Category: ରାଜ୍ୟ ଖବର

  • ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

    ଆଜିଠୁ ମଥୁରାରେ ଆରମ୍ଭ ହେବ କଂସ ରାଜୁତି । ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଆଜିଠୁ ଆରମ୍ଭ ହୋଇ ଏହା ଆସନ୍ତା ୧୩ ତାରିଖ ଯାଏଁ, ଅର୍ଥାତ୍ ୧୧ ଦିନ ଧରି ଚାଲିବ | ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ ପାଲଟିଥିବା ବରଗଡ଼ ସହର । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ । ଅମ୍ବାପାଲି ପଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ । ଏଥିପାଇଁ ସଜେଇ ହୋଇଛି ପୁରା ବରଗଡ଼ ସହର । ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । ଚଳିତବର୍ଷ କଂସଙ୍କ ରାଜଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ କମିଟି ଅଧିକ ଗୁରୁତ୍ୱ ଦେଉଛି । ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ସେପଟେ ଲୋକଙ୍କ ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୫୦ ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ । ଲୋକମାନେ ଧନୁଯାତ୍ରାକୁ କିଭଳି ଭଲ ଭାବରେ ଉପଭୋଗ କରିପାରିବେ ସେଥିପାଇଁ ବରଗଡ଼ ପୋଲିସ୍ ସମସ୍ତ ପ୍ରସ୍ତୁତି କରିଛି ।

  • ପ୍ରେମ କମ୍ ପ୍ରତାରଣା ଅଧିକ, ପୁଣି ପ୍ରେମିକର ବାଟ ଚାହିଁ ବସିଲା ପ୍ରେମିକା

    ପ୍ରେମ କମ୍ ପ୍ରତାରଣା ଅଧିକ, ପୁଣି ପ୍ରେମିକର ବାଟ ଚାହିଁ ବସିଲା ପ୍ରେମିକା

    ପୁଣି ସାମ୍ନାକୁ ଆସିଲା ପ୍ରେମ ପ୍ରତାରଣାର ଚିତ୍ର । କେତେବେଳେ ଝିଅ ଟିଏ ଧୋକା ଦେଉଛି ବୋଲି ପୁଅଟିଏ ମୃତ୍ୟ ମୁଖକୁ ଚାଲିଯାଉଛି ତ ଆଉ କେତେବେଳେ ପୁଅ ଟିଏ ଧୋକ୍କା ଦେଉଛି ବୋଲି ଝିଅଟିଏ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । ଆଜି ପୁଣି ସେଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଝାଡ଼ଭୂମୀ ଗ୍ରାମରେ ଦେଖିବାକୁ ମିଳିଛି । ଏଠି ଜଣେ ଜୈନିକ ମହିଳା ଗ୍ରାମର ଶିବାଜି ନନ୍ଦଙ୍କ ଘର ଆଗରେ ବସିରହିଥିଲେ । ଘରର ଲୋକ ପଚାରିବାରୁ ସେ କହିଲେ ମୁଁ ଆପଣଙ୍କ ପୁଅକୁ ବିବାହ କରିଛି ମୁଁ ଏଇ ଘରର ବୋହୂ । ଏକଥା ଶୁଣି ସିଧା ମନା କରିଥିଲେ ଶିବାଜୀଙ୍କ ପରିବାର ଲୋକେ । ଆଉ ଉକ୍ତ ମହିଳାଙ୍କୁ ବିବାହର ପ୍ରମାଣ ପତ୍ର ମାଗିବା ସହ ଘର ଆଗରୁ ବାହାରିଯିବାକୁ କହିଥିଲେ । ଆଉ ଯାହା ଫଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

    ଘଟଣା ଶୁଣିବା ପରେ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଥାନା କର୍ମଚାରୀ ଗ୍ରାମରେ ପହଞ୍ଚି ଧାରଣାରେ ବସିଥିବା ମହିଳାଙ୍କୁ ବୁଝାସୁଝା କରିବା ସହ ଗ୍ରାମବାସୀଙ୍କୁ ବୁଝାଇଥିଲେ । ହେଲେ ମହିଳାଙ୍କ ଏକା ଜିଦ୍ ତାଙ୍କୁ ନ୍ୟାୟ ମିଳିବା ସହ ସ୍ବାମୀଙ୍କ ଅଧିକାର । ଅନ୍ୟପଟେ ସ୍ବାମୀ ଶିବାଜୀ ଙ୍କର କୌଣସି ପ୍ରକାର ଖବର ନାହିଁ ସେ କୋଉଠି ଅଛନ୍ତି ।

    ସୂଚନା ଅନୁସାରେ ଆରତୀ ଜଣେ ଯାତ୍ରା କଳାକାର ବିଭିନ୍ନ ନାଟକରେ ଅଭିନୟ କରିବା ସହ ବିଭିନ୍ନ ନାଟ୍ୟ ସଂସ୍ଥାରେ ସେ କାମ କରି ଆସୁଥିଲେ । କିଛି ଦିନ ପରେ ଶିବାଜୀଙ୍କ ସହ ଆରତିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା ପରେ ଦୁହେଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରେ ରହି ଆସୁଥିଲେ । ଆଉ ସେଠାରେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ପରେ ନିଜର ମିଳାମିଶା ର ପ୍ରମାଣ ସବୁ ନଷ୍ଟ କରିବା ସହ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରି ଆଜି ସ୍ବାମୀଙ୍କ ଘର ଆଗରେ ନ୍ୟାୟ ପାଇବା ଆଶାରେ ଧାରଣାରେ ବସିରହିଛନ୍ତି ଆରତୀ ।

  • ବଢୁଛି ଶୀତ, ମାଇନସ ଡିଗ୍ରୀରେ ସାରା ଓଡିଶା

    ବଢୁଛି ଶୀତ, ମାଇନସ ଡିଗ୍ରୀରେ ସାରା ଓଡିଶା

    ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ଯ ଜାଡରେ ଥରୁଛି ଓଡିଶା । ସବୁଠି କମିଛି ରାତି ତାପମାତ୍ରା । ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଶୀତ ବଢିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଶୀତ ଲହରୀ ଜାରି ରହିଛି । ୫ ଡିଗ୍ରୀ ତଳକୁ ଖସିଲା ପାରଦ । ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଗୁରୁବାର ଭଳି ଶୁକ୍ରବାର ମଧ୍ୟ ରାଉରକେଲା ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି । ୭.୨ ଡିଗ୍ରୀ ତାପମାତ୍ରା ସହ ରାଉରକେଲା ସବୁଠାରୁ ଥଣ୍ଡା ସହର । ଝାରସୁଗୁଡା ୭.୮, କେନ୍ଦୁଝର ୧୦.୬, ଚାନ୍ଦବାଲି ୧୩.୫, ବାଲେଶ୍ୱର, ସମ୍ବଲପୁର ଓ ହୀରାକୁଦ ୧୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୧୪, ପୁରୀ ୧୬.୪, ପାରାଦୀପ ୧୪.୭, ଗୋପାଳପୁର ୧୫.୮ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ , ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ଆହୁରି ଶୀତର ପ୍ରକୋପ ବଢିବାର ମଧ୍ୟ ସମ୍ଭାବନା ରହିଛି।

  • ଏଣିକି ଓଡ଼ିଶାରେ ଗଡିବ ଡବଲ ବସ

    ଏଣିକି ଓଡ଼ିଶାରେ ଗଡିବ ଡବଲ ବସ

    ଓଡିଶା ଆସୁଛି ଡବଲ ଡେକର ବସ୍ । ଆଜି ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରିକ୍ ବସ୍ ଓଡିଶା ଆସୁଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ଆସିବା ମାତ୍ରେ ଏହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବନାହିଁ। ଏହା ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥି ମାନଙ୍କ ପାଇଁ ବ୍ୟବହାର ହେବ ।

    ଡବଲ ଡେ଼କରେ ୬୪ ଜଣ ଯାତ୍ରୀ ବସିପାରିବେ ଏବଂ ଏଥିରେ ୨୪୦ କିଲୋୱାଟ ବ୍ୟାଟେରୀ ର କ୍ଷମତା ରହିଛି, ଥରେ ଚାର୍ଜ ହେଲେ ୧୫୦ କିଲୋମିଟର ଏହି ଡବଲ ଡେ଼କ ବସ ଚାଲିପାରିବ ।

    ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସରେ ଓଡିଶାର କଳା ସଂସ୍କୃତିର ଛାପ ରହିଛି। ବସ୍‌ରେ କୋଣାର୍କ ଚକ , ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତୀର ଛାପ ଦେଖିବାକୁ ମିଳିବ। ଏହି ବସ୍ କଟକ-ଭୁବନେଶ୍ଵର-ପୁରୀରେ ଚଳାଚଳ କରିବ। ମୁମ୍ବାଇର ଏକ ସଂସ୍ଥ୍ୟ ଏହି ବସ୍‌ ତିଆରି କରୁଛି। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଡବଲ ଡେକର୍ ବସ୍ ପହଞ୍ଚିବ।

  • ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ମଶା ଧୂପ ଉଜାଡିଦେଲା ସବୁ ସ୍ୱପ୍ନ

    ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ଘର ଜଳିବା ସହ ସମସ୍ତ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି। ରାତିରେ ଅଗ୍ନିକାଣ୍ଡ ଘଟି ଗାଁର ଧିରେନ ମଲ୍ଲିକଙ୍କ ଘର ଜଳି ଯାଇଛି। ସେ ବିଲ ମଝିରେ ଘର କରିଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସେ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ କରିଥିଲେ। ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଧିରେନ ମଲ୍ଲିକଙ୍କ ର ସମସ୍ତ ଧନ ସମ୍ପତ୍ତି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ସଦସ୍ୟ ମୁଣ୍ଡ ପିଟି କାନ୍ଦୁଛନ୍ତି।

  • ସ୍ୱାଗତ ୨୦୨୫, ବିଦାୟ ୨୦୨୪: ସମଗ୍ର ବିଶ୍ୱରେ ଏହିପରି ପାଳନ କରୁଛନ୍ତି

    ସ୍ୱାଗତ ୨୦୨୫, ବିଦାୟ ୨୦୨୪: ସମଗ୍ର ବିଶ୍ୱରେ ଏହିପରି ପାଳନ କରୁଛନ୍ତି

    ନୂଆ ବର୍ଷ ଉତ୍ସବ ପାଇଁ ସାରା ଦେଶରେ ଚାଲିଛି ପ୍ରସ୍ତୁତି | ଆଉ କିଛି ଘଣ୍ଟାର ଅପେକ୍ଷା | ସମସ୍ତେ ନିଜ ନିଜ ଶୈଳୀରେ ନୂଆ ବର୍ଷକୁ ସ୍ୱାଗତ କରି ଚାଲିଛନ୍ତି |

    ଏହି ଚିତ୍ରରେ ଜଣେ ଝିଅ ନଜର ଆସିଛନ୍ତି, ଯିଏ ନୂଆ ବର୍ଷକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରୁଛନ୍ତି |

    ଏହା ଅମୃତସରର ଚିତ୍ର | ଏହି ଛବିରେ ଏହା ଦେଖିବାକୁ ମିଳେ ଯେ ଝିଅମାନେ କିପରି ହାତରେ ପେଣ୍ଟିଂ କରି ନୂଆ ବର୍ଷକୁ ସ୍ୱାଗତ କରୁଛନ୍ତି |

    ନୂଆ ବର୍ଷ ଆରମ୍ଭ ହୋଇଛି | ଏହି ଚିତ୍ରଟି ମୁରାବାଦର | ମୁରାବାଦରେ ନୂତନ ବର୍ଷ ୨୦୨୫ ପାଳନ ସମୟରେ ଲୋକମାନେ କ୍ଷେତରେ ପୋଜ୍ କରୁଥିବା ଦେଖାଯାଉଛି |

    ଏହି ଚିତ୍ର ଆଗ୍ରାର ଅଟେ | ପିଲାମାନେ ନୂଆ ବର୍ଷକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରୁଛନ୍ତି |

    ବର୍ଷ ୨୦୨୫- ଭାରତରେ ଟିକିଏ ଅପେକ୍ଷା ଅଛି, କିନ୍ତୁ ଘଣ୍ଟାର କଣ୍ଟା ଆଗକୁ ବଢୁଥିବା ଦେଶମାନଙ୍କରେ ନୂଆ ବର୍ଷ ଆରମ୍ଭ ହୋଇଯାଇଛି | ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ଆସିସାରିଛି | ବର୍ତ୍ତମାନ ଅଷ୍ଟ୍ରେଲିଆରେ ଉତ୍ସବ ଚାଲିଛି | ଏଠାରେ ଆତସବାଜି ବହୁତ ପ୍ରସିଦ୍ଧ |

    ବର୍ତ୍ତମାନ ଅଷ୍ଟ୍ରେଲିଆରେ ଉତ୍ସବ ଚାଲିଛି | ସିଡନୀର ପ୍ରସିଦ୍ଧ ଅପେରା ବିଚରେ ବହୁତ ବଡ଼ ଆତସବାଜି ପ୍ରଦର୍ଶନ | ନୂଆ ବର୍ଷର ରଙ୍ଗ ଆମକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛି |

    ପଞ୍ଜାବର ପଟିଆଲାସ୍ଥିତ ଏକ ବିଦ୍ୟାଳୟରେ ନୂତନ ବର୍ଷ ୨୦୨୫ ଅବସରରେ ଶିକ୍ଷକମାନେ ଉତ୍ସବ ପାଳନ କରୁଛନ୍ତି । ଏହି ଚିତ୍ର ଦେଖିବା ପରେ ଆପଣଙ୍କର ହୃଦୟ ଆନନ୍ଦରେ ଗଦଗଦ ହୋଇଯିବ |

    ଏହି ଚିତ୍ରଟି ପ୍ରୟାଗରାଜରୁ ଆସିଛି | ଛାତ୍ରମାନେ ନୂତନ ବର୍ଷକୁ ଏକ ସ୍ୱତନ୍ତ୍ର ଢ଼ଙ୍ଗରେ ସ୍ୱାଗତ କରିଛନ୍ତି | ମୁଖରେ ସୁଖ କିପରି ଆନନ୍ଦ ଉଲ୍ଲାସ ଅଛି ତାହା ଚିତ୍ରରେ ଦେଖିବାକୁ ମିଳେ |

  • ଫସଲ ପାଇଁ ବିପଦ ହାଥୀ ପଲ

    ଫସଲ ପାଇଁ ବିପଦ ହାଥୀ ପଲ

    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ଓ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । ଏନେଇ ବନ ବିଭାଗକୁ ଖବର ଦେଲେ ହେଁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏବେ ଏହି ହାତୀ ପଲ ରସ୍କା ଗାଁ ଅଞ୍ଚଳ ରେ ଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରୁଛି ।

    ହାତୀ ପାଇଁ ଚିନ୍ତାରେ ଚାଷୀ । ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ୨୧ ଟୀକିଆ ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

  • ହରଡ଼ଘଣାରେ ବଡ଼ ବାବୁ, କରିଥିଲେ ମହିଳା ସହଯୋଗୀଙ୍କ ସହ ଅସଦାଚରଣ

    ହରଡ଼ଘଣାରେ ବଡ଼ ବାବୁ, କରିଥିଲେ ମହିଳା ସହଯୋଗୀଙ୍କ ସହ ଅସଦାଚରଣ

    ବଡ଼ ବାବୁଙ୍କୁ ମହଙ୍ଗା ପଡିଲା ମହିଳା ସହଯୋଗୀଙ୍କୁ ଅସଦାଚରଣ । ଅଭିଯୋଗର ୮ ମାସ ପରେ ଅଭିଯୁକ୍ତ ବଡ଼ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର(ସହକାରୀ ଜିଲ୍ଲାପାଳ) ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ନିଲମ୍ବନ କରିଛନ୍ତି । ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳା ଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗର ତଦନ୍ତ କରିଥିଲେ ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳ । ଜିଲ୍ଲା ଅଭିଯୋଗ କମିଟି ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ମନ୍ତ୍ରୀ କହିଛନ୍ତି, “ମହିଳା ସଶକ୍ତିକରଣ ପାଇଁ ଆମ ସରକାର ବଦ୍ଧପରିକର । ମହିଳା ହିଂସା ଓ ନିର୍ଯାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।” ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ଶାଲିଂ ଅଧିକାରୀ ଙ୍କ ଦ୍ବାରା ତଦନ୍ତ କରାଯାଇ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି।

  • ସୂଚନା ଟିଭିର ମହା ପ୍ରଭାବ, MBK ଚାକିରୀରୁ ହେଲେ ବହିଷ୍କାର!

    ସୂଚନା ଟିଭିର ମହା ପ୍ରଭାବ, MBK ଚାକିରୀରୁ ହେଲେ ବହିଷ୍କାର!

    ସୂଚନା ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଡେରାବିଶ ବ୍ଲକରେ ଜାଲ ସାର୍ଟିଫିକେଟ ତଥା ନକଲି ପ୍ରମାଣପତ୍ର ଦେଇ ଡେରାବିଶ ଜଅଁରା ବାରିମୂଳ ପଞ୍ଚାୟତରେ ଏମ୍ବିକେ ଚାକିରୀ ପାଇଥିବା ସୋୟଂପ୍ରଭା ମିଶ୍ରଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ଡେରାବିଶ ବ୍ଲକ ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ସମେତ ମିଶନଶକ୍ତି ବିଭାଗ, ୱେଲେମ୍ ବିଭାଗକୁ ଏହି ନିର୍ଦେଶ ନାମା ପ୍ରେରଣ କରାଯାଇଛି । ଦେଢ଼ ବର୍ଷ ପୂର୍ବେ ସୋୟଂପ୍ରଭା ମିଶ୍ର କୁନା ସାରଙ୍କ ସହାୟତାରେ କାରସାଦି କରି ବେଲେଶ୍ୱର ମହାଦେବ ସଂକୃତ ମହାବିଦ୍ୟାଳୟର ଛାତ୍ରୀ ବୋଲି ନିଜକୁ ଦର୍ଶାଇ କଲେଜ ନାମରେ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ ତିଆରି କରି, ଶ୍ରୀ ଜଗନ୍ନାଥ ସଂକୃତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଫର୍ମାଟକୁ ବ୍ୟବହାର କରି ଯୋଗ୍ୟତା ଭିତିକ ନକଲି କଲେଜ ସାର୍ଟିଫିକେଟ ବ୍ଲକରେ ଦେଇ ୨୦୨୩ ମସିହାରୁ ଏମ୍ବିକେ ପଦବୀ ରେ ଚାକିରୀ କରି ଦରମା ନେଉଥିଲେ । ଜାଲ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରି ସରକାରଙ୍କୁ ଠକୁଥିଲେ । ତେବେ, ସେହି ପଦ ପାଇଁ ପ୍ରକୃତ ଯୋଗ୍ୟ ପାର୍ଥୀନୀ ସୀମା ନାୟକ ଆର୍ଟିଆଇରେ ସୋୟଂପ୍ରଭାଙ୍କ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ମଗାଇ ସବୁ ପ୍ରମାଣ ପାଇଥିଲେ. ସୂଚନା ଅଧିକାର ଆଇନ ବଳରେ ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି କରିଥିବା ସୋୟଂପ୍ରଭା ମିଶ୍ରଙ୍କ ଠକାମୀ ପଦାକୁ ଆସିବା ପରେ ଡେରାବିଶ ବିଡ଼ିଓଙ୍କୁ ସୀମା ଅଭିଯୋଗ କରଥିଲେ ।

    ଅନ୍ୟପଟେ ବେଲେଶ୍ୱର ମହାଦେବ ସଂକୃତ କଲେଜ ଅଧକ୍ଷା ମଧ୍ୟ ପ୍ରତିକ୍ରିୟା ରଖି ସୋୟଂପ୍ରଭା ତାଙ୍କ କଲେଜର ଛାତ୍ରୀ ନୁହଁ ବୋଲି ସ୍ପଷ୍ଟ କରିଥିଲେ । ସୂଚନା ଟିଭିରେ ଏହି ଘଟଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଉଥିଲା । ଫଳରେ ସୂଚନା ଟିଭିର ସାମ୍ବାଦିକ ବାବୁଲି ମଲ୍ଲିକଙ୍କୁ ନକଲି ସାର୍ଟିଫିକେଟ ରାକେଟ ମାଷ୍ଟର ମାଇଣ୍ଡ କୁନା ଓରଫ ପ୍ରଦୀପ କୁମାର ନାୟକ ଓ ତା’ ଭଡାଟିଆ ଗୁଣ୍ଡା ମାନେ ରାସ୍ତାରେ ଅଟକାଇ ହତ୍ୟା ଧମକ ଦେବା ସହ ଜାତିଆଣ ଆକ୍ଷେପ କରିଥିଲେ । ସୂଚନା ଟିଭିର ଆଉ ଜଣେ ସାମ୍ବାଦିକ ଦେବାସିଷଙ୍କୁ ମଧ୍ୟ ଅନେକ ଚାପ ପକାଯାଇଥିଲା । କୁନା ଓ ତାଙ୍କ ସହଯୋଗୀଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ ସୂଚନା ଟିଭି ରିପୋର୍ଟର ବାବୁଲି ମଳିକ ।

