Category: ରାଜ୍ୟ ଖବର

  • ଗ୍ରାମବାସୀଙ୍କ ଦାବି ପକ୍କା ରାସ୍ତା

    ଗ୍ରାମବାସୀଙ୍କ ଦାବି ପକ୍କା ରାସ୍ତା

    ଅମାନିଆ ଠିକା ସଂସ୍ଥା ନା ଦାବି ଶୁଣୁଛି ନା ଠିକ୍ ରେ କାମ କରୁଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ପଞ୍ଚାୟତରେ ମନମାନି ଚାଲିଥିବା ଅଭିଯୋଗ ହୋଇଛି । ଟିକେ ଭଲଭାବରେ ନଜର ପକାନ୍ତୁ ଏ ଦୃଶ୍ଯ ଉପରେ ରାସ୍ତାର ଅବସ୍ତା ଏପରି ଯେ ଏଠି ପାଦ ବଢ଼େଇ ଆଗକୁ ଚାଲିବା କଷ୍ଟକର ,ଆଉ ସବୁଠୁ ବଡ କଥା ହେଲା ରୋଗୀଙ୍କୁ ଏହି ରାସ୍ତାରେ ନେଇ ମେ଼ଡିକାଲରେ ପହଞ୍ଚାଇବା କଥା ନକହିବା ଭଲ । ଗାଆଁ ଭିତରକୁ ଆମ୍ବୁଲାନ୍ସ ଆସିପରୁନଥିବା ବେଳେ ଘର ପାଖରୁ ଦୋଳା ସାହାର୍ଯ୍ୟରେ ମୂଖ୍ୟ ରାସ୍ତାକୁ ରୋଗୀକୁ ବୋହିଆଣନ୍ତି ଲୋକେ । ତେବେ ମାଟି ରାସ୍ତା ଟିଏ ଯେନତେନ ପ୍ରକାରେ ଯିବା ଆସିବାର ମାଧ୍ୟମ ହେଉଥିବା ବେଳେ ବର୍ତମାନ ରାସ୍ତାକୁ ପୁରା ବେହାଲ୍ କରିଦେଇଛି ଠିକା ସଂସ୍ଥା ।

    ସୂଚନା ପ୍ରକାରେ ପଞ୍ଚାୟତର ମୁଖ୍ୟ ରାସ୍ତା ଠାରୁ ନୀଳବେହେରା ସାହିକୁ ଆର୍ଥିକ ବର୍ଷ ୨୦୧୯-୨୦ ରେ ପାଞ୍ଚ ଲକ୍ଷ ଟଙ୍କାରେ ନିର୍ମିତ ମାଟି ମୁରୁମ୍ ରାସ୍ତା ଟିଏ ହୋଇଥିଲା । କିନ୍ତୁ ଅଞ୍ଚଳରେ ଏକ ମେଗା ପ୍ରକଳ୍ପ ଚାଲିବା ଫଳରେ କମ୍ପାନୀର ଭାରିଯାନ ଯିବା ଆସିବା କରି ରାସ୍ତା ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାରୁ ପକ୍କା ରାସ୍ତା କରିବାକୁ ଦାବି କରିବା ସହ ରାସ୍ତା ରୁ ଏଲ୍ ଏଣ୍ଡ ଟି ପ୍ରକଳ୍ପ ହଟାଇବାକୁ ଦାବି କରିଛନ୍ତି ।

  • ବର୍ଷା ନାହିଁ, ମୁଣ୍ଡରେ ହାତଦେଇ ବସିଛି ଚାଷୀ

    ବର୍ଷା ନାହିଁ, ମୁଣ୍ଡରେ ହାତଦେଇ ବସିଛି ଚାଷୀ

    କଥାରେ ଅଛି ଚାଷ କାମ ଯାହାର କେଡେ ଆନନ୍ଦ ତାହାର ମାତ୍ର ବର୍ଷାର ଅଭାବ ପାଇଁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଅଭାବି ବର୍ଷା ପାଇଁ ଚାଷୀ କୁଳ ହତାଶ। ଚାନ୍ଦବାଲି ଅଞ୍ଚଳ ନଦୀ ନାଳ ଘେରା ଅଞ୍ଚଳ ଭାବେ ବେଶ ପରିଚିତ। ଏହି ଅଞ୍ଚଳର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ। ମାତ୍ର ଚଳିତ ବର୍ଷ ଅଭାବି ବର୍ଷା ପାଇଁ ଚାଷୀ ମାନେ ଚାଷ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରିପାରୁ ନାହାଁନ୍ତି।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳି ଡିହି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତରେ । ଚାଷ ଜମି ଫାଟି ଆଁ କରିଛି।ଏପଟେ ଚାଷୀ ମାନେ ବ୍ଲକ ବିହନ ଉପରେ ନିର୍ଭରଶୀଳ କିନ୍ତୁ ସରକାରୀ ବିହନ ଗଜା ହେଉନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।

    ତେବେ ଧାର କରଜ କରି ହଳ କରିବା ପରେ ବିଲ ଫାଟି ଆଁ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କୁ ଏ ଦିଗରେ ଅନୁଧ୍ୟାନ କରି ରୁଣ ଛାଡ କଲେ ଚାଷୀ କୁଳର ମେରୁଦଣ୍ଡ ସଳଖି ହୋଇପାରିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧୀ ।

    ତେବେ ଦେଖିବାକୁ ବାକି ରହିଲା ସରକାର ଚାଷୀଙ୍କ ପାଇଁ କଣ ପଦକ୍ଷପ ନେଉଛନ୍ତି

  • ନ୍ୟୁଜ ସଂଗ୍ରହ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

    ନ୍ୟୁଜ ସଂଗ୍ରହ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

    ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ବଉଳିଗଡ଼ ପଞ୍ଚାୟତ ଅଞ୍ଚଳରେ ନ୍ୟୁଜ କରି ଫେରିବା ବାଟରେ ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ ହେଲେ ବଅଁରପାଳ ସମ୍ବାଦ ପ୍ରତିନିଧି ତଥା ବ୍ଲକ୍ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ନାୟକ।

    ରାଜେଶ ଆଜି ସକାଳେ ନ୍ୟୁଜ ସଂଗ୍ରହ ପାଇଁ ବଅଁରପାଳ ଆସି ଘରକୁ ଫେରିବା ସମୟରେ ବଉଳିଗଡ଼ ପଞ୍ଚାୟତ ବ୍ରିଜ ଉପରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ରାଜେଶଙ୍କୁ ସ୍ଥାନୀୟ ଲୋକେ ଓ ପରିବାର ସଦସ୍ୟ ବଅଁରପାଳ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ, ରାଜେଶଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଯୁବ ସାମ୍ବାଦିକ ରାଜେଶ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ବଅଁରପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ବ୍ୟଥିତ ହୋଇ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିନିଧିଗଣ ତାଙ୍କର ଶେଷ ଦର୍ଶନ କରିବାପାଇଁ ବଅଁରପାଳ ଡାକ୍ତରଖାନାରେ ପହଂଚିଥିଲେ ।

    — ବଅଁରପାଳରୁ ଅଜିତ ଭୋଇଙ୍କ ରିପୋର୍ଟ, Suchanatv24x7

  • ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ, ଶୋଇଥିବା ବେଳେ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଲୁଟ

    ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ, ଶୋଇଥିବା ବେଳେ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଲୁଟ

    କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ଘରୁ ଗତକାଲି ମଧ୍ୟ ରାତ୍ରିରେ ଏକ ବଡ ଧରଣର ଲୁଟ ହୋଇଛି । ଯେଉଁଥିରେ ୭ ଭରିରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଗତକାଲି ପରିବାରର କିଛି ଲୋକ ଛାତ ଉପରେ ଶୋଇଥିବା ବେଳେ କିଛି ଲୋକ ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ କୌଶଳ କରି ଚୋର ଘରେ ଭିତରେ ପଶି ଲୁଟିଥିଲେ ।

    ଘର ଲୋକେ ରାତିରେ ଖାଇ ପିଇ ଶୋଇଥିଲେ । ହେଲେ, ଆଜି ସକାଳୁ ଚୋରି ହୋଇଥିବା ଜାଣିବା ପରେ ଘସିପୁରା ପୋଲିସକୁ ଖବର ଦେଇଥିଲେ । ଡ଼ଗ ସ୍କ୍ବାର୍ଡ଼ ଆସି ତଦନ୍ତ ଚାଳାଇଥିବା ବେଳେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡିନି । ତେବେ ଦିନକୁ ଦିନ ଘଷିପୁରା ଅଞ୍ଚଳରେ ଚୋରି ବଢି ଚାଲିଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଚୋରି ଯେଉଁଭଳି ହୋଇଛି ଆଖପାଖର ଲୋକ କେହି ଚୋରି କରିଥିବା ସନ୍ଦେହ କରୁଛି ପୁରୁଷୋତ୍ତମଙ୍କ ପରିବାର ।

