Category: ରାଜ୍ୟ ଖବର

  • ଜାନୁଆରୀ ୭ରୁ ଧାନ କିଣା,ଅବହେଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଉପ ମୁଖ୍ୟମନ୍ତ୍ରୀ

    ଜାନୁଆରୀ ୭ରୁ ଧାନ କିଣା,ଅବହେଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଉପ ମୁଖ୍ୟମନ୍ତ୍ରୀ

    ୨୦୨୪-୨୫ ଖରିଫ ଧାନ ସଂଗ୍ରହ ଜାନୁଆରୀ ୭ ତାରିଖ ରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖ ରେ ସଂଗ୍ରହ ପାଇଁ ସର୍ବସମ୍ମତ କ୍ରମେ ସ୍ଥିର କରାଯାଇଛି ।

    ଧାନ ବିକ୍ରୀ ସମୟରେ ଯେଭଳି କୌଣସି ଚାଷୀ ହଇରାଣ ନ ହୁଏ ଓ ଅବହେଳାର ଶୀକାର ନ ହୁଏ ତାହା ଦେଖିବା ଆମ ସମସ୍ତଙ୍କ ଦାୟିତ୍ୱ ଏବଂ କୌଣସି କ୍ଷେତ୍ରରେ ଅବହେଳା ବା ଅନିୟମିତତା କୁ ବରଦାସ୍ତ କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗ ଦେଇ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ସରକାର ଧାନର ସହାୟକ ମୂଲ୍ୟକୁ ଛାଡି କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବେ । ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରି କୁଇଣ୍ଟାଲ୍ ପିଛା ୩,୧୦୦ ଟଙ୍କା ପାଇବେ ଓ ଧାର୍ଯ୍ୟ କରାଯାଇଥିବା ଶତକଡା ଶହେ ଭାଗ ଧାନ କ୍ରୟ କରାଯିବ ।

    ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ଚାଷୀ ମାନଙ୍କ ଧାନ ସଂଗ୍ରହକୁ ସୁନିୟନ୍ତ୍ରିତ ଓ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ଶୃଙ୍ଖଳିତ ଭାବେ କ୍ରୟ କରିବାକୁ ମତ ଦେବା ସହ ସମସ୍ତ ମଣ୍ଡିରେ ଚାଷୀ ମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ କୁ ସରକାରୀ ନିୟମ ଅନୁସାରେ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଧାନ ସଂଗ୍ରହ ପୂର୍ବରୁ ବ୍ୟାପକ ଜନ ସଚେତନତା ସହ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ଶହେ ଭାଗ ଧାନ ସଂଗ୍ରହ ହେବା ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ। କୌଣସି ବି କ୍ଷେତ୍ରରେ ଅନିୟମିତତା ବା ବିଶୃଙ୍ଖଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଆଲୋଚନା କରିଥିଲେ।

    ୨୦୨୪-୨୫ ରେ ମୋଟ ୪୯,୨୪୦ ଜଣ ଚାଷୀ ପଞିକରଣ କରିଛନ୍ତି । ଖରିଫ ଧାନ ସଂଗ୍ରହ ଜାନୁଆରୀ ୭ ତାରିଖ ରୁ ଶୁଭାରମ୍ଭ ହେବ ଓ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ସଂଗ୍ରହ ପାଇଁ ସର୍ବସମ୍ମତ କ୍ରମେ ସ୍ଥିର କରାଯାଇଛି । ୨୦୨୩-୨୪ ଖରିଫ ଓ ରବି ଋତୁରେ ୧୩୬୮୧୪.୮୭୫ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ଥିଲା। ଚଳିତ ଖରିଫ୍ ଋତୁରେ ପ୍ରଥମ ଦଫାରେ ୧୮୭ ଟି ପ୍ୟାକ୍ସ ରେ ୧୧୬୮୬୦.୨୯୪ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ କରାଯିବ। ଚାଷୀ ମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣି ବ୍ୟବସ୍ଥା ନିଶ୍ଚିତ କରିବା ସହ ନିର୍ଦ୍ଧାରିତ ଦିନରେ ମିଲର ମାନଙ୍କ ଦ୍ୱାରା ଧାନ ଉଠାଣ ସହ ଧାନ ସଂଗ୍ରହ ସଠିକ୍ ଭାବେ କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହା ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

    ଏହି ବୈଠକରେ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଡିଆରସିଏସ ସୁନିତା ପତି, ଏଆରସିଏସ ସ୍ବରୂପ କୁମାର କର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ବିଭିନ୍ନ ବିଭାଗର ଅଧିକାରୀ, ଆର ଏମ ସି ର ସମ୍ପାଦକ, ମିଲର, ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।

  • ୨ ଡିସେମ୍ବରରୁ ବଲାଙ୍ଗିରରେ ଖରିଫ ଋତୁର ଧାନ କିଣା ଆରମ୍ଭ

    ୨ ଡିସେମ୍ବରରୁ ବଲାଙ୍ଗିରରେ ଖରିଫ ଋତୁର ଧାନ କିଣା ଆରମ୍ଭ

    ବଲାଙ୍ଗିର ଜିଲ୍ଲାରେ ଖରିଫ‌ ବର୍ଷ ୨୦୨୪ -୨୫ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବୁଧବାର ପୂର୍ବାହ୍ନରେ ଜିଲ୍ଲାପରିଷଦ ସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ୟାବିନେଟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ , ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ , ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର , ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେଣୁଧର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

    ଆସନ୍ତା ଡିସେମ୍ବର ୨ ତାରିଖରୁ ପର୍ଯ୍ୟାୟକ୍ରମେ ୯୫,୦୮୭ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୭୬ ଗୋଟି ମଣ୍ଡି ମାଧ୍ୟମରେ (୧୫୮ ପେକ୍ସ ଏବଂ ୧୮ ଏସଏଚଜି ) ୩୪,୦୯,୦୭୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା, ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ମଣ୍ଡି ମାନଙ୍କରେ ଜଣେ ଲେଖାଏ ନୋଡ଼ାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡି ରେ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆଯାଇଛି ।

    ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ କହିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨,୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ଯାହା ସର୍ବମୋଟ ୩,୧୦୦ ଟଙ୍କା ହେବ । ଧାନ ମିଳିବାର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀ ଟଙ୍କା ପାଇବ ସେ ବାବଦରେ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ ।

    ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ (ଗ୍ରେନ ଆନାଲାଇଜର ) ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । କୌଣସି ଟୋକନ ଯେପରି କ୍ଷତି ନ ହୁଏ ସେଥିପ୍ରତି ଜିଲ୍ଲାପାଳ ଙ୍କୁ ୭ ଦିନ ଅବଧି ବଢାଇବାକୁ ମଧ୍ୟ କ୍ଷମତା ଦିଆଯାଇଛି । ବାହାର ଜିଲାରୁ କିମ୍ବା ଆନ୍ତରାଜ୍ୟ ଧାନ ବିକ୍ରି ରୋକ ପାଇଁ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବା ତଥା ସିସିଟିଭି ଦ୍ବାରା ପୋଲିସ ବିଭିନ୍ନ ସ୍ଥାନରେ ଜଗିବ ବୋଲି ସୂଚନା ଦେଇଥିଲେ ।

  • ବିଷମ କଟକ ତହସିଲ ରିପୋର୍ଟରସ କ୍ଲବର ଉମାକାନ୍ତ ନୀମାଲପୁରୀ ନୂତନ ସଭାପତି

    ବିଷମ କଟକ ତହସିଲ ରିପୋର୍ଟରସ କ୍ଲବର ଉମାକାନ୍ତ ନୀମାଲପୁରୀ ନୂତନ ସଭାପତି

    ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ନିକଟସ୍ଥ ମହିଝୋଲାଠାରେ ଅବିଭକ୍ତ ବିଷମ କଟକ ତହସିଲ ରିପୋର୍ଟରସ କ୍ଲବ ଗଠନ କରାଯିବା ସହ କର୍ମକର୍ତ୍ତା ଚୟନ କରାଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ବୈଠକର ପ୍ରାରମ୍ଭରେ, ସଂଘର ସମସ୍ତ କର୍ମକର୍ତ୍ତା ନିଜର ପରିଚୟ ପ୍ରଦାନ କରିଥିଲେ । ବୈଠକରେ ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର, ଅମ୍ବାଦଳା ଅଞ୍ଚଳରୁ ୨୦ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ସର୍ବସମ୍ମତି କ୍ରମେ, ଉମାକାନ୍ତ ନୀମାଲପୁରୀଙ୍କୁ ସଂଘର ସଭାପତି, କୋଶଲ ଦୁବେଙ୍କୁ ଉପସଭାପତି, ରଞ୍ଜନ ସ୍ବାଇଁଙ୍କୁ ସମ୍ପାଦକ, ଜି. ଶ୍ରିନବାସଙ୍କୁ ସହ-ସମ୍ପାଦକ, ଏବଂ ଅଜିତ ଗୌଡଙ୍କୁ କୋଷାଧ୍ୟକ୍ଷ ଚୟନ କରାଯାଇଥିଲା । ଏହାସହ, ସଂଘରେ ଶୃଙ୍ଖଳା ରକ୍ଷା କରିବା ସହ ସଂଘର ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମାଜର ବିକାଶରେ ସାମ୍ବାଦିକଙ୍କ ଭୂମିକା  ବିଷୟରେ ସଭାପତି ଉମାକାନ୍ତ ନୀମାଲପୁରୀ ବକ୍ତବ୍ୟ ରଖି ଥିଲେ।

    ଏହି କାର୍ଯ୍ୟକ୍ରମରେ ମହେଶ ବୋହରା, ଦୟାନିଧି ସାହୁ, ସାନ ଗୌଡ,ଲକ୍ଷ୍ମୀକାନ୍ତ ବେହେରା, ଜେମସ ଜନସନ୍,ରଞ୍ଜନ ସ୍ବାଇଁ, ଉମା କାନ୍ତ ନୀମାଲପୁରୀ, ହାଡିପା ଗୌଡ, ସଞ୍ଜୟ ନାଗ, କୋଶଲ ଦୁବେ, ରମାକାନ୍ତ ପୋଡାଲ, ରାମ ପ୍ରକାଶ କରକରିଆ, ଅଜିତ ଗୌଡ, ଧନୁର୍ଯ୍ୟ ରାଜୁ, ନାରତମ ପାଢ଼ୀ, ଜି . ଶ୍ରିନବାସ, କେଶବ ସାରାକା, ଜ୍ୟୋତିର ଜିତ୍ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବେହେରା ପରିଚାଳନା କରିଥିବା ବେଳେ ସାମ୍ବାଦିକ ରାମ ପ୍ରକାଶ କରକରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

  • ହରଡ଼ଘଣାରେ ବାଲି ମାଫିଆ, ଜରିମାନା ବାବଦରେ ଆଦାୟ ହେଲା ଲକ୍ଷାଧିକ ଟଙ୍କା

    ହରଡ଼ଘଣାରେ ବାଲି ମାଫିଆ, ଜରିମାନା ବାବଦରେ ଆଦାୟ ହେଲା ଲକ୍ଷାଧିକ ଟଙ୍କା

    ବାଲି ମାଫିଆଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଙ୍କ କଡ୍ଡା ଆକ୍ସନ । ଡେରାବିଶ ବ୍ଲକ ଗହଗା ସ୍ଥିତ ଲୁଣା ନଦୀ ପଠା ବାଲି ଘାଟରୁ ବେଆଇନ ଭାବେ ବାଲି ଉଠାଉ ଥିବା ବାଲି ମାଫିଆଙ୍କ ଉପରେ ଚଢ଼ାଉ କରି ପନ୍ଦରଟି ଟ୍ରାକ୍ଟର ଜବତ କରିଛନ୍ତି କେନ୍ଦ୍ରାପଡ଼ା ଖଣି ଅଧିକାରି। ବାରଟି ବାଲି ବୋଝେଇ ଟ୍ରାକ୍ଟର ସମେତ ତିନୋଟି ଖାଲି ଟ୍ରାକ୍ଟରକୁ ମଧ୍ଯ ଜବତ କରାଯାଇଛି। ବାରଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଗୋଟି ପିଛା କୋଡିଏ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ ତିନି ଖାଲି ଟ୍ରାକ୍ଟର ଙ୍କୁ ପନ୍ଦର ହଜାର ଜରିମାନା କର।ଯାଇଛି । ମୋଟ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନାମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବେଆଇନ ଭାବେ ଲୁଣ ନଦୀ ପଠାରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଡେରାବିଶ ବ୍ଲକ ପ୍ରଶାସନ, ପୋଲିସ ଓ ଖଣି ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଡେରାବିଶ, ମାର୍ଶାଘାଇ ଓ ଗରଦପୂର ଅଞ୍ଚଳ ରେ ବାଲି ମାଫିଆଙ୍କ ଉତ୍ପାତ ବଢ଼ି ଚାଲିଥିବାବେଳେ ପ୍ରଶାସନ ତତ୍ପରତା ଦେଖାଇ ବାଲି ମାଫିଆଙ୍କ ଚୋରା ଓ ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବାପାଇଁ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ।

  • ନିୟମଗିରିରେ ବସ-ବାସ କରୁଥିବା ଦୁର୍ଗମ ଅଞ୍ଚଳର ଡଙ୍ଗରିଆ କନ୍ଧ ମୈଳିକ ସୁବିଧାରୁ ବଞ୍ଚିତ…

    ନିୟମଗିରିରେ ବସ-ବାସ କରୁଥିବା ଦୁର୍ଗମ ଅଞ୍ଚଳର ଡଙ୍ଗରିଆ କନ୍ଧ ମୈଳିକ ସୁବିଧାରୁ ବଞ୍ଚିତ…

    ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ ଅଧିନସ୍ଥ ମୁନିଖୋଲ ପଞ୍ଚାୟତର ଗୁଞ୍ଜାପାଇ ଗ୍ରାମରେ ମୈଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଦେଶରେ ବସବାସ କରୁଥିବା ଜନଜାତି ଡ଼ଙ୍ଗରିଆ କନ୍ଧ। ଆଜକୁ ଭାରତ ସ୍ଵାଧିନତାର ୭୭ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୈଳିକ ସୁବିଧା ପାଇବାରୁ ବଞ୍ଚିତ ଏହି ସମ୍ପ୍ରଦାୟ ଲୋକେ । ଏହି ଗୁଞ୍ଜାପାଇ ଗ୍ରାମ ରେ ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ୧୫୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଗମ ପାହାଡ଼ିଆ ନିୟମଗିରି ପାହାଡ ପର୍ବତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ନିଜ ଜୀବନ ବଞ୍ଚାଇବା ପାଇଁ ସାହା ଭରଷା ଝରଣା ପାଣି ଓ କନ୍ଦମୂଳ ଜଙ୍ଗଲ ରୁ ମିଳୁଥିବା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ସଂଗ୍ରହ କରି ଜୀବନ ଅତିବାହିତ କରନ୍ତି । ଦୁଃଖର ବିଷୟ ଏହି ଗ୍ରାମକୁ ଯିବା ପାଇଁ ହେଲେ ବହୁତ ଜୀବନ ସହ ସଂଘର୍ଷ କରି ଯିବାକୁ ପଡ଼ିଥାଏ କାରଣ ଏଠି ପାଦ ଚଲା ବାଟ ଛଡ଼ା ଆଉ କୌଣସି ଯାନବାହାନ ର ସୁବିଧାରୁ ବଂଚିତ ଏଠିକାର ବାସିନ୍ଦା । ଦୁର୍ଗମ ଇଲାକା ବୋଲି ନା ଅଛି ଭଲ ରାସ୍ତା , ନା ଅଛି ସ୍ବଚ୍ଛ ପାନୀୟ ଜଳ , ନା ଅଛି ସ୍ବାସ୍ଥ୍ୟ ସେବା , ନା ଅଛି ଶିକ୍ଷା ର ବ୍ୟବସ୍ଥା। ନା ଅଛି ଇନ୍ଦିରା ଆବାସ ଗୃହ , ନା ଅଛି ଉଜ୍ଜଳର ବିଦ୍ୟୁତ୍ ସେବା, ଯେମିତି ଲାଗୁଛି ସରକାରଙ୍କ ଦୃଷ୍ଟି ଏହି ଦୁର୍ଗମ ଅଞ୍ଚଳ ପାଇଁ ସାତ ସପନ।

    ଏହି ଅପହଞ୍ଚ ଦୁର୍ଗମ ଗୁଞ୍ଜାପାଇ ଗ୍ରାମକୁ ଗମନାଗମନ ସମ୍ପୁର୍ଣ୍ଣ ଭାବେ ଅସୁବିଧା ସମ୍ମୁଖୀନ ହେଉଥିବାରୁ କୈାଣସି ପ୍ରକାରେ ସୁବିଧା ପାଇବାରୁ ବଞ୍ଚିତ ଡଙ୍ଗରିଆ କନ୍ଧ। ଦୁର୍ଗମ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଆଦିମ ଓ ହରିଜନ ଉନ୍ନୟନ ବିଭାଗ ଓଡ଼ିଶା ସରକାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ସୁବିଧା ଯୋଗାଇଦେବା ନିମନ୍ତେ ଲୋକଙ୍କ ଫୋଟ ଦେଖାଇ ଲୋକଙ୍କୁ ସୁବିଧା ଯୋଗାଇ ଦେବା ନାଁରେ ଟଙ୍କା ହରି ଲୁଟ୍ କରାଯାଉଥିବା ଜଣାପଡ଼ୁଛି।

    ସରକାର ଡଙ୍ଗରିଆ କନ୍ଧ ମାନଙ୍କ ପାଇଁ ବିଭିନ୍ନ ମାର୍ଗରେ କୋଟି କୋଟି ଟଙ୍କାର ବ୍ୟୟ କରି ଠିକାଦାର ମାନଙ୍କ ଦ୍ବାରା କାର୍ଯ୍ୟ କଳାପ ସହଯୋଗ କରାଉଥିବା ତାହା ଏଠି ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏଭଳି ଗୋଟିଏ ନୁହେଁ କି ଦୁଇଟି ନୁହେଁ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଏହି ଡଙ୍ଗରିଆ କନ୍ଧ। ପାହାଡ଼ିଆ ଅଞ୍ଚଳ ମାନଙ୍କ ପାଇଁ ନୂତନ ରାସ୍ତା ନିର୍ମାଣ କରାଯାଉଥିଲା କିନ୍ତୁ ଠିକାଦାରଙ୍କ ମନମୁଖୀ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତା ଅଧାପନ୍ତରିଆ ହୋଇ ବେହାଲ ହେଇଯାଥିବା ଦେଖିବାକୁ ମିଳୁଛି।

    ଏହି ଗୁଞ୍ଜାପାଇ ଗାଁ କୁ ଯିବା ପାଇଁ ହେଲେ ସ୍ଥାନୀୟ ମୁନିଗୁଡା ବ୍ଲକ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ପଡ଼ିଥାଏ ଏହି ଦୁର୍ଗମ ଅଞ୍ଚଳ। ଜନଗଣନା ଭୋଟ ଗଣତି ବେଳେ ପ୍ରଚାର ପ୍ରସାର କରି ଭୋଟ ଭିକ୍ଷା ମାଗିବାକୁ ବହୁତ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହା ପ୍ରତିଶ୍ରୁତିରେ ରହିଯାଏ। ଏନେଇ ଗାଁ ର ସମସ୍ୟା ପ୍ରତିଶ୍ରୁତି ର ଆଧାର ରେ ଆଶା ଭରସା କରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପର୍ଯ୍ୟନ୍ତ ଲିଖିତ ଏବଂ ମୈଖିକ ଆକାର ରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ତାହା କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଛି। ଏହି ଦିଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନିକ ଅଧିକାରୀ ଓ ରାଜନେତା ଗଣ କେବେ ଦୃଷ୍ଟି ଦେଇ ପାହାଡ଼ିଆ ଅଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କୁ ସରକାର ସୁବିଧା ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା।

  • ଭଣ୍ଡ ବାବାଙ୍କ ପରେ ଠକ ଅଶ୍ୱିନୀ, ଚାକିରୀ ଦେବାନାଁରେ ଲୁଟୁଥିଲା ଟଙ୍କା

    ଭଣ୍ଡ ବାବାଙ୍କ ପରେ ଠକ ଅଶ୍ୱିନୀ, ଚାକିରୀ ଦେବାନାଁରେ ଲୁଟୁଥିଲା ଟଙ୍କା

    ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିଭ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା ।

    ହରଡ଼ଘଣାରେ ଅଶ୍ୱିନୀ ପଟ୍ଟନାୟକ…ଖୁବ ଶୀଘ୍ର ଗିରଫ ହେବ ଠକ ଅଶ୍ୱିନୀ ପଟ୍ଟନାୟକ । ଏଥି ସହ ଏକ ନିର୍ଦିଷ୍ଟ ୱେବ ଚାନେଲ ବିରୁଦ୍ଧରେ ମଧ୍ୟ ସାଇବର ଥାନାରେ ମଧ୍ୟ ଦିଆଯିବ ଅଭିଯୋଗ । ଏ କଥା ସ୍ପଷ୍ଟ କରିଛନ୍ତି ଓଡିଶା ଷ୍ଟେଟ ଲେବର କୋଅପରେଟିଭ ସୋସାଇଟିର ସମ୍ପାଦକ । ସୂଚନା ଅନୁସାରେ, ଓଡିଶା ଷ୍ଟେଟ ଲେବର କୋ ଅପରେଟିବ ସୋସାଇଟି ନାମରେ ଅପପ୍ରଚାର କରିବା ଓ ସଂସ୍ଥାର ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଠକ ଅଶ୍ୱିନୀ ପଟ୍ଟନାୟକ ପାଇଁ ପଡିଛି ମହଙ୍ଗା । ସଂସ୍ଥାର ଦୁଇ ଜଣ କର୍ମଚାରୀ ମାନସ ରଞ୍ଜନ ଭୁତିଆ ଓ ତୁଳସୀ ଦାଶ, ଅଶ୍ୱିନି ପଟ୍ଟନାୟକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଅଶ୍ୱିନୀଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

    ଅନ୍ୟପଟେ, ଅଶ୍ୱିନୀ ପଟ୍ଟନାୟକ କୁତ୍ସାରଚନା କରି ସୋସିଆଲ ମିଡ଼ିଆ ମାଧ୍ୟମରେ ସଂସ୍ଥାର ମୁଖ୍ୟଙ୍କୁ ବଦନାମ କରିବାକୁ ଉଦ୍ୟମ ଜାରି ରଖିଥିଲା । ଏହାକୁ ଦୃଷ୍ଟିରେ ରଖି, ସଂସ୍ଥାର ସମ୍ପାଦକ ଶ୍ୟାମ ଲାଲ ପ୍ରଧାନ ଖୁବ ଶୀଘ୍ର ସାଇବର ଥାନାର ଦ୍ୱାରସ୍ତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

    ପୂର୍ଵରୁ ମଧ୍ୟ ଅଶ୍ୱିନୀ ପଟ୍ଟନାୟକ ବିଭିନ୍ନ ସଂସ୍ଥାରେ ଚାକିରୀ ଦେବ କହି ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବାର ଏକାଧିକ ଅଭିଯୋଗ ହୋଇଛି ।

  • ବର୍ଷେ ବି ଯାଇନି ମଝି ରାସ୍ତା ଫାଟି ଆଁ, ପିଚୁ ଗିଳିଗଲେ କଣ୍ଟ୍ରାକ୍ଟର

    ବର୍ଷେ ବି ଯାଇନି ମଝି ରାସ୍ତା ଫାଟି ଆଁ, ପିଚୁ ଗିଳିଗଲେ କଣ୍ଟ୍ରାକ୍ଟର

    ପୂର୍ବ ସରକାରରେ ରାଜନଗର ବ୍ଲକ ପେଣ୍ଠ ଲୁଣା ବନ୍ଧ ସାଜିଥିଲା କଣ୍ଟ୍ରାକ୍ଟର ମାନଙ୍କ ଲୁଟର ହବ ସେଣ୍ଟର । ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ଲୁଟ୍ ହୋଇଥିବା ଅନେକ ସମୟରେ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ପର୍ଯ୍ୟଟକ ମାନଙ୍କ ଯାତାୟାତର ସୁବିଧା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଟେଣ୍ଡର ହୋଇ ଲୁଣା ବନ୍ଧ ଉପରେ ହୋଇଥିଲା ପିଚୁ ରାସ୍ତା, କିନ୍ତୁ ଦୁଃଖର କଥା କାର୍ଯ୍ୟ ବର୍ଷେ ନ ପୂରୁଣୁ ରାସ୍ତା ମଝିରୁ ପିଚୁ ଫାଟି ଆଁ କରିଛି !

    ସେହି ସବୁ ଫାଟ ଯେମିତି ପର୍ଯ୍ୟଟକ ମାନଙ୍କ ଜୀବନ ନେବା ପାଇଁ ଅନେଇ ବସିଛି । ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଳ ସମ୍ପଦ ବିଭାଗ ତରଫରୁ କୋଟି କୋଟି ଟଙ୍କାର ଟେଣ୍ଡର ହୋଇ ଏହି ଲୁଣା ବନ୍ଧ ଉପରେ ପର୍ଯ୍ୟଟକ ମାନଙ୍କ ପାଇଁ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା ।ପ୍ରତି ୫ କିଲୋମିଟର ପିଚୁ ରାସ୍ତା ପାଇଁ ଜଣେ ଲେଖାଏଁ କଣ୍ଟ୍ରାକ୍ଟରଙ୍କୁ ଟେଣ୍ଡର ବି ଦିଆଯାଇଥିଲା ।

    ଯେଉଁ କଣ୍ଟ୍ରାକ୍ଟର ମାନେ ଏହି ରାସ୍ତା କାର୍ଯ୍ୟକୁ ହାତକୁ ନେଇଥିଲେ ସେମାନେ ଟଙ୍କା ଖିଆ ମନବୃତି ରଖି ରାସ୍ତା ନିମ୍ନ ମାନର କରିଥିଲେ,ରାସ୍ତା ନିର୍ମାଣ ସମୟରେ ରାସ୍ତାର ଦୁଇ ପାର୍ଶ୍ଵରେ ମାଟି ମଜବୁତ ନକରି କେବଳ ନାଲିଆ ମୋରମ ମାରି ଉପଯୁକ୍ତ ପରିମାଣ ଠାରୁ କମ ପିଚୁ ଢାଳି ରାସ୍ତା କାମ ସାରିଦେଇଥିଲେ ଯାହାର ପରିମାଣ ସ୍ୱରୂପ ଆଜି ଏହି ରାସ୍ତା ମଝିରୁ ୩ ଫୁଟ ତଳୁ ଫାଟି ଯାଇଛି ।

    ଯାହା ପର୍ଯ୍ୟଟକ ମାନଙ୍କ ପାଇଁ ସିଉଳି ସାଜିଛି ଯମ, କାରଣ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆସିଛି, ପ୍ରତି ବର୍ଷ ଭଳି ଚଳିତ ବର୍ଷରେ ପେଣ୍ଠ ବେଳାଭୂମି ଠାରେ ଇକୋ ରିଟ୍ରିଟ କରାଯାଇଛି, ଯେଉଁଠିକୁ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମିବ କିନ୍ତୁ ଏହି ଫଟା ପିଚୁ ରାସ୍ତା ଉପରେ ପର୍ଯ୍ୟଟକ ମାନଙ୍କ ଗମନାଗମନ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?

    ଟଙ୍କାଖିଆ କଣ୍ଟ୍ରାକ୍ଟର,ଅଫିସର ଓ ନେତା ମନ୍ତ୍ରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ପୁଣି ସେହି ଲୁଣା ବନ୍ଧ ଉପରେ ହୋଇଥିବା ଫଟା ରାସ୍ତାର ମରାମତି କରୁଛି ତାହା ଦେଖିବାକୁ ବାକି ରହିଲା ।

  • ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ ନିର୍ମିତ ଚଳଚିତ୍ର “ମିଶିରି” ଡିସେମ୍ବର ୨୦ ରେ ରିଲିଜ

    ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ ନିର୍ମିତ ଚଳଚିତ୍ର “ମିଶିରି” ଡିସେମ୍ବର ୨୦ ରେ ରିଲିଜ

    ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍ , ରିଲ୍ସ ଏନ ରିଲ୍ସ ଏବଂ ଏ ଏ ଏଣ୍ଟରଟେଣ୍ଟମେଣ୍ଟ ଦ୍ବାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ମିଶିରି’ର ରିଳିଜ ଡେଟ ଅନାଉନ୍ସମେଣ୍ଟ ପ୍ରେସମିଟରେ ଭୁବନେଶ୍ବର ର ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଚଳଚ୍ଚିତ୍ରର ପ୍ରେସ ରେ ପ୍ରଯୋଜକ ନିର୍ମଲ୍ ଜୈସୱାଲ୍ ଲ୍, ସହ ପ୍ରଯୋଜକ ସ୍ଥିତ ପଟ୍ଟନାୟକ & ଆକାଂକ୍ଷା ପାଢୀ,ଲେଖକ ଶିବା,ନିର୍ଦ୍ଦେଶକ ଶିଶିର ପିନାକୀ,ସଙ୍ଗୀତ – ଅଭିଷେକ, ଇଶାନ,କୌଶିକ,ପ୍ରଚାର ଓ ପ୍ରସାର ମୁଖ୍ୟ ଅଭିଜିତ ସିଂ, ଅଭିନେତା ଭିଭାସ ପ୍ରସନଜିତ, ଅଭିନେତ୍ରୀ ରୂପଶ୍ରୀ ସମେତ ବହୁ ଗଣମାଧ୍ଯମ ବନ୍ଧୁଗଣ ଉପସ୍ଥିତ ଥିଲେ |

    ମିଶିରି ସିନେମାଟି ଏକ ରୋମାଣ୍ଟିକ ଫିଲ୍ମ ହୋଇଥିବା ବେଳେ ହୃଦୟସ୍ପର୍ଶୀ କାହାଣୀ ଦ୍ବାରା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ | ଏହି ଫିଲ୍ମରେ ରୋମାଣ୍ଟିକ ରଙ୍ଗର ଛିଟା ସହିତ କାହାଣୀରେ ବିଭିନ୍ନ ମୋଡରେ ଭରି ରହିଥବା ଟ୍ଵିଷ୍ଟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବ | ସାମ୍ବାଦିକ ମାନଙ୍କୁ ଉତ୍ତର ଦେଇ ସହପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଥିଲେ,ଯେ ମିଶିରି ଫିଲ୍ମଟି ଯୁବପିଢୀ ମାନଙ୍କୁ ବେଶ ପସନ୍ଦ ଆସିବ ।

  • ଆରପାରିରେ ସମୀର ଦେ

    ଆରପାରିରେ ସମୀର ଦେ

    ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି । ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସମୀରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେ ଦୀର୍ଘ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ଜନିତ ସଂକ୍ରମଣରେ ଆକ୍ରାନ୍ତ ଥିଲେ । ନିମୋନିଆ,କିଡନୀ, ରକ୍ତଚାପ ଜନିତ ରୋଗରେ ପୀଡିତ ଥିଲେ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁ ଭେଟିଥିଲେ । ୨୦୦୦ ରୁ ୨୦୦୪ ଯାଏଁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ସମୀର ଦେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ୧୯୫୫ରେ ବିଧାନସଭାରେ ଏଣ୍ଟ୍ରି ମାରିଥିଲେ ସମୀର ଦେ । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ସେ ।

  • ହାତୀ ଗଣନା ରିପୋର୍ଟ: କେନ୍ଦୁଝରରେ ହାତୀ ସଂଖ୍ୟା ୧୮୯

    ହାତୀ ଗଣନା ରିପୋର୍ଟ: କେନ୍ଦୁଝରରେ ହାତୀ ସଂଖ୍ୟା ୧୮୯

    ଚଳିତମାସ ୧୪ରୁ ୧୬ ତାରିଖ ୩ଦିନଧରି କେନ୍ଦୁଝର ବନଖଣ୍ଡରେ ହାତୀ ଗଣନା କାର୍ଯ୍ୟ ଶନିବାର ଶେଷ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ଟି ବନାଞ୍ଚଳରେ ୪ଜଣ ସହକାରୀ ବନ ସଂରକ୍ଷକଙ୍କ ସହଯୋଗରେ ମୋଟ ୨୪୬ଜଣ ବନ କର୍ମଚାରୀ ଏହି ହାତୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୭ଟି ବନାଞ୍ଚଳରେ ୪୩ଟି ମଞ୍ଚା ସାହାର୍ଯ୍ୟରେ ୮୨ଟି ଗଣନା ୟୁନିଟ୍‌ ସହାୟତାରେ ହାତୀ ଗଣନା କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ଦୈନିକ ରିପୋର୍ଟ ଅନୁଯାୟୀ ଶନିବାର ସୁଦ୍ଧା ଜିଲାରେ ୧୮୯ଟି ହାତୀ ଥିବା ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାସ କହିଛନ୍ତି।

    ପ୍ରତି ହାତୀ ଗଣନା ୟୁନିଟରେ ଜଣେ ଟିମ୍‌ ଲିଡରଙ୍କ ସମେତ ଅତିକମରେ ୨ଜଣ ସଦସ୍ୟ ଆଗଧାଡିର କ୍ଷେତ୍ର କର୍ମଚାରୀ, ଜିଆଇଏସ୍‌ ଏକ୍ସପର୍ଟ, ବାଇଓଲୋଜିଷ୍ଟ, ବନାଞ୍ଚଳ ଅଧିକାରୀ ଓ ସହକାରୀ ବନ ସଂରକ୍ଷକଙ୍କ ସହାୟତାରେ ଏହି ଗଣନା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି।