Category: ରାଜ୍ୟ ଖବର

  • ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

    ବନ୍ଦ କୋଠରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

    ବନ୍ଦ କୋଠରୀରୁ ଉଦ୍ଧାର ହେଲା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି । ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶ୍ଵଶୁର ଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇସାରିଛି ।

    ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଆଜି ତାଙ୍କ ସନ୍ଦେହ ଜନକ ମୃତ ଦେହକୁ ନେଇ ଏବେ ସସପେନ୍ସ ବଢି ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିବା ସହ ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ।

  • ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ

    ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ

    ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ହୋଇଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି । ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ତଥା ବଟେଶ୍ୱର ମନ୍ଦିର ବେଳାଭୂମି ମଧ୍ୟରେ ଗଣ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡ଼ଲେ କଇଁଛ। ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗକୁ ସୂଚନା ମିଳିଥିବା ବେଳେ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦାନ କରିବାର ଦେଖିବାକୁ ମିଳିଛି । କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିମି ପ୍ରଯ୍ୟନ୍ତ ବ୍ୟାରିକେଡ଼୍ ଦିଆଯାଇଛି ।

    ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ସମେତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି । ୨୦୨୪ ରେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଛି ।

  • ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

    ପୁରୀ ପୋଲିସକୁ ବଡ଼ ସଫଳତା। ପୋଲିସର ନିଦ ହଜାଇ ଦେଇଥିବା ବରଗ୍ଲାରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଗ୍ୟାଙ୍ଗର ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନିମାପଡ଼ା ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା, ପ୍ରିଣ୍ଟର, ମନିଟର, ସ୍କ୍ରୁ ଡାଇଭର, ସ୍କ୍ରୁ ବାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ। ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ। ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ। ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତେବେ ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି ଅତିରିକ୍ତ ଏସ ପି ସୁଶିଲ ମିଶ୍ର କହିଛନ୍ତି। ସମ୍ମିଳନୀ ରେ ତାଳବଣିଆ ଥାନାଧିକାରୀ ଗୀତାଞ୍ଜଳି ନାୟକ,ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ ଉପସ୍ଥିତ ଥିଲେ।

  • ସରକାରଙ୍କ ଉଦାସୀନତାରେ ମିଶନ ଶକ୍ତି ହତାଶ

    ସରକାରଙ୍କ ଉଦାସୀନତାରେ ମିଶନ ଶକ୍ତି ହତାଶ

    ବନ୍ଦ ହେବାକୁ ଯାଉଛି ଟେରାକୋଟା କାର୍ଯ୍ୟ, ହତାଶାରେ ମିଶନ ଶକ୍ତି ମହିଳା,ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବନ୍ଦ ହେବାକୁ ଯାଉଛି ଫତେପୁରର ଟେରାକୋଟା କାର୍ଯ୍ୟ, କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ କାର୍ଯ ବନ୍ଦ ହୋଇଯାଇଛି, ଫଳରେ ଟେରାକୋଟାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି ।

    ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ଠାରେ ପୂର୍ବ ସରକାରଙ୍କ ସମୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଟେରାକୋଟା ତାଲିମ୍ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ବତନ୍ତ୍ର କ୍ଲଷ୍ଟର ମାଧ୍ୟମରେ ଗୋଟିଏ ସ୍ଥାନରେ ଉତ୍ପାଦନ ସହିତ ଉତ୍ପାଦିତ ଟେରାକୋଟା ସାମଗ୍ରୀ ଗୁଡିକୁ ବିକ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତି ଗୃହ ଏବେ ଅସୁରକ୍ଷିତ ହୋଇପଡିଛି। ଗୃହର ପାଚେରୀ ନଥିବାରୁ ଅସାମାଜିକ ଲୋକମାନଙ୍କର ଆଡ୍ଡା ପାଲଟିଛି ମିଶନ ଶକ୍ତି ଗୃହ ‌। ୪୦ ରୁ ଉର୍ଦ୍ଧ ମହିଳା ଏହି ଅସାମାଜିକ ଲୋକଙ୍କ ଯୋଗୁଁ ଦେଢ଼ମାସ ହେଲା କାମ ବନ୍ଦ କରିଦେଇଛନ୍ତି। ଏପରିକି ସେମାନଙ୍କ କଞ୍ଚା ମାଲ୍ ଯଥା- କୁଟା, କାଠ ଗୁଡ଼ିକୁ କେହି ନିଆଁ ଲଗାଇ ନଷ୍ଟ କରିଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅବିଯୋଗ ହୋଇଛି ।

  • ଚାଷି ପାଇଲେନି ବିହନ ସାର, ଆମେ ଚାଷୀ ନା ମୋଚି!

