Category: ରାଜ୍ୟ ଖବର

  • ହତ୍ୟା ନା ଆତ୍ମହତ୍ୟା, ଲିଭିଗଲା ନବବଧୂର ସିନ୍ଦୁର

    ହତ୍ୟା ନା ଆତ୍ମହତ୍ୟା, ଲିଭିଗଲା ନବବଧୂର ସିନ୍ଦୁର

    ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବାଲିପାଟଣା ଗ୍ରାମରେ ଶୋକର ଛାୟା। ବାହାଘରର ମାସ ୪ଟା ଯାଇନି, ମରଣକୁ ବରଣ କରିନେଇଛି ନବବିବାହିତା। ପେଟରେ ପୁଣି ସେମାନଙ୍କ ପ୍ରେମର ସନ୍ତକ। ନବବିବାହିତାଙ୍କ ଏପରି ଚରମ ପଦକ୍ଷେପ ଶାଶୁଘର ସହ ବାପ ଘରକୁ ମର୍ମାହତ କରି ଦେଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳୁ ସବୁ ଦିନ ପରି ନବବିବାହିତା ବୋହୂଟି ଉଠି ପଡିଶା ଘର ଯାଆଙ୍କ ସହ ସକାଳ ପାଇଟି ସାରିଥିଲେ। ଶ୍ବଶୁର ବଜାର ଆଡେ ଗଲେ। ପ୍ରାୟ ଦିନ ୯ଟାରେ ଆସି ଦେଖନ୍ତି ବୋହୂ ମୃତ୍ୟୁକୁ ଆପଣେଇ ନେଇଛି। ବୋହୂର ଏପରି କାର୍ଯ୍ୟରେ ଭାଙ୍ଗି ପଡିଛନ୍ତି ଶ୍ବଶୁର ଅକ୍ଷୟ ସ୍ବାଇଁ।

    ସେପଟେ ଝିଅର ମୃତ୍ୟୁ ଖବର ପାଇଁ ବାଲିପାଟଣା ଗାଁରେ ପହଞ୍ଚି ଝିଅର ପରିବାର ଲୋକେ ଆଣୁଛନ୍ତି ହତ୍ୟା ଅଭିଯୋଗ। ବିବାହ ପରେ ଝିଅକୁ ୨ ଲକ୍ଷ ଟଙ୍କା, ଏଲଇଡି ଟିଭି ପାଇଁ ଜ୍ବାଇଁ ମାରଧର କରୁଥିବା ଅଭିଯୋଗ ଆଣିବା ସହ ଝିଅକୁ ତାଙ୍କର ଭଲରେ ଗଣ୍ଡେ ଖାଇବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ଝିଅର ଖୁଡି ଓ ମାଇଁ

    ପରିବାର ତରଫରୁ ତିର୍ତ୍ତୋଲ ଥାନାରେ ବଧୂ ନିର୍ଯାତନା ଓ ହତ୍ୟା ଅଭିଯୋଗ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ସୂଚନା ଯୋଗ୍ୟ କି, ରାହାମା ଭୁତୁମୁଣ୍ଡାଇ ଅଞ୍ଚଳର ବାବାଜୀ ମହାନ୍ତିଙ୍କ ଝିଅ ମୋନାଲିସା ମହାନ୍ତି ଗତ ମାର୍ଚ୍ଚ ୧୧ ତାରିଖରେ ତିର୍ତ୍ତୋଲ ବାଲିପାଟଣା ଅଞ୍ଚଳର କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ ପୁଅ ଅକ୍ଷୟ ସ୍ବାଇଁ ଙ୍କୁ ବୈଦିକ ରିତିରେ ବିବାହ କରିଥିଲେ।

  • ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର

    ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର

    ବହୁ ଚର୍ଚ୍ଚିତ ଜଗତସିଂହପୁରର ପାରାଦ୍ଵୀପ ଶିଶୁପୁତ୍ର ବିକ୍ରି ଘଟଣାରେ ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି। ଶିଶୁଟି ଏବେ ସୁସ୍ଥ ଅଛି ଏବଂ ତାକୁ ଜିଲ୍ଲା ସରକାରୀ ଶିଶୁ ଆଶ୍ରମ “ଶା” ରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଶିଶୁପୁତ୍ର ବିକ୍ରି କଥା ପ୍ରଘଟ ହେବା ପରେ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗୁରୁବାର ତଦନ୍ତ କରିବା ସହିତ ପିଲାଟିକୁ ପୋଲିସ ନିକଟରେ ହସ୍ତାନ୍ତର କରିବାକୁ କହିଥିଲେ। ଶୁକ୍ରବାର ପରିବାର ପକ୍ଷରୁ ଶିଶୁପୁତ୍ରକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଅଠରବାଙ୍କୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଚିକିତ୍ସା କରାଯାଇଥିଲା। ଶିଶୁ ମଙ୍ଗଳ ସମିତିର ସଦସ୍ଯାମାନେ ପହଞ୍ଚି ଶିଶୁକୁ ଗ୍ରହଣ କରିଥିଲେ। ହେଲେ ପିଲା ବିକ୍ରି ଘଟଣାକୁ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଅସ୍ବୀକାର କରିବା ସହିତ , ପିଲାଟି ପାରାଦ୍ଵୀପରେ ଥିବା କହିବା ସହ ଏବେ ତାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା କହିଥିଲେ।

    ସୂଚନାଯୋଗ୍ୟ କି, ଗତ ରବିବାର ଦିନ ନୂଆବଜାର ଅଞ୍ଚଳରେ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଅଠରବାଙ୍କୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମହିଳା ଜଣକ ମୁଲ ଲାଗି ଚଳୁ ଥିବାରୁ ପ୍ରଥମେ ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ । ମାତ୍ର ନୂଆବଜାରର ଜଣେ ବ୍ୟକ୍ତି ଏପରି ନ କରିବାକୁ କହିବା ସହିତ ପିଲା ଜନ୍ମ ପରେ ସେ ପିଲାଟିକୁ ନେବେ ବୋଲି କହିଥିଲେ। ଏଥିସହ ମହିଳାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ପିଲା ଜନ୍ମ ହେବା ପରେ ମହିଳା ଜଣକ ଶିଶୁଟିକୁ ସମ୍ପୃକ୍ତ ସେହି ବ୍ୟକ୍ତିଙ୍କୁ ଦେଇ ପାରାଦ୍ଵୀପ ଛାଡି ଚାଲିଯାଇଥିଲେ।

  • ଏଏସଓ ମୋରା ମାରାଣ୍ଡିଙ୍କ ମୃତ୍ୟୁ ପଛରେ ରହିଛି କେଉଁ ରହସ୍ୟ?

    ଏଏସଓ ମୋରା ମାରାଣ୍ଡିଙ୍କ ମୃତ୍ୟୁ ପଛରେ ରହିଛି କେଉଁ ରହସ୍ୟ?

    ଗରିବ, ଆଦିବାସୀ ବାପା ମୁଣ୍ଡଝାଳ ତୁଣ୍ଡରେ ମାରି ପୁଅକୁ ପାଠ ପଢାଇଥିଲେ। ଆଶା ଥିଲା ପୁଅ ବଡ ହେଇ ବଡ ଚାକିରି କରିବ। ବୁଢା ଦିନରେ ତାଙ୍କର ଆଶ୍ରା ହେବ ପୁଅ ଓ ତାଙ୍କ ଦୁଃଖ ଯିବ। ହେଲେ ସେହି ଆଶା ଆଜି ଆଶାରେ ରହିଯାଇଛି। ପୁଅକୁ ନେଇ ଦେଖିଥିବା ସ୍ବପ୍ନ କିଞ୍ଚିତ ସାକାର ହେବା ପରେ ବୁଢା ବାପାଙ୍କ ଜୀବନ ଆକାଶରେ କଳା ବାଦଲ ବର୍ଷି ଯାଇ ସ୍ବପ୍ନକୁ ସବୁ ଛାରଖାର କରି ଦେଇଛି। ଏବେ ବୁଢା ବାପା ପାଟିରୁ ସ୍ଫୁରୁନି ଶବ୍ଦଟିଏ। ମୁହଁ ମଉଳି ଯାଇଛି। କାରଣ ତାଙ୍କ ଭେଣ୍ଡିଆ ପୁଅ ତାଙ୍କ ବାର୍ଦ୍ଧକ୍ୟରେ ଭଣ୍ଡିଦେଇ ଚାଲିଯାଇଛି ଆରପାରିକୁ। ହଁ ଆଜ୍ଞା, ଗତକାଲି ସଚିବାଳୟର ଯେଉଁ ଯୁବ ଏଏସଓଙ୍କ ମୃତ୍ୟୁ ଖବର ଆଲୋଡନ ସୃଷ୍ଟି କରିଥିଲା, ଏ ହେଉଛନ୍ତି ତାଙ୍କ ବାପା। ମୟୂରଭଞ୍ଜ ଜିଲ୍ଲାର ମୋରା ମାରାଣ୍ଡି ଚଳିତ ବର୍ଷ ଏଏସଓ ଚାକିରିରେ ଯୋଗଦେଇଥିଲେ। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ଥିଲା ତାଙ୍କ କାମ। ଭୁବନେଶ୍ବରର ଆଚାର୍ଯ୍ୟବିହାର ଅଞ୍ଚଳରେ ତିନି ଜଣ ସାଙ୍ଗ ଏକାଠି ରହୁଥିଲେ। ଗତକାଲି ପରିବାର ଲୋକ ତାଙ୍କୁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ଲାଗିନଥିଲା। ମୋରାଙ୍କ ସାଙ୍ଗଙ୍କୁ ଏନେଇ ପରିବାର ଲୋକ ଜଣାଇଥିଲେ। ସେ ମଧ୍ୟାହ୍ନରେ ଆସି କବାଟ ବାଡେଇ ଥିଲେ ମଧ୍ୟ ମୋରା କବାଟ ଖୋଲି ନ ଥିଲେ। ତେଣୁ ସେ ଝରକା ଖୋଲିଦିଅନ୍ତି ଆଖିରେ ପଡିଲା ମୋରାଙ୍କ ଜୀବନ ବିହୀନ ଶରୀର ବୋଲି କହିଛନ୍ତି ସାଙ୍ଗ। ତେବେ କାହିଁକି ଏମିତି କଲେ ମୋରା ତାର କାରଣ କାହାରିକୁ ଜଣା ନାହିଁ। ବୁଢା ବାପା ଆଦିବାସୀ ଭାଷାରେ ଅନେକ କିଛି କହୁଥିଲେ ମଧ୍ୟ ଆମ ପାଇଁ ସେସବୁ ବୁଝିବା ସହଜ ହୋଇନାହିଁ। ହେଲେ ସେ ଆଜି ସର୍ବହରା ହୋଇଯାଇଛନ୍ତି, ଏତିକି ଆମେ ବୁଝିଛୁ।

    ଖବର ପାଇ ପୋଲିସ ମୋରାଙ୍କ ମୃତଦେହ ଗତକାଲି ଜବତ କରି କ୍ୟାପିଟାଲ ହସ୍ପିଟାଲରେ ରଖିଥିଲା। ଆଜି ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ ହୋଇଛି। ଆଜି ମରଶରୀରକୁ ପରିବାର ଲୋକେ ଗାଁକୁ ନେବେ। ହେଲେ ମୋରା କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ତେବେ ଘର ଲୋକଙ୍କ କହିବା କଥା କାମକୁ ନେଇ ଚାପରେ ଥିଲେ। ତେବେ ଏପରି ମୃତ୍ୟୁ ପଛର ବାସ୍ତବ କାରଣ ପୋଲିସର ତଦନ୍ତ ପରେ ବାହାରିପାରିବ ବୋଲି ଆଶା ରଖିଛନ୍ତି ପରିବାର ଲୋକ

  • ବିଜେପିର ଗୋବର ମାଡ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

    ବିଜେପିର ଗୋବର ମାଡ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

    ବିଜେପି କର୍ମୀଙ୍କ ଗିରଫଦାରୀ ଦାବିରେ କଂଗ୍ରେସର ପ୍ରତିବାଦ । ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଘେରିଲା ରାଜ୍ୟ କଂଗ୍ରେସ। ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ମଙ୍ଗଳବାର ବିଜେପିର ବିରୋଧ ପ୍ରଦର୍ଶନ କାଳରେ କିଛି ବିଜେପି କର୍ମୀଙ୍କ ପକ୍ଷରୁ ରାଜଧାନୀ ସ୍ଥିତ କଂଗ୍ରେସ ଭବନ କାନ୍ଥରେ ଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ ଓ କଂଗ୍ରେସ ଅଫିସ ଭିତରେ ହଙ୍ଗାମା କରାଯାଇଥିଲା। ଯାହାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ ଓ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ହେଲେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାକୁ ବିରୋଧ କରି ଆଜି ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ କଂଗ୍ରେସ। କଂଗ୍ରେସର ଅଭିଯୋଗ, ରାଜ୍ୟରେ ବିଜେପି ସରକାର ଗଠନ କରିବା ପରଠାରୁ ରାଜ୍ୟବ୍ୟାପୀ ହିଂସା ବଢିଚାଲିଛି। ଏଥିସହ ଏକ ଜାତୀୟ ଦଳର କାର୍ଯ୍ୟାଳୟ ଭିତରେ ପଶି ହିଂସା ଘଟାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ନିଜ ସ୍ବଚ୍ଛତା ପ୍ରତିପାଦନ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ୟାସିର ନୱାଜ ଓ ରମେଶ ଜେନା।

    ସେହିପରି କଂଗ୍ରେସ ଭବନ ଉପରେ ହୋଇଥିବା ଗୋବର ମାଡକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ପୂର୍ବତନ କଂଗ୍ରେସ ନେତା ସୁରେଶ ରାଉତରାୟ। ଏପରି କାର୍ଯ୍ୟରୁ ବିଜେପି କ୍ଷାନ୍ତ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ରାଉତରାୟ

    ସେପଟେ କଂଗ୍ରେସ ପକ୍ଷରୁ ଆଜି ହୋଇଥିବା ଘେରାଉ ପାଇଁ ପୋଲିସ କମିଶନରେଟ ପୋଲିସ କାର୍ଯ୍ୟାଳୟ ପୋଲିସ ଛାଉଣୀରେ ପରିବର୍ତ୍ତିତ ହୋଇଥିଲା। ୬ ପ୍ଲାଟୁନ ଫୋର୍ସ,୪ ଜଣ ଏସିପି,୩ ଜଣ ଆଇଆଇସି,ଜଣେ ଅତିରିକ୍ତ ଡିସିପି ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ।

  • ଯାଜପୁର ଆରଟିଓ ପକ୍ଷରୁ ଚଢ଼ାଉ,ସାତ ଟ୍ରାକଟର ଉପରେ ୭୦ ହଜାର ଜରିମାନା

    ଯାଜପୁର ଆରଟିଓ ପକ୍ଷରୁ ଚଢ଼ାଉ,ସାତ ଟ୍ରାକଟର ଉପରେ ୭୦ ହଜାର ଜରିମାନା

    ପରିବହନ ଅଧିକାରୀଙ୍କ ନିର୍ଦେଶକ୍ରମେ ଆଜି କନିଷ୍ଠ ମୋଟର ଯାନ ଅଧିକାରୀ ଓ ଟ୍ରାନ୍ସପୋର୍ଟ ଇନସ୍ପେକ୍ଟରଙ୍କ ମିଳିତ ସହଯୋଗରେ ଦଳା ସଂଖଚିଲା ଓ ରାଛିପୁର ନେଳିବାରୀ ରାସ୍ତାରୁ ବେଆଇନ ବାଲି ଓ ମୋହମ ବୋଝେଇ ଓ ବିନା କାଗଜରେ ଗଡୁଥିବା ୭ଟି ଟ୍ରାକ୍ଟର ଉପରେ ୭୦ ହଜାର ଜରିମାନା କରାଯାଇଛି। ବିଶେଷ କରି ମୋଟର ଯାନ ନିୟମକୁ ଉଲଂଘନ କରି ୧୮ ବର୍ଷ ରୁ କମ ବୟସର ପିଲା ଓ ବିନା ଲାଇସେନ୍ସରେ ଗାଡି ଡ୍ରାଇଭ କରିବା ଉପରେ ଜରିମାନା ଆଦାୟ କରାଯାଇଥିବା କୁହାଯାଉଛି। ଯାଜପୁର ରୋଡ ଓ ଦାନଗଦି ଅଞ୍ଚଳରେ ଦିନକୁ ଦିନ ଚୋରା ଲଘୁ ଖଣିଜ ଦ୍ରବ୍ୟର ହରିଲୁଟ ହେଉଥିବାରୁ ଏହି ଚଢ଼ାଉ ଜାରି ରହିବ ବୋଲି ଟ୍ରାନ୍ସପୋର୍ଟ ଇନସେପ୍ଟରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  • ଭଲ ରାସ୍ତା ଅଭାବରୁ କାଦୁଅ, ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଜଗନ୍ନାଥ ପାଲି ଗାଁକୁ ନାହିଁ ରାସ୍ତା

    ଭଲ ରାସ୍ତା ଅଭାବରୁ କାଦୁଅ, ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଜଗନ୍ନାଥ ପାଲି ଗାଁକୁ ନାହିଁ ରାସ୍ତା

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଲି ଗାଁକୁ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ନାହିଁ ରାସ୍ତା ଖଣ୍ଡିଏ। ତେଣୁ ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇ କାଦୁଅ ପଚପଚ ହୋଇଛି। ଯାହା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ଏହି ରାସ୍ତା ଉପରେ ଗାଁର ସବୁ ଲୋକ ନିର୍ଭରଶୀଳ। ଘରୁ ବାହାରି ସ୍କୁଲକୁ ଯିବାର ହେଉ ବା ହାଟ, ବାଟକୁ, ଅବା ବିଲ ବାଡି,ପଞ୍ଚାୟତ କାର୍ଯ୍ୟାଳୟ,ବ୍ୟାଙ୍କ ଯିବାକୁ ଏହି ରାସ୍ତା ଦେଇ ଯାଆ ଆସ କରିଥାନ୍ତି। ହେଲେ ସାମାନ୍ୟ ବର୍ଷାରେ ଏହି ମାଟି ରାସ୍ତା କାଦୁଅରେ ଭରିଯାଏ। ଠାଏ ଠାଏ ପାଣି ଜମି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରେ। ଆଉ ଏହି ରାସ୍ତାରେ ଯିବା ବେଳେ ଅନେକ ସମୟରେ ଖସି ପଡି କାଦୁଅ ଲଟପଟ ହୋଇଥାନ୍ତି ଲୋକେ। ଏମିତି ନୁହେଁ କି ରାସ୍ତା କାମ ପୂର୍ବ ସରକାର କରି ନାହାନ୍ତି। ହେଲେ ଠିକାଦାରମାନେ ନିମ୍ନମାନର କାର୍ଯ୍ୟ କରି ମାଲେମାଲ ହେଉଥିବା ବେଳେ ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ ହେଉଛନ୍ତି

  • ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୋହନ ବାବୁ

    ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୋହନ ବାବୁ

    ଶପଥ ନେବାର ୨୨ ଦିନ ପରେ ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ହେବ । ଏଥିପାଇଁ ଆବଶ୍ୟକ ପଡିଲେ ଆଇନଗତ ସଂଶୋଧନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ । ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ । ଆବଶ୍ୟକ ପଡିଲେ ଆଇନରେ ହେବ ସଂଶୋଧନ ।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ପାଇଁ ପଦକ୍ଷେପ ନେବେ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • ନିର୍ଭେରାମ ଖଣିରେ ଏବେବି ଧାରଣା…

    ନିର୍ଭେରାମ ଖଣିରେ ଏବେବି ଧାରଣା…

    ବିଭିନ୍ନ ଦାବି ନେଇ ଯୋଡା ବ୍ଲକ ଟଣ୍ଟୋସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଃ ଲିଃ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ୫ ଦଫା ଦାବି ନେଇ ଭଦ୍ରାସାହି ଓ ସେରେଣ୍ଡା ୨ ପଞ୍ଚାୟତର ଅଧିବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । । ସ୍ଥାନୀୟ ବାସିନ୍ଦାଙ୍କ ଧାରଣା ଯୋଗୁଁ ଖଣିରୁ ପରିବହନ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଖଣି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ଗ୍ରାମବାସୀ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । କମ୍ପାନୀ କହିବା ମୁତାବକ କମ୍ପାନୀ ପ୍ରାୟ ୩ଶହ ସ୍ଥାନୀୟ ଲୋକଙ୍କୁ ସ୍ଥାୟି ନିଯୁକ୍ତି ଦେଇଥିବା ବେଳେ ପରିବହନରେ ମଧ୍ୟ ୪୭ଜଣ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦିଆଯାଇଥିବା ଦାବି କରୁଥିବା ବେଳେ ଏହାକୁ ସ୍ଥାନୀୟ ଗ୍ରାମବାସୀମାନେ କମ୍ପାନୀ ସମ୍ପୂର୍ଣ୍ଣ ମିଛ କହୁଛି ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ଖଣିଟି କେ.ଏନ୍. ରାମଙ୍କ ନାମରେ ଥିବା ବେଳେ ୨୦୨୦ ନୂତନ ଖଣି ନିଲାମରେ ଏହାକୁ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଃ ଲିଃ କମ୍ପାନୀ ହାତେଇବାରେ ସଫଳ ହୋଇଥିଲା । ତେବେ ଏହି ଖଣିରୁ ମାସିକ ୩ ଲକ୍ଷ ୫୦ ହଜାର ଟନ୍ ପରିମାଣର ମୂଲ୍ୟବାନ ଲୁହାପଥର ବାହାରକୁ ରପ୍ତାନୀ ହେଉଥିବା ବେଳେ ଏହି ଖଣିରେ ଜଣେ ହେଲେ ସ୍ଥାନୀୟ ଲୋକ ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି । ଅତି ଚତୁରତାର ସହିତ ପୂର୍ବ ଖଣି ମାଲିକ କେ.ଏନ୍. ରାମଙ୍କ ଜିଏସ୍ଟି ବାକି ଥିବା ଗ୍ରାମବାସିଙ୍କୁ କହି ତାଙ୍କ ନାମରେ ଏକ ପରିବହନ ଲାଇସେନ୍ସ ବାହାର କରି ସେବେଠାରୁ ପରିବହନ କାର୍ଯ୍ୟ ଚଳାଇଆସୁଛନ୍ତି । ତେବେ ତାଙ୍କ ଅଧିନରେ ଜଣେ ପେଟି ଠିକାଦାର ୯୫ ପ୍ରତିଶତ ପରିବହନ କାର୍ଯ୍ୟ ତୁଲେଇଆସୁଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ରାଜନୈତିକ ଛତ୍ରଛାୟା ତଳେ ରହି ତାଙ୍କର ବ୍ୟବସାୟ ଚଳାଇଆସୁଛନ୍ତି । ବଳକା ୫ ପ୍ରତିଶତକୁ ଗାଁର କାଁ ଭାଁ ଲୋକଙ୍କୁ କମିସନ ଆଧାରରେ ଗାଡି ଲଗାଇବା ପାଇଁ ନିଯୁକ୍ତି କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ଅର୍ଜୁନ ସାଣ୍ଡିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • ବାଲିଗୁଡା ରେ ବନମହୋତ୍ସବ ପାଳନ

    ବାଲିଗୁଡା ରେ ବନମହୋତ୍ସବ ପାଳନ

    ବାଲିଗୁଡା ରେ ବନ ମହୋତ୍ସବ ପାଳିତ l ବାଲିଗୁଡ଼ା ଡିଭିଜନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି l ପ୍ରଥମ ଦିବସ ରେ ବାଲିଗୁଡ଼ା ଡି ଏଫ୍ ଓ ବିଶ୍ବରାଜ ପଣ୍ଡା ଉପସ୍ଥିତ ରହି ମାଗଣା ଚରା ବିକ୍ରୟ କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ ଏବଂ କଂଧମାଳ ଜିଲ୍ଲା ବାଲିଗୁଡ଼ା ଡିଭିଜନ ଅଞ୍ଚଳ ରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ l ବାଲିଗୁଡ଼ା ର ବହୁ ଜନ ସାଧାରଣ ବିଭିନ୍ନ କିସମ ର ବହୁମୂଲ୍ୟ ବାନ ଚାରା ରୋପଣ ପାଇଁ ଘରକୁ ନେଇ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଏସ ସି ଏଫ୍ ମନୋରଂଜନ ବାଘ ଏସି ଏଫ୍ ପ୍ରଫୁଲ୍ଲ କୁମାର ମଲ୍ଲିକ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଫରେଷ୍ଟର ପ୍ରଭାତ କୁମାର ଦୋରା ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ l

  • ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ

    ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ

    ଚଳିତ ବର୍ଷ ଦୁଇ ଦିନ ଧରି ଚାଲିବ ରଥଯାତ୍ରା । ତେଣୁ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆସନ୍ତା ୭ ତାରିଖରେ ଟଣାହେବ ରଥ । ଅନ୍ୟପଟେ ରାଜ୍ୟରେ ନୂତନ କରି ସରକାର ଗଢିଥିବା ବିଜେପି ରଥଯାତ୍ରା ଅବସରରେ ଏକ ନୂଆ ଘୋଷଣା କରିଛନ୍ତି । ଏଥର ୨ ଦିନ ରହିବ ଛୁଟି । ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ବନ୍ଦ ରହିବ । ତେବେ ଏହି ଛୁଟିକୁ ନେଇ ତୁରନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଥ ଯାତ୍ରା ସମୀକ୍ଷା ବୈଠକରେ ଯୋଗ ଦେବାକୁ ପୁରୀରେ ପହଞ୍ଚିଥିଲେ । ଟାଉନ୍ ହଲରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିଲା । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସମସ୍ତ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ତେବେ ଏବି ବୈଠକରେ ରଥଯାତ୍ରାର ସମସ୍ତ ଦିଗ ପ୍ରତି ଆଲୋଚନା ହୋଇଛି ।