Category: ରାଜ୍ୟ ଖବର

  • ପିଉସୀ ଘରକୁ ପାଳିବାକୁ ଯାଉଥିଲେ ଦିପାବଳୀ, ଅଧା ବାଟରେ ଲିଭିଗଲା ଜୀବନ ଦୀପ

    ପିଉସୀ ଘରକୁ ପାଳିବାକୁ ଯାଉଥିଲେ ଦିପାବଳୀ, ଅଧା ବାଟରେ ଲିଭିଗଲା ଜୀବନ ଦୀପ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ରାମଲା ଆମ୍ବବଗିଚା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁସାରେ ଚମ୍ପୁଆ ନିକଟସ୍ଥ ଅଙ୍ଗାରପଦା ଗ୍ରାମର ମଧୁସୂଦନ ମହାନ୍ତ ବାଇକ୍ ରେ ନାବାଳିକା ଝିଅ ଖୁସିରାଣୀ ମହାନ୍ତଙ୍କୁ ନେ଼ଇ ରିମୁଳି ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମରେ ଥିବା ଭଉଣୀ ଘରକୁ ଯାଉଥିଲେ । ସେଠାରେ ଦିପାବଳୀ ପାଇଁ ଝିଅକୁ ଛାଡ଼ି ଘରକୁ ଫେରିଥାନ୍ତେ । ହେଲେ ଦଇବ ସହିଲା ନାହିଁ। ଏକ ବେପରୁଆ ବାଇକ୍ ଚାଳକଙ୍କ ଯୋଗୁ ଦୁର୍ଘଟଣାରେ ନାବାଳିକା ଝିଅ ର ଜୀବନ ଦୀପ ଅକାଳରେ ଲିଭିଗଲା ।

    ରାମଲା ଆମ୍ବ ବଗିଚା ନିକଟରେ ଆଗରେ ଯାଉଥିବା ଏକ ଟ୍ରେଲରକୁ ଓଭରଟେକ୍ କରୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ରେ ମଧୁସୂଦନ ଓ ଖୁସିରାଣୀ ଛିଟିକି ପଡି ଟ୍ରଲରରେ ବାଡେଇ ହୋଇଯାଇଥିଲେ । ଗୁରୁତର ଅବସ୍ଥା ରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମାତ୍ର ସେଠାରେ ଡାକ୍ତର ଖୁସିରାଣୀଙ୍କୁ ମୃତ ଘୋଷଣା କରିଥିଲେ। ମଧୁସୂଦନ ଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ବେପରୁଆ ଗାଡ଼ି ଚାଳନା କରି ମଧୁସୂଦନଙ୍କ ବାଇକ୍ କୁ ଧକ୍କା ଦେଇଥିବା ଡେଣୁଆ ଗ୍ରାମର କୁଶଧ୍ଵଜ ହେସା କୁ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ମୃତ ଖୁସିରାଣୀ ସପ୍ତମ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡିଛି।।

  • ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଛକ ନିକଟରେ ଚାଲିଛି ଯୋରଦାର ହେଲମେଟ ଚେକିଙ୍ଗ ସହ ଗାଡି କାଗଚପତ୍ରର ଜାଞ୍ଚ । ହେଲେମେଟ ପିନ୍ଧିନଥିଲେ କିମ୍ବା ଗାଡିର କାଗଚ ପତ୍ର ଠିକ୍ ନଥିଲେ ମୋଟା ଅଙ୍କରର ଚାଲଣ କାଟୁଛି ପୋଲିସି । କାରଣ ଦିନକୁ ଦିନ ବାଲିଆପାଳରେ ସଡକ ଦୁର୍ଘଟଣା ଦେଖିବାକୁ ମେଳୁଛି । କେଛି ଅମାନିଆଙ୍କ ବେପରୁା ଗିଡି ଚାଳନା ପାଇଁ ଚାଲିଯାଉଛି ଅନେକ ଜୀବନ ।

    ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ଟ୍ରାଫିକ ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର ଓ ବାଲିଆପାଳ ପୋଲସ ଆରମ୍ବ କରିଛନ୍ତି ଛକ ଛକରେ ଚେକିଂ । ବିନା ହେଲମେଟରେ ଯାତ୍ରା କରିବା, ବାଇକ ରେ ୨ରୁ ଉର୍ଦ୍ଧ୍ବ ଯାତ୍ରୀ ବସିବା,ଗାଡ଼ି ଚଲେଇବା ସମୟରେ ମୋବାଇଲ ରେ କଥା ହେବା,ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ବହୁ ଲୋକ ଅର୍ଥଦଣ୍ଡ ଗଣିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଚେକିଙ୍ଗ କଡ଼ାକଡ଼ି ହେବ ବୋଲି ବାଲେଶ୍ବର ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର କହିଛନ୍ତି।

  • ଗଣମାଧ୍ୟମ ମହାପ୍ରଭାବ,ଖବର ପ୍ରସାରଣ ପରେ ସିଡିପିଓ ଅଫିସରେ ତଦନ୍ତ ଆରମ୍ଭ

    ଗଣମାଧ୍ୟମ ମହାପ୍ରଭାବ,ଖବର ପ୍ରସାରଣ ପରେ ସିଡିପିଓ ଅଫିସରେ ତଦନ୍ତ ଆରମ୍ଭ

    ଗଣମାଧ୍ୟମର ମହାପ୍ରଭାବ, ସିଡିପିଓ ଙ୍କ ଖବର ପ୍ରସାରଣ ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡେରାବିଶ ସିଡିପିଓ ଅଫିସ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି.ଅନ୍ୟପଟେ ପୀଡିତା କ୍ଲର୍କଙ୍କ ବାପା ମା ବଖାଣିଲେ ସେଦିର ର ଲୋମ ହର୍ଷକ କଥା. ହେର୍ଡ କ୍ଲର୍କ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଗତ ପଚିଶ ତାରିଖ ଦିନ ଡେରାବିଶ ସିଡିପିଓ ଙ୍କ ଅଫିସ ଭିତରେ ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଥିଲେ. କିନ୍ତୁ ଡେରାବିଶ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ମେଡିକାଲ ନେବା ତଥା ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ବର୍ଷା ଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ଫଳରେ ସେ ଚେୟାର ରୁ ତଳେ ପଡିଯାଇଥିଲେ. ଖବର ପାଇଁ ବର୍ଷା ଙ୍କ ବାପା ଓ ପରିବାର ଲୋକେ ସେଠାରେ ପହଂଚି ଭିଡିଓ ଉତ୍ତୋଳନ କରିବା ପରେ ସିଡିପିଓ ଦୁର୍ବ୍ୟବହାର କରିଥିଲେ ଓ ଫୋନ ଛଡାଇ ଥିଲେ . ତେବେ ବର୍ଷା ଙ୍କୁ ପରିବାର ଲୋକେ ଉଦ୍ଧାର କରି ନିକଟସ୍ତ ସାଇ ହସ୍ପିଟାଲ କୁ ନେବା ବେଳେ ବିଳମ୍ବ ହୋଇଯାଇଥିଲା. ଫଳରେ ପେଟରେ ପିଲାଟି ନଷ୍ଟ ହୋଇଯାଇଥିଲା.

    ତେବେ ସିଡିପିଓଙ୍କ ନିର୍ଯାତନାରେ ପିଲାଟି ନଷ୍ଟ ହୋଇଯାଅଥିବା ପରିବାର ଲୋକେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଭିଯୋଗ କରିଥିଲେ.ଏନେକ ସେଦିନ ର ଘଟଣାର ଏକ ଭିଡିଓ ଭାଇରଲ ହୋଇଥିଲା.ଏହି ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ ଡେରାବିଶ ସିଡିପିଓ ଙ୍କ ଅଫିସ ଚାମ୍ବର କୁ ଆସି ତଦନ୍ତ ଆରମ୍ଭ କରି ସାମ୍ବାଦିକ ସମିଳନି କରିଛନ୍ତି ଓ ଅନ୍ୟ ପଟେ ଅଭିଯୋଗ ସତ୍ୟତା ଥିଲେ ଖୁବ ଶୀଘ୍ର ସିଡିପିଓ ସ୍ନେହ ଲତା ସାହୁଙ୍କ ଉପରେ ଦୃଢପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲପାଳ ସ୍ମୁତିରଞ୍ଜନ ପ୍ରଧାନ

  • ଓପିଏସ୍‌ସି ପରୀକ୍ଷାରେ କୃତିତ୍ବ, ଘଷିପୁରା ତଥା ଓଡ଼ିଶାର ସେବା କରିବା ସତ୍ୟବ୍ରତଙ୍କ ଲକ୍ଷ୍ୟ

    ଓପିଏସ୍‌ସି ପରୀକ୍ଷାରେ କୃତିତ୍ବ, ଘଷିପୁରା ତଥା ଓଡ଼ିଶାର ସେବା କରିବା ସତ୍ୟବ୍ରତଙ୍କ ଲକ୍ଷ୍ୟ

    ଆନନ୍ଦପୁର ପୌରାଞ୍ଚଳ ମୁରାବାଲିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘଷିପୁରାର ପୂର୍ବତନ ଛାତ୍ର ସତ୍ୟବ୍ରତ ସାହୁ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ୯୫ତମ ସ୍ଥାନ ଅଧିକାର କରିଛନ୍ତି। ସେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଶିଶୁ ମନ୍ଦିରରେ ଅଧ୍ୟୟନ କରିବା ସହ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ୨୦୧୦ ମସିହାରେ ମଧ୍ୟ ସଫଳତା ଅର୍ଜନ କରିଥିଲେ। ବିଦ୍ୟାଳୟ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।

    ଏହି ଅବସରରେ, ସତ୍ୟବ୍ରତ ତାଙ୍କର ଛାତ୍ର ଜୀବନ ଏବଂ ଗୁରୁଜୀ ଗୁରୁମା’ଙ୍କର ଭୂମିକା ସ୍ମରଣ କରିଥିଲେ । ସେ ଏ ଅଞ୍ଚଳର ବିକାଶ କରିବା ସହ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସତ୍ୟବ୍ରତ କହିଛନ୍ତି। ଏହି ସଫଳତା ପାଇଁ ସେ ନିଜର ପିତାମାତା, ସମସ୍ତ ଗୁରୁଜୀ, ଗୁରୁମା’, ଶିକ୍ଷକ ବୃନ୍ଦ, ପରିବାରବର୍ଗ,ବନ୍ଧୁ ଏବଂ ସମସ୍ତ ଶୁଭାକାଂକ୍ଷୀମାନଙ୍କୁ ଶ୍ରେୟ ଦେଇଛନ୍ତି ।

    ସତ୍ୟବ୍ରତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ଅବସରରେ, ପରିଚାଳନା ସମିତିର ସଂପାଦକ ରଶ୍ମୀ ରଞ୍ଜନ ନନ୍ଦ, ସଭାପତି ମଦନମୋହନ ରାଉତ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଉପ-ସଭାପତି ଚନ୍ଦ୍ରିକା ସାହୁ, ସଦସ୍ୟ ବିନୋଦ ବିହାରୀ ସେଠୀ, ପୂର୍ବତନ ସଂପାଦକ ଶୁକଦେବ ସାହୁ, ପୂର୍ବତନ ସହ-ସଂପାଦକ ବାବୁଲି ଚରଣ ବେହେରାm ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡାm ଓ ସମସ୍ତ ଗୁରୁଜୀ ଏବଂ ଗୁରୁ ମା’ ପ୍ରମୁଖ ଉପସ୍ଥିତ ଥିଲେ।

  • ସାବଧାନ! ପଇସା ଦେଇ ଆପଣ କିଣୁ ନାହାଁନ୍ତି ତ ରୋଗକୁ ?

    ସାବଧାନ! ପଇସା ଦେଇ ଆପଣ କିଣୁ ନାହାଁନ୍ତି ତ ରୋଗକୁ ?

    ଔଷଧ ଦୋକାନରୁ ଔଷଧ କିଣୁଥିଲେ ହୋଇଯା’ନ୍ତୁ ସାବଧାନ । ଅଧିକ ଲାଭ ପାଇବା ଆଶାରେ କିଛି ଅସାଧୁ ବ୍ୟବସାୟୀ ବଜାରରେ ଉପଲବ୍ଧ କରାଇଛନ୍ତି ନକଲି ଓ ନିମ୍ନମାନର ଔଷଧ । ଯାହା ରୋଗ ବଦଳରେ ରୋଗୀ ଉପରେ ଦାଉ ସାଧୁଛି । ଚଳିତ ମାସରେ ଭାରତର ୪୯ ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହେବାପରେ ଏହା ନିମ୍ନମାନର ବୋଲି ଜଣାପଡ଼ିଛି । ଖାଲି ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହି କମ୍ପାନୀ ଗୁଡିକ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି। ଖାଲି ସେତିକି ନୁହଁ , ବିଭିନ୍ନ ସମୟରେ, ଗୁଣବତ୍ତା ପରୀକ୍ଷାରେ ବାରମ୍ବାର ବିଫଳ ହେଉଥିବା ଭାରତୀୟ ଔଷଧଗୁ଼ଡିକ ଗ୍ରାମାଞ୍ଚଳରେ ବହୁଳ ଭାବରେ ବ୍ୟବହୃତ ହେଉଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ କେନ୍ଦ୍ର ଔଷଧ ନିୟାମକ କର୍ତ୍ତୃପକ୍ଷ (ସିଡିଆରଏ) ଚିନ୍ତା ପ୍ରକଟ କରିଛନ୍ତି ।

    ଅନ୍ୟ ଜଟିଳ ରୋଗ କଥା ଛାଡ଼ନ୍ତୁ, ସାଧାରଣ ଜ୍ବର, ଗ୍ୟାସ, ଉଚ୍ଚ ରକ୍ତଚାପ, ମଧୁମେହ, ଭିଟାମିନ୍ ଓ କ୍ୟାଲସିୟମ ଭଳି ଔଷଧଗୁଡିକ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି ।

    ସିଡିଆର୍‌ଏ ଦ୍ୱାରା ଭାରତରେ ବ୍ୟବହୃତ ହେଉଥିବା ୩ ହଜାର ଔଷଧର ନମୁନା ପରୀକ୍ଷା କରିବା ପରେ ସେଥିମଧ୍ୟରୁ ୪୯ ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହେବା ସହ ସେଗୁଡିକ ନିମ୍ନମାନର ବୋଲି ଜଣାପଡିଛି । ସେହି ନିମ୍ନମାନର ଔଷଧଗୁଡ଼ିକ ହେଲା — ଟାବ୍‌ଲେଟ ୟୁରିମାକ୍ସ-ଡି, ଭିଟାମିନ୍ ଡି-୩ , ପାନ୍-ଡି, ଟେଲ୍‌ମା ଏଚ୍ ୪୦ ଏମ୍‌ଜି, ହାଇଡ୍ରୋକ୍ଲୋରୋଟ ହାଜାଇଡ-୧୨.୫ ଏମ୍‌ଜି ଓ ପାରାସିଟାମଲ ଇତ୍ୟାଦି ।

    ଅନ୍ୟପକ୍ଷରେ ଯେଉଁ କମ୍ପାନୀର ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏହାକୁ ଅସ୍ଵୀକାର କରାଯିବା ସହ ଉକ୍ତ ଔଷଧ ସେମାନଙ୍କ କମ୍ପାନୀ ପ୍ରସ୍ତୁତ କରିନାହିଁ ଓ ତାହା ନକଲି ବୋଲି କୁହାଯାଇଛି। ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନଙ୍କଦ୍ୱାରା ନିମ୍ନମାନର ଔଷଧ ବଜାରରେ ଉପଲବ୍ଧ କରାଇବା ଫଳରେ ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ୁଛି । ତେଣୁ, ଆଗକୁ, ରୋଗରୁ ବଞ୍ଚିବା ପାଇଁ ଔଷଧ ନୁହଁ , ରୋଗୀର ଆୟୁଷ ଏବଂ ଭଗବାନଙ୍କ ଆଶୀର୍ବାଦ ଥିବା ଆବଶ୍ୟକ ।

  • ବେଧଡକ ଚାଲିଛି ଦେଶୀ ମଦ ବିକ୍ରି, ବନ୍ଦ କରିବା ପାଇଁ ଅଣ୍ଟା ଭିଡିଲେ  ଗୋଷ୍ଠୀ ମହିଳା

    ବେଧଡକ ଚାଲିଛି ଦେଶୀ ମଦ ବିକ୍ରି, ବନ୍ଦ କରିବା ପାଇଁ ଅଣ୍ଟା ଭିଡିଲେ ଗୋଷ୍ଠୀ ମହିଳା

    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ବେଧଡକ ଚାଲିଛି ଦେଶୀ ମଦ ବିକ୍ରି କାରବାର । ଦେଶୀ ମଦକୁ ବନ୍ଦ କରିବା ପାଇଁ ଏବେ ମହିଳା ମାନେ ବାହାରିଛନ୍ତି । ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡେମ୍, ସାଗଜୁରୀ ଆଦି ଗ୍ରାମରେ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଉଦ୍ୟମ କରିଛନ୍ତି । ଏନେଇ ଆଜି ମହିଳା ମାନେ ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସବୁ ଗାଁର ଏସ୍.ଏଜ୍.ଜି ମହିଳା ଗ୍ରୁପର ସମସ୍ତ ମହିଳା ସଦସ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ବୈଠକ କରିଥିଲେ । ଦେଶୀ ମଦ ବିକ୍ରିକୁ ବିରୋଧ କରିଥିଲେ । ଏହି ଦେଶୀ ମଦ ପାଇଁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି, ମଦ ପିଇ ନାରୀମାନଙ୍କୁ ଅତ୍ୟାଚାର, ଗାଳିଗୁଲଜ ଆଦି ବହୁତ ପ୍ରକାର ପାରିବାରିକ ସମସ୍ୟା ଦେଖିବାକୁ ମିଳୁଥିବା ଏସ୍ .ଏଜ୍ .ଜି ଗ୍ରୁପ ସଭାପତି ରୀନା ଭୋଇ କହିଛନ୍ତି।

    ଦେଶୀ ମଦ ପାଇଁ ଗାଁରେ ଅସାମାଜିକ ପରିବେଶ ସୃଷ୍ଟି ହେଉଛି । ଅତି ଶୀଘ୍ର ଉପରୋକ୍ତ ମାମଲାରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ମାନେ ଦାବି କରିଛନ୍ତି । ମଦ ପିଇବା ଦ୍ଵାରା ଲୋକଙ୍କର ଅନେକ କ୍ଷୟକ୍ଷତି ହେଉଥିବା ମହିଳା ମାନେ କହିଛନ୍ତି ।

  • ଏକାକୀ ଉଡିଲେ ପାଣ୍ଡିଆନ,ପଛରେ ପଡିଲେ ନବୀନ

    ଏକାକୀ ଉଡିଲେ ପାଣ୍ଡିଆନ,ପଛରେ ପଡିଲେ ନବୀନ

    ରାଜ୍ୟରେ ହୁ ହୁ ହୋଇ ବଡୁଛି ବେକାରି ସମସ୍ୟା । ଚପରାସୀ ଚାକିରୀ ପାଇଁ ଲାଗୁଛି ଲମ୍ବା ଲାଇନ । ଏହାରୀ ଭିତରେ ନିର୍ବାଚନ କମିଶନଙ୍କ ତଥ୍ୟ ସମସ୍ତଙ୍କୁ ତାଜୁବ କରିଛି । ଜାତୀୟ ସର୍ଭେକ୍ଷଣ ୨୦୨୩-୨୪ ଅନୁସାରେ, ଓଡ଼ିଶାରେ ବେକାରି ହାର ୩.୯ ପ୍ରତିଶତ ରହିଥିବା ବେଳେ ସାରାଦେଶରେ ୨୧ ତମ ସ୍ଥାନରେ ରହିଛି ଓଡ଼ିଶା। ଓଡିଶାରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ବେକାର ଯୁବକ ଯୁବତୀ ନିଜର କର୍ମସଂସ୍ଥାନ ପାଇଁ ଦେଶ କିମ୍ବା ବାହରକୁ ଦାଦନ ଯିଵାକୁ ବାଧ୍ୟ ହେଉଥିବା ବେଳେ ସରକାରୀ ଚାକିରୀ ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଛନ୍ତି, ୧୧ ଲକ୍ଷ ୪ ହଜାର ୨୨୯ ଯୁବକ ଯୁବତୀ। ଏମାନଙ୍କ ମଧ୍ୟରୁ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ଗତ ୧୦ ବର୍ଷରେ ନିଯୁକ୍ତି ପାଇଛନ୍ତି ୮ ହଜାର ୪୦୧ ।

    ଏପରି ସ୍ଥିତିରେ ଭୋଟ ପାଇଁ ଓଡିଶାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି ବିଜେଡି । ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହିପରି, ଗଣମାଧ୍ୟମରେ ବିଜ୍ଞାପନପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ଉପକରଣ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା ଏବଂ ତାରକା ପ୍ରଚାରକଙ୍କ ପାଇଁ ହେଲିକେପ୍ଟର ଓ ବିମାନ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

    ବିଜେଡିର ତାରକା ପ୍ରଚାରକ ନବୀନ, ଭି.କେ ପାଣ୍ଡିଆନଙ୍କ ସହ ଅନ୍ୟ ୩୮ ଜଣ ବରିଷ୍ଠ ବିଜେଡି ନେତା ୨୩୧ ଥର ହେଲିକେପ୍ଟର ଓ ବିମାନରେ ଗସ୍ତ କରିଥିଲେ। ନବୀନ ଏକାକା ୬ ଥର ହେଲିକପ୍‌ଟର ଓ ୫ ଥର ଏୟାରକ୍ରାଫ୍ଟରେ ଗସ୍ତ କରିଥିବା ବେଳେ, ପାଣ୍ଡିଆନ ୧୫୭ ଥର ଏକାକୀ ସର୍ବାଧିକ ଗସ୍ତ କରିଥିଲେ। ନବୀନ ଓ ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍‌ଟରରେ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ସେହି କ୍ରମରେ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକେପ୍ଟରରେ ଗସ୍ତ କରିଥିଲେ।

    ରାଜ୍ୟ ସ୍ତରୀୟ ନେତାଙ୍କ ଗସ୍ତ ବାବଦରେ ୭୧ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ କରିବା ସହ ନିଜ ପାଖରେ ୬୨୫ କୋଟି ଟଙ୍କା ରଖିଥିବା ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ ୬୦ ପୃଷ୍ଠା ସଂବଳିତ ବ୍ୟୟ ରିପୋର୍ଟ ଦାଖଲ କରିଛି ବିଜେଡି । ଯାହା ସାର୍ବଜନୀନ ହେବା ପରେ ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛନକା ପଶିଛି । ଗୋଟେ ପଟେ ବିକାଶ ନାଁରେ ବିଜେଡି ୨୪ ବର୍ଷ ଧରି ଓଡିଶାର ଜଳ, ଜମି, ଜଙ୍ଗଲ, ଖଣିକୁ ବିଭିନ୍ନ -କର୍ପୋରେଟ୍ ସଂସ୍ଥାକୁ ଟେକି ଦେବାପରେ ସଂଗୃହିତ ଟଙ୍କାକୁ ଭୋଟ ନାଁରେ ପାଣି ପରି ଖର୍ଚ୍ଚ କରିଛି । ପୂର୍ବତନ ସରକାରଙ୍କ ଚିତ୍ର ଓ ଚରିତ୍ର ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଯାହାକି ଭୋକିଲା ପେଟରେ ଲାତ ମାରିବା ସଦୃଶ୍ୟ । ସେହିପରି, ଅନ୍ୟ ଦଳମାନଙ୍କର ନିର୍ବାଚନୀ ଖର୍ଚ୍ଚ ସାର୍ବଜନୀନ ହେବାକୁ ସାଧାରଣରେ ଦାବି ହୋଇଛି ।

  • ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟ ସାଇଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ବାଣ ଚାହିଦା ମଧ୍ୟ ଆକାଶ ଛୂଆଁ ହୋଇଛି । ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗ ଉଠାଇ ମାଲେମାଲ୍ ହେବାକୁ ଚାହୁଁଥିବା ବେଳେ ବିଭିନ୍ନ ସ୍ଥାନରେ ବେଧଡକ ବେପାର ଜାରି ରଖିଛନ୍ତି । ଏପରି ଏକ ବେଆଇନ୍ ବାଣ ଗୋଦାମ୍ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ୍ ପୋଲିଶ ସେହି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଏକ ପୋଲିସ ଦଳ ପ୍ଲାଣ୍ଟ ସାଇଟ୍ ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ସଂଗ୍ରାମ କିଶୋର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ସୀତାକାନ୍ତ ଭଞ୍ଜ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ରାଉରକେଲା ଡି.ଏସ୍.ପି ନିର୍ମଳ ମହାପାତ୍ର କହିଛନ୍ତି ।

  • କୂଅରେ ଖସି ପଡିଲେ ଅନେକ ଜଙ୍ଗଲୀ ବାରହା

    କୂଅରେ ଖସି ପଡିଲେ ଅନେକ ଜଙ୍ଗଲୀ ବାରହା

    ଏକ ପରିତ୍ୟକ୍ତ କୂଅରେ ଖସିଲେ ୧୫ରୁ ଉର୍ଦ୍ଧ୍ବ ଜଙ୍ଗଲୀ ବାରହା । ଯାହାକୁ ଦେଖିବା ପାଇଁ ରୁଣ୍ଡ ହୋଇଛନ୍ତି ବହୂ ସଂଖ୍ୟାରେ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା କିସାନ ସାହିରେ । ସେଠାରେ ଥିବା ଏକ ପରିତ୍ୟକ୍ତ କୂଅକୁ ଖସିପଡ଼ିଲେ ୧୫ରୁ ଉର୍ଦ୍ଧ୍ବ ଜଙ୍ଗଲୀ ବାରହା ।

    ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଏହି ବାରହା ମାନେ ଖାଦ୍ୟ ଅନ୍ୱେଷଣରେ ଆସି ଗାଁ ନିକଟରେ ଥିବା ଏକ ୨୦ ଫୁଟ୍ ଗଭୀର କୂଅରେ ଖସି ପଡ଼ିଥିଲେ । ଆଜି ସକାଳୁ ଏହାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ବାରହା ଗୁଡିକୁ ଉଦ୍ଧାର କରିଛି । ତେବେ ଉଦ୍ଧାର ହୋଇଥିବା ବାରହା ଗୁଡିକୁ ପୁନଶ୍ଚ ଜଙ୍ଗଲରେ ଛାଡିଦିଆଯିବ ବୋଲି ସୂଚନ ମିଳିଛି ।

  • ଯଥା ପୂର୍ଵମ ତଥା ପରଂ ଶୁଣିଲେ ନହିଁ କେହି, ସରପଞ୍ଚଙ୍କ ଉପରେ ତାତିଲେ ଗ୍ରାମବାସୀ

    ଯଥା ପୂର୍ଵମ ତଥା ପରଂ ଶୁଣିଲେ ନହିଁ କେହି, ସରପଞ୍ଚଙ୍କ ଉପରେ ତାତିଲେ ଗ୍ରାମବାସୀ

    ବାତ୍ୟା ଆସି ଚାଲିଗଲା ହେଲେ ଲୋକଙ୍କୁ ସରକାର ଦେଇଥିବା ଖାଦ୍ୟ ମିଳିଲାନି,ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ । ଏହି ପଞ୍ଚାୟତର ଲୋକ ମାନଙ୍କୁ ସରକାର ଦେଇଥିବା ଶୁଖିଲା ଖାଦ୍ୟ ସରପଞ୍ଚ ଦେଇ ନଥିବା ଅଭିଯୋଗ ହୋଇଛି । ଖାଦ୍ୟ ତ ଦୂରର କଥା ବାତ୍ୟା ସମୟରେ ପଞ୍ଚାୟତର ସରପଞ୍ଚ କିମ୍ବା ପିଇଓଙ୍କ ଦର୍ଶନ ମଧ୍ୟ ମିଳିଲା ନାହିଁ ।

    ବାତ୍ୟା ସମୟରେ ଏହି ଲୋକ ମାନଙ୍କୁ କେଉଁଠି ସୁରକ୍ଷା ଦିଆଯିବ ଓ କେମିତି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ଦିଆଯିବ ତାହା ମଧ୍ୟ କେହି ସୂଚନା ଦେଲେ ନାହିଁ। ବାତ୍ୟା ପାଇଁ ଦୁଇ ଦିନ ସଂଘର୍ଷ କଲେ ଗାଁର ଲୋକ । ଗାଁଅନେକ କ୍ଷତିଗ୍ରସ୍ତ ହେଲା କାହାର ଘର ଭାଙ୍ଗିଗଲାତ ଆଉ କାହାର ଦାନା ନଷ୍ଟ ହେଲା ତଥାପି ତାହା ଦେଖିଲେନି ସରପଞ୍ଚ ଓ ପିଇଓ ।

    ବାତ୍ୟା ପରେ ମଧ୍ୟ ସରକାର ଲୋକ ମାନଙ୍କୁ ଦେଇଥିବା ଶୁଖିଲା ଖାଦ୍ୟକୁ ସରପଞ୍ଚ କିମ୍ବା ପିଇଓ ଲୋକଙ୍କୁ ଦେଲେ ନାହିଁ ! ଯେଉଁଥିପାଇଁ ସରପଞ୍ଚ ସସ୍ମିତା ମାହାନ୍ତି ଓ ଅସ୍ଥାୟୀ ପିଇଓ ଅବିନାଶ ମହାରଣା ଙ୍କ ଉପରେ ବର୍ଷିଲେ ଲୋକେ !

    ଲୋକେ ଅଭିଯୋଗ କରିଛନ୍ତି ଭୋଟ ବେଳେ ମିଠା କଥା କହି ଭୋଟ ନେଇ ଜିତିଥିବା ସରପଞ୍ଚ ସସ୍ମିତା ମାହାନ୍ତି ଆଜି ସ୍ଵାର୍ଥ୍ୟ ଲୋଭରେ ବାତ୍ୟା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଲୋକ ମାନଙ୍କ ପାଖରେ ଛିଡା ହୋଇନାହାନ୍ତି ! ଏମିତି କି ସରକାର ଦେଇଥିବା ଶୁଖିଲା ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଲୋକଙ୍କୁ ନ ଦେଇ ଓପାସ ରଖିଛନ୍ତି ।


    ତେଣୁ ଏହାକୁ ବିଚାର କରି ସରପଞ୍ଚ ଓ ଅସ୍ଥାୟୀ ପିଇଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକେ ନିବେଦନ କରିଛନ୍ତି.