Category: Uncategorized

  • କୁଆଖିଆ ସତସଙ୍ଘ କେନ୍ଦ୍ରରେ ପଖାଳ ଦିବସ ପାଳିତ

    କୁଆଖିଆ ସତସଙ୍ଘ କେନ୍ଦ୍ରରେ ପଖାଳ ଦିବସ ପାଳିତ

    ଆଜି ବିଶ୍ବ ପଖାଳ ଦିବସ | ସବୁ ଓଡ଼ିଆଙ୍କର ପ୍ରିୟର ଖାଦ୍ୟ ପଖାଳ |ପ୍ରତିଟି ଓଡ଼ିଆଙ୍କ ପରିଚୟ କହିଲେ ପଖାଳକୁ ବୁଝାଏ|ଓଡିଶା ହିଁ ପଖାଳ ଭାତର ଜନ୍ମଦାତା କହିଲେ ଅତିକ୍ୟୁତି ହେବନାହିଁ| ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ରେ ଏହାର ପ୍ରଚାର ପ୍ରସାର ବହୁଳ ପରିମାଣରେ ଦେଖିବାକୁ ମିଳୁଛି| ମାର୍ଚ୍ଚ ୨୦ ତାରିଖ ଅର୍ଥାତ ଆଜି ପଖାଳ ଦିବସ ଅବସରରେ କୁଆଖିଆ ସ୍ଥିତ ସତସଙ୍ଗ କେନ୍ଦ୍ରରେ ସମସ୍ତ ଅନୁକୂଳୁଚନ୍ଦ୍ର ଭକ୍ତ ପ୍ରେମୀ ମାନେ ଏହି ପଖାଳ ଦିବସକୁ ଆଡ଼ମ୍ବରରେ ପାଳନକରିଛନ୍ତି | ଅନେକ ପ୍ରକାର ଖାଦ୍ୟ ବ୍ୟଞ୍ଜନ ସହିତ ପଖାଳ ଖାଇବାର ମଜା ଉଠାଇଥିଲେ ସମସ୍ତେ|

    ନିଜ ଭିତରେ ଭାଇଚାରାକୁ ବଞ୍ଚାଇ ରଖିବା ଓ ସମସ୍ତେ ଏକତ୍ରିତ ହେଇ ଏକ ଜାଗାରେ ଗୋଟିଏ ମନ ନେଇ ଏହି ଦିବସକୁ ପାଳନ କରିଥିବା କହିଛନ୍ତି | ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା |

  • ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

    ବୃଦ୍ଧାଙ୍କୁ ପେଟ୍ରୋଲ ଜାଳି ମାରିବାକୁ ଉଦ୍ୟମ | ଘରେ ଏକାକି ଥିବା ବେଳେ ବୃଦ୍ଧଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ଯମ କରାଯାଇଛି | ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି | ଏଭଳି ଅମାନବୀୟ ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଗୋଡଭଙ୍ଗା ଗାଁରେ | ସୂଚନା ଅନୁଯାୟୀ ଗତ କାଲି ସଂନ୍ଧ୍ଯାରେ ୯୫ ବର୍ଷର ବୃଦ୍ଧା ସାଇବ ଦାସ ଘରେ ଏକା ଥିବା ବେଳେ ଜଣେ ଦୁର୍ବୁତ ଘରେ ପଶି ପେଟ୍ରୋଲ ଜାଳି ଏପରି କାଣ୍ଡ ଘଟାଇଛି |

    ଜମିବାଡି ବିବାଦକୁ କେନ୍ଦ୍ରକରି ପୂର୍ବରୁ ସାଇବଙ୍କ ପରିବାର ସହ ସମ୍ପକୀୟଙ୍କ ସହ ଝଗଡା ହୋଇଥିଲା | ସେହି କାରଣକୁ କେନ୍ଦ୍ରକରି ସମ୍ପକୀୟ କେହି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ପୁଅ ପରମାନନ୍ଦ |