  • ବାଘମାରିର ରାଧାମାଳୀପୁର ଗାଁ ବିଜେଡି ମୁଠାରେ, ଚଲାଇଛି ହିଟଲର ଶାସନ

    ବାଘମାରିର ରାଧାମାଳୀପୁର ଗାଁ ବିଜେଡି ମୁଠାରେ, ଚଲାଇଛି ହିଟଲର ଶାସନ

    ବିଜେଡି ସରପଞ୍ଚଙ୍କ ଗୁଣ୍ଡାରାଜ, ପୋଷା ଗୁଣ୍ଡା ପାଳି ଗାଁ ଲୋକଙ୍କୁ କରୁଛନ୍ତି ଆକ୍ରମଣ । ଚଳେଇଛନ୍ତି ହିଟଲର ଶାସନ। ସରକାର ଚାଲିଗଲା କିନ୍ତୁ, ଗଲାନି ଦାଦାଗିରୀ ରୋବାବ । ଗାଁ ମନ୍ଦିର ଖୋଲିବାରୁ ମହିଳାଙ୍କୁ ଗୋଡେଇ ଗୋଡେଇ କଲେ ଆକ୍ରମଣ । ଯିଏ ବିରୁଦ୍ଧରେ ଗଲା ତାକୁ କଙ୍ଗାରୁ କୋର୍ଟରୁ ମିଳିଲା ଦଣ୍ଡ । ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଘମାରି ପଞ୍ଚାୟତ ରାଧାମାଳିପୁର ଗାଁର । ଅଭିଯୋଗ ମୁତାବକ ଏହି ଗାଁର ଲୋକେ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାରା ହରାଇ ବସିଛନ୍ତି । ଗାଁରେ କିଛି ଗୋଟେ ହେଲେ ନିର୍ଦ୍ଦିଷ୍ଟ ଦଳର ଗୁଣ୍ଡାଙ୍କ ଦ୍ୱାରା ବସୁଛି କଙ୍ଗାରୁ କୋର୍ଟ । ଗାଁ ମନ୍ଦିରକୁ ଗାଁ ଲୋକଙ୍କୁ କରୁଛନ୍ତି ମନା । ଯିଏ ଯାଉଛି ତାକୁ ମିଳୁଛି ମାଡ ମରାଯାଉଛି । ଯିଏ ପ୍ରତିବାଦ କଲା ତାକୁ ଜୀବନରୁ ମାରିଦେବାର ମିଳୁଛି ଧମକ।

    ଗାଁର ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହେଲେ କୌଣସି ଆକ୍ସନ ନେଉନି ସ୍ଥାନୀୟ ପୋଲିସ ପ୍ରଶାସନ । କାରଣ ଏମାନଙ୍କ ପଛରେ କୁଆଡେ ବଡ ନେତାଙ୍କ ହାତ ରହିଛି । ଯାହାର ଅଭିଯୋଗ ଆଣିଛନ୍ତି ଭୟଭୀତ ଗ୍ରାମବାସୀ, ନ୍ୟାୟ ପାଇଁ ନୂତନ ମୋହନ ସରକାରଙ୍କୁ କଲେ ନିବେଦନ ।

  • ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ଦିର୍ଘ ୭ ଘଣ୍ଟା ପରେ କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତାରୁ ହଟିଛି ଅନ୍ଦୋଳନ । ଏହି ୭ ଘଣ୍ଟା ପର୍ଯ୍ୟନ୍ତ ପାରାଦ୍ଵୀପ ବନ୍ଦରର ପରିବହନ ମଧ୍ଯ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ ଓ ମୃତ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ ପରିବାର । ପ୍ରଶାସନ ପକ୍ଷରୁ ମୃତକ ରାଜେନ୍ଦ୍ରଙ୍କ ପରିବାରକୁ ୩୦ ହଜାର ଟଙ୍କା ଦିଆଯିବ, ରେଡକ୍ରସରୁ ୧୦ ହଜାର ଟଙ୍କା ସହିତ, ଡିୟୁଟିରେ ତାଙ୍କର ମୃତ୍ୟୁ ହୋଇଥିବାରୁ ସରକାରଙ୍କ ସମସ୍ତ ସହାୟତା ତାଙ୍କୁ ପ୍ରଦାନ କରାଯିବ । ଦୁର୍ଘଟଣା ଘଟାଇଥିବା ଗାଡିର ଇନସ୍ୟୁରାନ୍ସ ବାବଦ ଟଙ୍କା ସହିତ ହୋମଗାର୍ଡ ଡିଜିଙ୍କୁ ରାଜେନ୍ଦ୍ରଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ପାଇଁ ଆବେଦନ କରିବ ପୋଲିସ । ଏଥିସହିତ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବ ବୋଲି ଶିଳ୍ପ ମନ୍ତ୍ରୀ ମଧ୍ଯ ପ୍ରତିଶୃତି ଦେଇଛନ୍ତି ଏବଂ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ।

    ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଡ୍ୟୁଟିରେ ଥିବା ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ୩ ଜଣ ହୋମଗାର୍ଡ ରହିଥିଲେ । ତେବେ ବିଳମ୍ବିତ ରାତ୍ରିରେ ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ୩ ଜଣ ହୋମଗାର୍ଡ, ଟ୍ରକ ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଥିଲେ ଗ୍ରାମବାସୀ । ତେବେ ପୋଲିସ ଦୂର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିବା ସହିତ ଏକ କେସ କରି ତଦନ୍ତ ଆରମ୍ଭ କରିଛି ।

  • ଜବତ ୩କେଜି ବାରାହା ମାଂସ ସହିତ ପାଞ୍ଚ ଜଣ ଶିକାରୀ ଅଟକ

    ଜବତ ୩କେଜି ବାରାହା ମାଂସ ସହିତ ପାଞ୍ଚ ଜଣ ଶିକାରୀ ଅଟକ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କୁଞ୍ଜାପାଲି ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରାହା ମାଂସ ଜବତ ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ l ସୂଚନା ଅନୁସାରେ କୁଞ୍ଜାପାଲି ଅଞ୍ଚଳରେ ବନବିଭାଗ ଟିମ ଗତକାଲି ରାତ୍ରି କାଳୀନ ପେଟ୍ରୋଲିଂ କରୁଥିଲେ l ସେହି ସମୟରେ କୁଞ୍ଜାପାଲି ଗାଁ ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ଜନ୍ତୁ ଶିକାର ଚାଲିଥିବା ବନବିଭାଗ ଖବର ପାଇଥିଲା l ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଯାଲୋଏ ବନପାଲ ପ୍ରଦୀପ ଜେନା ଏବଂ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ ୩ କେଜି ବାରାହା ମାଂସ, ଗୋଟିଏ ଟାଙ୍ଗିଆ, ଦେଢ଼ କେଜି ବିଦ୍ୟୁତ୍ ତାର ଏବଂ ଦୁଇଟା ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି l

  • ହଜିଗଲା ଅଙ୍ଗନୱାଡି ଗୃହର ଫାଇଲ୍, ସରକାରୀ ବାବୁ ଚୁପ, ହତାଶ ଗ୍ରାମବାସୀ

    ହଜିଗଲା ଅଙ୍ଗନୱାଡି ଗୃହର ଫାଇଲ୍, ସରକାରୀ ବାବୁ ଚୁପ, ହତାଶ ଗ୍ରାମବାସୀ

    ଅଧାରେ ପଡିରହିଛି ସରକାରୀ କର୍ଯ୍ୟ । ଅନ୍ୟପଟେ କାମର ଫାଇଲ୍ କୁଆଡେ ଗାଏବ୍ । ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲାବାହାଲ ଗ୍ରାମରୁ । ଗ୍ରାମରେ ସରକାରୀ ଯୋଜନା ମୁତାବକ କଲ୍ୟାଣ ମଣ୍ଡପ ଓ କ୍ଳବ ଘର ଏବଂ ଅଙ୍ଗନୱାଡି କେନ୍ଦ୍ର ଆସିଥିଲା । ଯେନତେନ ପ୍ରକାରେ କ୍ଳବ ଘର ଓ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସରିଯାଇଥିବା ବେଳେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଜାରି ରହିଛି । ହେଲେ ଏହାରି ଭିତରେ ଅଙ୍ଗନୱାଡି ଗୃହର ଅଧା ବିଲ୍ ପାଇଁ ପଇସା ଥିବା ଫାଇଲଟି ହଜିଯାଇଛି । ଯାହାକୁ ନେଇ ସରକାରୀ ଅଧିକାରୀଙ୍କ ଉପରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସରକାରୀ ବାବୁ ମାନେ କାହାର ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରିବାକୁ ସାହସ କଲେ ବୋଲି ଅଭିଯୋଗ ହୋଇଛି ।

    ଗ୍ରାମବାସି କଲ୍ୟାଣ ମଣ୍ଡପ, ଅଙ୍ଗନୱାଡି ଗୃହ ଓ କ୍ଳବ ଗୃହର ଅଧା ବିଲ୍ ପଇସା ପାଇଁ ବକେୟା ପଇସା ଗଲା କୁଆଡେ ବୋଲି ପଚାରିବାରୁ ସରକାରୀ ବାବୁ ମାନେ କହୁଛନ୍ତି, ଫାଇଲ ନାହିଁ ହଜିଯାଇଛି । ଏ ବିଷୟରେ ଖଲାବାହାଲ ଗ୍ରାମବାସୀ ମାନେ ବ୍ଲକ ଅଫିସକୁ ଯାଇ ପଚାରି ବୁଝିଛନ୍ତି । ଏପରି ଭାବେ ଦୁର୍ନୀତିର ଗନ୍ତାଘର ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତାହାର ଦତନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

  • ଘରୋଇ ହସ୍ପିଟାଲରେ ଲିଙ୍ଗ ନିରୁପଣ, ଜବତ ହେଲା ଅଲଟ୍ରା ସାଉଣ୍ଡ ମେସିନ

    ଘରୋଇ ହସ୍ପିଟାଲରେ ଲିଙ୍ଗ ନିରୁପଣ, ଜବତ ହେଲା ଅଲଟ୍ରା ସାଉଣ୍ଡ ମେସିନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ସହରାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ, ବିନା ଲାଇସେନ୍ସରେ ଚଲାଯାଉଥିବା ଏକ ପୋର୍ଟେବଲ ଅଲଟ୍ରା ସାଉଣ୍ଡ ମେସିନ କୁ ଜବତ କରାଯାଇଛି। ଆନ୍ଧ୍ରରୁ ଆସୁଥିବା ଡ଼ାକ୍ତର ଏବଂ ଟେକ୍ନିସିଆନ ସହାୟତାରେ ଏହାର ଅପବ୍ୟବହାର କରା ଯାଉଥିଲା। କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୋରାପୁଟର ଏଡିପିଏଚଓ ନିଳମାଧବ ଶତପଥି, ଆଡିସନାଲ ତହସିଲଦାର ଦେବୀପ୍ରସାଦ ନାୟକଙ୍କ ଉପସ୍ଥିତିରେ ଏହି ମେସିନ ଜବତ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ମେସିନ ବ୍ୟବହାର କରି ଲିଙ୍ଗ ନିରୁପଣ କରାଯାଉଥିବା ନେଇ ଖବର ମିଳିଥିବା ଏଡିପିଏଚଓ ପ୍ରକାଶ କରିଛନ୍ତି । ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସୁର୍ୟ୍ୟନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

  • ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, ଛାନଭିନରେ ପୋଲିସ

    ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, ଛାନଭିନରେ ପୋଲିସ

    ଘରୁ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର । ଉଭୟ ଜୀବନ ହାରିଥିବା ପୋଲିସର ସୂଚନା । ସୂଚନା ଅନୁଯୟୀ ଡେରାବିଶ ଥାନା ଅନ୍ତର୍ଗତ ଫକୀରାବାଦ ଗାଁ ର ଧରଣୀ ଧର ଜେନାଙ୍କ ପୁଅ ମକର ଜେନା ଓରଫ କାର୍ତିକ ଦୁଇ ବର୍ଷ ତଳେ ଡାଳିଚି ଗାଁ ର ପିଙ୍କି ଓରଫ ସସ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିବାବେଳେ ପ୍ରତିଦିନ ଭଲି ଗତକାଲି ଖାଇ ପି ସୋଇବାକୁ ଚାଲିଯାଇଥିଲେ ଉଭୟ ମାତ୍ର ଆଜି ସଖାଳୁ ବିଳମ୍ବ ଯାଏଁ ସୋଇବା ଘରର କବାଟ ଖୋଲିନଥିଲା ବାଧ୍ଯ ହୋଇ ଘରଲୋକ କବାଟ ଭାଙ୍ଗିଦେଇଥିଲେ ପରିବାର ଲୋକେ , କବାଟ ଖୋଲି ଦେଖନ୍ତିତ ଉଭୟ ଜୀବନ ହାରିଦେଇଛନ୍ତି ।

    ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଡେରାବିଶ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଈଁ ପଠାଇଛନ୍ତି