Category: ରାଜ୍ୟ ଖବର

  • ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ

    ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ

    ସୂଚନା ଅନୁଯାୟୀ ଏୟାରଫିଲଡ୍ ଥାନା ଅଂଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସୁନ୍ଦରପଦା ଅଞ୍ଚଳରେ ବାପା ମା’ ଙ୍କ ସହ ଭଡା ଘରେ ରହୁଥିବା ଜଣେ ନାବାଳିକାଙ୍କୁ ପଡିଶା ଘରେ ରହୁଥିବା ଜଣେ ୨୩ ବର୍ଷିୟ ଯୁବକ ଦୁଷ୍କର୍ମ କରିଥିବା ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ଗତକାଲି ଘଟିଥିବା ବେଳେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି

    ତେବେ ଗତକାଲି ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ଅବସ୍ତା ଗୁରୁତର ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରାକରୁଛି…

  • କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    କାଦୁଆ ଯୋଡ଼ାବନ୍ଧ ଗାଁରେ ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା, ମୃତ ଦେହ କାଜୁ ଜଙ୍ଗଲରୁ ଉଦ୍ଧାର

    ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା । ଘଟଣା ଯେତିକି ବିଭତ୍ସ, ସେତିକି ଜଘନ୍ୟ, ସେତିକି ଭୟାନକ ମଧ୍ଯ । ଘଟଣାଟି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ କାଦୁଆ ଯୋଡ଼ାବନ୍ଧ ଗାଁରେ ଘଟିଛି । ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ ବୟସ ପାଖାପାଖି ୪୩ ବର୍ଷ । ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ , ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ । ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା ।

    ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ । ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ ନିକଟରେ ଥିବା କାଜୁ ତୋଟାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ତେବେ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି । ଅନ୍ୟପଟେ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନି କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।ତେବେ କିଏ ଓ କାହିଁକି ଏହି ହତ୍ୟା କରିଛି ତାହାର କାରଣ ଏପର୍ଯ୍ଯନ୍ତ ଜଣାପଡିନାହିଁ…

    ଭଞ୍ଜନଗର, ଗଞ୍ଜାମରୁ ରାଜେଶ୍ ଆଲଟିଆଙ୍କ ରିପୋର୍ଟ, #Suchanatv24x7

  • ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଜଣଙ୍କୁ ଗିରଫ କଲା ଚାନ୍ଦବାଲି ପୋଲିସ

    ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଜଣଙ୍କୁ ଗିରଫ କଲା ଚାନ୍ଦବାଲି ପୋଲିସ

    ଭଦ୍ରକ ଜିଲ୍ଲାରେ ପୁଣି ଲଜ୍ଜା। ଗରିବ,ନିଶାସକ୍ତ, ଆଦିବାସୀ ମହିଳାଙ୍କୁ ସୁରକ୍ଷିତ ଘରେ ଛାଡିବାକୁ କହି ଗଣଦୁଷ୍କର୍ମ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଭଦ୍ରକ ଜିଲ୍ଲାର ବେତଡା ଅଞ୍ଚଳର ଜଣେ ଆଦିବାସୀ ମହିଳା କାମ ଅନ୍ବେଷଣରେ ଚାନ୍ଦବାଲି ଚାଲି ଆସିଥିଲେ। ଭୁଁଇମୂର୍ତ୍ତି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁରର ସଞ୍ଜୟ ଦାସ ନାମକ ଜଣେ ପରିଚିତଙ୍କ ଘରେ ରହିବା ସହ ଜଣକ ଘରେ ଉଭୟ ସଞ୍ଜୟ ଓ ମହିଳା କାମ କରୁଥିଲେ । କିଛି ଦିନ ତଳେ ସେ ତାଙ୍କ ଗାଁ ବେତଡା ଚାଲିଯାଇଥିଲେ ଓ ଗତ ୨୫ ତାରିଖ ଦିନ ଚାନ୍ଦବାଲି ଫେରିଥିଲେ। ଚାନ୍ଦବାଲିରେ ପହଞ୍ଚିବା ପରେ ମହିଳାଙ୍କର ସଞ୍ଜୟଙ୍କ ସହ ଦେଖା ହୋଇଥିଲା। ମହିଳା କାମକରୁଥିବା ମାଲିକ ପାଖରେ ତାଙ୍କ ବକେୟା ଟଙ୍କା ଆଣିବାକୁ ସାଙ୍ଗରେ ଯିବାକୁ ସଞ୍ଜୟକୁ କହିଥିଲେ। ହେଲେ ସଞ୍ଜୟ କଟକରୁ ଫେରୁଥିବାରୁ କ୍ଲାନ୍ତ ହୋଇଯାଇଥିଲେ ଓ ପରେ ଯିବାକୁ କହିଥିଲେ। ଉଭୟ ସଞ୍ଜୟଙ୍କ ଘରକୁ ଆସିଥିଲେ। ମାତ୍ର ଉକ୍ତ ମହିଳା ମଦ୍ୟପାନ କରିଥିବାରୁ ସଞ୍ଜୟଙ୍କ ସ୍ତ୍ରୀ ତାଙ୍କୁ ଘରେ ରଖାଇ ଦେଇ ନ ଥିଲେ । ରାତି ହୋଇଯାଇଥିବାରୁ ଜଣେ ନିଶାସକ୍ତ ମହିଳାଙ୍କୁ ଏକା କୁଆଡେ ଛାଡିବେ ଭାବି ସଞ୍ଜୟ ତାଙ୍କୁ ଚାନ୍ଦବାଲିରୁ ତାଙ୍କ ଗାଁକୁ ପଠେଇବାକୁ ବାହାରି ଥିଲେ ।ସେହି ସମୟରେ ଜଗନ୍ନାଥପୁରରୁ ଚାନ୍ଦବାଲିକୁ ବାଇକ ଯୋଗେ ଗ୍ରାମର ଜଗନ୍ନାଥ ଦାସ ଓ ପଦ୍ମ ଲୋଚନ ଦାସ ଯାଉଥିଲେ । ସଞ୍ଜୟ ମହିଳାଙ୍କୁ ସେମାନଙ୍କ ବାଇକରେ ବସାଇ ଦେଇ ଚାନ୍ଦବାଲିରେ ଛାଡି ଦେବାକୁ କହିଥିଲେ । ଜଗନ୍ନାଥ ଓ ପଦ୍ମଲୋଚନ ମହିଳାଙ୍କୁ ବାଇକରେ ନେଇ କିଛି ବାଟ ଯିବା ପରେ ଏକ ନିଛାଟିଆ ଜାଗା ଦେଖି ରହିଥିଲେ ଓ ସେମାନଙ୍କର ଅନ୍ୟ ଜଣେ ସହଯୋଗୀ ପ୍ରଦୀପ ଦାସକୁ ଡାକିଥିଲେ। ପ୍ରଦୀପ ଆସିବା ପରେ ତିନି ଦୁର୍ବୃତ୍ତ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।

    ମହିଳାଙ୍କ ସହ ଜୋରଜବରଦସ୍ତ କରୁଥିବା ବେଳେ ସେ ବଡ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ପାଟି ଶୁଣି ଆସିବାରୁ ଦୁର୍ବୃତ୍ତମାନେ ସେଠାରୁ ଚାଲିଯାଇଥିଲେ। ମହିଳା ଲୋକଙ୍କୁ ସବୁ କଥା କହିବା ପରେ ସେମାନେ ତାଙ୍କୁ ଥାନାକୁ ନେଇଯାଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ।

    ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ଚାନ୍ଦବାଲି ମାଜିଷ୍ଟ୍ରେଟ ନିକଟରେ ବୟାନ ରେକର୍ଡ କରିଛି । ସେପଟେ ଏହି ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିଲେ ମଧ୍ୟ କୋର୍ଟ ସେମାନଙ୍କୁ ଜେଲ ପଠାଇ ଦେଇଛନ୍ତି।

    ଭଦ୍ରକ ଚାନ୍ଦବାଲିରୁ ଦେବକାନ୍ତ ମହାନ୍ତିଙ୍କ ରିପୋର୍ଟ, SUCHANATV24X7

  • ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

    ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

    ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ଦାୟିତ୍ୱ ଗ୍ରହଣ । ରବିବାର ଦିନ ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ଯ ଶାସନ ସଚିବ ଭାବେ ଆହୁଜା ୬ ମାସ କାମ କରିବେ। ଆସନ୍ତା ଡିସେମ୍ବରରେ ସେ ଅବସର ନେବେ। ଆହୁଜା ନୂଆ ମୁଖ୍ଯ ଶାସନ ସଚିବ ହେବା ପରେ ତାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି ବିଦାୟୀ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନା। ଏହା ପୂର୍ବରୁ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ, ୨୦୧୨ରେ କ୍ରୀଡ଼ା ଯୁବ ବ୍ୟାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଓ ୨୦୧୫ରେ ସମବାୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

    ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସିବିଏସଇ ଅଧ୍ୟକ୍ଷ ରହିଥଲେ ।ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଦାୟିତ୍ବ ତୁଲାଉଥିଲେ। ଓଡିଶାରେ ବିଜେପି ସରକାର କରିବା ପରେ ଆହୁଜାଙ୍କୁ ଓଡିଶା ଫେରାଇ ଦେଇଥିଲେ କେନ୍ଦ୍ର ସରକାର। ପି କେ ଜେନାଙ୍କ ପରେ ସେ ହିଁ ମୁଖ୍ୟ ଶାସନ ସଚିବ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ପୂର୍ବାହ୍ନରେ ସେ ଦାୟିତ୍ବ ଗ୍ରହଣ ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ପି କେ ଜେନାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏହା ପୂର୍ବରୁ ସେ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଲେଖିଥିଲେ କି, ଲୋକଙ୍କ ଭିତରେ ଗୋଟିଏ ଧାରଣା ରହିଛି କି, ମୁଖ୍ଯ ଶାସନ ସଚିବଙ୍କ ହାତରେ ସବୁ କିଛି ରହିଛି। ହେଲେ ତାହା ନୁହେଁ। ବ୍ୟବସ୍ଥା, ନିୟମ, କାର୍ଯ୍ୟାବଳୀ ଭିତରେ ମୋର ଏକ ସୀମା ରହିଥିଲା। ତଥାପି ମୁଁ ଅନେକ କ୍ଷେତ୍ରରେ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି, ଅନେକରେ ନିରାଶ କରିଛି। ସେଥିପାଇଁ ଦୁଃଖିତ। ଏବେ ପ୍ରଶାସନିକ ସେବାରୁ ଅବସର ନେଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ଲେଖିଛନ୍ତି ପ୍ରଦୀପ ଜେନା।

  • ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି

    ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି

    ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ନୂଆ ମୁଖ୍ଯମନ୍ତ୍ରୀ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଅଭିଯୋଗ ଶୁଣାଣି। ଆଉ ମଝିରେ ଗୋଟିଏ ଦିନ। ଜୁଲାଇ ପହିଲାରୁ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ଯମନ୍ତ୍ରୀ। ୟୁନିଟ ୫ ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୋହନ ମାଝୀ। ପୂର୍ବାହ୍ନ ୯ଟାରୁ ମଧ୍ଯାହ୍ନ ୧୨ଟା ମଧ୍ୟରେ ଅଭିଯୋଗକାରୀଙ୍କ ହେବ ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ଲୋକଙ୍କ ଅଭିଯୋଗ ଶୁଣିବେ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା।

    ଏହି ଅଭିଯୋଗ ଶୁଣାଣି ପାଇଁ ଆକ୍ଟିଭ ହୋଇଯାଇଛି ଜିଏ ଡିପାର୍ଟମେଣ୍ଟ। ଅଭିଯୋଗ ପ୍ରକୋଷ୍ଠର କରିଛି ମାଇନା। ୧୦ ହଜାର ବର୍ଗ ଫୁଟ ଅଞ୍ଚଳରେ ଯେମିତି ୧୨ ଶହ ଲୋକ ବସିପାରିବେ, ସେଥିପାଇଁ ହେଉଛି ବ୍ୟବସ୍ଥା। ୨୪ ବର୍ଷର ସରକାରରେ ଦୁର୍ନୀତିରେ ଅତିଷ୍ଠ ହୋଇଯାଇଥିବା ରାଜ୍ୟବାସୀ ଚଳିତ ନିର୍ବାଚନରେ ନିଜ ମତଦାନ ଅଧିକାର ବଳରେ ସରକାର ବଦଳାଇ ଦେଇଛନ୍ତି। ଲୋକେ ଚାତକ ପରି ଚାହିଁ ରହିଛନ୍ତି, ବିଗତ ଦିନରେ ହୋଇଥିବା ଦୁର୍ନୀତି ଉପରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ। ଲୋକଙ୍କ ପାଖରେ ରହିଛି ମାଳ ମାଳ ଅଭିଯୋଗ। ସେପଟେ, ପୂର୍ବ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରିବାକୁ ବହୁ ବର୍ଷରୁ ଆସୁ ନ ଥିଲେ। ଲୋକେ ଯେଉଁ ଅଭିଯୋଗ କରୁଥିଲେ, ପ୍ରଶାସନିକ ଅଧିକାରୀ ତାକୁ ନାଲି ଫିତା ତଳେ ବାନ୍ଧି ରଖୁଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା।

  • ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି

    ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି

    ରାଜଧାନୀରେ ଅସରାଏ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି । ଗତକାଲି ଅପରାହ୍ନରେ ରାଜଧାନୀରେ ଆରମ୍ବ ହୋଇଥିଲା ବର୍ଷା । କେଇ ଘଣ୍ଟାର ବର୍ଷା ପରେ ଜଳିବନ୍ଦି ଚିତ୍ର ସାମ୍ନାକୁ ଆସିଛି । ତେବେ ଭୁବନେଶ୍ୱର ଅନ୍ତର୍ଗତ ବାଣୀବିହାର ୧୭ନଂ ୱାର୍ଡ ପଥରବନ୍ଧ ବସ୍ତିରେ ଡ୍ରେନ ପାଣି ପସିଯିବାରୁ ଘରେ ଅଣ୍ଟାଏ ଅଣ୍ଟାଏ ପାଣି ପସିଛି ,ଫଳରେ ଘରେ ଥିବା ଅନେକଗୁଡିଏ ଜିନିଷ ପତ୍ର ନଷ୍ଟ ହୋଇଛି । କିଛି ବସ୍ତି ବାସିନ୍ଦା ପାତ୍ର ସାହାଜ୍ଯରେ ପାଣିକାଢିବା ଆରମ୍ବ କରିଥିଲେ । ଲୋକଙ୍କ କହିବା କଥା ଅନେକ ଯାଗାରେ ମୁକୁଳା ଡ୍ରେନ ଏବେବି ରହିଛି ନିକଟରେ ଯେଉଁ ଭଳି ଜଣେ ଶିଷୁର ଜୀବନ ଗଲା ସେହିଭଳି ଆଉ କାହାର ଜୀବନ ନଯାଉ ସେଥିପ୍ରତି ପ୍ରଶାସନର ଦୃଷ୍ଟି ଦେବା ଆବଶ୍ୟକତା ରହିଛି …

    ହେଲେ ଏଠି ସାଧାରଣରେ ଗୋଟିଏ ପ୍ରସ୍ନ ଯଦି ଆରମ୍ଭରୁ ଏଭଳି ଅବସ୍ତା ତେବେ ବର୍ଷା ଦିନର ଶେଷ ଆଡକୁ ଅବସ୍ତା କଣ ହେବ । ସ୍ମାର୍ଟସିଟି ଭୁବନେଶ୍ୱରରେ ଜଦି ସାମାନ୍ୟ ବର୍ଷାରେ ଅସୁବିଧା ଭୋଗୁଛନ୍ତି ତଳିଆ ଅଞ୍ଚଳ ସ୍ଥିତି କଣ ହେବ ।

  • ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ ଖଣି ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

    ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ ଖଣି ଗେଟ୍ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

    ଖଣି ଖାଦାନରେ ସମୃଦ୍ଧ କେନ୍ଦୁଝର ଜିଲ୍ଲା। କିନ୍ତୁ ଏଠାର ଲୋକଙ୍କୁ ମିଳୁନାହିଁ ନିଯୁକ୍ତି। ବାହାର ରାଜ୍ୟର କର୍ମଚାରୀ ସବୁ କାରଖାନାରେ ଖଣି ପଡିଛନ୍ତି। ଏହି ଅନିୟମିତତାରୁ ବାଦ ପଡିନି ବଡ଼ବିଲ ଥାନା ଅଧୀନ ଟଣ୍ଟୋ ସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିଃ । ଖଣିଜ ସମ୍ପଦ ଉତ୍ତୋଳନକାରୀ ଏହି କମ୍ପାନୀର ଜନ ମାରଣ ନୀତି ବିରୋଧରେ ତାତିଛନ୍ତି ଭଦ୍ରାସାହି ଏବଂ ସେରେଣ୍ଡା ପଞ୍ଚାୟତର ଜନତା। ବୁଧବାର ଦିନ ୫ ଦଫା ଦାବି ନେଇ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି ଏମାନେ। ସରକାର ପକ୍ଷରୁ ପ୍ରତ୍ୟେକ କମ୍ପାନୀକୁ ସ୍ଥାନୀୟ ଅଞ୍ଚଳର ବିକାଶ ସହ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାକୁ ନିୟମ ରହିଛି। କିନ୍ତୁ ଏହି କମ୍ପାନୀ ୭୦ ପ୍ରତିଶତ ପରି ନିଯୁକ୍ତି ବାହାର ରାଜ୍ୟକୁ ଦେଉଥିବା ଅଭିଯୋଗ ହୋଇଛି। ସେହିପରି ସ୍ଥାନୀୟ ଲୋକଙ୍କୁ ଲୁହାପଥର ପରିବହନ ଅନୁମତି ଦିଆଯାଉ ନାହିଁ। କମ୍ପାନୀର ଅଣଦେଖା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଠପ ହୋଇ ପଡିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ

    ଅନ୍ୟପଟେ ଲୋକଙ୍କ ଧାରଣାକୁ ନେଇ ଫିଡିକି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। କହିଛନ୍ତି, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଅସୁବିଧା ନାହିଁ। କିନ୍ତୁ ବୈଷୟିକ ରୂପେ ସେମାନେ ଅନଭିଜ୍ଞ। କମ୍ପାନୀ ୩ ତାରିଖରେ ଏହା ଉପରେ ଏକ ଆଲୋଚନା ପାଇଁ କହିଥିବା ବେଳେ ଏହା ପୂର୍ବରୁ ଧାରଣା ଦେବାକୁ ନାପସନ୍ଦ କରିଛନ୍ତି କମ୍ପାନୀ ଉପସଭାପତି

    ତେବେ ଅଧିକାରୀଙ୍କ ବୟାନ ଶୁଣିବା ପରେ ମନେ ହେଉଛି, ମୋହନ ସରକାରଙ୍କ ଖଣି ଦୁର୍ନୀତି ଉପରେ ହାତୁଡା ମାଡ ପାଇଁ ହୋଇଥିବା ଘୋଷଣାରେ କମ୍ପାନୀ କର୍ତ୍ତୃପକ୍ଷ ଛାନିଆ ହୋଇପଡିଛନ୍ତି।

  • ମଦ ମୁକ୍ତ ଓଡିଶା ଗଠନ ଦିଗରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ

    ମଦ ମୁକ୍ତ ଓଡିଶା ଗଠନ ଦିଗରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ

    ଓଡିଶା ହେବ ରାମ ରାଜ୍ୟ। ମୋହନ ସରକାର ରାଜ୍ୟକୁ ନିଶା ମୁକ୍ତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତନ ହୁଏତ ଚାଲିଛି। ରାଜସ୍ବ ଆଦାୟ କରିବାକୁ ରାଜ୍ୟବାସୀଙ୍କୁ ନିଶାସକ୍ତ ଓ ରୋଗରେ ଘାଣ୍ଟି ଚକଟିବାକୁ ପୂର୍ବ ସରକାର ଯେଉଁ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ତାଉପରେ ଲାଗିବାକୁ ଯାଉଛି ବ୍ରେକ୍। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଏକ ବୟାନ ପରେ ରାଜ୍ୟକୁ ମଦ ମୁକ୍ତ କରିବାକୁ ସରକାର କାର୍ଯ୍ୟ ଆରମ୍ଭ କରୁଥିବା ଅନୁଭୂତ ହେଉଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଏକ ବୟାନରେ କହିଛନ୍ତି, ମଦ ପାଇଁ ସମାଜ କଳୁଷିତ ହେଉଛି। ପରିବାରରେ ଅଶାନ୍ତି ବଢୁଛି। ଅନ୍ୟ ରାଜ୍ୟରେ ମଦକୁ ବ୍ୟାନ କରାଯାଇଛି ତ ଓଡିଶାରେ କାହିଁକି ଏପରି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ। ଆଜି ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ଅବସରରେ ମନ୍ତ୍ରୀ ମଦ ପ୍ରଚଳନ ବନ୍ଦ କରିବା ଦିଗରେ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି। ସେ କହିଛନ୍ତି, ଏନେଇ ଅବକାରୀ ବିଭାଗ, ସରକାରୀସ୍ତରରେ ଆଲୋଚନା କରି ମଦ ବିକ୍ରି ଓ ଦୋକାନ ଖୋଲିବା ଉପରେ ପଦକ୍ଷେପ ନିଆଯିବ। ମଦ ଦୋକାନ ରହିବ ନାହିଁ ତ ଲୋକେ ପିଇବେ କୋଉଠୁ ବୋଲି କହିଚନ୍ତି ମନ୍ତ୍ରୀ। ଏହି ଅବସରରେ ବିଜେପି ବିଧାୟକ ବାବୁ ସିଂହ ମଧ୍ୟ ମଦ ବନ୍ଦ ଉପରେ ଗୁରୁତ୍ବ ଦେଇଛନ୍ତି। ଏମିତି କି ନିଶା ଦ୍ରବ୍ୟ ବିକିଲେ ଫାଶୀ ମିଳିବ ବୋଲି କହିଛନ୍ତି

  • ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ୍ ଘଟଣା, ଦୁଇ ଗିରଫ

    ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ୍ ଘଟଣା, ଦୁଇ ଗିରଫ

    କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଧୀନ ବାଂଶପାଣିରେ ଟ୍ରକ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ଓ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଂଶପାଣି ଅଞ୍ଚଳର ପଙ୍କଜ ଗୁପ୍ତା ଏବଂ ରଘୁ ପୋତାଲ । ପଙ୍କଜଙ୍କ ନାଁ ରେ ପୂର୍ବରୁ ଯୋଡ଼ା ଏବଂ ବଡ଼ବିଲ ଥାନାରେ ଅପରାଧିକ ମାମଲା ରହିଛି । ସେମାନଙ୍କ ଠାରୁ ବ୍ୟବହୃତ ଛୁରୀ ଓ ଲୁହା ରଡକୁ ପୋଲିସ୍ ଜବତ୍ କରିଛି । ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ବଡବିଲ ଏସ ଡି ପି ଓ କହିଛନ୍ତି ।

    ଗତ ଶୁକ୍ରବାର ମଧ୍ୟ ରାତ୍ରୀରେ ଟ୍ରକ୍ ଡ୍ରାଇଭର ଏମଡି ଏଜାଜ ଆନସାରୀ ବାଂଶପାଣି ସାଇଡିଂରେ ଲୁହାପଥର ଅନଲୋଡ୍ କରିସାରିବା ପରେ ରାସ୍ତା କଡ଼ରେ ଗାଡ଼ି ରଖି ବିଶ୍ରାମ ନେଉଥିବା ବେଳେ ୪-୫ ଜଣ ଦୃର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିବା ସହ ଲୁଟ ଉଦ୍ୟମ କରିଥିଲେ । ଆକ୍ରମଣରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।

  • ଯାତ୍ରା ଦେଖାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

    ଯାତ୍ରା ଦେଖାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

    ଯାତ୍ରା ଦେଖାରୁ ଗୋଷ୍ଠୀ ସଂଘର୍ଷ। ଯାତ୍ରା ପଡିଆ ପାଲଟିଲା ରଣକ୍ଷେତ୍ର। ଆକ୍ରମଣରେ ୬ ଜଣ ଗୁରୁତର ଆହତ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଧୀନରେ। ନାଲକୋ ଥାନା ଅଧୀନ ଅସ୍ଥାୟୀ ମୁଣ୍ଡା ହଟିଂରେ ଅପେରା ପଡିଛି। ଗତ ରାତି ପ୍ରାୟ ଦେଢଟାରେ କିଛି ପୁରୁଷ ଓ ମହିଳା ବାଙ୍କୀ ହଟିଂରେ ଯାତ୍ରା ଦେଖୁଥିଲେ। ଏହି ସମୟରେ ତିନିଜଣ ଯୁବକ ସେଠାରେ ପହଞ୍ଚିଥିଲେ। କଣ ହେଲା କେଜାଣି ପୂର୍ବରୁ ସେଠାରେ ଯାତ୍ରା ଦେଖୁଥିବା ପୁରୁଷ ଓ ମହିଳା ସେମାନଙ୍କୁ ମାଡ଼ ମାରିଥିଲେ । ଏହା ଦେଖି ସାନ ବାସ୍କେ ଓ ସୁଜିତ୍ ଗୋପ ନାମକ ଦୁଇ ଯୁବକ ଘଟଣା ସ୍ଥଳକୁ ଯାଇ ସେହି ଯୁବକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ସେମାନଙ୍କୁ ମଧ୍ଯ ଘେରିଯାଇଥିଲେ ସେହି ପୁରୁଷ ଓ ମହିଳା। ଏମିତି କି ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ଯାତ୍ରା ପେଣ୍ଡାରେ ଉପସ୍ଥିତ ଲୋକମାନେ ସେଠାକୁ ଯାଇ ବୁଝାଶୁଝା କରିବାକୁ ଚାହିଁବାରୁ ସେମାନଙ୍କୁ ମଧ୍ୟ ସେହି ପୁରୁଷ ଓ ମହିଳାମାନେ ଆକ୍ରମଣ କରିଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ। ତେବେ କମେଣ୍ଟ ମରାକୁ ନେଇ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।