    ଅନ୍ୟପଟେ, ସୀମା ନାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଡେରାବିଶ ବ୍ଲକ ପ୍ରଶାସନ ତଦନ୍ତ କରି କୁନାଙ୍କ ସହଯୋଗୀ ସୋୟଂପ୍ରଭା ମିଶ୍ରଙ୍କୁ ଏମ୍ବିକେ ଚାକିରୀରୁ ବହିଷ୍କାର କରିବା ଏଥିସହ ନିଯୁକ୍ତି ସମୟରୁ ବର୍ତମାନ ପର୍ଯ୍ୟନ୍ତ ସୋୟଂପ୍ରଭା ମିଶ୍ର ନେଇଥିବା ପ୍ରତିମାସର ଦରମା ଟଙ୍କା ଫେରସ୍ତ ପାଇଁ ସୋୟଂପ୍ରଭାଙ୍କୁ କଡା ନିର୍ଦେଶନାମା ଦେଇଛନ୍ତି ଡେରାବିଶ ବିଡ଼ିଓ ନମିତା ବାରିକ ।

    ସୂଚନା ଟିଭିର ନିଷ୍ଠା ଓ ନିରପେକ୍ଷତାର ସ୍ୱତନ୍ତ୍ର ପ୍ରଭାବ ଯୋଗୁଁ ଏସବୁ ସମ୍ଭବ ହୋଇଥିଵା ଦେଖିବାକୁ ମିଳିଛି । ଏବେ ନକଲି ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ କୁନା ସାର କେବେ ଗିରଫ ହେବ ତାହା ଦେଖିବାକୁ ବାକି ରହିଲା ।

  • ସଭା ଭଣ୍ଡୁର,ମୂଖ୍ୟ ଅତିଥି ଭାଷଣ ଦେବା ପୂର୍ବରୁ ଷ୍ଟେଜ ଖାଲି!

    ସଭା ଭଣ୍ଡୁର,ମୂଖ୍ୟ ଅତିଥି ଭାଷଣ ଦେବା ପୂର୍ବରୁ ଷ୍ଟେଜ ଖାଲି!

    ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ମୂଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଆସିବା ଯୋଗୁଁ ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ରାଧିକ ବିଳମ୍ବ ଯୋଗୁଁ ମୂଖ୍ୟ ଅତିଥି ବିଧାୟକ ଭାଷଣ ଦେବା ପୂର୍ବରୁ କାର୍ଯ୍ୟକ୍ରମକୁ ଆସିଥିବା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଭାସ୍ଥଳ ଛାଡି ଚାଲିଯିବା ଦେଖିବାକୁ ମିଳିଥିଲା।

    ଚମ୍ପୁଆ କୃଷି ବିଭାଗ ତରଫରୁ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ-ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିବସରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୂଖ୍ୟ ଅତିଥି ରୂପେ ଯୋଗଦେଇ ମେଳାର ଶୁଭାରମ୍ଭ କରିଥିଲେ। ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ସତ୍ୟବାନ୍ ସୋରେନଙ୍କ ତତ୍ବାବଧାନରେ ମହା ଆଡ଼ମ୍ବରରେ ଆୟୋଜିତ ଏହି ମେଳାରେ ୪୫ଟି ଷ୍ଟଲ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଥିଲା।କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁଧନ, ମୃତ୍ତିକା ସଂରକ୍ଷଣ, ବିଭାଗର ଷ୍ଟଲ ସ୍ଥାପନ କରାଯାଇଥିବା ବେଳେ କୃଷି ଯନ୍ତ୍ରପାତିର ବହୁ ଷ୍ଟଲ ଖୋଲାଯାଇ ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ କୃଷି କରାଯିବା ନିମନ୍ତେ ସଚେତନ କରିବା ନେଇ ଏକ ସଭାର ଆୟୋଜନ କରାଯାଇଥିଲା। ତେବେ, ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ମୂଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଆସିବା ଯୋଗୁଁ ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ରାଧିକ ବିଳମ୍ବ ଯୋଗୁଁ ମୂଖ୍ୟ ଅତିଥି ବିଧାୟକ ଭାଷଣ ଦେବା ପୂର୍ବରୁ କାର୍ଯ୍ୟକ୍ରମକୁ ଆସିଥିବା ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଭାସ୍ଥଳ ଛାଡି ଚାଲିଯିବା ଦେଖିବାକୁ ମିଳିଥିଲା।

    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା, ଚମ୍ପୁଆ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ, ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ପ୍ରମୂଖ ଯୋଗ ଦେଇଥିବା ଜଣାପଡିଛି।