  • ତାଳଦଣ୍ଡା କେନାଲରେ ବୁଡ଼ି ଜଣେ ମୃତ

    ତାଳଦଣ୍ଡା କେନାଲରେ ବୁଡ଼ି ଜଣେ ମୃତ

    ହାଣ୍ଡିଆ ନିକଟ ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକ ଜଣଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛତା ଗ୍ରାମରେ ହେଇଥିବା ବେଳେ ତାଙ୍କ ନାମ ବିଭୁପ୍ରସାଦ ନାୟକ(୨୧) ବୋଲି ଜଣାପଡିଛି। ସେ ଏଏମ‌ଏନ‌ଏସ କମ୍ପାନୀରେ କାମ କରୁଥିବା ବେଳେ ଡିୟୁଟି ସାରବା ପରେ ତାଳଦଣ୍ଡା କେନାଲରେ ଡ୍ରେସ୍ ସଫା କରୁଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ସ୍ଥାନୀୟ କିଛି ଯୁବକ କେନାଲ ନିକଟରେ ଡ୍ରେସ୍ ଓ ଚପଲ ଦେଖିଥିବା ବେଳେ ପାଣିରେ ତାଙ୍କ ଗୋଡ ଦେଖି ତାଙ୍କୁ ପାଣିରୁ ଉଠାଇ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାରାଦ୍ଵୀପ ଆଦର୍ଶ ଥାନା ଓ ଲକ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।

  • ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ

    ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ

    ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅଷ୍ଟମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଉତ, ମୁଖ୍ୟବକ୍ତା ତକ୍ଷଶିଳା ଏଣ୍ଡ୍ରନେସନାଲ ଇଂରାଜୀ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆକାଶ ରଥ, ସାମ୍ନାନିତ ଅତିଥି ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ହେମେନ୍ଦ୍ରନାଥ ମହାନ୍ତି, ସାମ୍ନାନିତ ଅତିଥି ଅବସରପ୍ରାତ ପ୍ରଧାନ ଶିକ୍ଷକ କଣ୍ଟିପାଳ ଉଚ୍ଚ ବିଦ୍ୟାଳୟର ଶ୍ରୀ ଯୁକ୍ତ ଦାମୋଦର ସାହୁ,ବିଦ୍ଯାଳୟର ସଭାପତି ଶ୍ରୀ ମଳୟ କୁମାର ସାହୁ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ,ଏହା ଶିଶୁ ମାନଙ୍କ ଲୁକାୟିତ ପ୍ରତିଭା ପ୍ରଦର୍ଶନର ଏକ ମାତ୍ର ମାଧ୍ଯମ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ବାର୍ଷିକ କ୍ରିଡା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

  • ସଂକଳ୍ପ ପରିବାରର ପଞ୍ଚମ ସ୍ଥାପନା ଦିବସ ପାଳିତ

    ସଂକଳ୍ପ ପରିବାରର ପଞ୍ଚମ ସ୍ଥାପନା ଦିବସ ପାଳିତ

    ଫେବୃଆରୀ ୧୪ ପୁଲୱାମା ଆତଙ୍କି ହମଲାରେ ସହିଦ ହୋଇଥିବା ଭାରତର ବୀରପୁତ୍ର ମାନଙ୍କ ସ୍ମୁତି ଚାରଣ ଉଦ୍ଦେଶ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଉକ୍ତ କଳା ଦିବସଟିକୁ ସ୍ମରଣ କରିବା ପାଇଁ ବରଗଡର ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ଏକ ଅନନ୍ୟ ପ୍ରୟାସ l ତେଣୁ ଉକ୍ତ ଦିନକୁ ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବା ପ୍ରକାଶ କରିଛନ୍ତି ଆବାହକ ବିକାଶ ଅଗ୍ରୱାଲ l ତେବେ ପ୍ରତି ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ସମାଜରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥାଏ ତେଣୁ ଏହି ମହତ ଉଦ୍ଦେଶ୍ୟ ନେଇ କରାଯାଉଥିବା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବରଗଡ ଜନସାଧାରଣ, କଲେଜ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଭାରତୀୟ ସେନା ବାହିନୀ ଏହିପରି ଅନେକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥାନ୍ତି ଏବଂ ଉତ୍ସାହିତ ହୋଇ ରକ୍ତଦାନ ମଧ୍ୟ କରିଥାନ୍ତି lତେବେ ଉକ୍ତ ରକ୍ତଦାନ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ତେବେ ଦେଶ ମାତୃଭୂମି ପାଇଁ ଶହୀଦ ହୋଇଥିବା ବରଗଡ ଜିଲ୍ଲାର ୮ ଜଣ ସହୀଦ ଯବାନଙ୍କ ପରିବାର ବର୍ଗଙ୍କୁ ସମ୍ମାନେ ସମ୍ବର୍ଦ୍ଧିତ କରିଥିଲେ ସଂକଳ୍ପ ପରିବାର l

  • ଡାଙ୍ଗସୋରଡା ବନବିଭାଗ ସେକ୍ସନ ପକ୍ଷରୁ ସଚେତନତା ଶିବିର

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଞ୍ଚାୟତ ଅଧିନସ୍ଥ ଯୁଗାପଦର ଗ୍ରାମ ଠାରେ ମୁନିଗୁଡ଼ା ବନ୍ୟାଞ୍ଚଳ ଅଧିନସ୍ଥ ଡାଙ୍ଗସୋରଡା ବନ ବିଭାଗ ସେକ୍ସନ ତରଫରୁ ଏକ ଦିନିଆ ସଚେତନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ଜଙ୍ଗଲ ନିଆଁ ଲାଗିବା ଓ ନିଆଁ ଲଗାଇବା ଏକ ଆଇନଗତ ଅପରାଧ ଅଟେ।

    ବର୍ତ୍ତମାନ ପ୍ରତ୍ୟେକ ଜାଗାରେ ନିଆଁ ଲାଗିବା ସନ୍ଦେହରେ ଯୁଗାପଦର ଗ୍ରାମରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମହିଳା ଓ ପୁରୁଷମାନଙ୍କୁ ଜଙ୍ଗଲ ନିଆଁ ଲଗାଇବା ଠାରୁ ନିବୃତ୍ତ ରହିବା ନିମନ୍ତେ ଏବଂ ଜଙ୍ଗଲ ସୁରକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା ସହ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଏକ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ପରିବାର ମଧ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇବା ନିମନ୍ତେ କୁହାଯାଇଥିଲା। ଏଥିସହ ମହିଳା, ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ।

    ଏଥିରେ ଗ୍ରାମର ମହିଳା ପୁରୁଷ, ଯୁବକ ଯୁବତୀ ମିଶି ଜଙ୍ଗଲ ସୁରକ୍ଷା ଆମର ରକ୍ଷା। ଗଛ ବଞ୍ଚିଲେ ଆମେ ବଞ୍ଚିବା ଏପରି ସଚେତନର ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡାଙ୍ଗସୋରଡା ସେକ୍ସନର ବନପାଳ ସୁଜାତା ସୁନା ମୁଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଡାଙ୍ଗସୋରଡା ସରପଞ୍ଚ ଶ୍ରୀମତୀ ଅନିତା ଶବର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

    ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରସାଦ ଉଲ୍ଲାକା ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା , ପରିବେଶ ସୁରକ୍ଷା ଓ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଗ୍ରାମ ବାସୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନ ବିଭାଗର ବନରକ୍ଷୀ କୁନି କୁସୁଲିଆ , କସ୍ତୁରୀ ପ୍ରହରାଜ ସମେତ ଯୁଗାପଦର ଗ୍ରାମ ସହ ନାଉଡୁଗୁଡା , ଭାଲୁଗୁଡା, କିଞ୍ଜିରିମାଲା ଏଭଳି ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା , ପୁରୁଷ  ଏବଂ ଯୁବକ , ଯୁବତୀ ଏହି ସଚେତନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।

    ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ ନେଟ୍ ଭଲି ବଲ୍ ମୁଖ୍ୟ ଅତିଥି ଦ୍ବାରା ପ୍ରଦାନ କରାଯାଇଥିଲା। ସେହିଭଳି ଏହା ପୂର୍ବରୁ ବିଭିନ୍ନ ଗ୍ରାମ ମାନଙ୍କ ରେ ବନପାଳ ଜରିଆରେ ଯୁବକ ମାନଙ୍କୁ ନେଟ୍ ଭଲି ବଲ୍ ପ୍ରଦାନ କରାଯାଇଥିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

  • ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ପାରୁଲ ପଟୱରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ଯକାନ୍ତ ବାଙ୍ଗୁଲ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୋଇନ କିମ୍ବାକା ଏବଂ ମୁଖ୍ୟବକ୍ତା ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତା ବ୍ରେକବେଡା ସମେତ ବ୍ଳକର ସମସ୍ତ ବିଭିନ୍ନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ କରାଯାଇଥିଲା।

    ଏହାସହ ଶୁଣାଣୀରେ ଜିଲ୍ଲାର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ କ୍ଷେତ୍ରର ସମସ୍ୟା ଭିତ୍ତିକ ପତ୍ରକୁ ଗ୍ରହଣ କରିବାକୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ମୋଟ ୩୩ ଟି ଅଭିଯୋଗ ଲୋକଙ୍କ ଠାରୁ ଜିଲ୍ଲାପାଳ ପାରୁଲ ପଟୱରୀ ଗ୍ରହଣ କରିଥିଲେ। ମୋଟ ୩୩ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୧୪ ଟି , ଗୋଷ୍ଠୀ ଗତ ଅଭିଯୋଗ ୧୫ ଟି , ଓ ସ୍ବାସ୍ଥ୍ୟ ଗତ ଅଭିଯୋଗ ୪ ଟି ରହିଥିଲା। ଏହା ସହିତ ବୁଡୁବାଲି ଗ୍ରାମର ଭିନ୍ନକ୍ଷମ ଯୋହନ ଜାଗେରେଙ୍ଗାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ର ଏକ ବ୍ୟାଟେରୀ ଅପରେଟର ଇ ରିକ୍ସା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତରଫରୁ ପ୍ରଦାନ କରାଯାଇଥିଲା।

    ଏହି କ୍ଷେତ୍ରରେ ଚନ୍ଦ୍ରପୁର ବ୍ଲକ ସମସ୍ତ କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଗାଁ ଗହଳିରୁ ଗ୍ରାମବାସୀ ପହଞ୍ଚି ନିଜ ନିଜର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ଗୋଷ୍ଠୀଗତ , ସାମୂହିକ ଓ ବ୍ୟକ୍ତିଗତ , ସ୍ବାସ୍ଥ୍ୟଗତ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତଥା ସାହି ସିସି ରୋଡ଼ ଓ ପାନୀୟ ଜଳର ସମସ୍ୟା ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଥିଲା।

  • ଚିଙ୍ଗୁଡ଼ି ଘେରିର ନୀଳ ଜହର ସାଧୁଛି ଦାଉ, ସୁରକ୍ଷା ଖୋଜୁଛି ଭିତରକନିକା

    ଚିଙ୍ଗୁଡ଼ି ଘେରିର ନୀଳ ଜହର ସାଧୁଛି ଦାଉ, ସୁରକ୍ଷା ଖୋଜୁଛି ଭିତରକନିକା

    ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ପାଇଁ ଭିତରକନିକା ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଦୁଃଖର କଥା, ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର !

    ପ୍ରକୃତିର ରାଣୀ ଭିତରକନିକାକୁ କିଏବା ନ ଜାଣେ ! ତାହାର ଜୈବ-ବିବିଧତା, ବନ୍ୟ ପ୍ରାଣୀ ଓ ହେନ୍ତାଳ ବନ ବିଶ୍ୱକୁ ଆଚମ୍ବିତ କରିଛି। ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ ଭିତରକନିକା ଠାରେ ।ଏକ ପ୍ରକାର ଭିତରକନିକା ପାଇଁ ରାଜନଗର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନାଁ ସାରା ବିଶ୍ଵରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜନଗର ବ୍ଲକ ଯାହାପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି,ତାହାର ଗରିମା ଧୀରେ ଧୀରେ ନଷ୍ଟ ହେବାକୁ ବସିଛି।

    ପ୍ରକୃତିର ରାଣୀ ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ଅବୈଧ ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ହେଉଥିବା ବିଷାକ୍ତ କେମିକାଲ ! ନୀଳ କେମିକାଲ ପାଣି ସାଜିଛି ବନ୍ୟ ପ୍ରାଣୀଙ୍କ ପାଇଁ ନୀଳ ଜହର ! ସୁରକ୍ଷା ଖୋଜୁଛି ପକୃତିର ରାଣୀ ଭିତରକନିକା। ଭିତରକନିକା ଅଭୟାରଣ୍ୟର ୨୧ ଟି ସାଞ୍ଚୁରୀ ଏରିଆ ମଧ୍ୟରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ କୌଣସି ଅନୁମତି ନଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତାଙ୍କ ଶରଣରେ ରହି ଭିତରକନିକା ଜଙ୍ଗଲ ପାଖରେ ବେଧଡକ ଅବୈଧ ଚିଙ୍ଗୁଡ଼ି ଘେରି କରିଛନ୍ତି। ଯେଉଁ ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ନୀଳ କେମିକାଲ ସାଜିଛି ବନ୍ୟପ୍ରାଣୀଙ୍କ ପାଇଁ ଜହର। ଜଙ୍ଗଲ ନିୟମାନୁଯାଇ ସରକାରୀ ଜମି ହେଉ କିମ୍ବା ବେସରକାରୀ ଜମି ତାହା ଯଦି ଜଙ୍ଗଲ ପାଖରେ ରହିଛି ସେଠାରେ କୌଣସି ଚିଙ୍ଗୁଡ଼ି ଘେରି ହୋଇପାରିବ ନାହିଁ।

    ଯଦି ସେହିଠାରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ ହୁଏ ତେବେ ଜଙ୍ଗଲ ସହିତ ବନ୍ୟପ୍ରାଣୀଙ୍କ ଉପରେ ଏକ କୁପ୍ରଭାବ ପଡିବ ବୋଲି ଭିତରକନିକାର ଅତିରିକ୍ତ ବନ ସଂରକ୍ଷକ ମାନସ କୁମାର ଦାସ କହିଛନ୍ତି। ତେଣୁ ବିଗତ ଅନେକ ବର୍ଷରୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରରେ ଭିତରକନିକାର ଅନେକ ସ୍ଥାନରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗିବା ସହିତ ଘେରି ମାଲିକଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି,ହେଲେ ତଥାପି ଏହାର ରୋକ ଲାଗୁନି। ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପଟ୍ଟାପାରିଆ ଗ୍ରାମର କୋଟି ଜେନା ନାମକ ବ୍ୟକ୍ତି ରାଜନେତାଙ୍କ ଛତ୍ରଛାୟାରେ ରହି ବିଦ୍ୟୁତ ବିଭାଗର ଖୁଣ୍ଟରୁ କରେଣ୍ଟ ନେଇ ଭିତରକନିକା ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି କରିଛନ୍ତି।ଯାହାକୁ ପୂର୍ବରୁ ବନ ବିଭାଗ ପକ୍ଷରୁ ରୋକ ଲଗାଯାଇଥିଲା । କିନ୍ତୁ ବନ ବିଭାଗର ଏହି ତାଗିଦ୍ କୁ ଅମାନ୍ୟ କରି ପୁନର୍ବାର କୋଟି ଜେନା ସେହି ଜମିରେ ଅବୈଧ୍ୟ ଚିଙ୍ଗୁଡ଼ି ଘେରି ନିର୍ମାଣ କରୁଛନ୍ତି।ଆଉ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ। ମୋଟା ଅଙ୍କ ନେଇ ଚିଙ୍ଗୁଡ଼ି ଘେରିକୁ ଜଳ ଯୋଗାଣ ପାଇଁ ଚୋରାରେ କରେଣ୍ଟ ଯୋଗାଇ ଦେଇଛନ୍ତି ଚିଙ୍ଗୁଡ଼ି ଘେରିକୁ।

    ତେବେ ଏହା ଉପରେ ରାଜ୍ୟର ନୂତନ ବିଜେପି ସରକାର, ଜିଲ୍ଲପାଳ ଓ ବନ ବିଭାଗର ଅଧିକାରୀ ଚିନ୍ତା କରିବାର ବିଷୟ ରହିଛି।ଯଦି ଏହି ଅବୈଧ୍ୟ ଚିଙ୍ଗୁଡ଼ି ଘେରିକୁ ରୋକ ଲଗା ନଯାଏ ତେବେ ଭିତରକନିକା ଅଭୟାରଣ୍ୟ ଓ ତାହାର ବନ୍ୟଜନ୍ତୁ ବିପଦ ମୁଖରେ ପଡିବେ। ଦେଖାଯାଉ ରାଜ୍ୟରେ ନୃତନ ସରକାର ଏହି ବିଶ୍ଵ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପାଇଁ କି କଡ଼ା ଆଇନ୍ କାନୁନ୍ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

  • ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ବହିଷ୍କୃତ

    ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶ କ୍ରମେ ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦ର ଧାରା ୫୩ ଅନୁଯାୟୀ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେl ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେl କିନ୍ତୁ ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେl ତାହାଅନୁଯାୟୀ, ପୌରାଧ୍ୟକ୍ଷl ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ l ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୫ରିଖ ଦିନ ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷlଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲାl କିନ୍ତୁ, ପୌରାଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ରିଖ ଦିନଠାରୁ ବହିଷ୍କାର କରାଯାଇଛିl

  • କେନ୍ଦୁଝର ଜିଲ୍ଲା ଘଷିପୁରାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର

    ଘସିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ, ଏସପି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ଦଶ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF Keonjhar) ସହାୟତାରେ ଇଲେକ୍ଟ୍ରିକ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା।