Category: ରାଜ୍ୟ ଖବର

  • ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

    ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

    ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ ସେପ୍ଟେମ୍ବର ମାସ ୮ ତାରିଖ ଶନିବାର ରାତି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟରୁ କଟକ ଶିଶୁଭବନ ଛାଡି ଫେରୁଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଟ୍ରକ ପଛରେ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ବେଳେ ଚିକତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୁର୍ତ୍ୟୁ ଘଟିଥିଲା।

    ଆଜି ରାଜ୍ୟ ଆମ୍ବୁଲାନ୍ସ ମହାସଂଘ ଓ ଜିଲ୍ଲା ମହାସଂଘ ପକ୍ଷରୁ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଶାଳ ଶୋଭାଯାତ୍ରା କରି ଉକ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମହାସଂଘ ପକ୍ଷରୁ ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମର ଡ୍ରାଇଭର ଗୋବର୍ଦ୍ଧନ ଜେନାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ସେହିପରି ଆମ୍ବୁଲାନ୍ସ ସହାୟକ ଘସିପୁରା ବ୍ଲକ ବଳରାମପୁର ଗ୍ରାମର ହେମନ୍ତ ଆଚାର୍ଯ୍ୟଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।

    ଏଥିରେ ରାଜ୍ୟ କମିଟିର ସଭାପତି ସୁବୋଧ ନାଥ ଶର୍ମା, ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ, କ୍ରୀଷ୍ଣା ଚନ୍ଦ୍ର ନାୟକ, ଶୋଭେନ୍ଦ୍ର ସାମଲ, ପ୍ରଦୀପ କୁମାର ଦାଶ, ଗୋପାଳ ଚନ୍ଦ୍ର ସାହୁ, ନୀଳାମ୍ବର ଦାସ ଏବଂ କେନ୍ଦୁଝର ଜିଲ୍ଲା କମିଟିର ସଭାପତି ବିପିନି ବିହାରୀ ମହାନ୍ତ, ଜ୍ୟୋତି ପ୍ରକାଶ ପାତ୍ର, ଧିରେନ କୁମାର ମହାନ୍ତ ଓ ଗିରିଜା ପ୍ରସାଦ ଖୁଣ୍ଟିଆଙ୍କ ସମେତ ଶତାଧିକ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ।

  • ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

    ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଧାପୁର ପଞ୍ଚାୟତ ର ନଙ୍ଗଲବେଡା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ। ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଗରିବ ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ। ଶରଧାପୁର ପଞ୍ଚାୟତର ସାଧାରଣ ଗରିବ ନିରୀହ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତ ରୁ ବ୍ୟାଙ୍କ ଓ ବ୍ୟାଙ୍କ ରୁ ପଞ୍ଚାୟତ କୁ ବୁଲି ବୁଲି ଥକି ଯାଉଛୁ ବୋଲି ଅଭିଯୋଗ ହେଉଛି। ଅତି ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ନଙ୍ଗଲବେଡା ଗ୍ରାମର ଗରିବ ଆଦିବାସୀ ନନ୍ଦ ହାଜାଡି ଭତ୍ତା ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି।

    ଗ୍ରାମ ବାସୀ ଙ୍କ ଠାରୁ ଖବର ନେବାରୁ ଜଣା ପଡ଼ିଛି ଯେ ଗରିବ ଆଦିବାସୀ ବୃଦ୍ଧ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହି ଦିନ ଠାରୁ ନନ୍ଦ ହାଜାଡି ଆଉ ଟଙ୍କା ପାଇ ପାରୁ ନାହାଁନ୍ତି।

    ଏହି କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ବାରମ୍ବାର ପଞ୍ଚାୟତକୁ ଯାଇ ଶରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ମହାନନ୍ଦିଆ ଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟ ରେ ଟଙ୍କା ଯାଇଛି କହି ଫେରାଇ ଦେଇଛନ୍ତି। ଅନ୍ୟ ପକ୍ଷେ ବ୍ୟାଙ୍କକୁ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ଏଭଳି ହରଡ଼ ଘରଣା ପଡ଼ି ଛଟ ପଟ ହେଉଛନ୍ତି ବିଚରା ଗରିବ ନିରୀହ ଆଦିବାସି ବୃଦ୍ଧ ଜଣକ । ବାରମ୍ବାର ଧାଁ ଦୌଡ଼ କରି ନୟ ନୟାନ୍ତ ହେଲେଣି। ଆର୍ଥିକ କ୍ଷତି ହେବା ସହ ମାନସିକ ଓ ଶାରୀରିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁ ଅନାଇ ରହି ବଞ୍ଚିବାର ସାହାରା ଭାବୁ ଥିବା ବେଳେ ସେହି ମାସିକ ଭତ୍ତା ଟଙ୍କା ମିଳି ପାରୁନି।

    ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ଗରିବ ଆଦିବାସୀ ବୃଦ୍ଧ ବାପା ଜଣକ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି କରି ଗୁହାରୀ ଜଣାଇଛନ୍ତି କିନ୍ତୁ ବୃଦ୍ଧ ବାପା ଙ୍କ ଦୁଃଖ କିଏ ଗୁହାରୀ କରିବ । କେବଳ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କୁ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଦାବି କରୁଛନ୍ତି।

  • ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସଂଯୋଗ ତଥା ଇକେଓ୍ବାଇସି କରିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଧାର କାର୍ଡ ସଂଯୋଗ ପାଇଁ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଉପ ଡାକ ଘରେ ଆଜି ଅଧରାତିରୁ ଛୋଟ ଛୋଟ ପିଲାଙ୍କୁ ଧରି ଧାଡ଼ିରେ ମହିଳା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

    ଆଧାର ନାମ ସହିତ ମୋବାଇଲ ନମ୍ବରକୁ ସଂଯୋଗ କରିବାକୁ ଲୋକେ ଚମ୍ପୁଆ ଉପ ଡାକଘର ସମ୍ମୁଖରେ ଧାଡି ବାନ୍ଧି ଛିଡ଼ା ହୋଇଥିବା ବେଳେ ଏହି ଧାଡ଼ିରେ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମଧ୍ୟ ଥିବା ଦେଖିବାକୁ ମିଳିଛି । ଲୋକେ କାମଧନ୍ଦା ଛାଡି ଆଧାର ସଂଯୋଗ କରିବାକୁ ଧାଡ଼ି ଲଗାଇଥିବା ବେଳେ ଛୋଟ ଛୋଟ ପିଲାମାନେ ସ୍କୁଲ ବନ୍ଦ୍ କରି ଧାଡ଼ି ଲଗାଇବା ଦୃଶ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଧାଡ଼ିରେ ରହିବା ପାଇଁ ଲୋକେ ଅଧ ରାତିରୁ ପିଲା ଛୁଆଙ୍କୁ ଧରି ଡ଼ାକ ଘର ସମ୍ମୁଖରେ ଭିଡ ଜମାଇଛନ୍ତି ।

    ଅନ୍ୟପଟେ ଠିକ୍ ସମୟରେ ସୁଭଦ୍ରା ଓ ଖାଦ୍ୟ ସୁରକ୍ଷା ଯୋଜନାର ପୋର୍ଟାଲ ଖୋଲୁ ନଥିବା ଯୋଗୁଁ ବିଭିନ୍ନ ଜନସେବା କେନ୍ଦ୍ର ଓ ପିଡିଏସ ସେଣ୍ଟରରେ ମଧ୍ୟ ଲୋକେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଭିଡ ମଧ୍ୟପରେ ଆଧାର ସଂଯୋଗ ପାଇଁ ବହୁ ଅବ୍ୟବସ୍ଥା ମଧ୍ୟ ଦେଖାଦେଇଛି । ଗୋଟିଏ ଦିନରେ ସ୍ବଳ୍ପ ସଂଖ୍ୟରେ ଲୋକଙ୍କ ଆଧାର ସଂଯୋଗ ହୋଇପାରୁଥିବା ବେଳେ ଦିନକୁ ଦିନ ଏହି ସମସ୍ୟା ବଢିବାରେ ଲାଗିଛି । ଏଣୁ, ଅସନ୍ତୋଷ ଯେତିକି ବଢୁଛି ଡ଼ାକ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ସେତିକି ବୃଦ୍ଧି ପାଉଛି ।

    ,

  • ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ଦୀର୍ଘ ୧୯ ବର୍ଷ ଧରି ମନମୁଖି କାର୍ଯ୍ୟକଳାପ ଚଳାଇଥିବା ଏଏନଏମଙ୍କ ବିରୋଧରେ ତେଜୁଛି ପଞ୍ଚାୟତ ବାସୀଙ୍କ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଅଂଚଳରେ । ଏଏନଏମ ପ୍ରିୟମ୍ବଦା ଭୋଇଙ୍କ ମନମୁଖି କାମକୁ ବିରୋଧ କରି ଆଜି ସାହାଡା ପଞ୍ଚାୟତବାସୀ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।

    କାର୍ଯ୍ୟରତଏଏନଏମ ପ୍ରିୟମ୍ବଦା ଭୋଇ ଅଞ୍ଚଳର ନିରିହ ଆଦିବାସୀଙ୍କ ସେବା କରିବା ପାଇଁ ଟଙ୍କା ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । କୁହାଯାଉଛି, ପ୍ରିୟମ୍ବଦା ଆୟୁର୍ବେଦ ଔଷଧ ଆଣି ଗରିବ ଆଦିବାସୀମାନଙ୍କୁ ପାଞ୍ଚରୁ ଦଶଗୁଣା ମୂଲ୍ୟରେ ବିକ୍ରି କରିବା ଏବଂ ଗର୍ଭବତୀ ମାନଙ୍କୁ ପ୍ରସବ କରାଇବା ପାଇଁ ଟଙ୍କା ମାଗିବା ସହ ଆଶାକର୍ମୀ ମାନଙ୍କୁ ପ୍ରତେକ ମାସରେ ମିଳୁଥିବା ସେମାନଙ୍କ ଦରମାରୁ କିଛି ପ୍ରତିଶତ ଟଙ୍କା ମାଗୁଛନ୍ତି । ତୁରନ୍ତ ଏଏନଏମ ଙ୍କ ବିରଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ସାହାଡାରୁ ବଦଳି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି ଜନତା ।

  • ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ଡେରାବିଶରେ ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ । ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ କୁକୁଡ଼ା ମଡ଼କ ଘଟଣା ନଜରକୁ ଆସିବା ପରେ ବିଭିନ୍ନ ଫାର୍ମରୁ କୁକୁଡ଼ାଙ୍କ ସାମ୍ପଲ ନେଇ ପରୀକ୍ଷା କରାଯାଇଥିଲା । ସାମ୍ପଲ ପରୀକ୍ଷା ପରେ ଅଂଚଳରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହୋଇଥିଲା ।

    ଆଜି ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଡେରାବିଶ ବ୍ଲକ ପ୍ରଶାସନ ନିର୍ଦେଶରେ ଡେରାବିଶ ବ୍ଲକ ଭେଟନାରୀ ଅଫିସର ଓ ସ୍ୱାସ୍ଥ୍ୟ ବିଭାଗର ରିସର୍ଚ୍ଚ ଅଫିସର ଜ୍ୟୋତି ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ପହଂଚି ବାଲିଆ, ଏଣ୍ଡର ଆଦି ଅଞ୍ଚକର ବିଭିନ୍ନ କୁକୁଡ଼ା ଫାର୍ମକୁ ଯାଇ ବାର୍ଡ଼ଫ୍ଲୁ ପଜିଟିଭ ଥିବା କୁକୁଡ଼ାଙ୍କୁ ମାରି ପୋତିଦେଇଛନ୍ତି । ପାଖାପାଖି ୪୪ ବସ୍ତା କୁକୁଡ଼ାଙ୍କୁ ଗାତ ଖୋଳି ସେଥିରେ ପୋତି ଦିଆଯାଇଛି । ଏଥି ସହ, ବାର୍ଡ଼ଫ୍ଲୁ ଆକ୍ରାନ୍ତ ଥିବା କୁକୁଡ଼ା ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ।

    ମେଡିକାଲ ଟିମ ସହାୟତାରେ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ବାର୍ଡ଼ ଫ୍ଲୁ ହେତୁ ଏବେ କୁକୁଡା ଚାଷୀମାନେ ବିପୁଳ କ୍ଷତି ସହିଥିବା କହିଛନ୍ତି ।

  • ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଶାର ତାଣ୍ଡବ। ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହୋଇଥିବା ସୂଚନା । ପ୍ରାୟ ୫୦୦ ରୁ ଅଧିକା ଏକର ଜମି ଜଳମଗ୍ନ । କୁନ୍ଦୁରା ଓ ଜୟପୁରକୁ ସମ୍ପୁର୍ଣ ଯୋଗାଯୋଗ ବିଛିନ୍ନ। ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକା ପାଣି ପ୍ରବାହିତ ହେଉଛି ଏବଂ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l

    ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପସିଚି l ଏକ ପ୍ରକାର ବନ୍ୟା ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି l

    ଗତ ୪୦ ବର୍ଷ ରେ ସବୁଠାରୁ ଅଧିକା ବର୍ଷା ବିପ୍ତାତ ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ ।

  • ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ସିଙ୍ଗାରି ଗ୍ରାମପଞ୍ଚାୟତର ଖରଜୋଡା ଗ୍ରାମରେ ବିଜୁଳି ମାରି ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। କପା ବାଡ଼ରେ ଉକ୍ତ ମହିଳାଙ୍କୁ ଜଗି ବସିଥିଲା ଯମ । ସବୁ ଦିନପରି ସକାଳେ ଗାଁ ପାଖରେ ଥିବା କପାବାଡ଼ କୁ ଘାସ କାମ କରିବାକୁ ଯମୁନା ମହାନନ୍ଦିଆ ଯାଇଥିଲେ। ହଠାତ୍ ପବନ ସହ ଘଡଘଡି ବିଜୁଳୀ ମାରି ବର୍ଷା ହେଉ ଥିବାରୁ କପା ବାଡ଼ ରୁ ଘରକୁ ଫେରୁ ଥିଲେ ସେହି ସମୟରେ ୫୦ ବର୍ଷୀୟ ଯମୁନା ମହାନନ୍ଦିଆଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗାଁ ଲୋକ ଦେଖି କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଫଳରେ ଡାକ୍ତର ମୃତ୍ୟୁ ଘଷଣା କରିଥିଲେ। ବଜ୍ରପାତରେ ଯମୁନା ମହାନନ୍ଦିଆ ଙ୍କ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ସ୍ବାମୀ ଓ ପରିବାର ଲୋକେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ନିବେଦନ କରିଛନ୍ତି।

  • ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

    ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

    ଗତ ଗୁରବାର ବିଳମ୍ବିତ ରାତିରେ ବାଲୁଗାଁ ଥାନା ଅଞ୍ଚଳ ଚିଲିକା ରୋଡ ସ୍ଥିତ ସୂର୍ଯ୍ୟ ନଗରରେ ୨ଜଣଙ୍କ ଘରେ କଳାକନା ବୁଲେଇଲେ ଦୁର୍ବୃତ l ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା l ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିର ଅନ୍ଧକାରରେ ଘରର ଗ୍ରିଲ ତାଲା ଭାଙ୍ଗିଲେ, ପରେ ଦୁଇ ଦୁଇଟି କବାଟର ତାଲା ଭାଙ୍ଗି ଗୋଟିଏ ମହଲାର ଦୁଇଟି ଘରୁ ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରା ତାଡି ଲୁଟି ଥିଲେ ଦୁର୍ବୃତ l ଚିଲିକା ରୋଡ଼ରେ ଥିବା ସୂର୍ଯ୍ୟନଗର ସ୍ଥିତ ଅଚ୍ୟୁତା ନନ୍ଦ ସାହୁଙ୍କ ତିନି ମହଲା ଘରେ ଭଡାରେ ରହୁଥିବା ମାନସ ପାତ୍ରଙ୍କ ତଳ ମହଲା ରୁ ପ୍ରାୟ ୮ ଲକ୍ଷ ରୁ ଅଧିକ ସୁନା ଓ ରୁପା ଅଳଙ୍କାର ସହିତ ୧୮ ହଜାର ଟଙ୍କା ଚୋରି କରିନେଛନ୍ତି ଦୃର୍ବୁତ୍ତ ।

    ଘର ମାଲିକ ଅଚ୍ୟୁତା ନନ୍ଦ ସାହୁଙ୍କ ଉପର ଘରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ସହିତ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l ମାନସ ପାତ୍ର ଗୁରବାର ରାତିରେ ଘରେ ଅନୁପସ୍ଥିତ ଥିବା ସ୍ଥଳେ ଘର ମାଲିକ ରାତ୍ର ସମୟରେ ଗ୍ରିଲ ରେ ତାଲା ପକାଇ ସେ ମଧ୍ୟ ଅନ୍ୟତ୍ର ଚାଲି ଯାଇଥିଲେ । ସକାଳୁ ଆସି ଦେଖନ୍ତି ତ ଘର ଗ୍ରିଲ ଖୋଲା ହେବା ସହିତ କବାଟ ମଧ୍ୟ ଖୋଲା ହୋଇଛି l

    ଆଉ ଅଳଙ୍କାର ସହିତ ଟଙ୍କା ପଇସା ଚୋରି ହୋଇଯାଇଛି l ମାନସ ପାତ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି  ।ପରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା l ଏହିପରି ବାଲୁଗାଁ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ  ଅଞ୍ଚଳ ବାସୀ ଘରଛାଡି କୁଆଡେ ଯିବା ପାଇଁ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳିଛି l

  • ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସତ୍ୟ ପ୍ରକାଶଙ୍କୁ ଗିରଫ କରିଛି ଭିଜଲାନ୍ସ

    ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସତ୍ୟ ପ୍ରକାଶଙ୍କୁ ଗିରଫ କରିଛି ଭିଜଲାନ୍ସ

    ଜେଲ ଗଲେ କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ । ଗତକାଲି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ଦେଢ଼କୋଟି ମୂଲ୍ୟର ଘର ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ଟି ପ୍ଲଟ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଥିଲା ।

    ଝାରପଡା ଜେଲର ସୁପରିନଟେଣ୍ଡେଣ୍ଟ ଥିବା ବେଳେ ବିଚାରଧୀନ କଏଦୀଙ୍କୁ ଟଙ୍କା ମାଗିବା ସହ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା । ସତ୍ୟପ୍ରକାଶଙ୍କ ନାରେ ଏନେଇ ଜେଲର ଜଣେ ବିଚାରଧୀନ କଏଦୀ ଭିଜଲାନ୍ସ ନିର୍ଦେଶକଙ୍କୁ ଚିଠି ଲେଖିବା ଖବର ସାମ୍ନାକୁ ଆସିଥିଲା ।

  • ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା

    ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା

    ଆଜିଠୁ ରାଜ୍ଯରେ ପ୍ରବଳ ବର୍ଷା ସମ୍ଭାବନା । ଘନିଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି । ରାଜ୍ଯରେ 10 ତାରିଖ ଯାଏଁ ବର୍ଷାର ପ୍ରଭାବ ଲାଗିରହିବ । ଆସନ୍ତା ୩ ଘଣ୍ଟାରେ ଜଗତସିଂହପୁର, ବଲାଙ୍ଗୀର, ନୂଆପଡା, ବରଗଡ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖ ଅର୍ଥାତ୍ ସୋମବାର ଅବପାତର ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି …