Category: ରାଜ୍ୟ ଖବର

  • ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ବିଜେପିର ହିଂସ୍ର ରାଜନୀତି, ଆକ୍ରମଣରେ ସରପଞ୍ଚ ଗୁରୁତର

    ସାମ୍ନାକୁ ଆସିଲା ବିଜେପିର ହିଂସ୍ର ରାଜନୀତି । ବାତ୍ୟା ଆଶ୍ରୟ ସ୍ଥଳୀରୁ ଆରମ୍ଭ ହୋଇଥିବା ଗୋଷ୍ଠି କନ୍ଦଳ ଶେଷରେ ଧାରଣ କଲା ଉଗ୍ର ରୂପ । ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରି ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପାଖ ଲୋକ ମାନେ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ୬ ଜଣ ବିଜେପି କର୍ମୀ ମିଶି ମାର୍ଶାଘାଇ ଅନ୍ତେଇ ପଞ୍ଚାୟତ ସରପଞ୍ଚ ସଂଜୟ କୁମାର ସେଠୀଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଦେଥିବା ଫୋନରେ କହିଛନ୍ତି ସରପଞ୍ଚ ।

    ତେବେ ଅଭିଯୋଗ ମୁତାବକ, ବାତ୍ୟା ଦାନା ପାଇଁ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଅଚାନକ କିଛି ଲୋକ ଚପଲ ପିନ୍ଧି ତା ଭିତରକୁ ପଶିଯିବା ସହ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ । ସରପଞ୍ଚ ସଂଜୟ କୁମାର ସେଠୀ ସେମାନେ କିଏ ପଚାରିବାରୁ ବଚସା ହୋଇଥିଲା । ପରେ ସେମାନେ ଧମକ ଦେଇ ସେଠାରୁ ଚାଲଯାଇଥିଲେ । ଏହାର ମାତ୍ର ଗୋଟିଏ ଦିନ ପରେ ଆଜି ସକାଳ ସାଢେ ଆଠଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପିର ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ କର୍ମୀ ମାନେ ମିଶି ଅଂତେଇ ତିନିଛକ ଟାୱାର ପାଖରେ ସରପଞ୍ଚ ସଞ୍ଜୟ କୁମାର ସେଠୀଙ୍କୁ ମରଣାନ୍ତଣ ଆକ୍ରମଣ କରି ଗୁରୁତର କରିଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସମ୍ପର୍କିୟ ।

    ସ୍ଥାନୀୟ ଲୋକେ ସଂଜୟଙ୍କୁ ଉଦ୍ଧାର କରି ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସଞ୍ଜୟଙ୍କ ପରିବାର ଲୋକେ ସିଧାସଳଖ ବିଜେପି ଦଳର ବିଧାୟକ ଦୁର୍ଗା ପ୍ରସନ୍ନଙ୍କ କର୍ମୀ ମାନଙ୍କ ନାମରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ।

  • ନଦୀରେ ଗାଧୋଇବା ହେଲା କାଳ, ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର

    ନଦୀରେ ଗାଧୋଇବା ହେଲା କାଳ, ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର

    ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ମିଳିଲା ମୃତଦେହ । ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଘାଟକୁ ଗତକାଲି ୩ ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ଦୁଇ ଜଣ ଘରକୁ ଫେରିଯାଇଥିଲେ । କିନ୍ତୁ, ମନୋରଞ୍ଜନ ଦାସଙ୍କ ୧୫ ବର୍ଷିୟ ପୁଅ ସାହିଲ ଦାସ ଆଉ ଫେରିନଥିଲେ । ସ୍ଥାନୀୟ ସରପଞ୍ଚ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ ବି ପହଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀରେ ଜାଲ ପକେଇ ବହୁ ଖୋଜା ଖୋଜି କରିଥିଲେ । ମାତ୍ର ସାହିଲଙ୍କୁ ପାଇନଥିଲେ । ଆଜି ସକାଳେ ଅଗ୍ନି ଶମ ବିଭାଗ ସୁବର୍ଣ୍ଣରେଖା ନଦୀରେ ସ୍ପିଡ଼୍ ବୋର୍ଟ ସାହାଯ୍ଯରେ ଖୋଜା ଖୋଜି କରିବା ପରେ କିଛି ଦୂରରେ ନଦୀରେ ମୃତଦେହ ଭାସୁଥିବା ଦେଖିଥିଲେ ଉଦ୍ଧାରକାରୀ ଦଳ ଆଉ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

  • ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼େ କରୁଛି ଗତି ‘ଦାନା’

    ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼େ କରୁଛି ଗତି ‘ଦାନା’

    ମଧ୍ଯରାତ୍ରରେ ବାତ୍ଯା ଦାନା ଧାମରାରେ ଲ୍ଯାଣ୍ଡଫଲ ହେବା ପରେ ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଛି। ଏବେ ଧିରେ ଧିରେ ଏହା ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି ।

    ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରୁଛି । ଅର୍ଥାତ ଧାମରା ଟପି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୫୦ କି.ମି. ଅତିକ୍ରମ କରିସାରିଲାଣି ।ବର୍ତ୍ତମାନ ସ୍ଥଳଭାଗରେ ପବନର ବେଗ ୮୦ ରୁ ୯୦ କିମି ରହିଛି। ଦଲକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି । ଆଗାମୀ ୬ ଘଣ୍ଚା ଭିତରେ ଡିପଡିପ୍ରେସନର ରୂପ ନେବ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

  • ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ତାଣ୍ଡବ ରଚିଲା ଦାନା!110 KMPH ବେଗରେ ବହିଲା ପବନ,ପ୍ରବଳ ବର୍ଷା,୧୪ ଲକ୍ଷ ଲୋକଙ୍କୁ କରାଗଲା ସ୍ଥାନାନ୍ତର

    ବାତ୍ୟା ‘ଦାନା’ ଯୋଗୁଁ ଅନେକ ଅଞ୍ଚଳରେ ଗଛ ଏବଂ ବିଦ୍ୟୁତ ପୋଲ ଖସିଥିବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଆଜି ମଧ୍ୟ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ |

    ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ୨୪ ଏବଂ ୨୫ ଅକ୍ଟୋବର ରାତିରେ ଘୂର୍ଣ୍ଣିବଳୟ ଭିତରକନିକା ଏବଂ ଧାମରା ଉପକୂଳରେ ଅବତରଣ କରିଥିଲା। ଏହି ପ୍ରକ୍ରିୟା ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଜାରି ରହିଲା | ପ୍ରଶାସନର ସଜାଗତା ଏବଂ ଆଗୁଆ ପ୍ରସ୍ତୁତି ହେତୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ସରକାରଙ୍କ ‘ଶୂନ୍ୟ ଆହତ’ ଲକ୍ଷ୍ୟ ହାସଲ କରାଯାଇଛି। ପ୍ରାୟ ୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୬୦୦୦ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ବୋଲି ସେ କହିଛନ୍ତି।

    ପଶ୍ଚିମବଙ୍ଗ, ଓଡିଶା ଏବଂ ଛତିଶଗଡ ଦେଇ ଯାଉଥିବା ୩୦୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି।

    ଓଡିଶାର ପ୍ରାୟ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ରହିଛି। ଆସନ୍ତା ଦୁଇ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

    କୋଲକାତା ବିମାନବନ୍ଦର ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ୨୮୧ ଘରୋଇ ବିମାନ ଏଠାରୁ ବାତିଲ କରାଯାଇଛି | ଏହା ବ୍ୟତୀତ ୨୯ଟି ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି |

    ବାତ୍ୟା ‘ଦାନା’ ଯୋଗୁଁ ଓଡିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିଛି। ଓଡିଶାର ୧୦ ଲକ୍ଷ ଲୋକ ଏବଂ ପଶ୍ଚିମବଙ୍ଗର ୩.୫ ଲକ୍ଷରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

  • ବାତ୍ଯା ପ୍ରତି ଲୋକଙ୍କ ଭୟ ବଢୁଥିବାବେଳେ,ସେପଟେ ଆଶ୍ରୟସ୍ଥଳୀରେ ତାଲା

    ବାତ୍ଯା ପ୍ରତି ଲୋକଙ୍କ ଭୟ ବଢୁଥିବାବେଳେ,ସେପଟେ ଆଶ୍ରୟସ୍ଥଳୀରେ ତାଲା

    ସମୟ ଗଡିବା ସହ ବଢିବାରେ ଲାଗିଛି ବାତ୍ଯା ପ୍ରତି ଲୋକଙ୍କର ଭୟ । ଆସୁଥିବା ବାତ୍ଯା ପାଇଁ ସବୁପ୍ରକାରର ସତର୍କ ମୂଳକ ପଦକ୍ଷପ ରାଜ୍ୟ ସରକାର ଗ୍ରହଣ କରୁଥିବା ବେଳେ ଜିରୋ କାଜୁଆଲିଟି ମୁଳଲକ୍ଷ୍ଯ ରହିଛି । ମାତ୍ର ବାତ୍ଯାକୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ସାମ୍ନାକୁ ଆସିଛି ଅବ୍ଯବସ୍ଥାର ଚିତ୍ର । ଆପଣ ଦେଖୁଥିବା ଏହି ଦୃଶ୍ଯ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀରେ ଦୃଶ୍ଯ ।

    ଏଠାରେ ବାତ୍ଯା ଆଶ୍ରୟସ୍ଥଳୀରେ ପଡିଛି ତାଲା । ଲୋକମାନଙ୍କ ଠାରୁ ଆରମ୍ବ କରି ଗୃହ ପାଳିତ ପଷୁ ପର୍ଯ୍ଯନ୍ତ ସମସ୍ତେ ଗୋଟିଏ ସ୍ଥାନରେ ରହିଛନ୍ତି । ନାଁ ଏମାନଙ୍କ ପାଖରେ କୈଣସି ରନ୍ଧା ଖାଦ୍ଯ ପହଞ୍ଚିଛି ନାଁ ପହଞ୍ଚିଛି କୌଣସି ସୁଖିଲା ଖାଦ୍ଯ । ଉକ୍ତ ସ୍ଥାନରେ କୌଣସି ଅଧିକାରୀ ମାନଙ୍କର ମଧ୍ଯ ଦେଖା ନାହିଁ । ଧାମରା ଏବଂ ଭିତରକନିକାରେ ବାତ୍ଯା ଦାନା ଲ୍ଯାଣ୍ଡଫଲ କରିବାର ଥିବାବେଳେ ବାଲେଶ୍ବର ଜିଲ୍ଲା ରେର୍ଡ ଆଲର୍ଟରେ ରହିଛି ।

    ସବୁଠୁ ବଡ କଥା ହେଲା ବାଲେଶ୍ବର ବାଲିଆପାଳ ବ୍ଲକରେ ବିଭିନ୍ନ ଆଶ୍ରୟସ୍ଥଳୀ ଖୋଲିଥିବା ବେଳେ ପାଖାପାଖି ଏକ ହଜାରରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି । ବାଲିଆପାଳ ବ୍ଲକରେ ୯୦ଟି ଆଶ୍ରୟସ୍ଥଳୀରେ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଏସବୁରୁ କେମିତି ବାଦ୍ ପଡିଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତର ବାତ୍ଯା ଆଶ୍ରୟସ୍ଥଳୀ ? କାହିଁକି ଏଠାରେ କୌଣସି ବ୍ୟବସ୍ଥା କରାଯାଇନାହିଁ ? କାହିଁକି ପଡିଛି ତାଲା ?

    ମୂଳକ ରାଜ୍ଯ ସରକାର ଜିରୋ କାଜୁଆଲିଟ ଉପରେ ଗୁରୁତ୍ବ ଦେଇଛନ୍ତି । ଉପରେ ଗୁରୁତ୍ବ ଦେଉଥିବା ବେଳେ ସାମ୍ନାକୁ ଆସିଲା ଅବ୍ଯବସ୍ଥାର ଚିତ୍ର ।

  • ବାତ୍ୟା ଆସିଲେ ମନ ପଡ଼ିଯାଏ ‘ୟାସ୍’କଥା, ଏହି ଅଞ୍ଚଳ ହୋଇଥିଲା ବେଶି କ୍ଷତିଗ୍ରସ୍ତ, ଚିନ୍ତାରେ ମତ୍ସ୍ଯଜୀବୀ

    ବାତ୍ୟା ଆସିଲେ ମନ ପଡ଼ିଯାଏ ‘ୟାସ୍’କଥା, ଏହି ଅଞ୍ଚଳ ହୋଇଥିଲା ବେଶି କ୍ଷତିଗ୍ରସ୍ତ, ଚିନ୍ତାରେ ମତ୍ସ୍ଯଜୀବୀ

    ବାତ୍ଯା ଦାନାକୁ ନେଇ ଭୟଭୀତ ବାଲେଶ୍ବର ଜିଲ୍ଲାର ସମୂଦ୍ର କୂଳିଆ ବାସିନ୍ଦା ଏବଂ ମତ୍ସ୍ଯଜିବୀ । ବାତ୍ଯାର ଭୟାବହତାକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମତ୍ସ୍ଯଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି । ବାଲିଆପାଳ ବ୍ଲକ ଅନ୍ତର୍ଗତ ସମୂଦ୍ର ଉପକୂଳବର୍ତ୍ତୀ ଚୌମୁଖ ମୁହାଁଣରେ ମତ୍ସ୍ଯଜୀବୀ ମାନେ ବାତ୍ଯା ଭୟରେ ନିଜର ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନକୁ ଆଣି ରଖିବା ସହ ରାତିରେ ଡଙ୍ଗାକୁ ଜଗୁଛନ୍ତି ।

    ଗତ ୟାସ୍ ବାତ୍ଯାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲା ଏହି ଅଞ୍ଚଳ । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଯୋଗୁଁ ଗାଁ ଭିତରକୁ ସମୁଦ୍ର ପାଣି ପଶିଯିବା ଫଳରେ ମତ୍ସ୍ଯଜୀବୀ ମାନଙ୍କ ଡଙ୍ଗା ଏବଂ ଜାଲ ନଷ୍ଟ ହୋଇଯିବା ସହ ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ । ତେଣୁ, ସାମ୍ଭାବ୍ଯ ବାତ୍ଯା ଦାନକୁ ନେଇ ମତ୍ସ୍ଯଜିବୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

    ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ସମୁଦ୍ରରୁ ବଳ ଗୋଟାଇ ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ସୁଦ୍ଧା ‘ଦାନା’ ଭିତରକନିକା- ଧାମରା ମଝିରେ ସ୍ଥଳଭାଗ ଛୁଇଁବ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ବୋହିବା ଆରମ୍ଭ କରିଛି ।

  • ବାତ୍ୟା ‘ଦାନା’ ପ୍ରଭାବରେ ଖାଁ ଖାଁ ବଡ଼ଦାଣ୍ଡ

    ବାତ୍ୟା ‘ଦାନା’ ପ୍ରଭାବରେ ଖାଁ ଖାଁ ବଡ଼ଦାଣ୍ଡ

    ସମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବକୁ ନଜରରେ ରଖି ସର୍ବଦା ଚଳଚଞ୍ଚଳ ବଡ଼ଦାଣ୍ଡ ଆଜି ଖାଁ ଖାଁ ହୋଇଯାଇଛି । ଦୋକାନ ବଜାର ବନ୍ଦ ରହିଛି । ପିରୀରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି । ସମୁଦ୍ରରେ ବଡ ବଡ ଜୁଆର ଲହଡି ମାରୁଥିବା ବେଳେ ତାକୁ ଉପଭୋଗ କରିବାକୁ ପର୍ଯ୍ୟଟକ ଓ ସହର ଅନେକ ଲୋକ ବେଳାଭୂମି ରାସ୍ତାରେ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ତେବେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସ୍ବେଚ୍ଛାସେବୀ ଓ ଲାଇଫ୍ ଗାର୍ଡ ମାନେ ସ୍ବର୍ଣ୍ଣାଭ ବେଳାଭୂମିକୁ କୌଣସି ବ୍ୟକ୍ତିଙ୍କୁ ଛଡୁନାହାନ୍ତି । ବାତ୍ୟା ମୁକାବିଲା ଲାଗି ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ତଦାରଖ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଦାୟିତ୍ୱରେ ରାଜ୍ୟ ସରକାର ନିୟୋଜିତ କରିଥିବା ବରିଷ୍ଠ ଅଧିକାରୀ ବଲୱନ୍ତ ସିଂ ବିଭିନ୍ନ ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳ ଗ୍ରସ୍ତ କରିବା ସହିତ ପ୍ରଶାସନ ପକ୍ଷରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

    ଜିଲ୍ଲାର ୧୭୯ ବହୁମୁଖୀ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯାଇଥିବା ବେଳେ ବିକଳ୍ପ ୩୭୦ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯାଇଛି । ଓଡ୍ରାଫ ଓ ଏନଡିଆରଏଫର ୨ଟି ଲେଖାଏଁ ଟିମ୍ ଜିଲ୍ଲାରେ ପହଞ୍ଚିଛନ୍ତି । ଅଗ୍ନିଶମର ୧୧ଟି ଟିମ୍ ପ୍ରତି ବ୍ଲକରେ ଥିବା ବେଳେ ଅତିରିକ୍ତ ୬ଟି ଟିମ୍ ଜିଲ୍ଲା ପାଇଁ ରହିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ଜନସାଧାରଣଙ୍କୁ ସୁରକ୍ଷା ଦେବା ଓ ନିରାପଦ ରଖିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବା ସହ ନିୟନ୍ତ୍ରଣ କକ୍ଷ ଓ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

  • ଓଡିଶା ସମୁଦ୍ରଠାରୁ ଘୂର୍ଣ୍ଣିବଳୟ ‘ଦାନା’ ୨୫୦ କିଲୋମିଟର ଦୂରରେ, ସ୍କୁଲ ଏବଂ କଲେଜ ବନ୍ଦ, ସମସ୍ତ ବିମାନ ବାତିଲ

    ଓଡିଶା ସମୁଦ୍ରଠାରୁ ଘୂର୍ଣ୍ଣିବଳୟ ‘ଦାନା’ ୨୫୦ କିଲୋମିଟର ଦୂରରେ, ସ୍କୁଲ ଏବଂ କଲେଜ ବନ୍ଦ, ସମସ୍ତ ବିମାନ ବାତିଲ

    ସାଇକ୍ଲୋନିକ୍ ଝଡ ଦାନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ କାର୍ଯ୍ୟ ଗୁରୁବାର ସନ୍ଧ୍ୟା ଠାରୁ ୧୬ ଘଣ୍ଟା ପାଇଁ ସ୍ଥଗିତ ରହିବ। ବିମାନବନ୍ଦର ପ୍ରଶାସନ ଏକ ବିବୃତ୍ତିରେ କହିଛି ଯେ ବାତ୍ୟା ଦାନାକୁ ନେଇ ଅକ୍ଟୋବର ୨୪ ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବିମାନ ବନ୍ଦର କାର୍ଯ୍ୟ ସ୍ଥଗିତ ରହିବ। ଭୁବନେଶ୍ୱର ବିମାନବନ୍ଦରରୁ ଦୈନିକ ୧୦୦ ରୁ ଅଧିକ ବିମାନ ଚଳାଚଳ କରେ |

    ଇଣ୍ଡିଆନ୍ କୋଷ୍ଟଗାର୍ଡ ଉତ୍ତର ପୂର୍ବ ଅଞ୍ଚଳ ଲୋକଙ୍କୁ ଘୂର୍ଣ୍ଣିବଳୟ ‘ଦାନା’ରୁ ରକ୍ଷା କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ପାଣିପାଗ କହିବା ଅନୁଯାୟୀ ୨୪-୨୫ ଅକ୍ଟୋବର ୨୦୨୪ ମଧ୍ୟରେ ଘୂର୍ଣ୍ଣିବଳୟ ‘ଦାନା’ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି | କୋଷ୍ଟଗାର୍ଡ ସୂଚନା ଦେଇଛନ୍ତି ଯେ ଆମର ଜାହାଜ, ହେଲିକପ୍ଟର ଏବଂ ଡର୍ନିୟର ବିମାନ ସହାୟତା, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

    ଘୂର୍ଣ୍ଣିବଳୟ ‘ଦାନା’ ବର୍ତ୍ତମାନ ଓଡିଶା ଉପକୂଳଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି।

    ଓଡିଶାରେ ଘୂର୍ଣ୍ଣିବଳୟ ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି …

    ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା |

    ୨୮୮ ଉଦ୍ଧାରକାରୀ ଦଳ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ହୋଇଥିଲେ |

    ପ୍ରାୟ ୬ ହଜାର ରିଲିଫ୍ କ୍ୟାମ୍ପ ନିର୍ମାଣ କରାଯାଇଥିଲା।

    ୨୭ ଅକ୍ଟୋବରର ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ରଖାଗଲା |

    ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ |

    ଶିମିଳିପାଳ ଟାଇଗର ରିଜର୍ଭ ବନ୍ଦ |

    ୧୪ ଟି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ |

    ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିର ବନ୍ଦ |

    NDRF ର ୨୦ଟି ଟିମ୍ ନିୟୋଜିତ |

  • ବାତ୍ୟା ପାଇଁ ପ୍ରସ୍ତୁତ ପାରାଦୀପ ବନ୍ଦର !

    ବାତ୍ୟା ପାଇଁ ପ୍ରସ୍ତୁତ ପାରାଦୀପ ବନ୍ଦର !

    ବାତ୍ୟା ଦାନାକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି।ଆଜି ସଂନ୍ଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହାଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଙ୍କରେଜରେ ଥିବା ଜାହାଜ ଗୁଡିକୁ ସମୁଦ୍ରରେ ସୁରକ୍ଷିତ ସ୍ଥାନରେ ଲଙ୍ଗର ପକାଇ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ବନ୍ଦରର ଇଫକୋ, ପିପିଏଲ, କେଆଇସିଟି ଓ ଜେଏସଡବ୍ଲୁ ବର୍ଥ ରେ ଲାଗିଥିବା ଜାହାଜ ର ପଣ୍ୟ ଖାଲି କରି ଆଜି ସଂନ୍ଧ୍ୟା ପୂର୍ବରୁ ଜାହାଜ କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ବନ୍ଦର ର ସମସ୍ତ ମେସିନ, ଲୋଡର ଓ ସମସ୍ତ ଅପରେସନ ଯନ୍ତ୍ରପାତି କୁ ସୁରକ୍ଷିତ ରଖିବା ସହିତ ନିଷିଦ୍ଧାଚଂଳରେ ଥିବା ଲାଇଟ, ହାଇମାକ୍ସ ଲାଇଟ କୁ ସୁରକ୍ଷିତ ପାଇଁ ନିଆଯାଇଛି ପଦକ୍ଷେପ।

    ବାତ୍ୟାର ପରବର୍ତ୍ତୀ ପଦକ୍ଷେପ ଯଥା ଗଛ କାଟିବା, ରାସ୍ତା ସଫା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ଲଟରେ ଥିବା କାଗୋ ଗୁଡିକୁ ବର୍ଷା ଓ ପବନରୁ ସୁରକ୍ଷିତ ରଖିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ୬ ଟି ସ୍ଥାନରେ କଂଟ୍ରୋଲ ରୁମ ଖୋଲାଯାଇଥିବା ବେଳେ ଶୁଖିଲା ଖାଦ୍ୟ ପାଇଁ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସ୍ଥିର କରାଯାଇଛି । ଯଦି ପାୱାରକଟ୍ ହୁଏ ତେବେ ସ୍ବତନ୍ତ୍ର ଜେନେରେଟର ର ବ୍ୟବସ୍ଥା କରାଯାଇଛି ।

  • ନିଷେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମତ୍ସ୍ୟଜୀବୀ ଓ କାଠ ମାଫିଆଙ୍କ ରାଜ୍

    ନିଷେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମତ୍ସ୍ୟଜୀବୀ ଓ କାଠ ମାଫିଆଙ୍କ ରାଜ୍

    ନିଶେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମାଛ ଓ କାଠ ମାଫିଆଙ୍କ ରାଜ । ମାଛ ମାଫିଆଙ୍କ ମୋଟା ଆଙ୍କରେ ବନ ବିଭାଗ ଚୁପ୍ । ବନ ବିଭାଗ ଓ ମାଛ ମାଫିଆଙ୍କ ମଧ୍ୟରେ ଚାଲିଛି ଚୋରା ପିରତି । ଏକଥା ଆମେ କହୁନାହୁଁ କହୁଛନ୍ତି ଖୋଦ ସ୍ଥାନୀୟ ବାସିନ୍ଦା । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜର ନିଶେଦ୍ଧାଞ୍ଚଳରେ । ସେଠାରେ ବନବିଭାଗ ଜଣାତରେ ବେଧଡକ ଚାଲିଛି ମାଛଧରା । ଭେକ୍ଟା ଜାଲ ପାଖରୁ ଆରମ୍ଭ କରି ବେଡ ଜାଲ ପର୍ଯ୍ୟନ୍ତ ବିଭିନ୍ନ ଜାଲ ବସାଇ ମାଛ ଯାଆଁଳ ପାଖରୁ ଆରମ୍ଭ କରି ବଡ଼ ମାଛ ଧରି ମାଛ ବଂଶକୁ ନିପାତ କରୁଛନ୍ତି ମାଛ ମାଫିଆ । ମସ୍ତ୍ୟଜୀବୀଙ୍କ ଅବାଧ ପ୍ରବେଶ ଯୋଗୁଁ କୁମ୍ଭୀର ମାନେ ନିଷେଦ୍ଧାଞ୍ଚଳରେ ଖାଦ୍ୟ ନପାଇ ଭିତରକନିକା ଛାଡି ଗାଁ ଗହଳିର ନଦୀ ନାଳ ଓ ପୋଖରି ଭିତରେ ପସି ଲୋକଙ୍କ ଧନ ଜୀବନ ନଷ୍ଟ କରୁଛନ୍ତି ।

    ମାଛ ମାଫିଆ ଖାଲି ମାଛ ମାରୁ ନାହାନ୍ତି ତାହା ସହିତ ଜଙ୍ଗଲରୁ ଗରାଣୀ କାଠ କାଟି ସେହି କାଠକୁ ବେଡ ଜାଲ ବସାଇବା ପାଇଁ କିଳା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ମାଛ ମାଫିଆ ମାନେ ଭିତରକନିକା ନିଷେଧାଞ୍ଚଳରେ ବନ ବିଭାଗକୁ ହାତଗୁଂଜା ଦେଇ ଶତାଧିକ ବୋଟ ରଖିଛନ୍ତି ଆଉ ବୋଟ ପାଖକୁ ଯିବା ଆସିବା କରିବା ପାଇଁ ଜଙ୍ଗଲକୁ ସୁରକ୍ଷା ଦେଉଥିବା ତାର ଜାଲିକୁ କାଟି ରାସ୍ତା କରୁଛନ୍ତି । ଏଭଳି ଅନୈତିକ କାର୍ଯ୍ୟ ଦୀର୍ଘ ବର୍ଷ ହେବ ରାଜନଗର ବନଖଣ୍ଡ ଅଧିନସ୍ତ କନିକା ରେଞ୍ଜର ଗର୍ତ୍ତ ମୌଜା, କେରୁଆପାଳ, ବନିପାଳ, ପ୍ରଭାତୀ, ଅହିରାଜପୁର ଓ ଶୈଳେନ୍ଦ୍ରସରାଇ ଅଞ୍ଚଳରେ ହୋଇଆସିଥିଲେ ସୁଦ୍ଧା ମାଛ ମାଫିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବନ ବିଭାଗ । କାରଣ ଏସବୁ ଅନୈତିକ କାର୍ଯ୍ୟକୁ ନିଜେ ବନ ବିଭାଗ ଅନୁମତି ଦେଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

    ପରିବେଶ ବିତ କହିଛନ୍ତି ଯେଉଁଠି ମାଛ ମାଫିଆ ବୋଟ ରଖି ମାଛ ମାରୁଛନ୍ତି ତାହା ସମ୍ପୂର୍ଣ୍ଣ ନିଷେଧାଞ୍ଚଳ, ତାହା ପୁଣି ବନ ବିଭାଗର ବିଟ ଘର ସାମ୍ନାରେ । ଯଦି ଏ ସବୁ ଅନୈତିକ କାର୍ଯ୍ୟ ବିଟ ଘର ସାମ୍ନାରେ ହେଉଛି ତାହା ଉପରେ ବନ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ, ତାହା ଏବେ ବଡ ପ୍ରଶ୍ନ ପାଲଟିଛି । ଯେତେବେଳ ଜଙ୍ଗଲ ଓ ତାହାର ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ରାଜ୍ୟର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅଧିକ ତତ୍ପରତା ଦେଖାଉଛନ୍ତି, ଠିକ୍ ସେତିକି ବେଳେ ଟଙ୍କା ଲୋଭରେ ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜରେ ମାଛ ମାଫିଆଙ୍କ ସହିତ ବନ ବିଭାଗ ହାତ ମିଳାଇ ଜଙ୍ଗଲ ଓ ତାହାର ଜୀବଜନ୍ତୁଙ୍କୁ ଧ୍ଵଂସ କରୁଛି । ତେଣୁ ଏଥିପ୍ରତି ଉପରସ୍ଥ ଅଧିକାରୀ ତୁରନ୍ତ ଧ୍ୟାନ ନଦେଲେ ସେଠାରେ ଏପରି ଅନୈତିକ କାର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି ।