Category: ରାଜ୍ୟ ଖବର

  • ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ପ୍ରେମରେ ବିଫଳ ହତାଶିଆ ପ୍ରେମିକ, ଅଶ୍ଳିଳ ଫଟୋ ଭାଇରାଲ କରିବାକୁ ଦେଉଛି ଧମକ

    ଏକ ତରଫା ପ୍ରେମର କରୁଣ ପରିଣତି । ମହିଳା ୟୁଟୁବରଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିଶୋଧ ପାରାୟଣ ଯୁବକଙ୍କ ଭୟଙ୍କର କାରନାମା । ମହିଳାଙ୍କୁ ବ୍ଲାକମେଲିଂ କରିବା ସହ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ମହିଳାଙ୍କ ଫଟକୁ ଅଶ୍ଳିଳ ଭାବେ ଏଡିଟିଂ କରି ଫଟୋ ଅପଲୋଡ଼ କରି ବଦନାମ କରିବାକୁ ଅପଚେଷ୍ଟା କରୁଛି ହତାସ ପ୍ରେମିକ ।

    ବାସ୍ତବରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଗାଁର ଜଣେ ମହିଳା ୟୁଟୁବର ଏକ ବର୍ଷ ତଳେ ରାହାମା ସ୍ପନ୍ଦନା ଫାଇନାନ୍ସ ଶାଖାରୁ ଋଣ ଆଣିଥିଲେ । ତେବେ ମାସିକ କିସ୍ତି ଆଦାୟ ପାଇଁ ସେହି ସ୍ପନ୍ଦନା ଫାଇନାସନ୍ସ ଶାଖାର ଜଣେ କର୍ମଚାରୀ ମହିଳାଙ୍କ ଘରକୁ ଆସୁଥିଲେ ଓ ତାଙ୍କର ଜଣେ ପ୍ରଶଂସକ ବୋଲି କହି ବନ୍ଧୁତ୍ୱ ସ୍ଥାପନ କରିଥିଲେ । ମହିଳାଙ୍କ ଋଣ ପରିଶୋଧ ହେବା ପରେ ସେ ପୁନଶ୍ଚ ବାରମ୍ବାର ମହିଳାଙ୍କ ଘରକୁ ଆସି ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲେ ।

    ମହିଳା ଜଣଙ୍କ ବିବାହିତା ହୋଇଥିବାରୁ ତାଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିବା ପରେ ସେ ପ୍ରତିଶୋଧ ପାରାୟଣ ହୋଇ ମହିଳାଙ୍କ ନାମରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ତାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ କରି ଅପଲୋଡ଼ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମହିଳାଙ୍କ ନାବାଳିକା ଝିଅକୁ ହତ୍ୟା କରିବ ବୋଲି ଧମକ ଦେଉଥିବା ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ଫାଇନାସନ୍ସ କର୍ମଚାରୀ ଜଣଙ୍କ ମହିଳାଙ୍କୁ ବାରମ୍ବାର ଫୋନ ରେ କଥା ହେବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅଶ୍ଳୀଳ ମେସେଜ ଓ ଅଶ୍ଳୀଳ ଭଏସ ମେସେଜ କରୁଥିବାର ସେ ତଥ୍ୟ ଦେଇଛନ୍ତି । ଏନେଇ ସେ ସାଇବର ସେଲରେ ମଧ୍ୟ ଏକ ଅଭିଯୋଗ କରିଥିବା ସୂଚନା ମିଳିଛି ।

  • ଆମ୍ବ ଟାକୁଆ ଘଟଣା: ମାଣ୍ଡିପଙ୍କା ଗ୍ରାମରେ ସୁଅ ଛୁଟୁଛି ନେତାଙ୍କର

    ଆମ୍ବ ଟାକୁଆ ଘଟଣା: ମାଣ୍ଡିପଙ୍କା ଗ୍ରାମରେ ସୁଅ ଛୁଟୁଛି ନେତାଙ୍କର

    ଆମ୍ବ ଟାକୁଆ ଯାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାର ୯ ଦିନ ପରେ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଗ୍ରାମରେ ପହଞ୍ଚି ଗ୍ରମାବାସୀ ଉପସ୍ଥିତ ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ । ତୀଙ୍କ ସହ ପୂର୍ବତନ ବିଜେଡି ବିଧାୟକ ତଥା ଉପ-ବାଚସ୍ପତି ସାଲୁଗା ପ୍ରଧାନ ମଧ୍ୟ ଥିଲେ । ତେବେ ସେଠାରେ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗ ଶୁଣିଥିଲେ ଉଭୟ ନେତା । ଗ୍ରମାବାସୀଙ୍କ ସହ ଆଲୋଚନା ପରେ ବିଜୟ ମାହାପାତ୍ର କହିଥିଲେ ଯେ, ପିଡ଼ିଏସ ଚାଉଳ ନଥିବାରୁ ଭୋକ ବିକଳରେ ଆମ୍ବ ଟାକୁଆରୁ କୋଇଲି ବାହାର କରି ଯାଉ କରି ଲୋକେ ଖାଉଥିଲେ । ଯାହା ଫଳରେ ଆଜି ଦୁଇଟି ଅମୂଲ୍ୟ ଜୀବନ ଚାଲିଯିବା ସହ ଦୁଇଟି ଶିଶୁ ଅନାଥ ହୋଇ ଯାଇଛନ୍ତି । ଏଭଳି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ତର ନଦେଇ ତାତ୍ସଲ୍ୟ କରିଥିବା କହିଛନ୍ତି । ଉପମୁଖ୍ୟ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତି ନିନ୍ଦନୀୟ । ଆଦିବାସୀ ମାନଙ୍କ ଖାଦ୍ୟ ହେଉଛି ଆମ୍ବ ଟାକୁଆ କୋଇଲି, ଯେଉଁ ଉକ୍ତି ଅତ୍ୟନ୍ତ ନିନ୍ଦନୀୟ । ତେବେ ମାଣ୍ଡି ପଙ୍କା ଗସ୍ତ ଅବସରରେ ସରକାରଙ୍କ ଉପୁରେ ପ୍ରବଳ ବର୍ଷିଥିଲେ ବିଜୟ ମାହାପାତ୍ର ।

    ଘଟଣା ଘଟିବା ପରେ ଗ୍ରାମରେ ଜିଲ୍ଲାପାଳ, ବିଡ଼ିଓ, ତହସିଲ ଦାର ଓ ଆରଡିସି ପହଞ୍ଚି ଗ୍ରାମରେ ଥିବା ଅସୁବିଧା ଗୁଡିକୁ ଧ୍ୟାନ ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗ୍ରାମରେ ଉନ୍ନୟନ ମୂଳକ କାଯ୍ୟ ଆରମ୍ଭ ହୋଇଛି । ହେଲେ ଗ୍ରାମରେ ନେଟୱ।ର୍କ ନଥିବାରୁ କାଲି ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ବାଇକ ଯୋଗେ ନେଇ ପ୍ରଥମେ ବ୍ରାମୁଁଣିଗାଁ ପରେ ସେଠାରୁ ଆମ୍ବୁଲାସ ମାଧ୍ୟମାରେ ବ୍ରହ୍ମପୁର ଏମକେସିଜି ନିଆ ଯାଇଥିଲା । ସେଠାରେ ଶିଶୁଟି ଜନ୍ମ ହେଲା ପରେ ମୃତବରଣ କରିଥିବା ଜଣାପଡିଛି । ତୁରନ୍ତ ଗ୍ରାମରେ ନେଟୱାର୍କ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ

    ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ

    ବାଇକରୁ ପଡି ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ହେଲେ ଭାଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବିଦେଇପୁରର ରତିକାନ୍ତ ମଳିକ । ସୂଚନା ଅନୁଯାୟୀ, ଗତକାଲି ସକାଳ ସମୟରେ ସେ ବାସୁଦେବପୁରୁରୁ କୌଣସି ଏକ କାମରେ ଧାମରା ନିକଟ ଚନ୍ଦନୀପାଳକୁ ଯାଇଥିଲେ । ଧାମରା-ଚନ୍ଦନୀପାଳ ରାସ୍ତାରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାର ଶିକାର ହୋଇଥିଲା । ବାଇକଟି ରାସ୍ତା କଡକୁ ଛିଟିକି ପଡିବାରୁ ରତିକାନ୍ତଙ୍କର ମୃତ ହୋଇଛି । ମୃତଦେହ ରାସ୍ତା କଡ ନାଳରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହକୁ ବାସୁଦେବପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଛନ୍ତି ।

  • ଜେଇ ନୁହଁ ଭାଇ ଚଲାଇଛନ୍ତି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ

    ଜେଇ ନୁହଁ ଭାଇ ଚଲାଇଛନ୍ତି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ

    ଆଗରୁ ଆମେ ନକଲି ପୋଲିସ, ନକଲି ଓକିଲ, ନକଲି ଡାକ୍ତର ଦେଖିଥିଲେ । ହେଲେ ଏବେ ମାର୍କେଟକୁ ଆସିଲେଣି ନକଲି ଜେଇ । ଯାହାର ତାଜା ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରରେ । ଗରଦପୁର ବ୍ଲକ ଅଞ୍ଚଳରେ ନିର୍ମାଣ ହେଉଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ନକଲି ଯନ୍ତ୍ରୀଙ୍କ ତତ୍ୱାବଧାନରେ ହେଉଥିବା ଖବର ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ନିର୍ମାଣ ସ୍ଥଳରେ ପହଁଚିଥିଲେ । ସେଠାରେ ବିଭାଗୀୟ ଯନ୍ତ୍ରୀ କିମ୍ବା ବିଭାଗୀୟ କର୍ମଚାରୀ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ ।

    ଠିକ ସଂସ୍ଥା ଅଧିନରେ ସେଠାରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ପଚାରିବାରୁ ସେମାନେ ନାଲି ସାର୍ଟ ପିନ୍ଧା ଏକ ବ୍ୟକ୍ତିଙ୍କୁ ବିଭାଗୀୟ ଯନ୍ତ୍ରୀ ବୋଲି ସୂଚାଇଥିଲେ । ହେଲେ ତାଙ୍କ ହାବଭାବ ନେଇ ସନ୍ଧେହ ହେବାରୁ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ସିଧାସଳଖ ପ୍ରଶ୍ନ କରିବାରୁ ସେ ନିଜକୁ ବିଭାଗୀୟ ଯନ୍ତ୍ରୀଙ୍କ ଭାଇ ବୋଲି ପରିଚୟ ଦେଇଥିଲେ । ସେ ଡିପ୍ଲୋମା କରିଛନ୍ତି ଏବଂ ତାଙ୍କ ଭାଇ ଆସିପାରୁନଥିବାରୁ କାମ ଦେଖିବାକୁ ସେ ଆସିଛନ୍ତି ବୋଲି କହିଥିଲେ ।

    ତେବେ ଉପରସ୍ଥ ଅଧିକାରୀ ଏହି ଘଟଣାର ବାସ୍ତବ ସତ୍ୟତା କଣ ତାହା ଉପରୁ ପରଦା ଉଠାଇବା ନିହାତି ଆବଶ୍ୟକ ।

  • ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଦର୍ଶନକୁ ନେଇ ଭକ୍ତ ଓ ଜେଟିପି ମୁହାଁମୁହିଁ

    ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଦର୍ଶନକୁ ନେଇ ଭକ୍ତ ଓ ଜେଟିପି ମୁହାଁମୁହିଁ

    ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭକ୍ତ ଓ ଜେଟିପି ମୁହାଁ ମୁହିଁ । ଜଣେ ଭକ୍ତଙ୍କ ଆକ୍ରମଣରେ ଜଣେ ଜେଟିପି ଆହତ ହୋଇଛନ୍ତି । ତେବେ ଏନେଇ ସିଂହଦ୍ଵାର ଥାନାରେ ଦୁଇ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

    ତେବେ ସୂଚନା ଅନୁଯାୟୀ, ପାଞ୍ଚ ଜଣ ବଙ୍ଗୀୟ ଭକ୍ତ ଶ୍ରୀମନ୍ଦିର ଘଣ୍ଟି ଦ୍ଵାର ନିକଟରେ ଦର୍ଶନ ପାଇଁ ପ୍ରବେଶ ନିମନ୍ତେ ଅପେକ୍ଷାରେ ଥିଲେ । ତେବେ ହବିଶିଆଳି ମା ମାନଙ୍କୁ ଏହି ରାସ୍ତା ପଟେ ଯିବା ପାଇଁ ଜେଟିପି ଅନୁମତି ଦେଇଥିଲେ । କିନ୍ତୁ ଅପେକ୍ଷାରତ ବଙ୍ଗୀୟ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ । ଘଣ୍ଟି ଦ୍ଵାର ଦେଇ କେବଳ ପ୍ରବେଶ ପାଇଁ ହବିଶିଆଳିଙ୍କୁ ଅନୁମତି ଦିଆଯାଇଛି ।

    ତେବେ ବଙ୍ଗୀୟ ଭକ୍ତଙ୍କୁ ଜେଟିପି ପ୍ରବେଶ ପାଇଁ ଅନୁମତି ନଦେବାରୁ ଏଥିରେ ରାଗି ଯାଇ ଜଣେ ଭକ୍ତ ଜେଟିପୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆହତ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁଯାୟା, ସକାଳ ୯ ଟା ସମୟରେ ସେ ଶ୍ରୀ ମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାଇତ୍ୱରେ ଥିଲେ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।

    ଘଣ୍ଟି ଦ୍ୱାର ନିକଟରେ ଜେଟିପି ଗୁପ୍ତେଶ୍ୱର ବାରଣ କରିଥିଲେ । ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଛନ୍ତି ବୋଲି ଜେଟିପି ଗୁପ୍ତେଶ୍ୱର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାପରେ ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ସିଂହଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • କୃଷକ ଗର୍ଜନ ସମାବେଶ,ଦାବି ନ ଶୁଣିଲେ ଆନ୍ଦୋଳନ ତୀବ୍ର

    କୃଷକ ଗର୍ଜନ ସମାବେଶ,ଦାବି ନ ଶୁଣିଲେ ଆନ୍ଦୋଳନ ତୀବ୍ର

    ବରଗଡ ଜିଲ୍ଲା ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ଏକ ବିରାଟ କୃଷକ ଗର୍ଜନ ସମାବେଶ ଅନୁଷ୍ଠିତ । ଏହି ସମାବେଶରେ ଓଡିଶା ତଥା ରାଜ୍ୟ ବାହାରୁ ଅନେକ କୃଷକ ନେତା ଯୋଗଦାନ କରି ସମାବେଶକୁ ସଫଳ କରିଥିଲେ । ଉକ୍ତ ବିଶାଳ ଚାଷୀ ସମାବେଶରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦାନ ଦେଇଥିଲେ । ରାଜବୋରାସମ୍ବର କୃଷକ ସଂଗଠନ ଚାଷୀର ହକ୍ ଅଧିକାର ତଥା ଅନେକ ସମସ୍ୟା କୁ ନେଇ ଲଢୁଥିବା ବେଳେ ଏହି ସମାବେଶରେ ସବୁ ଜମିକୁ ଜଳ ସେଚନ ଏବଂ ସବୁ ଚାଷୀଙ୍କ ଋଣ ଛାଡ, ଫସଲର ଉଚିତ୍ ମୂଲ୍ୟ ସହ ବଜାର ବ୍ୟବସ୍ଥା, ଦେୟ ମୁକ୍ତ ବିଦ୍ୟୁତ୍ ଏବଂ ବକେୟା ବିଦ୍ୟୁତ୍ ବିଲ୍ ଛାଡ, ଜଙ୍ଗଲ ଜାତ ଦ୍ରବ୍ୟର ମୂଲ୍ୟ ଓ ବଜାର, ଆବଶ୍ୟକ ଶିକ୍ଷକ ଓ ଡାକ୍ତର, ଭତ୍ତା ୩୦୦୦ ଟଙ୍କା, ସମ୍ବଲପୁରୀ ଭାଷାକୁ ସମ୍ବିଧାନ ମାନ୍ୟତା ଓ କୋଶଳ ରାଜ୍ୟ ତଥା ପଦ୍ମପୁରକୁ ଜିଲ୍ଲା କାର୍ଯ୍ୟକାରୀ କରିବାର ଦାବୀ ଗୁଡ଼ିକ ରଖାଯାଇଛି । ଆଗାମୀ ଦିନରେ ଚାଷୀ ମାନଙ୍କ ଏହି ୩ ପି.ପି.ପିକୁ ପୁରଣ ନହେଲେ କୃଷକ ସଂଗଠନ ଆହୁରି ତୀବ୍ର ରୂପେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

  • ଚିନ୍ତା ବଢାଉଛି ଅନୁପ୍ରବେଶକାରୀ, ତାତିଲେ ବଜ୍ରଙ୍ଗ ଦଳ

    ଚିନ୍ତା ବଢାଉଛି ଅନୁପ୍ରବେଶକାରୀ, ତାତିଲେ ବଜ୍ରଙ୍ଗ ଦଳ

    ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଡ଼ି ଚାଲିଛି ବାଂଲାଦେଶୀଙ୍କ ଅନୁପ୍ରବେଶ । ଏନେଇ ଆଜି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବଜରଙ୍ଗ ଦଳ । ବାହାର ରାଜ୍ୟରୁ ଆମ ରାଜ୍ୟକୁ ବିଶେଷ କରି ରାୟଗଡ଼ା ଜିଲ୍ଲାରେ ବଢିବାରେ ଲାଗିଛି ବାଙ୍ଗାଳାଦେଶୀଙ୍କ ପ୍ରବେଶ । ଏହି ଦିଗରେ ଜାଣିଶୁଣି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ଯାହା ଫଳରେ ରାୟଗଡା ଜିଲ୍ଲାରେ ବାଙ୍ଗାଳାଦେଶୀ ମାନେ ବିଭିନ୍ନ ବ୍ଲକ ଏବଂ ଗାଁ ଗହଳିରେ ପ୍ରବେଶ କରି ଅସମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସାମ୍ନାକୁ ଆସୁଛି । ସେମାନଙ୍କ ନିକଟରେ କୌଣସି ସଠିକ୍ ପ୍ରମାଣ ପତ୍ର କିମ୍ବା ସ୍ଥାନୀୟ ବାସିନ୍ଦାର ପ୍ରମାଣ ପତ୍ର ନଥାଇ ସୁଦ୍ଧା ଜିଲ୍ଲାର ଜେକେପୁରୁ, ଗୁଣୁପୁର, କଲ୍ୟାଣସିଙ୍ଗିପୁରୁ, ରାମନା ଗୁଡା ଏବଂ ମୁନିଗୁଡା ସମେତ ବିଭିନ୍ନ ପଞ୍ଚାୟତରେ ୮ ହଜାରରୁ ଉର୍ଦ୍ଧ୍ବ ବାଙ୍ଗଳାଦେଶୀ ବର୍ତ୍ତମାନ ବାସ କରିସାରିଥିବା ଅଭିଯୋଗ ହୋଇଛି ।

    ଏସମସ୍ତ ଘଟଣା ସମ୍ପର୍କରେ ଆଗରୁ ବଜରଙ୍ଗ ଦଳ ପକ୍ଷରୁ ବାରମ୍ବାର ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ଆରଖି ଅଧିକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସେନେଇ ଆଜି ବଜରଙ୍ଗ ଦଳ ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା ମିଳିତ ଭାବେ ଏକ ଅଭିଯୋଗ ପତ୍ର ନେଇ ରାୟଗଡା ଜେକେପୁରୁ ଚାନ୍ଦିଲି ଥାନାରେ ପ୍ରବେଶ କରି ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ଏବି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଚାନ୍ଦିଲି ଥାନା ଅଧିକାରୀ । ଏହି ଦିଗରେ କେବେ ପୋଲିସ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା ବାକି ।

  • ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ପରିବାର ମୁହଁରେ ଦାନା ଦେବା ପାଇଁ ଘରୁ ଗୋଡ କାଢିଥିଲେ ଯସ୍ମିନା ଶବର । ହେଲେ ଗତକାଲି ତାଙ୍କ ମୃତଦେହ ନିଜ ଘରକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଦୁର୍ଗମ ଆଦିମ ଜନଜାତି ଅଞ୍ଚଳ କିତୁଙ୍ଗ ଗ୍ରାମରେ । ଗ୍ରାମର ଲାଗୁ ଶବରଙ୍କ ୨୦ ବର୍ଷିୟ ଝିଅ ଯସ୍ମିନା ଶବର ଯୁକ୍ତ ଦୁଇ ପାଠ ପଢ଼ି ସାରିବା ପରେ ଗତ ୩ ବର୍ଷ ପୂର୍ବରୁ ସେ ବାଲେଶ୍ଵରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ । ଗରିବ ପରିବାରର ହୋଇଥିବାରୁ ପେଟରେ ଦାନା ମୁଠାଏ ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥିଲେ ଯସ୍ମିନା । ହେଲେ ଗତ ଦୁଇ ଦିନ ତଳେ ତାଙ୍କ ମୃତଦେହ ବାଲେଶ୍ଵର ରେଳ ଲାଇନ ନିକଟରୁ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଜବତ ମୃତ ଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହା ରେଳ ଦୁର୍ଘଟଣା ଜନିତ ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଲାଞ୍ଜିଆ ସୌରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ତେବେ ଯସ୍ମିନାଙ୍କ ଭଳି ଜଣେ ଆଦିବାସୀ ଯୁବତୀ କଠିନ ପରିଶ୍ରମ କରି ପରିବାରର ବୋଝ ମୁଣ୍ଡାଉଥିବା ବେଳେ ତାଙ୍କ ସହିତ ଏମିତି କଣ ଘଟିଲା ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ରାଜ୍ୟରେ ଅନେକ ସମୟରେ ଗରିବ ଆଦିବାସୀଙ୍କ ଉପରେ ଜୁଲୁମ ହେଉଥିବା ଖବର ସାମ୍ନାକୁ ଆସେ । ଏଭଳି ଘଟଣା ଉପରେ ଯଦି ସରକାର ଦୃଷ୍ଟି ଦେଇ କୌଣସି ପଦକ୍ଷେପ ନନିଅନ୍ତି ତା ହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଦିବାସୀ ମହାସଂଘ କହିଛି । ଏଭଳି ଗୋଟିଏ ନୁହେଁ କି ଦୁଇଟି ବାରମ୍ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ତେବେ ମୃତ ଯସ୍ମୀନାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

  • ବେଅ।ଇନ ବାଣ କାରବାର ! ବର୍ଷକରେ ପୁରୀରେ ଗଲାଣୀ ୧୮ ଜୀବନ

    ବେଅ।ଇନ ବାଣ କାରବାର ! ବର୍ଷକରେ ପୁରୀରେ ଗଲାଣୀ ୧୮ ଜୀବନ

    ପୁରୀରେ ବଢୁଛି ବେଅ।ଇନ ବାଣ କାରବାର ! ପୁଲିସ ଚୁପ୍… ପ୍ରଶାସନ ଚୁପ… ଯାହାର ଫଳ ଭୋଗିବାକୁ ପଡୁଛି ସାଧାରଣ ଲୋକଙ୍କୁ, ପୁରୀ ନରେନ୍ଦ୍ର ପୁଷ୍କରଣୀ ବାଣ ବିଷ୍ପୋରଣ ଘଟଣା ମନରୁ ନଲିଭୁଣୁ ବାଟଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଚାଲିଗଲା ୨ ଜଣକ ଜୀବନ । ଅନ୍ୟଜଣେ ଗୁରତର କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।
    ତେବେ କାହିଁକି ହେଲା ଏପରି ଅଘଟଣ ?… ପୁରୀ ପୁଲିସ କରୁଥିଲା କ’ଣ ? ବେଅ।ଇନ ବାଣ କାରବାର ରୋକିବାରେ କାହିଁକି ବିଫଳ ହେଲା ପୁଲିସ ?… ଗୃହ ବିଭାଗ ନିୟମ ଅନୁସାରେ ଦୀପାବଳୀ ପୂର୍ବରୁ ରାଜ୍ୟର ପ୍ରତ୍ୟକ ଥାନା ଅଂଚଳରେ ଚାଲୁଥିବା ବେଅ।ଇନ ବାଣ କାରବାରକୁ ରୋକିବା ସହ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି ଫେଲ ମାରିଲା ପୁଲିସର ଗୁଇଁନ୍ଦା ରିପୋର୍ଟ ?…ତେବେ ଏ ଘଟଣା ପାଇଁ ଦାୟୀ କିଏ ? …କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ? …ଏ ଘଟଣାକୁ ନେଇ ଉଠିଛି ଏଏବେ ମିତି ଅନେକ ପ୍ରଶ୍ନ ?…

    ମଇ ୨୦୨୪ ରେ, ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ସମୟରେ ବାଣ ବିଷ୍ପୋରଣରେ ଚାଲିଯାଇଥିଲା ୧୬ ଜଣ ନିରିହ ଶ୍ରଦ୍ଧାଳୁଙ୍କ ଜୀବନ । ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ପୁଅକୁ ହରାଇଲା ତ ଅ।ଉ କିଏ ବାପାକୁ ହରାଇଲା… କିଏ ଝିଅକୁ ହରାଇଲା ତ ଅ।ଉ କିଏ ମା’କୁ … ମୃତ୍ୟୁର କରୁଣ ଚିତ୍କାର ମନରୁ ନଲିଭୁନୁ, ଏବେ ପୁଣି ବାଟଗାଁରେ ବାଣ ବିଷ୍ପୋରଣ ଘଟଣା , ପୁରୀ ପୁଲିସର ପାରିବା ପଣିଅ।କୁ ପଦାରେ ପକାଇଛି । ।

    ପୁରୀ ସଦର ଥାନା ବାଟଗାଁ ରାଉତ ସାହିରେ ମୃତକ ବୁଲା ରାଉତ ନିଜ ଘରେ ବେଅ।ଇନ ବାଣ ଭିଡୁଥିଲେ ଓ ବାଣ ବିକ୍ରୀ କରୁଥିଲେ, ସହ ଯୋଗ କରୁଥିଲେ ପରିବାର ଲୋକ ।
    ଗାଁ ଲୋକ ଜାଣି ଥିଲେ .. ବାଣ କିଣିବାକୁ ବୁଲା ପାଖକୁ ଯାଉଥିଲେ । ବାଣ ବିକ୍ରୀକରି ବୁଲା ବଡଲୋକ ହେବାକୁ ଚାହୁଁଥିଲା । ହେଲେ, ସବୁ କିଛି ସର୍ବନାଶ ହୋଇଗଲା ।

    ବୁଲା ବାଣ ଭିଡୁଥିବା ବେଳେ ଘରପାଖରେ ଥିଲେ ଭାଉଜ ଲିପା ରାଉତ। ବାଟଗାଁର ସଞ୍ଜୟ ଜେନା ବାଣ କିଣିବାକୁ ଯାଇଥିଲେ । କିଛି ବୁଝିବା ପୂର୍ବରୁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ବୁଲା ରାଉତଙ୍କ ମୃତ୍ୟୁ ହୋଇଥିଲା । ସଞ୍ଜୟ ଜେନା ଓ ଲିପା ରାଉତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ପରେ କଟକସ୍ଥିତ SCB ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ଷକ ମଧ୍ୟରେ ପୁରୀରେ ବିସ୍ଫୋରଣରେ ୧୮ ବ୍ୟକ୍ତି ଜୀବନ ହରାଇଥିବା ଯାଇଥିବା କୁହାଯାଉଛି ।

    ତେବେ, ଏ ଘଟଣାରେ ପୁରୀ ଏସପି ଭିନିତ ଅଗ୍ରଓ୍ବାଲଙ୍କ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ତଦନ୍ତ ଅ।ରମ୍ଭ କରିଛି ପୋଲିସ୍ ।

  • କଇଁଛ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା

    କଇଁଛ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା

    ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବୀ । କଇଁଛ ସୁରକ୍ଷା ପାଇଁ ସରକାର ୭ ମାସର କଟକଣା ଏବେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବିଙ୍କୁ ପକାଇ ଦେଉଛି ଚିନ୍ତାରେ । ନଭେମ୍ବର ୧ରୁ ମେ ୩୧ ଯାଏଁ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳରୁ ୨୦ ଫାଦାମ୍ ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରି ପାରିବେ ନାହିଁ ମାଛ । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ ଲକ୍ଷ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ।ାହାର ପ୍ରଭାର ସିଧା ମାତ୍ସ୍ଯଜୀବୀଙ୍କ ଉପରେ ପଡୁଛି ।

    ଓଡିଶାର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲାଗାଇଛନ୍ତି ସରକାର । ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ତା କରାଯାଇନଥିବା ବେଳେ ଅନେକ ମତ୍ସ୍ୟଜିବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ, ବନ ବିଭାଗ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ମଧ୍ଯ ହେଉଛନ୍ତି । ସେହିପରି ପ୍ରତିବର୍ଷ ବରମ୍ବାର ବାତ୍ୟା, ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବାରେ ମଧ୍ଯ ସମସ୍ୟା ଭୋଗ କରୁଛନ୍ତି ମତ୍ସ୍ୟଜୀବୀ ।