    ଚାଷି ପାଇଲେନି ବିହନ ସାର, ଆମେ ଚାଷୀ ନା ମୋଚି!

    ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଚନ୍ଦ୍ରପୁର ବ୍ଲକ, ଏହି ବ୍ଲକର ୮ ଟି ପଂଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଗରିବ ଲୋକମାନେ ପ୍ରାୟତଃ କୃଷିକାର୍ଯ ଉପରେ ନିର୍ଭର କରିଥାନ୍ତି, ଚାଷକୁ ଭରସା କରି ପେଟ ପୋଷୁଥିବା ଏହି ଗରିବ ଲୋକଙ୍କ ଉପରେ ଏବେ ଦାଉ ସାଧିଛି କୃଷି ବିଭାଗ, ହଁ ଆଜ୍ଞା, ରାଜ୍ୟ ସରକାର ଏଞ୍ଜିଓ ମାଧ୍ୟମରେ ଚାଷୀଙ୍କୁ ବିହନ ଓ ସାର ଯୋଗାଇ ଦେଉଛନ୍ତି, କିନ୍ତୁ ଚନ୍ଦ୍ରପୁର ବ୍ଲକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି, ଏଞ୍ଜିଓ ଓ କୃଷି ବିଭାଗ ପକ୍ଷରୁ ଚାଷିଙ୍କ ପାଇଁ ବିହନ, ବିରି, ସୋରିଷ, ମାଣ୍ଡିଆ, ରାଶି ସହିତ ବିଭିନ୍ନ ରାସାୟନିକ ସାର ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀଙ୍କୁ ପ୍ରତାରିତ କରୁଛି ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ, ସେଥିଲାଗି ବଞ୍ଚିତ ଅଛନ୍ତି ଚନ୍ଦ୍ରପୁର ବ୍ଲକର ଚାଷୀମାନେ, ଆଇକାର୍ଡ ଏଞ୍ଜିଓ ହରିଲୁଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ, ଆମକୁ କାହିଁକି ବିହନ ମିଳିବନି ବୋଲି ସମ୍ପୃକ୍ତ ଏଞ୍ଜିଓକୁ ଚାଷୀମାନେ ପଚାରିବାରୁ ସେ କହିଛନ୍ତି ଯେ ତମେ କିଏ ଚିହ୍ନିନୁ, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓ ପ୍ରକୃତ ଚାଷୀଙ୍କୁ ବାଦ ଦେଇ ଅଣଚାଷୀଙ୍କୁ ବିହନ ଦେଉଥିବା କହିଛନ୍ତି ଚାଷୀ, ଏ ନେଇ କଣ କହୁଛନ୍ତି ଚାଷୀ ଶୁଣନ୍ତୁ ।

    ଏଠାରେ ପ୍ରଶ୍ନ ଉଠୁଛି, ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓର ବିହନ ହେରଫେର ପଛରେ କାହାର ହାତ ରହିଛି କି? ଯଦି କୃଷି ବିଭାଗ ଚାଷୀ ଓ ଅଣଚାଷୀଙ୍କ ତଥ୍ୟ ସମ୍ପୃକ୍ତ ଆଇକାର୍ଡ ଏଞ୍ଜିଓକୁ ପ୍ରଦାନ କରି ବିହନ ବଣ୍ଟନର ଦାୟିତ୍ବ ଦେଇଛି, ତେବେ କାହିଁକି ଗରିବ ଚାଷୀଙ୍କୁ ହତାଦର କରୁଛି ଏଞ୍ଜିଓ ? ନା ରହିଛି ବଡ ଘୋଟାଲାର ଷଡଯନ୍ତ୍ର ? ଏ ନେଇ ସଂପୃକ୍ତ ଆଇକାର୍ଡ ଏଞ୍ଜିଓ ଚନ୍ଦ୍ରପୁର ଏବଂ କୃଷି ବିଭାଗର କର୍ମଚାରୀ ରଞ୍ଜିତ କୁମାର ଗମାଙ୍ଗଙ୍କୁ ପଚାରିବାରୁ ସେ କୈାଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ।

    ଏଥିରୁ ଯାହା ସ୍ପଷ୍ଟ ଜଣାପଡ଼ୁଛି କୃଷି ବିଭାଗ ଏବଂ ଆଇକାର୍ଡ ଏଞ୍ଜିଓର ଦୁର୍ନୀତି ଖୁବଶୀଘ୍ର ପର୍ଦ୍ଦାଫାସ୍ ହେବାକୁ ଯାଉଛି। ଚନ୍ଦ୍ରପୁର ବ୍ଲକର ନୀରୀହ ଗରୀବ ଆଦିବାସୀ ଚାଷିମାନଙ୍କ ପ୍ରତି ହୋଇଥିବା ଦୁର୍ନୀତି ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ଚାଷୀମାନେ ଅଭିଯୋଗ କରିଛନ୍ତି।

  • ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ମଦୁଆ ଶିକ୍ଷକଙ୍କ ତାଣ୍ଡବ, ଛାତ୍ରଛାତ୍ରୀଙ୍କୁ ଦେଲେ ହଗା-ନଗା ମାଡ

    ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ତସ୍ମୟଶ୍ରୀ ଗୁରବେ ନମ, ପିତାମାତାଙ୍କ ପରେ ଶିକ୍ଷକଙ୍କୁ ହିଁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ, କିନ୍ତୁ ସେହି ଭଗବାନ ଆଜି ରାକ୍ଷସ ପରି କାମ କରିଥିବା ଦେଖିବାକୁ ମିଳିଛି ।

    ସୂଚନା ଅନୁସାରେ,ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପଂଚାୟତ ଠାକୁରଦିଆ ଗାଁ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

    ଶିକ୍ଷକ ଜଣକ ମଦ୍ୟପାନ କରି ନିର୍ମମ ଭାବେ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଜୋତାରେ ଗୋଇଠା ମାରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ମାନେ ।

  • ଫୁଲ ଶୀଘ୍ର ଫୁଟିଗଲା, ପକ୍ଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ… ଫେବୃଆରୀରେ ଏପ୍ରିଲ୍ ପରି ଗରମ, କୁଆଡେ ଗଲା ବସନ୍ତ?

    ଫୁଲ ଶୀଘ୍ର ଫୁଟିଗଲା, ପକ୍ଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ… ଫେବୃଆରୀରେ ଏପ୍ରିଲ୍ ପରି ଗରମ, କୁଆଡେ ଗଲା ବସନ୍ତ?

    ଜଳ ବାୟୁର ହଠାତ ପରିବର୍ତ୍ତନ ଏମିତି ହେଲା ଯେ ଯେ ଲୋକମାନେ ଜାନୁଆରୀରୁ ଗରମ ହେବାର ଅନୁଭବ କରିବା ଆରମ୍ଭ କରି ସାରିଲେଣି । ଫେବୃଆରୀ ମାସରେ ଶୀତ ହ୍ରାସ ପାଇବାବେଳେ ଲୋକମାନେ ଏପ୍ରିଲର ଗରମ ଅନୁଭବ କରୁଛନ୍ତି । ପାଣିପାଗର ଏହି ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ମଧ୍ୟ ଏକ ସମସ୍ୟା ପାଲଟିଛି । ଓଡ଼ିଶାରେ ଯେଉଁଠି ଶୀତ ଋତୁରେ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଶୁଣିବାକୁ ମିଳୁଥିଲା ତାହା ଏବେ ପୁରା ଶାନ୍ତ ପଡିଛି । ତାପମାତ୍ରା ବୃଦ୍ଧି ହେତୁ ପ୍ରବାସୀ ପକ୍ଷୀମାନେ ସମୟ ପୂର୍ବରୁ ସ୍ଥାନାନ୍ତରିତ ହେଉଛନ୍ତି । ଏହି ପକ୍ଷୀମାନେ ସାଧାରଣତ ନଭେମ୍ବରରେ ୟୁରୋପ ଏବଂ ମଧ୍ୟ ଏସିଆରୁ ଏଠାକୁ ଆସନ୍ତି ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ରୁହନ୍ତି, କିନ୍ତୁ ଏଥର ଫେବୃଆରୀ ଆରମ୍ଭରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି, ଯାହାକି ଏହି ସମୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସ ପାଖାପାଖି ରହିଥାଏ ।

  • ବିଶ୍ଵ କର୍କଟ ଦିବସରେ ସଚେତନତା

    ବିଶ୍ଵ କର୍କଟ ଦିବସରେ ସଚେତନତା

    ବରଗଡ ଜିଲ୍ଲା ବରପାଲି ଠାରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ବରଗଡ ଫାଇଟର ଗ୍ରୁପ, ସାମ୍ବାଦିକ ସଂଘ , ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ଜୁନିୟର ରେଡ୍‌କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ବରପାଲି ସାମ୍ବାଦିକ ସଂଘ ଏବଂ ବରପାଲି ମହାବିଦ୍ୟାଳୟର ଏନ୍‌ଏସ ଏସ୍ ଦଳ ମିଳିତଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରୁ କର୍କଟ ରୋଗର ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର ଆରମ୍ଭ ହୋଇ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

    ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା. ରାଜେଶ କୁମାର ବେହେରା ଓ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ,ବରପାଲି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇଥିଲେ ।

    ଏହି ଯାତ୍ରା ସ୍ଳୋଗାନ ସହ ଷ୍ଟେଟବ୍ୟାଙ୍କ ଛକ ଦେଇ ଶ୍ୟାମାଛକ,ଡାକ୍ତରଖାନା ଛକ, ଅଶୋକ କ୍ଳବ ଦେଇ ଗାନ୍ଧିଛକଠାରେ ପହୁଞ୍ଚିଥିଲା ।ଏଥିରେ ସୁନିତା ମୁଣ୍ଡ, ନିବେଦିତା ସାହୁ,ମଧୁସ୍ମିତା ମୁଣ୍ଡ, ବାଲକିଶୋର ଖାଡଙ୍ଗା,ପଦ୍ମଲୋଚନ ସାହୁ, ସୂର୍ଯ୍ୟ ନାରାୟଣ ଦାଶ,ଦୁଷ୍ମନ୍ତ ମିଶ୍ର, ଅଶୋକ ବରାଇ,ବ୍ରଜକିଶୋର ମେହେର,ସୁଦାମ ଦିପ,ସୁବୋଧ ସାହୁ,ଦୟାସାଗର ନନ୍ଦ,ଧୀରେନ୍ଦ୍ର ପତି, ପଦ୍ମ ଲୋଚନ ଦାଶ, ଆଦିତ୍ୟ ପ୍ରସାଦ କର, ହେମାନନ୍ଦ କହ୍ନେଇ, ପୁରନ୍ଦର ସିଂହ, ଦେବେନ୍ଦ୍ର କୁମାର ମହାପାତ୍ର, ସରୋଜ ପଧାନ, ନିମାଇଁ ଥଇତ୍ ,ରୀତାଞ୍ଜଳି ଭୋଇ, ପ୍ରଶାନ୍ତ କୁମାର ସାହୁ, ସ୍ୱାଗତିକା ସାହୁ , ସ୍ଵର୍ଣ୍ଣପ୍ରଭା ପଧାନ, ସିଟିଓ ମିଲ୍କୀ ବାରିକ,ଆଦି ସହଯୋଗ କରିଥିଲେ ।

  • ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ପିଏମଏୱାୟୀ ସର୍ଭେରେ ଯୋଗଦେଲେ ଜିଲ୍ଲାପାଳ

    ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ତାଙ୍କ ସାଥେ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ବିଷମକଟକ ପରିଦର୍ଶନ କରିଥିଲେ। ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧା ସଳଖ କଥାବାର୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା I ଏଥିପୂର୍ବରୁ ଏଭଳି ବସ୍ତିକୁ ପ୍ରବେଶ କରିବାକୁ ମଧ୍ୟ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି I

    ତାଙ୍କ ଏହି ଗସ୍ତ ବେଳେ, ଶ୍ରୀମତୀ ପାଟୱାରୀ ସାନ ସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧ ମହିଳାଙ୍କୁ ସାକ୍ଷାତ କରିଥିଲେ I ଯିଏ ଦୟନୀୟ ଅବସ୍ଥାରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ। ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ଶ୍ରୀମତୀ ପାଟୱାରୀ ମଧ୍ୟ ତାଙ୍କ ପ୍ରଶାସନର ଯୁବ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅସହାୟଙ୍କ ସକ୍ରିୟ ପଦକ୍ଷେପ ପାଇଁ ଉତ୍ସାହିତ କରିଥିଲେ।

  • ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ମଙ୍ଗଳବାର ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ। ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ ବୋଲି ସେ ଏହି ଅବସରରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ | ଏହା ସହ ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ |

    ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟରେ ଦେଶର ଏକ କୋଟି ଯୁବଗୋଷ୍ଠୀଙ୍କୁ ପ୍ରତିଷ୍ଠିତ କମ୍ପାନୀ ମାନଙ୍କ ଜରିଆରେ ଶିଳ୍ପଉପଯୋଗୀ କରିବାପାଇଁ ଷ୍ଟାଇପେଣ୍ଡ ସହ internship ର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶରେ ନୂତନ ଶିକ୍ଷା ନୀତି ୨୦୨୦ ପ୍ରଣୟନ କରାଯାଇଛି। ଯୁବପିଢିଙ୍କୁ ଏକ ସାମଗ୍ରିକ ଶିକ୍ଷା ଦ୍ଵାରା ଯୋଗ୍ୟ କରିବା ହେଉଛି ଆମର ଲକ୍ଷ୍ୟ।

    ସେ ପୁଣି କହିଥିଲେ, ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାରଙ୍କ ଯୋଜନା ରହିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିକୁ ସୁଦୃଢ କରିବାପାଇଁ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବଳିଷ୍ଠ କରିବ।

    କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନବନିର୍ମିତ ନୂତନ ଶ୍ରେଣୀଗୃହ ଓ ପ୍ରଶାସନିକ ଗୃହର ଉଦଘାଟନ କରିବା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ମହାବିଦ୍ୟାଳୟର ନେପାଳର କାଠମାଣ୍ଡୁ ଠାରେ ଆୟୋଜିତ South Asian Combat Championship ରେ ମେଡାଲ ହାସଲ କରିଥିବା ଓ ସର୍ବ ଭାରତୀୟ କୋଷ୍ଟାଲ ଟ୍ରେକିଙ୍ଗ ଓ ମାଉଣ୍ଟେନ କୋର୍ସ ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

    କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେଯେ, ବିଶିଷ୍ଟ ସମାଜସେବୀ ସୁରଜମଲ ସାହା, ସାହସ, ତ୍ୟାଗ, ସମର୍ପଣ ଓ ତିତିକ୍ଷାର ପ୍ରତୀକ ଥିଲେ। ସେ ପ୍ରତ୍ୟକ୍ଷ ରାଜନୀତିରେ ନଥାଇ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଦା ସର୍ବଦା ଚେଷ୍ଟିତ ଥିଲେ। ଏହି ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ହେଉଛନ୍ତି, ଜାତୀୟ ସ୍ତରର ଖେଳାଳୀ, ଏହା ଏକ ଗୌରବର କଥା। ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେଯେ, ରାଜ୍ୟର ବିକାଶ ଓ ସମୃଦ୍ଧି, ତୁମକୁ ମାନଙ୍କ ଉପରେ ନିର୍ଭର କରୁଛି। ନିଜର ଉଜ୍ଜ୍ୱଳ ଭବିଷ୍ୟତ ଜରିଆରେ ରାଜ୍ୟ ତଥା ଦେଶର ବିକାଶ ପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ସେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

    କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ପିଲା ମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ଦେବା ସହିତ, ଆଗାମୀ ଭବିଷ୍ୟତରେ ନିଜ ଶିକ୍ଷା ମହତ୍ୱକୁ ଶୀର୍ଷ ସ୍ଥାନରେ ସ୍ଥାନିତ କରିବା ପାଇଁ କହିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇଥିଲେ।

    ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ବ୍ରହ୍ମ।ନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧ୍ୟାପକ ନଳିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।