Category: Uncategorized

  • ବଣ୍ଡାଘାଟି ଆବାସ ଦୁର୍ନୀତି ମାମଲାରେ କଠୋର ପଦକ୍ଷେପ ନେବାକୁ ଘୋଷଣା

    ବଣ୍ଡାଘାଟି ଆବାସ ଦୁର୍ନୀତି ମାମଲାରେ କଠୋର ପଦକ୍ଷେପ ନେବାକୁ ଘୋଷଣା

    ବଣ୍ଡାଘାଟିରେ ଆବାସ ଦୁର୍ନୀତି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପକ୍ଷରେ ବିତଣ୍ଡା ଯୁକ୍ତି ରଖିଛନ୍ତି। ଆବାସ ଯୋଜନାରେ ଅନିୟମ ହୋଇଥିବା ଅଭିଯୋଗ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

    ସେହିପରି ଆବାସ ଘର ପାଇଁ ମିଳୁଥିବା ଅର୍ଥ ହଡପ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆବାସ ଘର ନିର୍ମାଣ ପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କୁ କିସ୍ତି ଅନୁସାରେ ଅର୍ଥ ଯୋଗାଇ ଦେଉଥିବାବେଳେ, ଯେଉଁ ମାମଲାରେ ହିତାଧିକାରୀ ନିଜେ ଘର କରିପାରୁନଥିଲେ, ସେଠାରେ କିଏ ଠିକାଦାରଙ୍କୁ କାମ ଦେଲା ଓ କିଏ ଅର୍ଥ ହଡପ କଲା—ସେଥିରେ ଗଭୀର ତଦନ୍ତ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏ ନେଇ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଖଇରପୁଟ ଅଞ୍ଚଳରେ ଆବାସ ନାରେ ହୋଇଛି ବ୍ୟାପକ ର୍ଦୁନୀତି । ମାଲକାନଗିରି ଜିଲା ମାଥିଲି ଗସ୍ତରେ ଆସି ବଣ୍ତାଙ୍କ ପ୍ରତି ହୋଇଥିବା ଦୁର୍ନୀତି ଉପରେ ବିତଣ୍ଡା ଯୁକ୍ତି ଦେଇଛନ୍ତି ମନ୍ତ୍ରୀ ଗଣ୍ତ ।

     ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ଅଧିକାଂଶ ଗାଁରେ ଘର କରିବାକୁ କହି ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଦଳ ପହଞ୍ଚି ନିମ୍ନମାନର କାମକୁ ଦେଖି ତାଜୁବ ହୋଇଥିଲେ । ନିରୀହ ବଣ୍ତାଙ୍କ ଆବାସ ଅର୍ଥ ହେରଫେରକୁ ନେଇ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏ ନେଇ କନକ ନ୍ୟୁଜରେ ପ୍ରଥମ ଖବର ପ୍ରସାରଣ ହେବା ପରେ ବିଡିଓଙ୍କ ବଦଳି ବି ହୋଇଛି ।

  • ଅଧୁରା ରହିଗଲା ମା’ର ସ୍ଵପ୍ନ

    ଅଧୁରା ରହିଗଲା ମା’ର ସ୍ଵପ୍ନ

    ଆଖି ବୁଜିଲେ ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଆଉ ଜଣେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିଲେ ଯୁକ୍ତଦୁଇ ଛାତ୍ରୀ। ୯୦ ପ୍ରତିଶତ ଜଳି ଯାଇଥିଲା ଶରୀର ତାପରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

    ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ରାଉଲକେଲ ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲର(IGH) ବର୍ଣ୍ଣ ସେଣ୍ଟର କୁ ଚିକିତ୍ସା ପାଇଁ ପଠା ଯାଇଥିଲା।ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ଯାହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏୟାରଲିଫ୍ଟ ପୂର୍ବରୁ ପୀଡ଼ିତା ଆଖି ବୁଜିଦେଲା

    ସୂତ୍ରରୁ ଜଣ ପଡିଛି ଯେ ତାଙ୍କୁ ଜଣେ ଯୁବକ ବ୍ଲାକ ମେଲ କରିଥିଲେ ସେଥିପାଇଁ ପୀଡ଼ିତା ଜଣକ ଗତ ଶନିବାର ରେ କିରୋସିନ ଢଳି ହରେ ନିଆଁ ଲାଗାଇଥିଲେ । ଯୁବକ ଜଣକ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ କିଛିବି ଏପର୍ଯ୍ୟନ୍ତ କୌଣସି ତଥ୍ୟ ସମନ୍ନାକୁ ଆସି ନାହିଁ । ସେପଟେ IGH ରେ ପୀଡ଼ିତାଙ୍କ ମୃତଦେହକୁ ଉଠାଇବା ପାଇଁ ୫୦ଲକ୍ଷ୍ୟ ଟଙ୍କାର ଦବି କରିଥିଲେ ପରିବାର ଲୋକ ।

  • ମେକ୍ସିକୋର ଏକ ଡିପାର୍ଟମେଣ୍ଟ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ,୨୩ ମୃତ ଅନେକ ଆହତ

    ମେକ୍ସିକୋର ଏକ ଡିପାର୍ଟମେଣ୍ଟ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ,୨୩ ମୃତ ଅନେକ ଆହତ

    ଶନିବାର ଉତ୍ତର-ପଶ୍ଚିମ ମେକ୍ସିକୋ ସିଟିର ଏକ ଡିପାର୍ଟମେଣ୍ଟ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ ସହ ବିସ୍ଫୋରଣରେ ଅନେକ ପିଲାଙ୍କ ସମେତ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୨ ଜଣ ଆହତ ହୋଇଥିବା ଖବର ଷ୍ଟୋରର ଅଧିକାରୀମାନେ ଜଣାଇଛନ୍ତି। ସୋନୋରା ରାଜ୍ୟପାଳ ଆଲଫୋନ୍ସୋ ଡୁରାଜୋ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ କହିଛନ୍ତି ଯେ ସୋନୋରା ରାଜ୍ୟର ରାଜଧାନୀ ହର୍ମୋସିଲୋ ସହରରେ ଅଗ୍ନିକାଣ୍ଡ ଘଟିଛି। ସୋନୋରା ଆଟର୍ଣ୍ଣି ଜେନେରାଲ ଗୁସ୍ତାଭୋ ସାଲାସ ଚାଭେଜ୍ କହିଛନ୍ତି ଯେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହତମାନଙ୍କୁ ହର୍ମୋସିଲୋର ଛଅଟି ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ସାଲାସ ଚାଭେଜ୍ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ୍ୟୁ “ବିଷାକ୍ତ ଗ୍ୟାସ ନିଶ୍ୱାସ ନେବା” ଯୋଗୁଁ ହୋଇଛି।

    ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ ବାହିନୀ ଦଳ ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି। ରାଜ୍ୟପାଳ କହିଛନ୍ତି, “ବର୍ତ୍ତମାନ ଆମେ ଏପରି କୌଣସି ସୂଚନା ପାଇନାହୁଁ ଯାହା ଦ୍ୱାରା ଜାଣିଶୁଣି ନିଆଁ ଲଗାଯାଇଥିଲା ବୋଲି ଅନୁମାନ କରାଯାଇପାରିବ।” ସେ ଏହା ମଧ୍ୟ କହିଛନ୍ତି ଯେ ଅଧିକାରୀମାନେ ମାମଲାର ପ୍ରତ୍ୟେକ ଦିଗର ତଦନ୍ତ କରିବେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଗୁଡ଼ିକ ‘ୱାଲଡୋ’ ଷ୍ଟୋରରେ ଏକ ବିରାଟ ନିଆଁ ଦେଖାଯାଉଛି। ଏକ ଭିଡିଓରେ, ଜଣେ ପୋଡ଼ିଯାଇଥିବା ବ୍ୟକ୍ତି ଷ୍ଟୋରର ପ୍ରବେଶ ଦ୍ୱାରରୁ କିଛି ମିଟର ଦୂରରେ ପଡ଼ିଥିବା ଦେଖାଯାଉଛି।

  • ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାକିସ୍ତାନରେ ତାଣ୍ତବ ରଚୁଛି ବନ୍ୟା

    ପାଣିରେ ଭାସୁଛି ପାକିସ୍ତାନ …. ହନ୍ତସନ୍ତ ହେଲେଣି ପାକିସ୍ତାନି … ବର୍ଷା, ଭୂସ୍ଖଳନରେ ମୃତକଙ୍କ ସଂଖ୍ଯା ହଜାରେ …ଆତଙ୍କିତ ଲୋକେ … ପାକିସ୍ତାନରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ହଜାରେ ଟପିବା ଆଶଙ୍କା ଦେଖାଦେଲାଣି। ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି। କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି। ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ଧରାଲି ଓ କିସ୍ତଓ୍ବାର ପରି ପରିସ୍ଥିତି ଉପୁଜିଛି। ବନ୍ୟାରେ ପାଇଁ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି ।

    ପାକିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି । ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ବନ୍ୟା ବିଭୀଷିକା। ପାକିସ୍ତାନର ବୁନେରରେ ବନ୍ୟାରୁ ବଞ୍ଚିଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଦ୍ରୁତ ବନ୍ୟା ପାଣିରେ ଶହ ଶହ ପଥର ଏବଂ ବଡ଼ ବଡ଼ ପଥର ପଡ଼ିଥିବାର ଦେଖିଛନ୍ତି। ଜରୁରୀକାଳୀନ ସେବା ମୁଖପାତ୍ର କହିଛନ୍ତି ଯେ ଶହ ଶହ ଉଦ୍ଧାରକାରୀ ଏବେ ବି ବୁନେରରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି।

    ଶୁକ୍ରବାର ଦିନ ମୁଷଳଧାରାରେ ବର୍ଷା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ଖାଇବର ପଖତୁନଖ୍ୱା ପ୍ରଦେଶର ଏହି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ବନ୍ୟାରେ ଅନେକ ଘର ଭାସି ଯାଇଥିଲା। ପାକିସ୍ତାନର ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଗାମୀ ଦିନରେ ପ୍ରବଳ ବର୍ଷା ହୋଇପାରେ।

  • ଚପଲ କିଣିବାକୁ ଯାଇ ଆଉ ଫେରିଲାନି…

    ଚପଲ କିଣିବାକୁ ଯାଇ ଆଉ ଫେରିଲାନି…

    ବଜାରକୁ ଚପଲ କିଣିବାକୁ ଯାଇ ନାବାଳିକା ନିଖୋଜ । ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ନିଖୋଜ ନାବାଳିକାର ଟେର ପାଉନି ପୋଲିସ । ସେପଟେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଦୁଖଃଦ ଘଟଣା ପିରହାଟ ଥାନା ଅଧିନ ଖଡିଜାଣ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଉକ୍ତ ଗ୍ରାମର ବିଦ୍ୟାଧର ଦାସଙ୍କ ନାବାଳିକା ଝିଅ ନିକଟସ୍ଥ ଗଦି ବଜାରକୁ ଜୁନ ମାସ ୨୫ ତାରିଖ ଦିନ ଚପଲ କିଣିବାକୁ ଯାଇ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ।

    ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ। ନିରାଶ ହୋଇ ଫେରିବା ପରେ ଜାଣିବାକୁ ପାଇଥିଲେ ଯେ ତିହିଡି ଥାନା ଅଧିନ କାଁପଡା ଗ୍ରାମର ବାଦଲ ମଳିକ ଓ ମଳୟ ମଳିକ ତାଙ୍କ ଝିଅକୁ ଅପହରଣ କରି ନେଇଛନ୍ତି । ଯାହାକୁ ନେଇ ବିଦ୍ୟାଧର ପିରହାଟ ଥାନାରେ ପରିବାର ଲୋକ ଏକ ଲିଖିତ ଅଭିଯୋଗ କରିଥିଲେ ।

    ଆଭିଯୋଗ କରିବାର ପ୍ରାୟଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ନିଜ ଝିଅକୁ ଫେରି ପାଇବା ପାଇଁ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ପରିବାର ଲୋକେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।

    ଅପହରଣକାରୀ ଖୁଲମ-ଖୁଲା ବୁଲୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ । ଅନ୍ୟ ପଟେ ପିରହାଟ ଥାନାଧିକାରିଣୀଙ୍କୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ଆମେ ନାବାଳିକାକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛୁ ବୋଲି ଜଣାଇଛନ୍ତି ।

  • ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ସହଯୋଗୀଙ୍କୁ ହତ୍ୟା କରିବା ପାଇଁ ବୋଲଗଡ଼ରୁ ଭଞ୍ଜନଗର

    ଗଞ୍ଜାମ ପୋଲିସ୍ ଫୁଲ୍ ଆକ୍ସନ ମୁଡ୍ ରେ । ୨୪ ଘଣ୍ଟାରେ ଧରା ହେଲେଣି ବହୁ କୁଖ୍ୟାତ ଅପରାଧି । ଅନେକ ସ୍ଥାନରେ ଚଢ଼ାଉ । ଜିଲ୍ଲାକୁ ନିୟତ୍ରଣ କରିବାକୁ ଚେଷ୍ଟା । ପୁରୀରୁ ଆସି ଗଞ୍ଜାମରେ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର କୁ ପଣ୍ଡ କରିଦେଲା ଭଞ୍ଜନଗର ପୋଲିସ । ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ଝାଙ୍କଡେଇ ମନ୍ଦୀର ନିକଟରେ ଯୁବକଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିବା ବେଳେ ପେଟ୍ରଲିଂ କରୁଥିବା ପୋଲିସ୍ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଯୁବକ ସୋମନାଥ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳର ଅନ୍ୟ ଜଣେ ସହଯୋଗୀ ଆଶୁତୋଷ ବାରିକ L&T ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ପରେ ସୋମନାଥ ପଣ୍ଡାଙ୍କ ଭଞ୍ଜନଗର ଅଞ୍ଚଳକୁ ବଦଳି ହୋଇଥିଲା । ହେଲେ ବୋଲଗଡ଼ ଅଞ୍ଚଳ ଛାଡ଼ିବା ପୁର୍ବରୁ ସେ ରହୁଥିବା ଭଡା ଘରେ ସହଯୋଗୀ ତଥା ଆଶୁତୋଷ ବାରିକଙ୍କୁ ଘର ଦେଇ ଆସିଥିଲେ ।

    ଉକ୍ତ ଭଡ଼ାଘରେ ଆଶୁତୋଷ ଜୈନିକ ମହିଳାଙ୍କୁ ଘରକୁ ଡ଼ାକି ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏକଥା ଘର ମାଲିକ ଜାଣିବା ପରେ ସୋମନାଥଙ୍କୁ ଖବର ଦେଇଥିଲେ ପରେ ଘରରୁ ବାହାର କରିଦେଇଥିଲେ ଏକଥା ଆଶୁତୋଷ ଜାଣିପାରି ଦୁଇ ମାସ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହୋଇନଥିଲେ । ଗତ ୩୧.୦୭.୨୦୨୫ ତାରିଖ ଦିନ ୧୨ ଟା ରେ ଆଶୁତୋଷ ସୋମନାଥଙ୍କୁ ଫୋନ କରି ଗାଳି କରିଥିଲେ । ପୁଣିଥରେ ରାତି ୦୯ ଟାରେ ଫୋନ୍ କରି କୋଉଠି ରହୁଛୁ ବୋଲି ଧମକ ଦେଇ ଠିକଣା ପଚାରିଥିଲେ । ସୋମନାଥ ଭଞ୍ଜନଗର ଅଞ୍ଚଳରେ ରହୁଛି ବୋଲି କହିବା ପରେ । ରାତି ପ୍ରାୟ ସାଢେ଼ ୧୧ ଟା ପରେ ଆଶୁତୋଷ ସୋମନାଥ କୁ ଉକ୍ତ ଘଟଣାର କଥାକୁ ନେଇ ମୁଖ୍ୟରାସ୍ତା ର ଝାଙ୍କଡେଇ ମନ୍ଦୀର ନିକଟକୁ ଡାକିଥିଲେ । ଫଳରେ ସୋମନାଥ ଦୁଇଜଣ ବନ୍ଧୁଙ୍କ ସହ ମନ୍ଦୀର ପାଖରେ ପହଞ୍ଚିଥିଲେ । ହେଲେ ଆଶୁତୋଷ ହତ୍ୟା କରିବା ପାଇଁ ସାଙ୍ଗରେ ଆଉ ତିନିଜଣଙ୍କୁ ଏକ ଧଳା ରଙ୍ଗର କାରରେ ଆଣିଥିଲେ । ହଠାତ୍ କାର ରୁ ଓହ୍ଲେଇ ତିନିଜଣ ଯୁବକ ସୋମନାଥଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅନ୍ୟପଟେ ଆଶୁତୋଷ ହାତରେ ମାଉଜର ଧରି ଗୁଳି ଚଳାଇଥିଲେ, ଫଳରେ ସୋମନାଥ ସହିତ ଆସିଥିବା ଦୁଇଜଣ ସାଙ୍ଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାତରେ ଚୋଟ ଲାଗିଛି । ଅନ୍ୟପଟେ ଭଞ୍ଜନଗର ପୋଲିସ ନାଇଟ ପେଟ୍ରଲିଂ କରୁଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।

  • ଖୋର୍ଦ୍ଧାରେ ସକ୍ରିୟ ହେଲେ ନିଶା ମାଫିଆ

    ଖୋର୍ଦ୍ଧାରେ ସକ୍ରିୟ ହେଲେ ନିଶା ମାଫିଆ

    ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

  • ସୂଚନା ତଡକା

    ସୂଚନା ତଡକା

    ମିଶୁନି ଲୋ କଥା କିଛି

    ତେଲ ତେଲ ଏଠି ପଡିଲା ଚହଳ
    ତେଲ ମିଳୁନି ହାଟରେ …
    ବୋତଲ ଧରିଲେ ହାତରେ ମିଳୁନି
    ମିଳୁଛି ସିଧା ଗାଡିରେ …
    କିଏ କହେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ…

    କିଏ କହେ ନିମାପଡା..
    ଦୁଇଟି ଘଟଣା ସମାନ କାରଣ…. ମିଳୁନି କିଛି ପତ୍ତା …
    ସୌମ୍ୟଶ୍ରୀକୁ ଭୁଲି ନିମାପଡା ଗଲି …
    ଧରି ହଉନି ଲୋ କଥା …
    ପୋଖରୀ ପାଖରେ କଣ କରୁଥିଲି…ମନେ କୁହୁଳୁଛି ଗାଥା
    ମୂଳ କାରଣକୁ ଭୁଲିଲେ ମୋହନ …
    ମିଛରେ ଗଲେ କି ଭାସି …
    ଘଣ୍ଟାଏ ଭିତରେ ପ୍ରମାଣ ଚେଞ୍ଜ… ..
    ମିଶୁନି ଲୋ କଥା କିଛି …

    ଉପରେ ଲେଖା ଥିବା କବିତାଟି କାହାକୁ , ଆକ୍ଷେପ କରିବା ଉଦ୍ଦେଶ୍ୟ ଲେଖାଯାଇ ନାହିଁ । ଏହା କେବଳ ଲୋକ ମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ଲେଖାଯାଇଛି ।

  • ଘୋଷାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି:ବସିଲା ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକ

    ଘୋଷାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି:ବସିଲା ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକ

    ମହାପ୍ରଭୁଙ୍କ ଘୋଷଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ମହାପ୍ରଭୁଙ୍କ ନୀତି କାନ୍ତି ସହିତ ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ଭାବେ ହେବା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ।
    ସେପଟେ ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ପହଣ୍ଡି ନୀତି କିଭଳି ହୋଇପାରିବ ସେନେଇ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି। ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଯେଉଁ ଅଘଟଣ ଘଟିଥିଲା ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଛି। ସେହିପରି ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି।

    ସେହିପରି ସ୍ନାନ ମଣ୍ଡପରେ କେତେକ ଅନଧିକୃତ ବ୍ୟକ୍ତି ପ୍ରବେଶ କରିଥିବା ଅଭିଯୋଗ ଆସିଥିବା ବେଳେ ଭିଡିଓ ଫୁଟେଜକୁ ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ଏଏସଆଇକୁ କୁହାଯାଇଛି।

    ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହିତ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଗାମୀ ଦିନରେ ଆଲୋକୀକରଣ କରିବା ନିମନ୍ତେ ଏଏସଆଇ ସହିତ ଆଲୋଚନା ହୋଇଛି। ଗୁଣ୍ଡିଚା ମନ୍ଦିରର ବାହାର ପଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଦୁଇଟି ସୂଚନା କେନ୍ଦ୍ର ସହିତ ଏକ ଏଲଇଡି ବୋର୍ଡରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତର ଦ୍ବାର ଠାରେ ରାମ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିଳାଦ୍ରୀ ବିଜେ ପରେ ବିଭିନ୍ନ ସେବାୟତ ନିଯୋଗ ସହିତ ଆଲୋଚନା କରାଯାଇ ଏହାର ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ।

  • ମରଣ ଯନ୍ତା ପାଲଟିଛି ରୁଙ୍ଗଟା କମ୍ପାନୀ, ଶ୍ରମିକଙ୍କ ନିରାପତ୍ତା ଓ ସୁରକ୍ଷା ‘ଫୁ’

    ମରଣ ଯନ୍ତା ପାଲଟିଛି ରୁଙ୍ଗଟା କମ୍ପାନୀ, ଶ୍ରମିକଙ୍କ ନିରାପତ୍ତା ଓ ସୁରକ୍ଷା ‘ଫୁ’

    ଗତ କିଛିଦିନ ହେବ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଅବସ୍ଥିତ ରୁଙ୍ଗଟା କମ୍ପାନୀରେ ବିଦ୍ୟୁତ ଆଘାତ ଯୋଗୁ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟଣା କମ୍ପାନୀର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶବାଚି ସୃଷ୍ଟି କରିଛି ।

    ଢେଙ୍କାନାଳ ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ଓ ମାଇନ୍ସ କାରଖାନାରେ ବିଦ୍ୟୁତ ଆଘାତ ହେତୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବାପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ରବିବାର ଦିନ କାରଖାନା ପରିସରରେ କାର୍ଯ୍ୟରତ ସ୍ଥାନୀୟ ବାଲିମୀ ଥାନା ଅନ୍ତର୍ଗତ କଡ଼ଲା ଗ୍ରାମର ମୁନା ଗୋଚ୍ଛାୟତଙ୍କର ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟିବା ପରେ ରୁଙ୍ଗଟା କାରଖାନା ଆଗରେ ମୃତକଙ୍କ ପରିବାର ଲୋକ ଧାରଣା ଦେଇଥିଲେ ।

    ପରିବାର ସହ ଗ୍ରାମବାସୀ ଅଭିଯୋଗ କରିଥିଲେ କି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ମୃତଦେହ କାରଖାନାରୁ ଗାଏବ କରିଦେଇଥିଲେ । ତେଣୁ, ମୃତ ଶ୍ରମିକଙ୍କ ପରିବାର ଓ ଗ୍ରାମବାସୀ ମାନେ କାରଖାନାକୁ ଯାଇ ଜୋର ଜବରଦସ୍ତ ପଶିବାରୁ ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଉତ୍ତ୍ୟକ୍ତ ଲୋକମାନେ ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ଧାରଣା ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା ।

    ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ରୁଙ୍ଗଟା କମ୍ପାନୀରେ ବିଦ୍ୟୁତ ଆଘାତ ଯୋଗୁ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟଣା କମ୍ପାନୀର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶବାଚି ସୃଷ୍ଟି କରିଛି । କୁହାଯାଉଛି, କମ୍ପାନୀ ପରିସରରେ ପ୍ରତି ମାସରେ ଜଣେ ଦୁଇ ଜଣ ବ୍ୟକ୍ତି କୌଣସି ନା କୌଣସି କାରଣରୁ ମୃତ୍ୟୁ ବରଣ କରୁଛନ୍ତି ଏବଂ କମ୍ପାନୀ ତରଫରୁ ଏହି ଘଟଣାକୁ ଚାପି ଦିଆ ଯାଉଛି । ଅଧିକାଂଶ ଠିକା ଶ୍ରମିକ ବାହାର ରାଜ୍ୟର ବାସିନ୍ଦା ହୋଇଥିବାରୁ ଏହି ଅପମୃତ୍ୟୁ ବିରୁଦ୍ଧରେ ସ୍ୱର ଉଠାଇବାକୁ ସେମାନଙ୍କର ଆତ୍ମୀୟ ଓ ସମ୍ପର୍କୀୟ ଉଚିତ ମନେକରୁ ନାହାନ୍ତି ।

    ରୁଙ୍ଗଟା କମ୍ପାନୀର ଖାଁ ଖିଆଲୀ ନୀତି ଯୋଗୁ ନିକଟରେ ଝାରସୁଗୁଡ଼ାରେ କମ୍ପାନୀର ସମ୍ପ୍ରସାରଣକୁ ସ୍ଥାନୀୟ ଜନତା ତୀବ୍ର ବିରୋଧ କରିଥିଲେ । ରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ପଞ୍ଚାୟତର ୧୧ ଟି ଗ୍ରାମର ଅଧିବାସୀ ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ ।