୀ ଭିତରେ CCTV କ୍ୟାମେରାର ନଜରରେ ପଚରାଉଚରା କରାଯାଉଛି। ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଉଛି। ରାଣାଙ୍କ ହେପାଜତ ସମୟରେ NIA ଏକ ପ୍ରତିଦିନର ପଚରାଉଚରା ଡାଏରୀ ପ୍ରସ୍ତୁତ କରିବ। ଶେଷ ପର୍ଯ୍ୟାୟ ପଚରାଉଚରା ପରେ, ତାଙ୍କର ପ୍ରକାଶନ ବୟାନ ରେକର୍ଡ କରାଯିବ। ଯାହା କେସ୍ ଡାଏରୀର ଏକ ଅଂଶ। BSN ରେ ଏକ ବ୍ୟବସ୍ଥା ଅଛି ଯେ ପ୍ରତି ୪୮ ଘଣ୍ଟାରେ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯିବା ଉଚିତ। ପଚରାଉଚରାରୁ ରକ୍ଷା ପାଇବା ପାଇଁ ରାଣା ଯେପରି ହାଜତ ସମୟରେ ନିଜକୁ କ୍ଷତି ପହଞ୍ଚାଇ ନପାରନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।

    ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, .୧୪X୧୪ କୋଠରୀରେ ବହୁସ୍ତରୀୟ ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ୧୨ ଜଣ NIA ଅଧିକାରୀଙ୍କୁ ତହୱୁର ରାଣାଙ୍କ କୋଠରୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

    NIAର ଜେରା ସମୟରେ ଏହି ପ୍ରଶ୍ନଗୁଡ଼ିକ ପଚରାଯିବ

    ରାଣାଙ୍କୁ ପଚରାଯିବ ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଦିନ ଅର୍ଥାତ୍ ୨୬ ନଭେମ୍ବର ୨୦୦୮ରେ ତୁମର ଲୋକେଶନ କେଉଁଠି ଥିଲା।

    ତୁମେ ୮ ନଭେମ୍ବର ୨୦୦୮ ରୁ ୨୧ ନଭେମ୍ବର ୨୦୦୮ ମଧ୍ୟରେ ଭାରତ କାହିଁକି ଆସିଥିଲ ଏବଂ ଏହି ସମୟ ମଧ୍ୟରେ ତୁମେ କେଉଁ-କେଉଁ ଯାଗାକୁ ଯାଇଥିଲ?

    ଭାରତରେ ରହଣି ସମୟରେ ତୁମେ କାହାକୁ କେଉଁ କେଉଁଠାରେ ଭେଟିଥିଲ?

    ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ତୁମେ କେବେ ଜାଣିଲ?

    ତୁମେ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ କେତେ ଦିନ ଧରି ଜାଣିଛ? ତାଙ୍କୁ କାହିଁକି ନକଲି ଭିସା ଦେଇ ଭାରତ ପଠାଯାଇଥିଲା?

    ଡେଭିଡ୍ ହେଡଲି ଭାରତରେ ସେ ଯେଉଁ ସ୍ଥାନଗୁଡ଼ିକ ଯାଇଥିଲେ ସେ ବିଷୟରେ ତୁମକୁ କ’ଣ କହିଥିଲେ?

    ଡେଭିଡ୍ କୋଲମ୍ୟାନ୍ ହେଡଲି କ’ଣ କରିବାକୁ ଭାରତ ଆସିଥିଲେ? ଭାରତରେ ରହିବା ସମୟରେ ସେ ତୁମ ସହିତ କ’ଣ କ’ଣ କଥା ହୋଇଥିଲେ?

    ମୁମ୍ବାଇ ଆକ୍ରମଣରେ ତୁମର ଏବଂ ହେଡଲିର ଭୂମିକା କ’ଣ ଥିଲା?

    ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କୁ ଭାରତୀୟ ଭିସା ପାଇବାରେ ତୁମେ କିପରି ସାହାଯ୍ୟ କରିଥିଲ?

    ମୁମ୍ବାଇ ଆକ୍ରମଣ ଯୋଜନାରେ ତୁମେ ଦୁହେଁ କ’ଣ ଭୂମିକା ଗ୍ରହଣ କରିଥିଲ?

    ଆକ୍ରମଣ ପାଇଁ ସୂଚନା ସଂଗ୍ରହ କରିବାରେ ସେ ତୁମକୁ କିପରି ସାହାଯ୍ୟ କରିଥିଲେ?

    ତୁମେ ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ସଇଦକୁ କିପରି ଜାଣ, ତୁମେ ହାଫିଜ୍ ସହିତ ପ୍ରଥମ ଥର କେବେ ଏବଂ କେଉଁଠି ଭେଟିଥିଲ?

    ହାଫିଜ୍ ସଇଦଙ୍କ ସହ ତୁମର କେମିତିକା ସମ୍ପର୍କ ଥିଲା?

    ତୁମେ ଲସ୍କର-ଏ-ତୈବାକୁ କିପରି ସାହାଯ୍ୟ କରୁଥିଲ? ତୁମର ସାହାଯ୍ୟ ବଦଳରେ ଲସ୍କର ତୁମକୁ କଣ ଦେଇଥିଲା?

    ଲସ୍କର-ଏ-ତୈବାର ହାଫିଜ୍ ସଇଦ ବ୍ୟତୀତ, ତୁମେ ଆଉ କେତେ ଜଣଙ୍କୁ ଜାଣିଛ? ତୁମେ ତାଙ୍କ ସହିତ ଶେଷ ଥର କେବେ କଥା ହୋଇଥିଲ?

    ଲସ୍କର-ଏ-ତୈବାରେ କେତେ ଜଣ ଲୋକ ଅଛନ୍ତି? ଏହାର ଗଠନ କିପରି? ନିଯୁକ୍ତି କିପରି ହୁଏ? କିଏ କରେ ?

    ଲସ୍କରକୁ ଚଳାଇବା ପାଇଁ ପାଣ୍ଠି କେଉଁଠାରୁଆସିଥାଏ? କିଏ କିଏ ସବୁଠାରୁ ଅଧିକ ପାଣ୍ଠି ଦେଇଥାନ୍ତି?

    କିଏ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ? ତୁମେ କେଉଁ କେଉଁ ଦେଶରୁ ଅସ୍ତ୍ରଶସ୍ତ୍ର ତୁମମାନଙ୍କୁ ମିଳିଥାଏ?

    ପାକିସ୍ତାନୀ ସେନା ଏବଂ ISI ତୁମମାନଙ୍କୁ କିପରି ସାହାଯ୍ୟ କରନ୍ତି?

    ଆକ୍ରମଣ କରିବା ପାଇଁ ତୁମେ ତୁମର ଲକ୍ଷ୍ୟସ୍ଥଳ କିପରି ବାଛ? ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ISI ତୁମମାନଙ୍କୁ ନିର୍ଦ୍ଦେଶ ଦିଏ କି?

    ଲସ୍କର ଏବଂ ହୁଜିର ଲୋକମାନଙ୍କୁ କିଏ ତାଲିମ ଦିଏ?

    କେତେ ଜଣ ISI ଅଧିକାରୀ କୌଣସି ଗୋଟିଏ ଗୋଷ୍ଠୀକୁ କି ପ୍ରକାରର ତାଲିମ ଦିଅନ୍ତି? ତାଲିମ ସମୟରେ କ’ଣ କୁହାଯାଏ? ଏବଂ ତାଲିମରେ କ’ଣ କରାଯାଏ?

    ତୁମେ ଡାକ୍ତରୀ ଚାକିରି ଛାଡି କାହିଁକି ଆତଙ୍କବାଦର ପଥ ବାଛିଲ? ହେଡଲିର ଉଦ୍ଦେଶ୍ୟ କ’ଣ ଥିଲା?

    ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ କାହାର ସମ୍ପର୍କ ଥିଲା? ହେଡଲି ତୁମକୁ ପରିଚୟ କରାଇଥିଲା ନା ତୁମେ ହେଡଲିକୁ ତାଙ୍କ ସହିତ ପରିଚୟ କରାଇଥିଲ?

    ISI ର ଯୋଜନା କ’ଣ ଥିଲା, ଆକ୍ରମଣ ହୋଇଥିବା ସ୍ଥାନଗୁଡ଼ିକ କେବଳ ଟାର୍ଗେଟ ଥିଲା ନା ଭାରତର ଅନ୍ୟ କିଛି ଟାର୍ଗେଟ ମଧ୍ୟ ଥିଲା ଯାହାକୁ ଆପଣ ହାସଲ କରିପାରିଲେ ନାହିଁ?

    ଆକ୍ରମଣରେ କେବଳ ଆଇଏସଆଇ ପକ୍ଷରୁ ମେଜର ଇକବାଲ ଏବଂ ସମୀର ଅଲି ସାମିଲ ଥିଲେ କି ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ? ଯଦି ସେମାନେ ସମ୍ପୃକ୍ତ ଥିଲେ ତେବେ ସେହି ଲୋକମାନେ କିଏ ଥିଲେ?

    ଆତଙ୍କ ପ୍ରସାର କରିବା ଯୋଜନାକୁ କିଏ ଆର୍ଥିକ ସହାୟତା ଦେଉଛି?

    ISI ବ୍ୟତୀତ, ପାକିସ୍ତାନ ସରକାର ମଧ୍ୟ ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ପାଆନ୍ତି କି?

    ଆକ୍ରମଣ ସମୟରେ ଆତଙ୍କବାଦୀମାନଙ୍କୁ କିଏ ନିର୍ଦ୍ଦେଶ ଦିଏ? ଆତ୍ମଘାତୀ ଆକ୍ରମଣ ପାଇଁ ପୁଅମାନଙ୍କୁ ପ୍ରସ୍ତୁତ କରିବା ପାଇଁ କ’ଣ କୁହାଯାଏ?

    ସମ୍ପୂର୍ଣ୍ଣ ଆକ୍ରମଣ ଯୋଜନା କରିବାରେ କେତେ ଜଣ ସାମିଲ ହୁଅନ୍ତି ଏବଂ ସେମାନଙ୍କର ଭୂମିକା ସବୁ କ’ଣ କ’ଣ?

    ତୁମର ପରିବାର ବିଷୟରେ କୁହ।

    ୨୦୦୮ ମସିହାରେ ସ୍ତ୍ରୀଙ୍କୁ କାହିଁକି ଭାରତ ଆଣିଥିଲ?

    ତୁମ ପରିବାର ମୁମ୍ବାଇ ଆକ୍ରମଣ ବିଷୟରେ ଜାଣିଥିଲା ​​କି?

  • ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲୀ ମଦ ଚାଲାଣବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଯୋଡ଼ାରୁ ସୁନ୍ଦରଗଡ କୋଇଡାକୁ ମହୁଲି ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ କରି | ମହୁଲି ମଦ ଜବତ ହୋଇଛି | କାର୍ ଯୋଗେ ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳକୁ ମହୁଲୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇବା ପରେ ବାମେଵାରୀ ନିକଟରେ ଅବକାରୀ ବିଭାଗ ମାଡ଼ି ବସିଥିଲେ ।

    ଘଟଣା ସ୍ଥାଳରୁ ମହୁଲୀ ମଦ ବୋଝେଇ କାର ଜବତ୍ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି | ଅବକାରୀ ବିଭାଗ ସୂଚନା ଦେଇଛି ।