Category: ରାଜ୍ୟ ଖବର

  • ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାସୀଙ୍ଗି ଗ୍ରାମରେ ଆଦିବାସୀମାନଙ୍କର ଦୁଇ ଦିବସୀୟ ଦର୍ଶନ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଗ୍ରାମର ଦେହୁରୀ ଗ୍ରାମରେ ଥିବା ଜାହିରା ପୀଠରେ ପୂଜା ଅର୍ଚ୍ଚନା କରାଯାଇଥାଏ। ପୂଜା ଦିନ ସନ୍ଧ୍ୟା ସମୟରୁ ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନେ ଆଦିବାସୀପାରମ୍ପାରିକ ବେଶ ଭୂଷରେ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥାନ୍ତି। ତା’ପର ଦିନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ଦର୍ଶନ ପୂଜା ପାଞ୍ଚ ବର୍ଷରେ ଥରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥାଏ ।

    ଏଥି ସହ, ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କର ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଏବଂ ଶେଷରେ ଯେଉଁ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଇସ୍ଥାନ ଅଧିକାର କରିଥାନ୍ତି, ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଦର୍ଶନ ପୂଜା ଦେଖିବାକୁ ବିହାର, ବେଙ୍ଗଲ, ଛତିଶଗଡ଼ ଏବଂ ଓଡିଶାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଯୁବକ-ଯୁବତୀ, ମହିଳା ଓ ପୁରୁଷ ଆସିଥାନ୍ତି। ଜାହିରା ପୀଠରେ ଯିଏ ଯାହା ମାନସିକ କରିଥାଏ, ତାଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମର ମାଝୀ ବାବା କହିଛନ୍ତି। ଦର୍ଶନ ପୂଜା କାର୍ଯ୍ୟକ୍ରମରେ ବାବା ଭୀମପାଟକ୍ଲବର ପ୍ରେସିଡେଣ୍ଟ ଶିଙ୍ଗରାୟ ହାଁସଦା, ସେକ୍ରେଟାରୀ ମାଇଶା ସୋରେନ ଏବଂ କ୍ଲବର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥଲେ।

  • ସିବିଆଇ ଜାଲରେ ଆଇଏଏସ୍ ବିଷ୍ଣୁପଦ ସେଠୀ, ଆଜି ହୋଇପାରନ୍ତି ହାଜର

    ସିବିଆଇ ଜାଲରେ ଆଇଏଏସ୍ ବିଷ୍ଣୁପଦ ସେଠୀ, ଆଜି ହୋଇପାରନ୍ତି ହାଜର

    ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଂଟରେ ପଠାଇ ଦିଆଯାଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଜି ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଚିଠି କରିଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି।

    ଉଲ୍ଲେଖଯୋଗ୍ୟ, ଲାଂଚ କାରବାର ଓ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଗତ ୧୦ତାରିଖରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାହାକୁ ଏଡ଼ାଇ ଚାଲିଛନ୍ତି । ସିବିଆଇ ସହ ବିଷ୍ଣୁପଦ ଲୁଚକାଳି ଖେଳୁଥିବାବେଳେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚର୍ଚ୍ଚା ପରେ ସରକାର ବିଷ୍ଣୁପଦଙ୍କ ଉପରେ ଆକ୍ସନ ନେଇଛନ୍ତି । ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।

  • ଗଞ୍ଜେଇ ମାଫିଅ।କୁ ପ୍ରୋତ୍ସାନ ଦେଇ ଫସିଲେ ପୁଲିସ ବାବୁ

    ଗଞ୍ଜେଇ ମାଫିଅ।କୁ ପ୍ରୋତ୍ସାନ ଦେଇ ଫସିଲେ ପୁଲିସ ବାବୁ

    ସାରା ରାଜ୍ୟରେ ଅବାଧ ଗଞ୍ଜେଇ ଚାଷ କୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡି.ଜି ଓ୍ବାଇ.ବି ଖୁରାନିଅ। । ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହି ଟିମ୍ ରେ ସାମିଲ ହୋଇଛନ୍ତି ବନବିଭାଗ ଓ ଅବକାରୀ ବିଭାଗ । ଉପାନ୍ତ ଜିଲ୍ଲାରେ ବେଧଡକ୍ ଚାଲିଛି ପୁଲିସର ଦମନ ଲୀଳା । ହେଲେ ଢୋଲ ଭିତରେ ମୂଷା ପାଳଟିଛନ୍ତି ପୁଲିସର ତଳିଅ। କାର୍ମଚାରୀ । ମାଫିଅ।ଙ୍କ ସହ ଫୋନ କଲର ଅଡିଓ ଭାଇରାଳ ହେବାପରେ ଅ।କ୍ସନ ମୋର୍ଡରେ କନ୍ଧମାଳ ପିୁଲିସ ।

    କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ସହ ଗଞ୍ଜେଇ ମାଫିଅ।ଙ୍କ ମଧୂଚନ୍ଦ୍ରିକାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଗୋଟେ ପଟେ ପୁଲିସ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବାକୁ ଅଭିଯାନ ଚାଳାଇଥିବା ବେଳେ ମାଫିଅ।ଙ୍କୁ ପ୍ରୋତ୍ସାହିତ କରୁଥିଲେ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍ ମଲ୍ଲିକ । ଗଛ କଟାଯିବ ନାହିଁବୋଲି କହି ଚାଷୀଙ୍କୁ ମୋଟା ଅଙ୍କର ଉତ୍କୋଚ ଦ!ଦି କରିଥିଲେ । ଏହି ଅଡିଓ କଲ୍ ଭାଇରାଲ ହେବା ପରେ ପୁଲିସ ବିଭାଗ ଅ।କ୍ସନ ମୋଡକୁ ଅ।ସିଛି । ସତ୍ୟଜିତଙ୍କ ସହ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୁଲିସ ।

    ଗିରଫ ବ୍ୟକ୍ତିମାନେ ହେଲେ ଦାରିଙ୍ଗବାଡ଼ି ଥାନାର ହୋମଗାର୍ଡ ସତ୍ୟଜିତ ମଲିକ। ଗଞ୍ଜେଇ ଚାଷରେ ସମ୍ପୃକ୍ତି ଥ‌ିବା ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ କୁମାର ପ୍ରଧାନ ଏବଂ ଆଦିକନ୍ଦ ପ୍ରଧାନ । ଏନେଇ ଏକ ଖବରଦାତା ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି।

    ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଉକ୍ତ ଥାନା ପରପାଙ୍କା ଏବଂ ପ୍ଲିହେରି ଅଞ୍ଚଳ ଞ୍ଚଳରୁ ଆଇଆଇସି ଅଶୋକ କୁମାର ହାଁସଦାଙ୍କ ନେତୃତ୍ୱରେ ୭୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ତେବେ ଏହା ପୂର୍ବରୁ ଏହି ଚାଷକୁ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍ ମଲ୍ଲିକ ଗଛ କଟାଯିବ ନାହିଁ ବୋଲି ଅସ୍ବାସନା ଦେବା ସହ ଚାଷୀଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ଦାଦି କରିଥିଲେ । ଯାହାକୁ ନେଇ ଏବେ ଅଡିଓ ଭାଇରାଲ ହେବା ପରେ ଅ।କ୍ସନ ମୋଡରେ ପୁଲିସ।
    କନ୍ଧମାଳ ରୁ ଅରୁଣ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ

  • ତିନି ଦଫା ଦାବିରେ ରାଜପଥ ଅବରୋଧ କଲେ ଠିକା ଶ୍ରମିକ

    ତିନି ଦଫା ଦାବିରେ ରାଜପଥ ଅବରୋଧ କଲେ ଠିକା ଶ୍ରମିକ

    ତିନି ଦଫା ଦାବି ପୁରଣ ପାଇଁ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଖଣିର ଲିଜ୍‌ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଖଣି କାର୍ଯ୍ୟକ୍ଷମ ନହେଲେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ଏବଂ ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବି କରିଛନ୍ତି ଶ୍ରମିକ ।

    ରାଜରାସ୍ତାରେ ଠିକା ଶ୍ରମିକ | ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଚୂନପଥର ଖଣିର ଠିକା ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତିନି ଦଫା ଦାବି ନେଇ ପିଲାଛୁଆ ଧରି ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ବରଗଡ଼-ବଲାଙ୍ଗୀର,ପଦ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖଣିର ଲିଜ୍‌ ଅବଧି ଥିବା ପର୍ଯ୍ୟନ୍ତ ଖଣିକୁ କାର୍ଯ୍ୟକ୍ଷମ କରିବା, ଯଦି ଖଣି କାର୍ଯ୍ୟକ୍ଷମ ନ ହୁଏ, ତେବେ ଲିଜ ଅବଧି ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ୨୦୨୩ ଅକ୍ଟୋବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ଆଦି ପାଇଁ ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।

  • ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ରାଉରକେଲା ସେକ୍ଟର-୪ ରେ ପିସ୍ତଲ ସହ କାର ଜବତ, ଯୁବକ ଅଟକ

    ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଏବେ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ କାରବାର ମଧ୍ୟ ବଢ଼ିଲାଣି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଡିଏସପିଙ୍କ ନିର୍ଦ୍ଦେଶରେ ଏସ ଆଇ ରବିନ୍ଦ୍ର ଭୁଏ ଏକ ଟିମ ସହିତ ସେକ୍ଟର – ୪ ସ୍ଥିତ ହନୁମାନ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଭିତରୁ ମିଳିଥିବା ଗୁଳି ଭର୍ତ୍ତି ପିସ୍ତଲ ସହ ଦୁଇ ଯୁବକଙ୍କୁ ଗିରଫ କରିବା ସହ କାରକୁ ମଧ୍ୟ ଜବତ କରିଥିଲେ ଭୁଏ । ଗିରଫ ଅଭିଯୁକ୍ତମାନେ ବିକି ଚୌଧୁରୀ ଏବଂ ସୁମିତ ରଞ୍ଜନ ରାଉତ ବୋଲି ଜଣାପଡିଛି । ଏ ନେଇ ସେକ୍ଟର-୩ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି। ପୋଲିଶ ସେମାନଙ୍କୁ ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କ ପ୍ରାଥମିକ ଯାଞ୍ଚ ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି | ଏହି ଘଟଣାକୁ ନେଇ ସହରରେ କଡାକଡି ଯାଞ୍ଚ ଚାଲିଛି । କେହି ବି ସନ୍ଦିଗ୍ଧ ଧରାପଡିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି ।

  • ନୟାଗଡ଼ରେ ଶ୍ରୀମନ୍ଦିର ପ୍ରତିନିଧି ଦଳ

    ନୟାଗଡ଼ରେ ଶ୍ରୀମନ୍ଦିର ପ୍ରତିନିଧି ଦଳ

    ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ , ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିବେ। ଏହି ଟିମରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି ।

    ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ।ତିନି ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି । ପୂର୍ବବର୍ଷର ୫୧ ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ମୋଟ ୮୧୪କାଠର ଆବଶ୍ୟକତା ରହିଛି ।

  • ଜାଡରେ ଥରିଲା ସାରା ରାଜ୍ୟ

    ଜାଡରେ ଥରିଲା ସାରା ରାଜ୍ୟ

    ଖସୁଛି ପାରଦ । ରାତି ବଢ଼ିବା ସାଙ୍ଗକୁ ବଢୁଛି ଜାଡ଼। ତା’ ସାଙ୍ଗକୁ ପ୍ରବଳ କୁହୁଡ଼ି । ପ୍ରବଳ ଶୀତରେ ଥରୁଛି କନ୍ଧମାଳ। ରାଜ୍ୟର ସର୍ବାଧୁକ ଶୀତଳ ସହର ଜି.ଉଦୟଗିରି ରହିଛି। ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବା ସହ ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ ୪.୮ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି । ଅସହ୍ୟ ଶୀତ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି । ସନ୍ଧ୍ୟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଯାତାୟାତରେ ବି ସମସ୍ୟା ଦେଖାଦେଇଛି । ଲୋକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ରହୁଛନ୍ତି ।

    ଜି. ଉଦୟଗିରି ସହରର ଅପେକ୍ଷା ଗ୍ରାମାଞ୍ଚଳ ଶିରିକି, ମୁକୁଲିଗିଂଆ, ସୁଜେଲି, ଗଟାମାହା, ରାଇକଲା, ଲିଗାଂଗଡ, ତଲାରିମାହା, ଲିଗାଂଗଡ, ରଟିଗିଂଆ, କଳିଗାଂ ଆଦି ଅଂଚଳରେ ସହର ଅପେକ୍ଷା ଅଧିକ ଶୀତ ଅନୁଭୂତ ହେଉଥିବା କହିଛନ୍ତି ଲୋକେ । ଅତ୍ଯଧିକ ଶୀତ କାରଣ ରୁ ଚାଷବାସ ରେ ଲାଗୁଥିବା ଚାଷୀକଂ ଜିବୀକା ହୋଇଛି ପ୍ରଭାବିତ । ଶୀତ ରେ ବିଭିନ୍ନ ପନିପରିବା ଚାରା ନଷ୍ଟ ହେବା ସମ୍ଭାବନା ରହୁଥିବା ବେଳେ ପନିପରିବା ଚାଷ, ସହିତ ଧାନ ଅମଳ ହୋଇଛି ପ୍ରଭାବିତ।

  • ପୋକ ସାଲୁ-ବାଲୁ ଛତୁଆ ଖାଇବ କିଏ,ଛୋଟ ପିଲା ନାଁ ଗର୍ଭବତୀ ମହିଳା ?

    ପୋକ ସାଲୁ-ବାଲୁ ଛତୁଆ ଖାଇବ କିଏ,ଛୋଟ ପିଲା ନାଁ ଗର୍ଭବତୀ ମହିଳା ?

    ପୁଣି ଖୋର୍ଦ୍ଧା ଜିଲ୍ଲା ରେ ପୋକ ସାଲୁବାଲୁ ଛତୁଆ ଓ ଚଣା ଖଜା ବଣ୍ଟନ । ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ସ୍ଥିତ ଦତ୍ତପୁର ଅଙ୍ଗନବାଡି ପକ୍ଷରୁ କୋମଳମତି ଶିଶୁ ,ପ୍ରସୂତୀ ଓ କୋଶରୀଙ୍କୁ ବଣ୍ଟନ ହୋଇଥିବା ଛତୁଆ ଓ ଚଣା ଖଜାରେ ପୋକ ବାହାରୁ ଥିବା ନେଇ ଅଭିଯୋଗ ହୋଇଛି । ତେବେ ପ୍ରସୂତୀଙ୍କୁ ଖାଦ୍ୟ ନାଁରେ ଅଖାଦ୍ୟ ଦିଆଯାଉଛି ଏହାକୁ ଥରେ ଆଖି ପୁରାଇ ଦେଖିନିଅନ୍ତୁ । ଦର୍ଶକ ବନ୍ଧୁ ଅ।ପଣ ଦେଖୂଥିବା ପୋକ ସାଲୁ ବାଲୁ ଅଖାଦ୍ୟ କୁ ଖାଇବ କିଏ ,ଛୋଟ ପିଲା ନାଁ ଗର୍ଭବତୀ ମହିଳା । ଏହି ପୋକ ଶାଲୁବାଲୁ ଖାଦ୍ୟ କୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ନିଜ ଦୋଷ ଦୃର୍ବଳତା ପଦାରେ ନ ପଡିବାପାଇଁ ଲୁଚକାଳି ଖେଳ ଖେଲୂଛନ୍ତୋ ଅଧୀକରୀ । ତେବେ ଦାୟୀ କିଏ ଯୋଗାଣ ସଂସ୍ଥା ନା ଅଙ୍ଗନବାଡି ୱାର୍କର ।

    ଏଘଟଣାର ତଦନ୍ତ କରୁନାହାନ୍ତି ସମନ୍ବିତ ଶିଶୁ ବିକାଶ ଅଧୀକାରୀ । ତେବେ ଏନେଇ ଅଙ୍ଗନବାଡିର ୱାର୍କର ଙ୍କୁ ଫୋନ ଯୋଗେ ପଚାରିବାରେ ସେକହିଥିଲେ ଆମକୁ ଯାହା ମିଳୁଛି ଆମେ ବାଣ୍ଟି ଦେଉଛୁ । ଆମେ କଣ ପ୍ୟାକେଟ ଖୋଲି ଦେଖୁଛୁ କି ? ଯେଉଁ ଠାରୁ ପ୍ୟାକେଟ ସବୁ ଆସୁଛି ସେଠାରେ କଣ ହୋଇଥିବ ଆମେ ଜାଣିନୁ । ତେବେ କିଛି ସମୟପରେ ଉକ୍ତ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା ଏବଂ କୁହାଗଲା ଏହି ବାବଦରେ ଅଙ୍ଗନବାଡି ୱାର୍କରକୁ ଫୋନ କରୁଛ କହିଁକି । ଏଘଟଣାରୁ ତୁମେ ଦୂରେଇ ଯାଅ ନଚେତ ମୁଁ ତୁମ ନାମରେ ବାଲୁଗାଁ ଥାନାରେ କେସ କରିବୁ କହି ଧମକକାଇ ଥିଲେ । ତେବେ କିଏ ଦେଉଛି ଠିକା ସଂସ୍ଥାକୁ ସୁ୍ରକ୍ଷା । କାହିଁକି ସମନ୍ବିତ ଶିଶୁ ବିକାଶ ଅଧୀକାରୀ ଚୁପ ତାକୁ ନେଇ ସବୁଠି ଚର୍ଚ୍ଚା ।

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ସର୍ବ ପୁରାତନ ଟ୍ରକ ମାଲିକ ସଂଘ ନିର୍ବାଚନ

    ସର୍ବ ପୁରାତନ ଟ୍ରକ ମାଲିକ ସଂଘ ନିର୍ବାଚନ

    ପାରାଦୀପ ର ସର୍ବ ପୂରାତନ #ର ହେବ ନିର୍ବାଚନ । ଏନେଇ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବତନ ସଭାପତି ସୁମନ୍ତ ବିଶ୍ବାଳଙ୍କ ପ୍ୟାନେଲ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ବିରଞ୍ଚି ନାରାୟଣ ପରିଡା ସଭାପତି ଭାବେ ମୈଦାନ କୁ ଓହ୍ଲାଇଛନ୍ତି । ବିରଞ୍ଚି ନାରାୟଣ ପରିଡାଙ୍କ ପ୍ୟାନେଲର ସମସ୍ତ ୭ଜଣ ପ୍ରାର୍ଥୀ ପାରାଦୀପ ଗଡ ଲୋକନାଥ ମନ୍ଦିର ରୁ ଏକ ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

    ତେବେ ପାରାଦୀପ ଟ୍ରକ ମାଲିକ ସଂଘ ଏକ ବୃହତ ସଂଘ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ନିର୍ବାଚନକୁ ନେଇ ସରଗରମ ହେବ ବୋଲି ଚର୍ଚା କରାଯାଉଛି । ଟ୍ରକ ମାଲିକ ମାନଙ୍କ ର ବିଭିନ୍ନ ସମସ୍ୟା କୁ ଏକାଠି କରି ସଂଘର ସଦସ୍ୟ ମାନକ ନିକଟରେ ପହଞ୍ଚିବେ ବୋଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ କହିଛନ୍ତି |

    ଏତତବ୍ୟତିତ ପାରାଦୀପ ଟ୍ରକ ମାଲିକ ସଂଘ କୁ ନେଇ ଚଳିତ ଥର ବିଧାନସଭା ରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ଚଳିତ ଥର ପାରାଦୀପ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ନିର୍ବାଚନ ବହୁ ସରଗରମ ହେବ ବୋଲି ଆଶା କରାଯାଉଛି।