Category: ରାଜ୍ୟ ଖବର

  • ଛାଡ଼ଖାଇ ପାଇଁ ଦୁଲୁକୁଛି ଆମିଷ ବଜାର

    ଛାଡ଼ଖାଇ ପାଇଁ ଦୁଲୁକୁଛି ଆମିଷ ବଜାର

    କାର୍ତିକମାସ ଶେଷହେବାପରେ ଗତକାଲି ଛାଡଖାଇ ଥିଲେମଧ୍ୟ ସଙ୍କରାନ୍ତି ପାଇଁ ଫିକା ପଡିଯାଇଥିଲା ଛାଡଖାଇ, ଆଜି ରବିବାର ଥିବାରୁ ମାସକଯାକ ଆମିଷ ଛାଡ଼ିଥିବା ଲୋକମାନେ ଆଜି ଆନନ୍ଦ ଉଲ୍ଲାସରେ ଛାଡଖାଇ ପାଳନ କରୁଛନ୍ତି, ଏଥିପାଇଁ ସକାଳୁସକାଳୁ ସହରରେ ଥିବା ମାଛବଜାରରେ ଲୋକମାନଙ୍କର ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା , ମାଛବଜାରରେ ବିଭିନ୍ନ କିସମର ମାଛ, ଚିଙ୍ଗୁଡ଼ି, କଙ୍କଡା, ଓ ସାମୁଦ୍ରିକ ମାଛ ବିକ୍ରି ହେଉଥିବା ଦେଖାଯାଇଥିଲା, ସେହିପରି ମଟନ ଓ ଚିକେନ ଦୋକାନ ଗୁଡିକରେ ଲୋକଙ୍କର ଲାଇନ ଲମ୍ବିଥିଲା, ଯଦିଓ ମାଛ, ଚିକେନ, ମାଂସ ଦର ପୂର୍ବ ଅପେକ୍ଷା ଅଧିକ ଥିଲେ ମଧ୍ୟ ଲୋକଙ୍କୁ ତାହାର କିଛି ପ୍ରଭାବ ପଡ଼ିନଥିଲା I ସେହିପରି ଭୁବନେଶ୍ୱର ୟୁନିଟ ୪ ମାର୍କେଟରେ ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକରେ ମାସରେ ହବିଷ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଛି । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ବାରିପଦା ଦେଶୀ ଚିକେନ କେଜିକୁ ୫୫୦ ଟଙ୍କା ଥିବାବେଳେ ବ୍ରୟଲର ୨୪୦, ମଟନ ୮୦୦, ଖଇଙ୍ଗା ମାଛ ୫୦୦, କଳା ପାମ୍ପ୍ଲେଟ ୪୫୦, ରୂପ ଚାନ୍ଦି ୨୫୦, ପାମ୍ପ୍ଲେଟ ୧ ହଜାର, ବଡ଼ ଚିଙ୍ଗୁଡ଼ି ୫୫୦ ରହିଛି ।

  • ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ କ’ଣ କହିଛନ୍ତି କୈଲାଶ ଗେହଲୋଟ୍?

    ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ କ’ଣ କହିଛନ୍ତି କୈଲାଶ ଗେହଲୋଟ୍?

    ଦିଲ୍ଲୀର ପରିବହନ, ପ୍ରଶାସନିକ ସୁଧାର, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଗୃହ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ କୈଳାଶ ଗେହଲୋଟ୍ GNTCD ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ କୈଳାଶ ଗେହଲୋଟ୍ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ସରକାରୀ ମୁଖ୍ୟ ଆତିଶୀଙ୍କୁ ପୃଥକ ଭାବେ ଇସ୍ତଫା ପଠାଇଛନ୍ତି ।

    ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଆତିଷୀଙ୍କୁ ପଠାଯାଇଥିବା ଚିଠିରେ ଲେଖିଛନ୍ତି – ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ , ମୁଁ GNTCD ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଉଛି। ଏହାକୁ ତୁରନ୍ତ ଆଦର ସହକାରେ ଗ୍ରହଣ କରିବେ |

    ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୈଳାଶ ଗେହଲୋଟ୍ ଆମ୍ ଆଦମୀ ପାର୍ଟିର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ସଚ୍ଚୋଟ ରାଜନୀତିରେ ସେ ଦଳରେ ଯୋଗ ଦେଇଥିଲେ ତାହା ଆଉ ନାହିଁ। ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ପର୍କରେ କୈଳାଶ ଗେହଲୋଟ୍ ଅଭିଯୋଗ କରିଛନ୍ତି। ଯମୁନାରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଉପରେ ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି। ଗେହଲୋଟ୍ କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ମାଗିବାରେ ଅଧିକ ସମୟ ବିତାଉଛନ୍ତି।

  • ମାଛ ବିକିବାକୁ ଯାଇ ଆଉ ଫେରିଲେ ନାହିଁ !

    ମାଛ ବିକିବାକୁ ଯାଇ ଆଉ ଫେରିଲେ ନାହିଁ !

    ଆଜି ଛାଡଖାଇ ଥିବାରୁ, ବାଲିଝରା ବସ୍ତିର ମହେନ୍ଦ୍ର ଜେନା ବାଲିପ୍ଲଟରୁ ମାଛକିଣି ବ୍ୟବସାୟ କରିବା ପାଇଁ ବାଲିଝରା କଲୋନିକୁ ଯାଉଥିବା ବେଳେ ଆଠରବାଙ୍କି ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

    ପାରାଦୀପ ଅଠରବାଙ୍କିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସାଇକେଲରେ ଯାଉଥିବା ବେଳେ ମାଛବେପାରିଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍। ଫଳରେ, ଘଟଣା ସ୍ଥଳରେ ହିଁ ମାଛ ବେପାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବାଲିଝରା ବସ୍ତିର ମହେନ୍ଦ୍ର ଜେନା। ଆଜି ଛାଡଖାଇ ଥିବାରୁ ମହେନ୍ଦ୍ର ବାଲିପ୍ଲଟରୁ ମାଛକିଣି ବ୍ୟବସାୟ କରିବା ପାଇଁ ବାଲିଝରା କଲୋନିକୁ ଯାଉଥିବା ବେଳେ ଆଠରବାଙ୍କି ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ୟକ୍ତ ଲୋକମାନଙ୍କ ପକ୍ଷରୁ କ୍ଷତିପୁରଣ ଦାବିରେ ଅଠରବାଙ୍କିରେ ଟାୟର ଜାଳି ରାସ୍ତାରୋକ କରାଯାଇଥିଲା। ରାସ୍ତାରୋକ ଯୋଗୁ, କଟକ-ପାରାଦୀପ ରାଜରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଖବର ପାଇ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା ।

  • ରୋଗୀ ସେବା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ‘କିୟୋର୍ ଏନ୍ କେୟାର୍’ ହସ୍ପିଟାଲ

    ରୋଗୀ ସେବା କ୍ଷେତ୍ରରେ ମାଇଲଖୁଣ୍ଟ ପାଲଟିବ ‘କିୟୋର୍ ଏନ୍ କେୟାର୍’ ହସ୍ପିଟାଲ

    ଭଦ୍ରକ ଜିଲ୍ଳା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ଏକ ଅତ୍ୟାଧୁନିକ ବେସରକାରୀ ହସ୍ପିଟାଲ କିୟୋର୍ ଏନ୍ କେୟାର୍ କୁ ଉଦ୍ଘାଟିତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଭଦ୍ରକ, ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାରେ ଏପରି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଥିବା ବେସରକାରୀ ହସ୍ପିଟାଲ୍ ପ୍ରଥମ ଥର ପାଇଁ ପ୍ରତିଷ୍ଠା କରାଯାଇଛି ।

    ବାସୁଦେବପୁର ଅଞ୍ଚଳର ଯୁବ ସମାଜସେବୀ ଓ ଶିଳ୍ପଦ୍ୟୋଗୀ ଶୁଭେନ୍ଦୁ ଭୂଷଣ ବେହେରାଙ୍କ ଉଦ୍ୟମକ୍ରମେ ଆରମ୍ଭ ହୋଇଥିବା ଏହି ହସ୍ପିଟାଲ କେବଳ ବାସୁଦେବପୁର ନୁହେଁ ବରଂ ତିନୋଟି ଜିଲ୍ଲାର ରୋଗୀ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ସାହିର ବିଧାୟକ ସନାତନ ବିଜୁଳି, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ବାସୁଦେବପୁର ବିଜେପି ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି ସୂଚନା ଦେଇଛନ୍ତି । ତିରିଶି ଶଯ୍ୟା ବିଶିଷ୍ଟ ଏହି ହସ୍ପପିଟାଲ୍ ରେ ୬ ଟି ICU ବେଡ୍ ଓ ଭେଣ୍ଟିଲେଟର୍ ବ୍ୟବସ୍ଥା ରହିଛି ।

    ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ଶୋଷଣ କରିବାର ମାନସିକତା ଠାରୁ ଦୂରରେ, ସେବା ମନୋଭାବ ସହ କିୟୋର୍ ଏନ୍ କେୟାର୍ ହସ୍ପିଟାଲ୍ କାର୍ଯ୍ୟ କରିବେ ବୋଲି ମା’ ଦୁର୍ଗା ମେଡିକାଲ୍ ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳନା ମୁଖ୍ୟ ଶୁଭେନ୍ଦୁ ଭୂଷଣ ବେହେରା ସୂଚନା ଦେଇଛନ୍ତି। ଏବେ ଦେଖିବିକୁ ବାକି ରହିଲା ପ୍ରକୃତରେ ଅତ୍ୟାଧୁନିକ ବେସରକାରୀ ହସ୍ପପିଟାଲ୍ ସାଧାରଣ ଜନତାଙ୍କ ପ୍ରତି ସେବା କ୍ଷେତ୍ରରେ କେତେ ସହାୟକ ହେଉଛି ।

  • ମହାନଦୀକୁ ଡେଇଁ ଯୁବକ ନିଖୋଜ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଙ୍କ ଖୋଜା ଜାରି

    ମହାନଦୀକୁ ଡେଇଁ ଯୁବକ ନିଖୋଜ,ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଙ୍କ ଖୋଜା ଜାରି

    ମହାନଦୀ ପୋଲ ତଳକୁ ଡେଇଁପଡିଲେ ଯୁବକ । ଭୂତୁମୁଣ୍ଡାଇ ମହାନଦୀ ପୋଲରୁ ଡେଇଁ ପଡିଥିବା ଯୁବକ ଏବେ ନିଖୋଜ ହୋଇଛନ୍ତି । କୁଜଙ୍ଗ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ଏପର୍ଯ୍ଯନ୍ତ ଯୁବକଙ୍କ ସଠିକ୍ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସକାଳ ୯ ଟା ପାଖାପାଖି ଜଣେ ବ୍ୟକ୍ତି ହଠାତ ପୋଲ ଉପରୁ ମହାନଦୀ କୁ ଡେଇଁ ପଡ଼ିଥିଲେ। ସେଠାରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ମିଳିଛି ।। ତାଙ୍କର ବୟସ ୨୪ ବର୍ଷ । ପୋଲିସ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେବାପରେ , ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଯୁବକ ଜଣକ ଏଭଳି ଚରମ ନିଷ୍ପତି ନେଲେ ତାହା ଏଯାଏଁ ଜଣାପଡି ନାହିଁ ।

  • ସରିଲା ଧର୍ମର ମାସ, ଘର ବାହୁଡିଲେ ହବିଷ୍ୟାଳୀ

    ସରିଲା ଧର୍ମର ମାସ, ଘର ବାହୁଡିଲେ ହବିଷ୍ୟାଳୀ

    ଆଜି, ଶ୍ରୀକ୍ଷେତ୍ରରୁ ହବିଷ୍ୟାଳିମାନଙ୍କର ଘର ବାହୁଡ଼ା ହୋଇଛି। ଦୀର୍ଘ ୧ ମାସ ଧରି ଏକତ୍ରିତ ହୋଇ ବ୍ରତ ପାଳନ କରୁଥିବା ବ୍ରତ ଚାରିଣୀମାନେ ଆଜି ବିଦାୟ ନେବା ବେଳେ ନିଜର ସାଙ୍ଗ ସାଥୀ ମାନଙ୍କୁ ଭାବ ବିହ୍ୱଳ କଣ୍ଠରେ “ବଞ୍ଚିଥିଲେ ପୁଣି ଆରବର୍ଷକୁ ଦେଖା ହେବ” ବୋଲି କହୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ହବିଷ୍ୟାଳୀଙ୍କ ଘର ବାହୁଡାପାଇଁ ବସ୍ ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

    ପୁରୀ ସହରରେ ଧର୍ମ ମାସ କାର୍ତ୍ତିକ ମାସର ବ୍ରତ ପାଳନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହବିଷ୍ୟାଳିମାନଙ୍କର ଭିଡ ଜମି ଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଟି ସ୍ଥାନରେ ହବିଷ୍ୟାଳି ମାନଙ୍କୁ ରଖିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସମୁଦାୟ ୨,୫୦୦ ହବିଷ୍ୟାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ହବିଷ୍ୟାଳି ଶିବିରରେ ରଖାଯାଇ ସେମାନଙ୍କର ରହଣି ଓ ଖାଦ୍ୟ-ପାନୀୟର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏତଦ୍ ବ୍ୟତୀତ, ଅନେକ ହବିଷ୍ୟାଳି ବିଭିନ୍ନ ମଠ, ନବୀନ ହାଉସ୍ ଓ ଭଡା ଘରେ ରହି ବ୍ରତ ପାଳନ କରୁଥିବାର ଦେଖା ଯାଇଥିଲା ।

  • ଆ-କା-ମା-ବଇ,ପାନ ଗୁଆ ଥୋଇ,ପାନଗୁଆ ତୋର,ମାସକ ଧରମ ମୋର

    ଆ-କା-ମା-ବଇ,ପାନ ଗୁଆ ଥୋଇ,ପାନଗୁଆ ତୋର,ମାସକ ଧରମ ମୋର

    ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣରେଖା ନଦୀରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ ଧରମ ମାସରେ ଡଙ୍ଗା ଭସାଉଛନ୍ତି । ଏହି ଘାଟ ପୁରାଣ କିମ୍ବଦନ୍ତୀ ଅନୁସାରେ ପବିତ୍ର ସ୍ଥାନ ହୋଇଥିବା ବେଳେ ଶହଶହ ଲୋକେ ଏହି ଠାରେ ଏକତ୍ରିତ ହୋଇ ଧର୍ମ ମାସର ପୂଣ୍ୟପ୍ରାପ୍ତି ପାଇଁ ସୁବର୍ଣ୍ଣ ରେଖା ନଦୀ ଜଳରେ ଡଙ୍ଗ‌ା ଭସାଉଥିବା ଦେଖିବାକୁ ମିଳିଛି। ବାଲିଆପାଳ ସହର ସମେତ ପାଖଆଖ ଅଂଚଳରୁ ଶ୍ରଦ୍ଧାଳୁ ଭିଡ ଦେଖିବାକୁ ମିଳିଥିଲା ।

    ସେହିଭଳି ପାଟକୁରା ଓଉପଡ଼ା ଗ୍ରାମରେ ପଞ୍ଚୁକ ଅବସର ରେ କାର୍ତିକେସ୍ୱର ପୂଜା ଆୟୋଜିତ ହୋଇଛି। ଏକାବନ ବର୍ଷ ହେବ କାର୍ତ୍ତିକେଶ୍ୱର ପୂଜା କମିଟିର ସଦସ୍ୟ ଙ୍କ ମିଳିତ ଉଦ୍ୟମରେ କାର୍ତ୍ତିକେଶ୍ୱର ପୂଜା ଆୟୋଜିତ ହୁଏ। ଚଳିତ ବର୍ଷ କାର୍ତିକେସ୍ୱର ପୂଜା ଅବସରରେ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ହର ପାର୍ବତୀ ଗଣେଶ ଙ୍କ ସହ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱର ମଣ୍ଡପ ରେ ପୂଜା ପାଆନ୍ତି ।ସେହିଭଳି ପାଟକୁରାର ବିଭିନ୍ନ ଅଞ୍ଚଳ ର ବେଶ ଧୁମ ଧାମ ରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି

    ସେପଟେ ରାଇରଙ୍ଗପୁରରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ବାବାଙ୍କର ତିରିଶି ତମ ପୁଜା କରାଯାଇଛି ।ଶେଷ ଦିନରେ ଡଙ୍ଗା ଭସାଇ ଉଦଯାପନ କରିଛନ୍ତି ଶ୍ରଦ୍ଧାଳୁ। ମୟୂରଭଞ୍ଜ ରାଇରଙ୍ଗପୁରରେ ଖଡଖାଇ ନଦୀ ପାଖ ପଡ଼ିଆର ୧୯୯୫ ମସିହାରୁ ଆରମ୍ଭ ହୋଇ ବାବା କାର୍ତ୍ତିକେଶ୍ଵରଙ୍କ ପୁଜା ମହାଧୁମଧାମରେ ପାଳନ କରାଯାଇଛି । ଏହି ପୁଜା ପାଞ୍ଚ ଦିନଧରି ମହାସମାରୋହରେ ପାଳିତ କରାଯାଇଛି। ଏଥିରେ ସଭାପତି ମନମୋହନ ପ୍ରଧାନ ଏବଂ ଉପସଭାପତି ଭକ୍ତ ମାନେଙ୍କ ସହଯୋଗରେ ମହା ଧୁମଧାମରେ ପୂଜା ଅର୍ଚ୍ଚନା କରି ପୂର୍ଣ୍ଣିମା ଦିନ ଉଦଯାପନ କରିଛନ୍ତି।

    ଆଜି ପବିତ୍ର କାର୍ତିକ ପୁର୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା, ପ୍ରତ୍ୟୁଷରୁ ଭକ୍ତମାନେ ସହରରେ ଥିବା ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ବୁଡ଼ ପକାଇ ବୋଇତ ଭସାଇଥିଲେ, ଶ୍ରଦ୍ଧାଳୁ ମାନେ କଦଳିପାଟୁକା ଡ଼ଙ୍ଗା ଓ ସୋଲରେ ପ୍ରସ୍ତୁତ ଡ଼ଙ୍ଗା ଗୁଡିକରେ ପାନ ଗୁଆ ଦୀପ ଓ ବାଣ ଲଗାଇ ଡ଼ଙ୍ଗା ଭାଷାଉଥିବା ଦୃଶ୍ୟ ବେସଚିତାକର୍ଷକ ଥିଲା, ବେଳାଭୂମିରେ ଶ୍ରଦ୍ଧାଳୁ ମାନଙ୍କର ହୁଳହୁଳି ହରିବୋଲ ଓ ଶଙ୍ଖ ଧ୍ୱନି ସହ ଆକାମା ବୋଇ ଧ୍ୱନିରେ ବେଳାଭୂମି ପ୍ରକମ୍ପିତ ହୋଇଉଠୁଥିଲା, ଶ୍ରଦ୍ଧାଳୁ ମାନେ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ବୁଡ଼ପକାଇ ଶ୍ରୀମନ୍ଦିରକୁ ଯାଇ ରତ୍ନ ସିଂହାସନ ଉପରେ ଶ୍ରୀ ଜୀଉ ମାନଙ୍କର ଦୁର୍ଲଭ ସୁନାବେଶ ବା ରାଜେଶ୍ୱର ବେଶ ଦର୍ଶନ କରିଥିଲେ।

  • କଳିଙ୍ଗ ବାଲିଯାତ୍ରା ୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    କଳିଙ୍ଗ ବାଲିଯାତ୍ରା ୨୦୨୪ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରାଦ୍ବୀପ ବିଜୁ ମଇଦାନଠାରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୪ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୨୪ କୁ ପାରାଦୀପ ସମୁଦ୍ର କୂଳରେ ଉଦଘାଟନ କରି ନେହେରୁବଙ୍ଗଳା ରେ ରାତ୍ରି ଯାପନ କରିଥିବା ବେଳେ ଆଜି ଭୋର ସକାଳୁ ସସ୍ତ୍ରୀକ ବନ୍ଦର ପୋତାଶ୍ରୟ ରେ ପହଞ୍ଚିଥିଲେ | ଭବ୍ୟ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ହୋମଯଜ୍ଞ ସମାପନ ପୂର୍ବକ ଐତିହାସିକ ପରମ୍ପରା କୁ ଉଦ୍ଜୀବିତ କରିବାକୁ ଯାଇ ରୀତିନୀତି ଅନୁସାରେ ସାଧବ ପୁଅ ମାନଙ୍କର ବୋଇତକୁ ପତାକା ଦେଖାଇ ଦୂର ସମୁଦ୍ରକୁ ମେଲାଣି ଦେଇଥିଲେ |

    ଏହି ଅବସରରେ, ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗୌରବକୁ ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂସ୍କୃତି, ପରମ୍ପରା ଓ ବାଣିଜ୍ୟର ସ୍ମୃତିକୁ ବହନ କରୁଛି କଳିଙ୍ଗ ବାଲିଯାତ୍ରା । ଆଗାମୀ ଦିନରେ ପାରାଦ୍ଵୀପ ଓଡ଼ିଶାର ବେକାରୀ ସମସ୍ୟାର ସମାଧାନ କରିବାକୁ ଯାଉଛି। ବନ୍ଦରକୁ ଭିତ୍ତିକରି ଶିଳ୍ପ , ଟୁରିଜିମ ଏବଂ କୋଷ୍ଟାଲ ହାଇଓ୍ବେ ଦ୍ବାରା ବାଣିଜ୍ୟକ କାରବାର ବୃଦ୍ଧି ହେବାକୁ ଯାଉଛି ଏବଂ ଆର୍ଥିକ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ହବ୍ ହେବାକୁ ଯାଉଛି ପାରାଦ୍ଵୀପ।

    ପାରାଦୀପ ବନ୍ଦର କେବଳ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଛି ତାହା ନୂହେଁ ଏହା ଓଡ଼ିଶାର ଐତିହ୍ଯ ପରମ୍ପରା ସଂସ୍କୃତି କୁ ଜାବୁଡି ଧରି ଆଗକୁ ଚାଲୁଥିବା ଏହି ଉସ୍ତବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସ୍ୱାଇଁ ମଧ୍ଯ ନିଜ ଅଭିଭାଷଣରେ ମତ ରଖିଥିଲେ |

    ଏହି ଉଦଘାଟନୀ ଉତ୍ସବରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ପୌରାଧକ୍ଷ ବସନ୍ତ ବିଶ୍ବାଳ ପ୍ରମୁଖ ଯୋଗଦେଇ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ।

    ଏହି ଉସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୪.୮୯ କୋଟି ମୂଲ୍ୟର ତିନି ଲେନ୍ ବିଶିଷ୍ଟ ଏକ ପୋଲ ଅଠରବାଙ୍କୀ ଉପରେ ହେବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା | ଏହାପରେ ବନ୍ଦର ସହର ମଧ୍ୟରେ ସୁରକ୍ଷିତ ସହିତ ୭ ଲକ୍ଷ ଲୋକଙ୍କ ଘରକୁ ପାଇପ ଯୋଗେ ଗ୍ୟାସ ଯୋଗାଣ ପାଇଁ ମଧ୍ଯ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା

    ପୂର୍ବବର୍ଷ ଠାରୁ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଓରମାସ ପକ୍ଷରୁ ପୂର୍ବବର୍ଷ ଅପେକ୍ଷା ଅଧିକ ଷ୍ଟଲ ଖୋଲାଯାଇଛି । କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି ।

  • ଥମୁନି ହାତୀ ଆତଙ୍କ, ରାତି ହେଲେ ହାତୀ ଭୟ, ନିରବ ଦ୍ରଷ୍ଟା ବନବିଭାଗ

    ଥମୁନି ହାତୀ ଆତଙ୍କ, ରାତି ହେଲେ ହାତୀ ଭୟ, ନିରବ ଦ୍ରଷ୍ଟା ବନବିଭାଗ

    ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ପ୍ରାୟ ୧୫ ଦିନ ହେବ ଉକ୍ତ ଗ୍ରାମରେ ହାତୀପଲ ଅନେକ ଘର ଭାଙ୍ଗିବା ସହ ବ୍ୟାପକ ଫଲସ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ହାତୀପଲ ପାଇଁ ସନ୍ଧ୍ୟା ହେଲେ ଗାଁରେ ତାଡି କବାଟ ପଡୁଛି । ରାତୀ ଅଧରେ କୌଣସି ମେଡିକାଲ ବା ଜରୁରୀ କାମ ପାଇଁ ନାନା ହଇରାଣ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଲା ଏବାବଦରେ ଜଣାଇବା ପାଇଁ ବନବିଭାଗକୁ ଯୋଗାଯୋଗ କଲେ ଉତ୍ତରରେ କର୍ମଚାରୀ ମାନେ କହୁଛନ୍ତି ଆମେ ଯାଇପାରିବୁନି ତୁମେ ନିଜେ ହାତୀ ଘଉଡାଅ ।

    ଏଠି ପ୍ରଶ୍ନ ଉଠୁଛି ବନବିଭାଗ ଅଧିକାରୀଙଅକ ପ୍ରକୃତରେ କାର୍ଯ୍ୟ କଣ ? କାହିଁକି ଏତେ ଖାମଖିଆଲି ପଣିଆ ? ଯଦି କିଛି ଅଘଟଣ ଘଟେ କିମ୍ବା କାହାର ଜୀବନ ଯାଏ ସେଥିପାଇଁ ଦାୟୀ ରହିବ କିଏ ? ଯେତିକି ପରିମାଣରେ ଚାଷୀଙ୍କ ଫସଲ ଉଜୁଡୁଛି ତାର କ୍ଷତି ପୁରଣ ଦେବ କିଏ ? ତେବେ ଏସବୁରେ ଅତିଷ୍ଠ ହୋଇ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ତୁରନ୍ତ ଗ୍ରାମରେ ଏକ ଲାଇଟ ଲଗାଇବା ସହ ହାତୀଘଉଡାଇବା ପାଇଁ ବ୍ୟବସ୍ଥା କରାଯାଉ ।

  • ସୂଚନା ଟିଭିର ମହାପ୍ରଭାବ, ଚେତିଲା ପ୍ରଶାସନ ଖୁବ୍ ଶୀଘ୍ର ହେବ ଭୁଇଁପୁର ଜାଲି ରାସ୍ତା

    ସୂଚନା ଟିଭିର ମହାପ୍ରଭାବ, ଚେତିଲା ପ୍ରଶାସନ ଖୁବ୍ ଶୀଘ୍ର ହେବ ଭୁଇଁପୁର ଜାଲି ରାସ୍ତା

    ଖୋଦ୍ ପାଟଣା ବିଧାୟକଙ୍କ ପଞ୍ଚାୟତକୁ ରାସ୍ତା ନ ଥିବାରୁ ଯାଇ ପାରୁନଥିଲା ଲକ୍ଷ୍ମୀ ବସ୍। ଗ୍ରାମ ବାସୀ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ମଧ୍ୟ ଚେତୁନଥିଲା ପ୍ରଶାସନ। ଏପରିକି ବିଧାୟକ ମଧ୍ୟ ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ। ଏ ନେଇ ସୂଚନା ଟିଭିରେ ସର୍ବ ପ୍ରଥମ ଖବର ପ୍ରସାରଣ ପରେ ଚେତିଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଜାଲି ଗ୍ରାମରେ ପହଞ୍ଚି ରାସ୍ତାର ଅବସ୍ଥା ସମ୍ପର୍କରେ ଯାଞ୍ଚ କରିବା ପରେ ଖୁବ ଶିଘ୍ର ରାସ୍ତା କାମ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି।

    ସୂଚନାନୁଯାୟୀ ଚମ୍ପୁଆ ବ୍ଲକ ଭୁଇଁପୁର ଠାରୁ ଜାଲି ପଞ୍ଚାୟତ ଯାଏଁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଗମନାଗମନ ପାଇଁ ଅନୁପଯୋଗୀ ହୋଇପଡିଥିଲା। ଯାହାକୁ ନେଇ ଜାଲି ପଞ୍ଚାୟତ କୁ ଲକ୍ଷ୍ମୀ ଯୋଜନା ବସ୍ ଭୁଇଁପୁର ଠାରୁ ଫେରି ଆସୁଥିବାବେଳେ ବସ୍ ସେବାରୁ ବଞ୍ଚିତ ହୋଇଥିଲେ ଜାଲି ପଞ୍ଚାୟତ ବାସି। ତେବେ ବସ୍ ସେବା ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ ପ୍ରଶାସନ ଗୁରୁତ୍ବନ ଦେବା ରୁ ଶେଷରେ ଗ୍ରାମ ବାସୀ ନିଜେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଖବର ପ୍ରଥମେ ସୂଚନା ଟିଭି ରେ ପ୍ରସାରଣ କରାଯାଇଥିଲା ,ଖବରା ବାଜିବା ପରେ ରାସ୍ତା ନିର୍ମାଣ ପାଇଁ ତତ୍ପରତା ଦେଖାଇଛି ଚମ୍ପୁଆ ବ୍ଲକ ପ୍ରଶାସନ। ଆଜି ଚମ୍ପୁଆ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଙ୍କ ସହିତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ଜାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଲି ଗ୍ରାମ କୁ ଯାଇ ସମ୍ପୃକ୍ତ ରାସ୍ତା ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଶିଘ୍ର ରାସ୍ତା କାମ ଆରମ୍ଭ କରିବାକୁ ଗ୍ରାମ ବାସୀ ଙ୍କୁ ଆଶ୍ୱାସନା ଦେଇ ଥିବା ଜଣାପଡିଛି।