Category: ରାଜ୍ୟ ଖବର

  • ତରିମୁଳ ଗ୍ରାମରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ତରିମୁଳ ଗ୍ରାମରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଘସିପୁରା ବ୍ଲକ ଅନ୍ତର୍ଗତ ତରିମୁଳ ଠାରେ ମିନି ଷ୍ଟାଡିୟମରେ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଟି-୨୦ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତିନି ରାତି ଧରି ରାଜ୍ୟସ୍ତରୀୟ ୧୬ ଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହି ଉଦଘାଟନ ଉତ୍ସବରେ ଅତିଥି ଭାବେ ତରିମୁଳ ସରପଞ୍ଚ ପଙ୍କଜିନୀ ରାଉତରାୟ, ସମିତି ସଭ୍ୟା ତଅପୋଇ ବେହେରା, ଜିଲ୍ଳା ପରିଷଦ ସଭ୍ୟା ମଧୁସ୍ମିତା ଦାସ ,ଶିକ୍ଷକ ଦିଲ୍ଲୀପ ରାଉତ, ରଶ୍ମିରଞ୍ଜନ ରାଉତ, ନାଗଭୂଷଣ ରାଉତ, ଏମ୍ ଏମ୍ ସି ସି ପୁରାତନ ସଦସ୍ୟ ଜ୍ୟୋତିର୍ମୟ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।

    ରବିବାରରେ ମେଗା ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ମୋଟ ୧୬ଟି ଦଳ କୁ ନେଇ ଟି-୨୦ ଫର୍ମାଟ୍ ରେ ଫ୍ଲଡ ଲାଇଟରେ ଏହି ଖେଳ ଅନୁଷ୍ଠିତ ହେଉଛି ।ମ୍ଯାଚ ପରିଚାଳନାରେ ଅମ୍ପାୟାର ବବୁଲ ସାହୁ ,ଜ୍ଞାନ ସ୍ୱାଇଁ ଦାୟିତ୍ବ ସମ୍ପାଦନ କରିଥିଲେ।ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

  • ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର

    ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର

    ଯାଜପୁର ଷ୍ଟେସନ ରୁ ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିଛି ରାମଚନ୍ଦ୍ରପୁର ପୋଲିସ୍ । ରାମଚନ୍ଦ୍ରପୁର ଥାନା ପନାସିଆ ଗାଁ ର ଦୁଇ ନାବାଳିକା ଘରୁ କେଉଁଆଡେ ଚାଲି ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । କୈଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଯାଜପୁର ଷ୍ଟେସନ ଠାରେ ଜଗି ବସିଥିଲେ । ୨ ନାବାଳିକା ୨ଜଣ ଯୁବକ ଙ୍କ ସହ ତାମିଲନାଡୁ ଯାଉଥିବା ଜଣାପଡ଼ିଥିଲା । ସେମାନଙ୍କୁ ଷ୍ଟେସନରେ ଠାବ କରିବାପରେ ପରିବାର ଲୋକେ ରାମଚନ୍ଦ୍ରପୁର ପୋଲିସ୍ କୁ ଖବର ଦେଇଥିଲେ ।

    ଖବର ପାଇ ପୋଲିସ୍ ପହଁଞ୍ଚିବାପରେ ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିଲେ । ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକକୁ ଥାନାକୁ ଆଣି ପଚାରା ଉଚାରା କରୁଛି ପୋଲିସ । ତେବେ ଅଟକ ଯୁବକ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରି ଗାଁ ର ରେନ୍ସ ପୂର୍ତ୍ତି ବୋଲି ଜଣା ପଡିଛି । ନାବାଳିକା ୨ ଜଣ ସ୍ଵଇଚ୍ଛାରେ କାମକରିବାକୁ ତାମିଲନାଡୁ ଯାଉଥିବା ନିଜ ବୟାନରେ କହିଛନ୍ତି । ପରେ ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଅଟକ ଯୁବକ କୁ ଛାଡି ଦେଇଥିବା ଆଇଆଇସି କହିଛନ୍ତି ।

  • ବରମାଳ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗୀତା କାର୍ଯ୍ୟକ୍ରମ

    ବରମାଳ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗୀତା କାର୍ଯ୍ୟକ୍ରମ

    ଘଷିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ବରମାଲ ସରକାରୀ ଆଶ୍ରମ ବିଦ୍ୟାଳୟରେ ସରକାରଙ୍କ ଅନୁସୂଚିତ ଜନଜାତି,ଜାତି ଉନ୍ନୟନ ଓ ପଛୁଆ ବର୍ଗ ପକ୍ଷରୁ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସି ସଞ୍ଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଦିଲ୍ଲୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଚକ୍ର, ପରିଚାଳନା କମିଟିର ସଭାପତି ଶରତ ମଲ୍ଲିକ, ସମ୍ପାଦକ କୁନି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନୈତିକ ଶିକ୍ଷା ସହ ବୈଷୟିକ ଏବଂ ଶୈଖକ ଶିକ୍ଷା ପ୍ରଦାନ ସହ ଲାଇବ୍ରେରୀ, ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସେମାନଙ୍କ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେନ୍ଦ୍ର ସୁନ୍ଦର ରାଉତ, ଗୀତାଞ୍ଜଳି ପଣ୍ଡା, ହରେକୃଷ୍ଣ ଦାସ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ତୋଷୀ ସାହୁ, ପୂର୍ଣିମା କିସ୍କୁ, ବିମଲ ସୁରେନ ପ୍ରମୁଖ ସହଯୋଗ କରିଥିଲେ ।

  • ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତି ର ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ପ୍ରଥମେ ଆବେଦନ କରାଇ ଦେବାକୁ ଅନୁରୋଧ କରିଥିଲେ ହିତାଧିକାରୀ । କିନ୍ତୁ ଟଙ୍କା ଦେଲେ ଆବେଦନ କରିବେ ବୋଲି କହିଥିଲେ ସତ୍ୟପ୍ରିୟ ।

    ଆଜି ଆଠମଲ୍ଲିକ ଏସବିଆଇ ମୁଖ୍ୟ ଶାଖା ଏଟିଏମ ସମ୍ମୁଖରେ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଅଭିଯୋଗକାରୀ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ । ଟ୍ରାପ ପରେ ସତ୍ୟପ୍ରିୟ ନାୟକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

  • ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ

    ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ

    ଆଜି ପବିତ୍ର ବାରୁଣୀ ସ୍ନାନ । ପ୍ରତିବର୍ଷ ଚୈତ୍ର ମାସରେ ଏହି ବୁଡ ପାଳନ କରାଯାଏ । ସନାତନ ଧର୍ମର ଏହା ହେଉଛି ଏକ ଅନନ୍ୟ ସ୍ନାନ। ବାରୁଣୀ ସ୍ନାନ ଅବସରରେ ଚଳଚଞ୍ଚଳ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପୂର୍ଣ୍ଣତୟା ଚିତ୍ରୋତ୍ପଳା ନଦୀ |ନଦୀରେ ପବିତ୍ର ସ୍ନାନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଏବଂ ଛୋଟ ପିଲାଙ୍କର ମୁଣ୍ଡନ କରିବା ପାଇଁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

    ନଦୀ କୂଳରେ ବସିଥିବା ଫକୀର ମାନଙ୍କୁ ଅରୁଆ ଚାଉଳ ବିରି ମିଶାଇ ଦେବା ସହ ଟଙ୍କା ଦାନ ଦେଇଥାନ୍ତି ଶ୍ରଦ୍ଧାଳୁ ମାନେ । ଏହି ପବିତ୍ର ତିଥିରେ ବୁଡ ପକାଇଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗ୍ରାମବାସୀ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

    ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

    ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡିମିରିଗୁଡ଼ା ଠାରେ ଥିବା ବି ଚତୁର୍ଥ ବାଟାଲିୟନଙ୍କ ଦ୍ଵାରା ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ୍ କମାଡେଣ୍ଟ ଫୀରୋଜ କୁଜୁର୍ ଙ୍କ ନିର୍ଦ୍ଦେଶରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଡେପୁଟି କମାଡେଣ୍ଟ ମୁକେଶ ସିଂ ଓ ଚତୁର୍ଥ ବାହିନୀ କମ୍ପାନୀ କମାଣ୍ଡର ରାମକେସ ମୀନା ଉପସ୍ଥିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ ଆଇ ସୁନାକର ଜେନା, ଏସ ଆଇ ରାମ ସିଂ,ଏସ ଆଇ ଅକ୍ଷୟ କୁମାର, ଡିମିରିଗୁଡା ସରପଞ୍ଚ ଚୁମୁଲି ମାଝୀ, ରଘୁବାରି ସରପଞ୍ଚ ନାଉଙ୍ଗା ମାଝୀ ପ୍ରମୁଖ ସହାୟତା କରିଥିଲେ ।

    ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠିର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଚତୁର୍ଥ ବାଟାଲିୟନ ଦ୍ଵାରା ଅଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ରାଘୁବାରୀ, ଦୋରା ଗାଁ, ଭାଲିଆପଦର, ଟିକରପଡା, ଡେମା ପଦର ଗ୍ରାମର ମହିଳା ଗୋଷ୍ଠୀଙ୍କୁ ମହୁମାଛି ଚାଷ ପାଇଁ ଉପକରଣ ଡିମିରିଗୁଡ଼ା ମହିଳା ଗୋଷ୍ଠୀଙ୍କୁ ମହବତି ତିଆରି ପାଇଁ ଉପକରଣ ସହ କଞ୍ଚା ମାଲ ଯୋଗାଇ ଦିଆଯାଇଛି ।

  • ବିଜେପିରେ ମିଶିଲେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ

    ବିଜେପିରେ ମିଶିଲେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ

    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ର ଚମାଖଣ୍ଡିରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଟାଙ୍ଗଣା ପଲି ସରପଞ୍ଚ ବି.ସୁଦାମ, ସମିତି ସଭ୍ୟା ମୀନା କୁମାରୀ ସାହୁଙ୍କ ସମେତ ବହୁ ବିଜେଡି, କଂଗ୍ରେସ, ସିପିଆଇ ରୁ ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଚମାଖଣ୍ଡି ସ୍ଥିତ ଟାଙ୍ଗଣା ପଲି ପଡିଆଠାରେ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସହ ସହ ନେତା ଓ କର୍ମୀ ଯୋଗଦେଇଛନ୍ତି ।

    ଏହି ମିଶ୍ରଣ ପର୍ବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବ୍ଲକ୍ ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ, ପଦ୍ମ ଚରଣ ସାହୁ, ଜ୍ୟୋତି ରଞ୍ଜନ ସାହୁ, ଏମ ପି ପ୍ରତିନିଧି ସନ୍ତୋଷ ରେଡ୍ଡୀ ଙ୍କ ସମେତ ବହୁ ରାଜନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଭାପତି ସମ୍ପଦ ନାହାକ, ଏଥିରେ ଅଧ୍ୟକ୍ଷତା କରିଥିଲେ ।

  • ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ ଅମିନ ବାବୁ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା କରି କୋର୍ଟକୁ ଚାଲାଣ କରିଛି ।

    ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍‌ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରୁଥିଲେ । ଯାହାଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପରେ ରାଉରକେଲା ଭିଜିଲାନ୍ସ ଥାନାରେ ଅମିନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚଟଙ୍କା ନେବା ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅମିନଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ଜବତ କରିଥିବା ଜଣାପଡିଛି ।

  • ପୋଲିସ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ କର୍ମଚାରୀ ଗୁରୁତର

    ପୋଲିସ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ କର୍ମଚାରୀ ଗୁରୁତର

    କେନ୍ଦୁଝର ପୁଲିସର ସ୍ପେଶାଲ ସ୍କାର୍ଡ କୌଣସି କାମରେ ନନ୍ଦିପଦା ଥାନା ଅଞ୍ଚଳକୁ ଆସି ଫେରିବା ବାଟରେ ଚାରିନାଳିଆ ନିକଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ଏସ.ପି ମନୋଜ ରାଉତ , ଏସଡିପିଓ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ କଟକ ପଠାଇବାର ସୁବ୍ୟବସ୍ଥା କରାଇ ଥିଲେ।

  • ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ କାର୍ଯ୍ୟକ୍ରମ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ବଡ଼ ଧୁମଧାମରେ ଘଣ୍ଟେଶ୍ବରରୁ ମେଢ଼ ଗୁଡ଼ିକ ସୁସଜ୍ଜିତ କରାଯାଇ ଭଦ୍ରକ ଅଭିମୁଖେ ବାହାରିବ । ଚଳିତ ବର୍ଷ ସମ୍ପୁର୍ଣ୍ଣ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହଯାଇଛି।

    ହିନ୍ଦୁ ଧର୍ମକୁ ରକ୍ଷା କରିବା, ହିନ୍ଦୁତ୍ବକୁ ରକ୍ଷାକରିବା, ମାତୃଭୂମିର ସ୍ବାଭିମାନକୁ ରକ୍ଷା କରିବା ନିମନ୍ତେ ଆସନ୍ତା ୩୧ ରୁ ସକାଳ ୭ ଘଟିକା ସମୟରେ ମହିମା ମଣିଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ସମଗ୍ର ଘଣ୍ଟେଶ୍ବର ଅଞ୍ଚଳ ପରିକ୍ରମା କରି ନୂଆସାହି ଗ୍ରାମ ନିକଟରେ ଗଣଦୈଡ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

    ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ, ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବିମାନେଯୋଗ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାମନବମୀ ସମିତିର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଲୋକନାଥ କର, ହରିଶ୍ଚନ୍ଦ୍ର ମହାଳିକ,ବିକ୍ରମ କେଶରୀ ପରିଡ଼ା,ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।