Category: ରାଜ୍ୟ ଖବର

  • ATMକୁ ଟଙ୍କା ନେବା ବେଳେ ବ୍ୟାଙ୍କ୍ ଗାଡିକୁ ଆକ୍ରମଣ

    ATMକୁ ଟଙ୍କା ନେବା ବେଳେ ବ୍ୟାଙ୍କ୍ ଗାଡିକୁ ଆକ୍ରମଣ

    କେନ୍ଦୁଝର ଜିଲ୍ଲା ଯୋଡା ଫ୍ଲାଏ ଓଭର ନିକଟ ସର୍ଭିସ ରୋଡରେ ବ୍ୟାଙ୍କ୍ରୁ ଟଙ୍କା ନେଇ ଜୁରୁଡ଼ି ଅଭିମୁଖେ ଯାଉଥିବା ବେଳେ ୩ ଜଣ ଦୃର୍ବୁତ୍ତ ଆସି ଅତର୍କିତ ଭାବେ ବ୍ୟାଙ୍କ୍ ଗାଡ଼ିରେ ଥିବା ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଦୁବୃର୍ତ୍ତ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ଦୁବୃର୍ତ୍ତ ମାନେ ଧରିଥିବା ପିଷ୍ଟଲକୁ ସୁରକ୍ଷା କର୍ମୀ ଛଡାଇ ନେଇଥିଲେ ।

    ଅପର ପକ୍ଷରେ ଦୁବୃର୍ତ୍ତ ମାନେ ସୁରକ୍ଷା କର୍ମୀଙ୍କ ବନ୍ଧୁକକୁ ଛଡାଇ ନେଇ ଆକ୍ରମଣ କରିବାରୁ ଉଦ୍ୟମ କରି ଜୁରୁଡ଼ି ଅଭିମୁଖେ ଫେରାର ହୋଇ ଯାଇଥିଲେ । ଦୁବୃର୍ତ୍ତଙ୍କ ମାଡରେ ସୁରକ୍ଷା କର୍ମୀ ଆହତ ହୋଇଥିବାରୁ ତାଙ୍କୁ ଯୋଡା ଟାଟା ଷ୍ଟିଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଇଣ୍ଡସ ଇଣ୍ଡ ଓ ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ୟାଙ୍କ୍ ରୁ ୩୮ ଲକ୍ଷ ଟଙ୍କା ନେଇ ସିଏମ୍ ଏସ କମ୍ପାନୀର ଗାଡ଼ି ଜୁରୁଡ଼ି ଯାଉଥିଲା ।

    ଫ୍ଲାଏ ଓଭର ନିକଟରେ ଗାଡ଼ି ରଖି କର୍ମଚାରୀ କମାର ଯୋଡାର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇଥିଲେ । ସେହି ସମୟରେ ୩ ଜଣ ଦୃର୍ବୁତ୍ତ ଆସି ଏହି ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ । ଘଟଣା ସ୍ଥଳରେ ବଡ଼ବିଲ ଏସଡିପିଓ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁବୃର୍ତ୍ତ ମାନେ ଛୁରୀ, ଭୁଜାଲି, ପିସ୍ତଲ୍ ଓ ଲୁହା ରଡ ଧରି ଲୁଟ ଉଦ୍ୟମ କରିଥିବା ବେଳେ ସେଥିରେ ବିଫଳ ହୋଇଥିଲେ । ଦିନ ଦ୍ୱିପ୍ରହର ରେ ଏପରି ଲୁଟ ଘଟଣା ଅଞ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

  • ବହରାଇଚରେ ପହଞ୍ଚିଲେ ଯୋଗୀ ସରକାରଙ୍କ ସରକାରୀ ସୈନ୍ୟ, ୩୦ ଜଣ ଉପଦ୍ରବୀ ଗଲେ ହାଜତ,ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

    ବହରାଇଚରେ ପହଞ୍ଚିଲେ ଯୋଗୀ ସରକାରଙ୍କ ସରକାରୀ ସୈନ୍ୟ, ୩୦ ଜଣ ଉପଦ୍ରବୀ ଗଲେ ହାଜତ,ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

    ବହରାଇଚ, ୟୁପିରେ ସାମ୍ପ୍ରଦାୟିକ ଉତ୍ତେଜନା ପରିସ୍ଥିତି ଲାଗିରହିଛି, ଦ୍ବିତୀୟ ଦିନରେ ଇଣ୍ଟରନେଟ୍ ସେବା ବନ୍ଦ

    ବହରାଇଚ୍ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ସମସ୍ତ ଭାର ନେଇଛନ୍ତି । ଅନ୍ୟପଟେ ବହରାଇଚ୍ ଉପରେ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ବହରିଚଙ୍କ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପାଖକୁ ଆସିବ। ଯଦି ସେ ଏହି ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି ତେବେ ଡିଜିପି ଏବଂ ସିଏସ୍ ଘଟଣାସ୍ଥଳକୁ ଯିବେ। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହୋଇଛନ୍ତି।

    ଗୃହ ସଚିବ ସଞ୍ଜୀବ ଗୁପ୍ତା, ଏଡିଜି ଏଲ ଆଣ୍ଡ ଲ ଅମିତାଭ ୟଶ ବହରାଇଚ ମାମଲାରେ ପହଞ୍ଚିଛନ୍ତି। ସଞ୍ଜୀବ ଗୁପ୍ତା ଗୃହ ସଚିବ ଅଟନ୍ତି। ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ସୂଚନା ଦେଇଛନ୍ତି। ତିରିଶ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଗୃହ ସଚିବ ସଞ୍ଜୀବ ଗୁପ୍ତା ଏବଂ adg ଲ ଏବଂ ଅର୍ଡର ଘଟଣାସ୍ଥଳରେ ପହଞ୍ଚିଥିଲେ |

    ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି ଯେ ଉତ୍ତରପ୍ରଦେଶର ଶାନ୍ତି ଏବଂ ପ୍ରଗତିକୁ ନଷ୍ଟ କରିବାକୁ କୌଣସି ଷଡଯନ୍ତ୍ର ସଫଳ ହେବ ନାହିଁ। ଯେଉଁମାନେ ଦଙ୍ଗାକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛନ୍ତି, କିନ୍ତୁ ଆମକୁ ସତର୍କ ଏବଂ ସଜାଗ ରହିବାକୁ ପଡିବ | ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତକୁ ଟାମ୍ପରିଂ କରିବାକୁ ଦିଆଯିବ ନାହିଁ। ଅପରାଧୀଙ୍କୁ ଆଇନର ଆଭିମୁଖ୍ୟରେ ଅଣାଯିବ ଏବଂ କଠୋର ଦଣ୍ଡ ଦିଆଯିବ ଏବଂ ପୀଡିତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ। ଶାନ୍ତି ଏବଂ ଧର୍ଯ୍ୟ ବଜାୟ ରଖିବାକୁ ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି |

    ଆଜି ସନ୍ଧ୍ୟାରେ ଡିଜିପି ବହରାଇଚ୍ ଯାଇପାରନ୍ତି, ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ସିଂ ମଧ୍ୟ ତାଙ୍କ ସହ ଯିବାର ସମ୍ଭାବନା ଅଛି | ଏସିଏସ୍ ହୋମ୍ ଦୀପକ କୁମାର, ଏଡିଜି ଏଲ ଆଣ୍ଡ ଲ ଅମିତାଭ ୟଶ ଘଟଣାସ୍ଥଳରେ ପହଞ୍ଚିଥିଲେ।

    କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି ତୁରନ୍ତ ପଦକ୍ଷେପ ନେବାକୁ, ଜନସାଧାରଣଙ୍କୁ ଆତ୍ମବିଶ୍ୱାସରେ ନେବାକୁ ଏବଂ ହିଂସା ବନ୍ଦ କରିବାକୁ ମୁଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନକୁ ନିବେଦନ କରୁଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଜନସାଧାରଣଙ୍କୁ ମୋର ଆନ୍ତରିକ ଆବେଦନ ହେଉଛି ଦୟାକରି ଆଇନକୁ ନିଜ ହାତକୁ ନ ନିଅନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ |

  • ବସରେ ଅଗ୍ନିକାଣ୍ଡ,ଛତିଆ ନିକଟରେ ଦୁର୍ଘଟଣା ଘଟାଇ ଜଳିଗଲା ବସ୍

    ବସରେ ଅଗ୍ନିକାଣ୍ଡ,ଛତିଆ ନିକଟରେ ଦୁର୍ଘଟଣା ଘଟାଇ ଜଳିଗଲା ବସ୍

    ବାଇକକୁ ଧକ୍କା ଦେଇ ଜଳିଗଲା ବସ୍। ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ଛତିଆ ନିକଟରେ ଏହି ଦୁର୍ଘଟଣା । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ‘ଚକାଡୋଳା’ ବସ୍‌ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍‌। ପରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା। ତା’ପରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା।ଖବର ପ୍ରସାର ହେବାପରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ବଢି ଯାଇଥିବାବେଳେ ପୋଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ଆୟତ କରିବା ସହ ବସରେ ଥିବା ଯାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

  • ପବିତ୍ର ଦଶହରାରେ ବଡଠାକୁର ସୁନାବେଶ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

    ପବିତ୍ର ଦଶହରାରେ ବଡଠାକୁର ସୁନାବେଶ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଲେ ଦର୍ଶନ

    ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟାଦଶମୀ ନିତୀ ଅନୁଷ୍ଠିତ ହୋଇଯାଇଛି । ସୁନାବେଶ ତଥା ରାଜରାଜେଶ୍ଵର ବେଶରେ ମହାପ୍ରଭୁ ସଜ୍ଜିତ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି । ଏପଟେ ମା ବିମଳାଙ୍କ ପ୍ରତିନିଧି ମା କାକୁଡିଖାଇଙ୍କର ଗତକାଲି ବିସର୍ଜନ ଥିବା ବେଳେ ଆଜି ଅନ୍ୟାନ୍ୟ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀ ସଭା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

    ଶ୍ରୀମନ୍ଦିରରେ ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଛି । ଏହି ବେଶରେ ପାଞ୍ଚ ଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ବିଧି ରହିଛି । ସକାଳ ଧୂପ ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନି ଥର ବଡ଼ ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥିଲେ । ତେବେ ମହାପ୍ରଭୁଙ୍କ ସେହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଥାଆନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

  • କେନ୍ଦୁଝରରେ ରାବଣ ପୋଡ଼ି

    କେନ୍ଦୁଝରରେ ରାବଣ ପୋଡ଼ି

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ କେଶଦୁରାପାଳରେ ଦଶହରାରେ ଜମିଲା ବଳଦ ଶୋଭାଯାତ୍ରା। କେଶଦୁରାପାଳ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । କିଂବଦନ୍ତି କହେ ପ୍ରାଚୀନ କାଳରେ ଯାନବାହନ ନଥିବାରୁ ଲୋକେ ଭାର ବୋହିବା ପାଇଁ ପଶୁଙ୍କ ଉପରେ ନିର୍ଭର କରୁଥିଲେ । କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବଳଦ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ । ଓଡ଼ିଆ ମହାଜନ ମାନେ ବଳଦ ପିଠିରେ ତେଲ-ଲୁଣ, ମସଲା ଓ ବିଭିନ୍ନ ସାମଗ୍ରୀ ଯଥା, କଂସାବାସନ ଓ ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବ୍ୟବସାୟ ପାଇଁ ଯାଉଥିଲେ ।

    ଏହି ପରମ୍ପରାକୁ ମନେ ପକାଇ କେଶଦୁରାପାଳରେ ପ୍ରାଚୀନ କାଳରୁ ଦଶହରା ଅବସରରେ ବଳଦଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଆଞ୍ଚଳିକ ବାଲିଯାତ୍ରା କମିଟିର ଉଦ୍ୟମରେ ବହୁ ବର୍ଷ ହେଲା ବଳଦ ଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି । କୃଷି କାର୍ଯ୍ୟରେ ନିଯୋଜିତ ବଳଦ ମାନଙ୍କୁ ଗହ୍ମା ପୂର୍ଣ୍ଣମୀରେ ପୂଜାର୍ଚ୍ଚନା କରାଯାଇଥାଏ । ଦଶହରାରେ ସମ୍ମାନ ଜଣାଇ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି ବୋଲି ଶିକ୍ଷାବିତ୍ ହରିପ୍ରସାଦ ମିଶ୍ର କହିଛନ୍ତି । ମହାଳୟା ପର ଠାରୁ ବଳଦ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏଥିରେ ଭାଗ ନେବାକୁ ଥିବା ବଳଦ ମାନଙ୍କୁ ଚିହ୍ନଟ କରାଯାଇ ସପ୍ତାହେ ପୂର୍ବରୁ ସେମାନଙ୍କୁ ପରୀକ୍ଷା ମୂଳକ ଭାବେ ଦୌଡ଼ା ଯାଇଥାଏ ।

    ଚଳିତ ବର୍ଷ ଯାତ୍ରାରେ ଉପର ସାହି, କୁମ୍ଭାର ସାହି ଓ ମଙ୍ଗଳପୁର ଗ୍ରାମର ବଛାବଛା ବଳଦ ମାନେ ଭାଗ ନେଉଥିଲେ । ଦଶହରା ଦିନ ସକାଳୁ ବଦଳମାନନଙ୍କୁ ସ୍ନାନ କରାଯାଇ ବେକରେ ପଲାଣ, ଟାହିଆ, ଘଣ୍ଟି, ମୟୂର ପୁଛ ଲଗାଯାଇ ଫୁଳ ଫୁଲ ମାଳ ପକାଯାଇଥାଏ । ପ୍ରଥମେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥାଲା । ଅପରାହ୍‌ଣରେ ବଳଦ ମାଲିକ ମାନେ ନିଜ ନିଜ ବଳଦକୁ ଧରି ବାଲିଯାତ୍ରା ପଡ଼ିଆରେ ଏକାଠି ହୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦଳ ଗୁଡ଼ିକୁ ଚୟନ କରି ବିଚାରକଙ୍କ ଦ୍ବାରା ବଳଦକୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ଜନସମାଗମ ହୋଇଥାଏ । ଚଳିତ ବର୍ଷ ବଳଦ ଯାତ୍ରା ପରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି ।

  • ପ୍ରଥମେ ପ୍ରେମିକା ପରେ ଟ୍ରେନ ଲାଇନରୁ ମିଳିଲା ଅଭିଯୁକ୍ତ ପ୍ରେମିକର ମୃତଦେହ

    ପ୍ରଥମେ ପ୍ରେମିକା ପରେ ଟ୍ରେନ ଲାଇନରୁ ମିଳିଲା ଅଭିଯୁକ୍ତ ପ୍ରେମିକର ମୃତଦେହ

    ଭଡା ଘରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ସାହୁର ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଥିବା ସୂଚନା । ତେବେ ଗତ ୪ ତାରିଖରେ କେନ୍ଦୁଝର ଟାଉନ୍ ଥାନା ପବିତ୍ରଡିହା ବରାଳ ଲଜ୍ ଗଳି ନିକଟ ଏକ ବନ୍ଦ ଘରୁ ଅତି ବିଭତ୍ସ ଅବସ୍ଥାରେ ମନୋରମା ବେହେରାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।

    ଗତ ୪ ତାରିଖରେ ମନୋରମାଙ୍କ ମୃତଦେହ ମିଳିବା ପରେ ସାଇଣ୍ଟିଫିକ୍ ଟିମ୍ ସହ ସିସିଟିଭି ଓ କଲ୍ ରେକର୍ଡ ଆଦି ଯାଞ୍ଚ କରିଥିଲା ପୋଲିସ୍ । ଯୁବତୀଙ୍କର ପ୍ରାୟ ୪ ବର୍ଷର ପୁରୁଣା ବନ୍ଧୁ ଅଜୟ ସାହୁଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା । ହେଲେ ଅଜୟ ସେତେବେଳେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗତ ୨ ଦିନ ଧରି ଅଜୟଙ୍କୁ ଖୋଜୁଥିଲା ପୋଲିସ୍ । ହେଲେ ଗତ ୪ ତାରିଖ ଦିନ ଅଜୟଙ୍କ ମୃତଦେହ ଝାରସୁଗୁଡା ନିକଟ ରେଳ ଧାରଣାରୁ ରେଳବାଇ ପୋଲିସର ହସ୍ତଗତ ହୋଇଥିଲା । ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି କେନ୍ଦୁଝର ଏସପି । ଅଭିଯୁକ୍ତ ଅଜୟ ସାହୁଙ୍କ ଘର ଭଦ୍ରକ ଥାନା ବନ୍ତ ଅଞ୍ଚଳରେ ହୋଇଥିବା ବେଳେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ସେସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

  • ଚାଲିଥିଲା ବେଆଇନ ବାଣ ବେପାର, ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ସହ ଦୁଇ ଅଟକ

    ଚାଲିଥିଲା ବେଆଇନ ବାଣ ବେପାର, ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ସହ ଦୁଇ ଅଟକ

    ପାର୍ବଣ ଋତୁରେ ପସରା ମେଲାଉଛନ୍ତି ବାଣ ଦୋକାନୀ । କାହା ପାଖରେ ଲାଇସେନ୍ସ ଅଛି ତ କିଏ ବିନା ଲାଇସେନ୍ସରେ ଚଳାଇଛି ବେଧଡ ବାଣ କାରବାର । ଗତକାଲି ସେପରି ଏକ ଲାଇସେନ୍ସ ନଥିବା ବାଣ ଦୋକାନ ଉପରେ ଚଢାଉ କରାଯାଇଥିବା ବେଳେ ବହୁ ପରିମାଣରେ ବାଣ ଜବତ ହୋଇଛି । କୌଣସି ସୂତ୍ରରୁ ବେଆଇନ ବାଣ କାରବାର ଚାଲିଥିବା ଖବର ପାଇ ସୁନ୍ଦରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପୋଲିସ ଦଳ ଗଠନ କରାଯାଇଥିଲା ।

    ଏହାପରେ ରାଉରକେଲା ସହର ସ୍ଥିତ ପ୍ଲାଣ୍ଟ ସାଇଟ ଥାନା ଅଧୀନସ୍ଥ ଡେଲି ମାର୍କେଟ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣରେ ଫୋଟକା ଜବତ କରିଛି ପ୍ଲାଣ୍ଟ ସାଇଟ୍ ପୋଲିଶ । ଆଗକୁ ଆସୁଛି ଦୂର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ସହିତ ଦୀପାବଳୀ ଭଳି ପର୍ବ । ତେବେ ବିଳମ୍ବିତ ରାତିରେ ସେଠାରୁ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ତେବେ ଏଥିରେ ସଂପୃକ୍ତ ଥିବା ଦୁଇ ଦୋକାନୀ ହେଲେ ବିକାଶ ଅଗ୍ରୱାଲ ଓ ଅଜୟ ଗୁପ୍ତା । ଚଢାଉ ବେଳେ ସେମାନେ ଭ୍ୟାଲିଡ ଲାଇସେନ୍ସ ଦେଖାଇ ନଥିବାରୁ ଉଭୟଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

  • ଦଶହରା ପୂର୍ବରୁ ଶୁଭଦ୍ରା ଭେଟି ଦେବେ ମୋହନ ସରକାର

    ଦଶହରା ପୂର୍ବରୁ ଶୁଭଦ୍ରା ଭେଟି ଦେବେ ମୋହନ ସରକାର

    ଆଉ ମାତ୍ର ୨ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପୁଣି ଲକ୍ଷ ଲକ୍ଷ ମହିଳା ହେବେ ଖୁସି । ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

    ଆଉ ମାତ୍ର ୨ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ଆକାଉଣ୍ଟକୁ ଯିବ । ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇବେ। ଏହା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ଯିବ। ଅକ୍ଟୋବର ୭ ଯାଏ ପଞ୍ଜିକରଣ କରିଥିଲେ ଅର୍ଥ ମିଳିବ।

  • ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

    ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

    ବିଡିଓଙ୍କ ନାମରେ ଅଧ୍ୟକ୍ଷା ମିଥ୍ୟା ଅଭିଯୋଗ ଦେଇଥିବା ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ କରିଛନ୍ତି ଗୋପ ବ୍ଲକର ସମସ୍ତ କର୍ମଚାରୀ ।

    ଗତକାଲି ଗୋପ ବ୍ଲକ କନଫ୍ରେନ୍ସନ ହଲ ଉଦଘାଟନ ପୂର୍ବରୁ, ଫଳକରେ ବ୍ଲକ ଅଧକ୍ଷା ଜୁନୁ ମଲିକଙ୍କ ନାମ ଲେଖା ନଥିବା ନେଇ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଇଟା ଦ୍ବାରା ଫଳକକୁ ଭାଙ୍ଗି ଦେଇଥିଲେ । ପରେ ଗୋପ ବ୍ଲକ ପରିସରରେ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ , ତାଙ୍କ ସମର୍ଥକ ଏବଂ ବ୍ଲକ ଅଧକ୍ଷଙ୍କ ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏହି ଘଟଣାକୁ ନେଇ ଅଧ୍ୟକ୍ଷା ବିଡିଓଙ୍କ ନାମରେ ଗୋପ ଥାନାରେ ଏତଲା ଦେଇଥିଲେ । ଅଧକ୍ଷା ବିଡିଓ ତାଙ୍କୁ ଜାତିଆଣ କଥା କହି ଗାଳି ଗୁଲଜ କରିଥିବାର ମିଥ୍ୟା ଅଭିଯୋଗ ଦେଉଥିବାରୁ ଗୋପ ବ୍ଲକ ର ସମସ୍ତ କର୍ମଚାରୀ ଗତ ଦୁଇଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ବିବାଦ ସମାଧାନ ହୋଇପାରୁ ନଥିବାରୁ ବହୁ ଦୂର ଦୁରାନ୍ତରୁ ନିଜ ନିଜ କାର୍ଯ୍ୟରେ ଗୋପ ବ୍ଲକକୁ ଆସିଥିବା ଅନେକ ହିତାଧିକାରୀ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ ପାଇଁ ନିରାଶରେ ଅପେକ୍ଷା କରିଥିବା ବେଳେ ଅନେକ ଫେରୁଥିବାର ଦେଖିବାକୁ ମିଳୁଛି l

  • ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଥିବା ଗୋଟିଏ ଘରୁ ଜଣେ ଝିଅର ଅତି ବିଭତ୍ସ ମୃତଦେହ ମିଳିଛି । ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ ଆସି ଭଡାରେ ରହୁଥିବା ରବୀନ୍ଦ୍ର ବେହେରା ନିଜ ସ୍ତ୍ରୀଙ୍କ ସହ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରି ପରିବାର ଚଳାନ୍ତି । ଗତକାଲି ମଧ୍ୟ ଦୁହେଁ ଛତୁ ବିକିବାକୁ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ ।

    ଦିନ ୧୧ଟା ସମୟରେ ମନୋରମା ବଜାରରୁ ଚାଉଳ ଆଉ ଚିକେନ ନେଇ ଘରକୁ ଫେରିଥିଲେ । ଏହାପରେ ବାପା ଓ ମାକୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ୱି-ପହର ସମୟରେ ସାନ ଝିଅ କଲେଜରୁ ଆସି ଦେଖିଲା ବେଳକୁ ସାମ୍ନା ପଟ ଗେଟରେ ତାଲା ପଡିଛି ।

    ପରେ କବାଟ ଖୋଲିଲା ବେଳକୁ ଘର ଭିତରେ ବଡ ଝିଅ ମନୋରମାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଏହାପରେ ସେ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆସି ଗେଟର ତାଲା କାଟିଥିଲେ । ଏହାପରେ ଘରେ ଆସି ପହଞ୍ଚିଥିଲେ ରବୀନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ।