Category: ରାଜ୍ୟ ଖବର

  • ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

    ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

    ବଅଁରପାଳ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ଭାଲୁଧରି ସାହି ରେଲୱେ ପାର୍ଶ୍ଵ ଆମ୍ବ ବଗିଚାରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଖବର ପାଇ ନାଲକୋ ପୁଲିସ ସଦଳବଳେ ଗତ କାଲି ସକାଳ ୧୦.୨୫ ରେ ଚଢାଉ କରିଥିଲା।ବ୍ରାଉନ ସୁଗାର ବିକ୍ରୀ କରୁଥିବା ଜଣେ ଯୁବକ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ସତ୍ୟବାନ୍ ସାହୁ ୨୫ ଓ ଅନଗୁଳ ବନ୍ତଳା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ଜଣେ ଯୁବକ ପ୍ରଦ୍ୟୁମ୍ନ ସାହୁ@ ପଦି ୨୬ କୁ କାବୁ କରିବା ସହ ତାଙ୍କ ନିକଟରୁ ୫.୦୧ ଗ୍ରାମ ବ୍ରାଉନ ସୁଗାର୍ , ଏକ ମୋଟର ସାଇକେଲ ନଂ – ଓଡି ୧୯ ଏଚ ୦୩୬୨ ଓ ନଗଦ ୧୬୧୦ ଟଙ୍କା ପୁଲିସ ଜବତ କରି ଥାନାକୁ ଆଣିଥିଲା।ଏହି କାରବାରର ମୂଖ୍ୟ କିଙ୍ଗ ପିନ କୁହାଯାଉଥିବା ଗିରାଙ୍ଗ ଗ୍ରାମର ଝିଲି ସାହୁ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଛି। ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଯୁବକ ଦୁଇଜଣଙ୍କ ନାମରେ ପୁଲିସ ଏକ ମାମଲା ନଂ -୧୩୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି। ଥାନାର ତଦନ୍ତକାରୀ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଘଟଣାର ତଦନ୍ତ କରୁଛନ୍ତି।

  • ହାଇକୋର୍ଟଙ୍କ ରାୟକୁ ମାନିବାକୁ ନାରାଜ ବାସିନ୍ଦା, ପ୍ରଶାସନକୁ ଜଣାଇଲେ ଗୁହାରୀ

    ହାଇକୋର୍ଟଙ୍କ ରାୟକୁ ମାନିବାକୁ ନାରାଜ ବାସିନ୍ଦା, ପ୍ରଶାସନକୁ ଜଣାଇଲେ ଗୁହାରୀ

    ବିବାଦୀୟ ଜମିରେ ଆଜକୁ ୫୯ ବର୍ଷ ହେବ ଜବରଦଖଲ କରି ଘରଦ୍ୱାର କରି ବସବାସ କରୁଥିବା ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ମାଲିକାପୋଡି ପଞ୍ଚାୟତର ଅଜୟ ପଡ଼ାରେ କିଛି ଲୋକ ବହୁ ବର୍ଷ ଧରି ରହିଆସୁଛନ୍ତି । ହେଲେ ସେହି ସ୍ଥାନଟି ବିବାଦୀୟ ହୋଇ ରହିଥିବା ବେଳେ ହାଇକୋର୍ଟରେ କେଶ ହେବା ପରେ ଏହା ଉପରେ ରାୟ ମଧ୍ୟ ମାନ୍ୟବର କୋର୍ଟ ଶୁଣାଇଥିଲେ । କେଶଟି ପ୍ରଥମ ପକ୍ଷ ଚନ୍ଦ୍ରମତି ପ୍ରଧାନଙ୍କ ଝିଅ ସଂଯୁକ୍ତା ପ୍ରଧାନ ବନାମ ସତେରା ପ୍ରଧାନ, ଫିଲିପ ପ୍ରଧାନ, ସାଇମନ ପ୍ରଧାନ, ମିସକାନ୍ତା ପ୍ରଧାନ, ମମତା ପ୍ରଧାନ ଓ ମାଗାଦଲିନି ପ୍ରଧାନଙ୍କ ମଧ୍ୟରେ ଚାଲିଥିଲା । ତେବେ କୋର୍ଟ ଉକ୍ତ ଜମିର ମାଲିକାନା ସଂଯୁକ୍ତା ପ୍ରଧାନଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଏହାକୁ ବିରୋଧ କରି ମଙ୍ଗଳବାର ପ୍ରତିପକ୍ଷ ଉକ୍ତ ଜମିରେ ରହିଆସୁଥିବା ଘର ସମୁଖରେ ଧାରଣା ଦେଇ ପ୍ରଶାସନକୁ ଉକ୍ତ ବିବାଦୀୟ ଜମି ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି ।

    ଉକ୍ତ ବିବାଦୀୟ ଜମିରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ, SDPO ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ, ଏସ,ଆଇ ଅନନ୍ତ କୁମାର ପ୍ରଧାନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପ୍ରତିପକ୍ଷ ତରଫରୁ କୌଣସି କଥା ନଶୁଣିବାରୁ ପୋଲିସ ପ୍ରଶାସନ ତାଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଇଛି ।

  • ‘ସୁଦୀକ୍ଷା’ ସଂସ୍ଥା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

    ‘ସୁଦୀକ୍ଷା’ ସଂସ୍ଥା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

    ପିଲାଙ୍କୁ ପାଠ ପଢ଼ାଇବା ସହିତ ମହିଳାଙ୍କୁ ରୋଜଗାର ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ‘ସୁଦୀକ୍ଷା’ ନାମକ ସଂସ୍ଥା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରୁ ୭୦୦ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଓ ମହିଳାଙ୍କୁ ମାସିକ ରୋଜଗାର ଯୋଗାଇବାର ପ୍ରଲୋଭନ ଦେଖାଇ ସୁଧୀକ୍ଷା ନାମକ ସଂସ୍ଥା ବେଆଇନ ଅର୍ଥ ଆଦାୟ କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଏହି ସଂସ୍ଥାର ଚେର ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ମହିଳା ମାନେ । ଅଭିଯୋଗ ମୁତାବକ, ମହିଳାଙ୍କୁ ଏହି ସଂସ୍ଥାରେ ମାସ ମାସ ଧରି ନିଜ କାର୍ଯ୍ୟରେ ଲଗାଇ ଦରମା ନଦେଇ ଓଲଟା ସଂସ୍ଥାର କର୍ମଚାରୀ ମହିଳା ମାନଙ୍କୁ ଧକମ ଚମକ ଦେଇ ଭୟଭୀତ କରିଥିବା ନେଇ ମହିଳା ମାନେ ଗଣମାଧ୍ୟମକୁ କହିଛନ୍ତି । ଗରଦପୁର ଅଞ୍ଚଳର ସ୍ଵାଗତିକା ଗ୍ରହଚାର୍ଯ୍ୟ ନାମକ ଜଣେ ମହିଳା ଏବଂ ସୁଦୀକ୍ଷା ନାମକ ସଂସ୍ଥାର ମୁଖ୍ୟ ପ୍ରତାପ ଚନ୍ଦ୍ର ସାହୁ ପ୍ରଥମେ ଗରଦପୁର ଅଞ୍ଚଳର ପ୍ରଚାର ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ସୁଦିକ୍ଷା ଆପକୁ ବ୍ୟାନର ଓ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରି ମହିଳା ମାନଙ୍କୁ ମିଟିଂ ଜରିଆରେ ରୋଜଗାରର ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରି ସଂସ୍ଥାକୁ ଦେବା ପାଇଁ କହିଥିଲେ ।


    ଏହି ସଂସ୍ଥା ପ୍ରତ୍ୟକ ପଞ୍ଚାୟତରେ ସ୍କୁଲ ଖୋଲି ପିଲାଙ୍କୁ ପାଠ୍ୟ ପୁସ୍ତକ ସହ ଅନଲାଇନ କ୍ଲାସ ଜରିଆରେ ସହଜ ପାଠ ପଢା ଯୋଗାଇ ଦେବ ବୋଲି କହିଥିଲା । ଏହି ପାଠ ପଢା ବାବଦକୁ ପ୍ରଥମେ ଫର୍ମ ପୂରଣ କରିଥିବା ବ୍ୟକ୍ତିଙ୍କ ଠୁ ୪ରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲା । ଏହା ସହ ସଂସ୍ଥାକୁ ଆହୁରି ଅଗ୍ରସର କରିବା ପାଁଇ ମହିଳା ମାନଙ୍କୁ ବିଭିନ୍ନ ପଦ ପଦବୀ ପ୍ରଦାନ କରି ସମାନଙ୍କୁ ଆଇ କାର୍ଡ ଦେଇଥିଲା । ବିଭିନ୍ନ ପଦବୀ ଅନୁସାରେ ୭୫୦୦ରୁ ୨୫୦୦୦ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ ବୋଲି କହିଥିଲା ସଂସ୍ଥା । ସଂସ୍ଥା ପକ୍ଷରୁ ମହିଳା ମାନଙ୍କୁ ନିଯୁକ୍ତି ପତ୍ର, ଆଇ କାର୍ଡ ଓ ମାସିକ ଖାତା ପ୍ରଦାନ କରାଯାଇଥିଲା । ହେଲେ ଗରଦପୁର ବ୍ଲକର ସାତ ଶହରୁ ଉର୍ଦ୍ଧ ମହିଳାଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ମାସ ମାସ ଧରି କାର୍ଯ୍ୟରେ ଲଗାଇ ମଧ୍ୟ ସଂସ୍ଥାର କର୍ମଚାରୀ ଆଉ ଧରା ଛୁଆଁ ଦେଉନାହାନ୍ତି । ମାସିକ ଦରମା ତ ଦୂରର କଥା ପିଲାଙ୍କ ପାଠ ପଢା ବାବଦ ନେଇଥିବା ଅର୍ଥ ରାଶିକୁ ବି ଫେରସ୍ତ କରିନାହିଁ । ଟଙ୍କା ଫେରସ୍ତ ପାଁଇ ସଂସ୍ଥାର ମୁଖ୍ୟ କହୁଥିବା ପ୍ରତାପ ଚନ୍ଦ୍ର ସାହୁ ଏବଂ ତାର ସହଯୋଗୀ ସ୍ଵାଗତିକା ଗ୍ରହଚାର୍ଯ୍ୟଙ୍କୁ କହିଲେ ସେମାନେ ଓଲଟା ମହିଳାଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା ମାନେ ଶେଷରେ ନିରାଶ ହୋଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

  • ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି, ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

    ଆସୁଛି ଆଉ ଏକ ଲଘୁଚାପ।ଆସନ୍ତା ୧୨ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ।ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର । ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାକୁ ଆଲର୍ଟ ଜାରିହୋଇଥିବା ସୂଚନା ମିଳିଛି ।ଲଘୁଚାପ ପ୍ରଭାବ ରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷାର ପରିମାଣ ବଢିବ।ସେହିଭଳି ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

  • ରାଜଧାନୀରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

    ରାଜଧାନୀରେ ବର୍ଷା ବିତ୍ପାତ, ଜନଜୀବନ ଅସ୍ତବ୍ୟସ୍ତ

    ଆସନ୍ତା ୬ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡିଶାରେ ଘୂର୍ଣ୍ଣିବଳୟ ହେବ । ଯାହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖଇବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆଜି ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି । ୭ ତାରିଖରେ ଏହା ଲଘୁଚାପର ରୂପ ନେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିସହିତ ୮ ଏବଂ ୯ ତାରିଖରେ ଉତ୍ତର ଉପକୂଳରେ ବି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି ।

    ଭୁବନେଶ୍ବରରେ ଆଜି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷା ସାଙ୍ଗକୁ ମଧ୍ୟମ ଧରଣର ପବନ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାର ପଥଚାରୀ, ରାସ୍ତାକଡ ଦୋକାନ ଏବଂ ରେଷ୍ଟୁରାଣ୍ଟ ଆଦିରେ ଦେଖିବାକୁ ମିଳିଥିଲା । ଜଳବନ୍ଦି ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଣଡି ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା ।

    ତେବେ ପାଣିପାଗ ବିଭାଗର ଆକଳନ କହୁଛି, ୬ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲା ମାନଙ୍କରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାର ଅଧିକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

  • ଆନ୍ଧ୍ରରେ ଓଡ଼ିଆ ଯୁବକଙ୍କୁ ହତ୍ୟା

    ଆନ୍ଧ୍ରରେ ଓଡ଼ିଆ ଯୁବକଙ୍କୁ ହତ୍ୟା

    ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀରେ କାର୍ଯ୍ୟରତ ଓଡ଼ିଆ ଠିକାଦାରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାହାକଣ୍ଡିଆ ଗ୍ରାମର ଜଗଦୀଶ ସ୍ବାଇଁ ନାମକ ଯୁବକ ମଧ୍ୟପ୍ରଦେଶ ଗୁଣ୍ଟୁରରେ ଏକ ଘରୋଇ କମ୍ପାନୀରେ ଠିକାଦାର ଭାବେ କାମକରୁଥିଲେ। ଜଗଦୀଶ ଘରକୁ ଆସିବା ପାଇଁ ଜୁଲାଇ ୩୧ ତାରଖ ଦିନ କମ୍ପାନୀରୁ ଟଙ୍କା ଉଠାଇ ପାଖରେ ରଖିଥିଲେ । ସେହିଦିନ ଆନ୍ଧ୍ରରେ ଜଣେ ଓଡ଼ିଆ ସାଙ୍ଗଙ୍କ ଘରେ ରହିଥିଲେ ।ମାତ୍ର ସକାଳୁ ସାଙ୍ଗମାନେ ଦେଖନ୍ତି ତ ଜଗଦୀଶ ସେଠାରେ ମରିପଡିଛନ୍ତି । ସାଙ୍ଗ ମାନେ ଜଗଦୀଶ କୁ ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁରୁ ଜଗଦୀଶଙ୍କ ବଡଭାଇ ଓ ଦୁଇ ସାଙ୍ଗ ମଧ୍ୟ ପ୍ରଦେଶରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ କରିବା ପରେ ଗୁଣ୍ଟୁର ଥାନାରେ ଏକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବାକଥା ଜଗଦୀଶଙ୍କୁ ଏକ ଯୋଜନାବଧ ହତ୍ୟାକରାଯାଇଛି । ଟଙ୍କା ଲେଣଦେଣକୁ କେନ୍ଦ୍ର କରି ଜଗଦୀଶଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ।

  • ମର୍ମନ୍ତୁଦ ସଡକ ଦୁର୍ଘଟଣା,ସ୍କୁଲ ପହଁଚିପାରିଲେନି ୨ଛାତ୍ର

    ମର୍ମନ୍ତୁଦ ସଡକ ଦୁର୍ଘଟଣା,ସ୍କୁଲ ପହଁଚିପାରିଲେନି ୨ଛାତ୍ର

    ସୋମବାର ସକାଳ ୭ ଘଟିକା ସମୟରେ ଟାଟା ଡିଏଭି ପବ୍ଲିକ ସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ଜଣ ଛାତ୍ରଙ୍କ ସହିତ ସେମାନଙ୍କୁ ମୋଟର ସାଇକେଲରେ ନେଇ ଯାଉଥିବା ଅଭିଭାବକଙ୍କ ମଧ୍ୟ ସୋଚନୀୟ ମୃତ୍ୟୁ ଘଟିଛି । ଏମାନେ ସର୍ଭିସ ରୋଡରୁ ମୁଖ୍ୟ ରାସ୍ତା ଉପରକୁ ଉଠୁଥିବା ସମୟରେ ଫ୍ଲାଏ ଓଭରରେ ଆସୁଥିବା ୨ଟି ଟ୍ରକ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନଙ୍କର ଖଣ୍ଡବିଖଣ୍ଡିତ ଶରିର ଏଣେ ତେଣେ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, ମୋଟରସାଇକେଲଟି ଶହେ ଫୁଟ ଦୂରକୁ ଟ୍ରକ ଘୋଷାଡି ନେଇଥିଲା । ଏହି ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷେ ତଦନ୍ତ କରାଯାଇ ଦୁର୍ଘଟଣା ଘଟାଇଥିବା ଟ୍ରକ ଗୁଡିକୁ ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ନାଏକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜଣାପଡିଛି ଯେ, ମୃତକ କ୍ରିଷ୍ଣା ଭୁଷାଲ ତ୍ରିବେଣୀ ଆର୍ଥ ମୁଭର୍ସ ଅଧିନରେ ଗୁଆଲିସ୍ଥିତ ଓଏମ୍ସି ଖଣିରେ କାର୍ଯ୍ୟ କରୁଥିଲେ । ଖବର ପାଇ ତ୍ରିବେଣୀର ବରିଷ୍ଠ ଉପସଭାପତି ଭି. କୁମାର, ମାନବ ସମ୍ବଳ ଉପସଭାପତି ବି.ସି. ସ୍ୱାଇଁ ଏବଂ ଅନ୍ୟ ଅଧିକାରୀମାନେ ମୃତ ପରିବାରଙ୍କ ଘରେ ପହଞ୍ଚି ପରିବାରଙ୍କୁ ଶାନ୍ତ୍ୱନା ଦେବା ସହ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ସହ ତ୍ରିବେଣୀର ଦୁର୍ଘଟଣା ପଲିସି ଅନୁଯାୟୀ ୨୦ ଲକ୍ଷ ଏବଂ ଗ୍ରାଚୁ୍ୟଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ ବାବଦକୁ ପ୍ରାୟ ୭ଲକ୍ଷ ଟଙ୍କା ଏହିପରି ୩୨ଲକ୍ଷ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

  • ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

    ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

    ବରଗଡ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲା ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ ଅଧକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଅନ୍ଯାନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୬୧ ଗୋଟି ଅଭିଯୋଗ ମଧ୍ୟରୁ ୫୨ ଗୋଟି ବ୍ୟକ୍ତିଗତ ଏବଂ ୦୯ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ।

  • ପଦ ହରାଇଲେ ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ

    ପଦ ହରାଇଲେ ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ

    ବିଷମକଟକ ଅଦାଲତଙ୍କ ଫଇସଲା ଅଧ୍ୟକ୍ଷ ପଦବି ହରାଇଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ମିଥ୍ୟା ସତ୍ୟପାଠ ମାମଲାର ଶୁଣାଣି କରି ବିଷମକଟକ ସିଭିଲ ଜଜ୍ ସିନିୟର ଡିଭିଜନ୍ ଅଦାଲତ ପଦବିରୁ ହଟାଇବା ନିମନ୍ତେ ରାୟ ଦେଇଛନ୍ତି । ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଇନ କିମ୍ବାକା ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ଚନ୍ଦ୍ରପୁର ବ୍ଲକ ସାରିକିମା ପଞ୍ଚାୟତର ସମିତିସଭ୍ୟ ପଦବି ନିମନ୍ତେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନ ଲାଗି ଦାଖଲ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଉଲ୍ଲେଖ କରିଥିବା ନେଇ ପ୍ରତିଦ୍ବନ୍ଦୀ ସୁବାସ ମାଝୀ କଇନ କିମ୍ବାକା ଙ୍କ ନାଁ ରେ କୋର୍ଟ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷ କଇନ କିମ୍ୱାକା ଙ୍କ ଦୁଇ ପତ୍ନୀ ଏବଂ ୪ ସନ୍ତାନ ରହିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତା ଦାଖଲ କରିଥିଲେ ସୁଦ୍ଧା ତାହାକୁ ଗ୍ରହଣ କରାଯାଇ ନଥିଲା। ଅନ୍ୟପଟେ କଇନ କିମ୍ବାକା ନିର୍ବାଚନରେ ବିଜୟୀ ହୋଇ ପରବର୍ତ୍ତୀ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । ତେଣୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସୁବାସ ମାଝୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଷମକଟକ ସିଭିଲ ଜଜ୍ ସିନିୟର ଡିଭିଜନ ଅଦାଲତରେ ମିଛ ସତ୍ୟାପାଠ ଦାଖଲ ନେଇ ମକଦ୍ଦମା କରି କଇନ କିମ୍ବାକା ଙ୍କୁ ପଦବିରୁ ହଟାଇବା ପାଇଁ ନିବେଦନ କରିଥିଲେ। ଏହି ମାମଲାକୁ କୋର୍ଟ ଗ୍ରହଣ କରି ଶୁଣାଣି କରିବା ସହ ଉଭୟ ପକ୍ଷର ବୟାନ ସଂଗ୍ରହ କରିଥିଲେ। ଏନେଇ ତଥ୍ୟ ଓ ପ୍ରମାଣ ଭିତ୍ତିରେ ଆଜି ସଭିଲ ଜଜ୍ ସୁନୀତା ଖାଣ୍ଡେଲୱାଲ ରାୟ ଶୁଣାଇଛନ୍ତି। ସୁବାସ ମାଝୀଙ୍କ ଆବେଦନରେ ସତ୍ୟତା ରହିଥିବା ଦର୍ଶାଇ କଇନ କିମ୍ବାକା ଙ୍କୁ ପଦବିକୁ ରଦ୍ଦ କରିଛନ୍ତି। ଏବଂ ଅଭିଯୋଗ କାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ମହାରଣା ମାମଲା ପରିଚାଳନା କରୁଥିଲେ।

  • ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ଚଳିତ ଆର୍ଥିକ ବର୍ଷର ପଣ୍ୟ କାରବାରରେ ପାରାଦ୍ବୀପର ରେକର୍ଡ

    ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦ୍ଵୀପ ବନ୍ଦର। ୧୨୨ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ରେକର୍ଡ କରିଛି ବନ୍ଦର। ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପାରାଦ୍ଵୀପ ବନ୍ଦର ଚଳିତ ଆର୍ଥିକ ବର୍ଷରେ ଏହି ବୃହତ ରେକର୍ଡ କରିବା ସହିତ ଅନ୍ୟ ବର୍ଷ ତୁଳନାରେ ୫.୧୬% ଅଭିବୃଦ୍ଧି ହାସଲ କରିଛି। ଏଥିରେ ୨୩:୧୧ ମିଲିୟନ ମେଟ୍ରିକ ଟନ କୋଇଲା ପରିବହନ କରିଥିବା ବେଳେ ଆଇନ ଓର ଓ ପେଲେଟ ଆଇରନ ୯ ମିଲିୟନ ମେଟ୍ରିକ ଟନ ପରିବହନ କରିଛି। ସେହିପରି ଗତବର୍ଷ ତୁଳନାରେ ପାରାଦ୍ଵୀପ ବନ୍ଦର ୮୫.୦୭ % ଅଧିକ କଣ୍ଟେନର କାର୍ଗୋ ପରିବହନ କରିଛି।

    ଏହି ରେକର୍ଡ କୁ ନେଇ ବନ୍ଦର ଅଧ୍ଯକ୍ଷ ପି ଏଲ ହରାନାଦ ବନ୍ଦରର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇଥିବା ଏକ ପ୍ରେସ ବିବୃତ୍ତି ରେ ପ୍ରକାଶ କରିଛନ୍ତି। ଆଗକୁ ଏହିପରି ପଣ୍ୟ କାରବାର ଯାରିରହିବ ଏବଂ ଚଳିତ ବର୍ଷ ପାରାଦ୍ଵୀପ ବନ୍ଦର ୧୫୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ ର ଲକ୍ଷ ରହିଥିବା ସେ ପ୍ରକାଶ କରିଛନ୍ତି।