Category: ରାଜ୍ୟ ଖବର

  • ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିର ର କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଘଷିପୁରା ବ୍ଳକ ଅଳତୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନି ରାଉତ ଙ୍କ ସଂଯୋଜନା ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ଓଡ଼ିଶା ଆଦର୍ଶ ପରୀକ୍ଷା ସଫଳତା ହାସଲ କରିଥିଲେ ଏବଂ ନବୋଦୟ ପରୀକ୍ଷାରେ ସଫଳତା ହାସଲ କରିଥିଲେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚମ ରୁ ଦୀପଶିଖା ଧିର ଉଭୟ ଆଦର୍ଶ ଓ ନବୋଦୟ ରେ ଓ ରଶ୍ମିତା ବାରିକ, ଅମ୍ରିତ୍ ବେହେରା, ଶୁଭଲକ୍ଷ୍ମୀ ସାହୁ, ଜ୍ଞାନପ୍ରକାଶ ବୋଇତେଇ, ରୁଦ୍ର ମାଧବ ଜେନା, ସୋହନ କୁମାର ସ୍ବାଇଁ ଆଦର୍ଶ ପରୀକ୍ଷା ରେ ସଫଳତା ପାଇଛନ୍ତି ।

    ଷଷ୍ଠ ଶ୍ରେଣୀ ରୁ ଭୁବର୍ଶ୍ୱେତା ପାତ୍ର ଓ ଆଦିତ୍ୟ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସଭାପତି ଡ଼. ରତିକାନ୍ତ ବରାଳ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏବଂ ଶିଶୁ ମନ୍ଦିର ପାଇଁ ଗୌରବ ଆଣିଥିବାରୁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ପରିଚଳନ ସମିତି ର ସମ୍ପାଦକ ଜନ୍ମେଜୟ ବରାଳ, ସଭାପତି ଡ଼ ରତିକାନ୍ତ ବରାଳଙ୍କ ସମେତ ପରିଚାଳନା ସମିତିର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଶ୍ରେୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ସହଯୋଗ କରିଥିଲେ ।

  • ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଳାରେ ସଙ୍ଘ କିପରି ତାର ଭୂମିକା ନିର୍ବାହ କରିବ ଓ ୱେବ ମିଡ଼ିଆ ର କର୍ମକର୍ତ୍ତା ମାନେ କିପରି ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ସେ ଦିଗରେ ଆଲୋଚନା ହୋଇଥିଲା l ପରେ ସଙ୍ଘ ର ବରିଷ୍ଠ ସାମ୍ବାଦିକ ରାଜେଶ ସେଠି ନିର୍ବାଚନ ଅଧକ୍ଷ ଭାବରେ ରହିଥିବା ବେଳେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା l ତେଵେ ସଭାପତି ଭାବେ ପୁଣି ଥରେ ପିତାମ୍ବର ମହାପାତ୍ର ଙ୍କୁ ଚୟନ କରାଯାଇଛି । ଉପସଭାପତି ଭାବେ ପ୍ରଶାନ୍ତ ସେଠ, ପ୍ରହ୍ଲାଦ ଦାସ, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ ଓ ସମ୍ପାଦକ ଭାବେ ଶରତ ମହାପାତ୍ର ଚୟନ ହୋଇଛନ୍ତି ।

    ଯୁଗ୍ମ ସମ୍ପାଦକ ଭାବେ ଗୁରୁଦେବ ମେହେର ଓ ମୁରଲୀ ସାହୁ , କୋଷାଧକ୍ଷ ଭାବେ ସଂଜୟ ସାହୁ ଙ୍କୁ ଚୟନ କରାଯାଇଥିଲା l ତେଵେ ଉପଦେଷ୍ଟା ମଣ୍ଡଳୀ ରେ ତୀର୍ଥବାସି ପଣ୍ଡା, ରାଜେଶ ସେଠି, ଆଶୁତୋଷ ପୂଜାହାରି, ସହଦେଵ ମେହେର ଙ୍କୁ ସଙ୍ଘ ପକ୍ଷରୁ ଚୟନ କରଯାଇଥିବା ସଭାପତି ସୂଚନା ଦେଇଥିଲେ l ତେଵେ ଏହି ଦିବସ ରେ ସମସ୍ତ ବ୍ଲକ ର ରଞ୍ଜନ ହୋତା, ଉମାକାନ୍ତ ବାଘ, ଅବକାଶ ବିଦ୍ୟାଧର,ରାଜୀବ ମିଶ୍ର,ସୁଶାନ୍ତ ପଣ୍ଡା, କିଶୋର ସାହୁ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଭ୍ୟ ଯୋଗ ଦେଇ ସଙ୍ଘ ସଭା କୁ ସଫଳ କରିଥିଲେ l

  • ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଓଡିଶା ପକ୍ଷ ପାଳନ କରିଛନ୍ତି | ଏହି ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା |

    ସୋନପୁରରେ କରାଯାଇଥିବା ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ |ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନିର୍ବାହୀ ଅଧିକାରୀ,ସୋନପୁର ପୌର ପରିଷଦ ଋଷି ମାଝୀ , ଆଞ୍ଚଳିକ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡିଳେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ଯୋଗ ଦେଇଥିଲେ |

  • ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

    ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

    ଘସିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ସ୍ଥିତ କୁଶଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମହାରଣା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତ ଙ୍କ ସଭାପତିତ୍ବରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସ.ଡି.ଭି.ଓ. ଆନନ୍ଦପୁର ଡକ୍ଟର ନକୁଳ ଚରଣ ନାୟକ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

    ମୁଖ୍ୟ ବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଦେଓଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା , ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ମୁରଲୀଧର ରାଉତ, ଦେଓଗାଁ ସରପଞ୍ଚ ସତ୍ୟ ରଞ୍ଜନ ଭୁୟାଁ, ସାହାରାପଡା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷୟିତ୍ରୀ ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀଙ୍କ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ ।

    ମାନପତ୍ର ପଠନ ସୁକାନ୍ତ କୁମାର ଜେନା କରିଥିବା ବେଳେ ଅତିଥି ପରିଚୟ ସୌଗନ୍ଧିକା ଭୁୟାଁ, ଧନ୍ୟବାଦ ଅର୍ପଣ ସ୍ୱର୍ଣ୍ଣ ମଞ୍ଜରୀ ମିଶ୍ର କରିଥିଲେ । ଏହା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ ।

  • ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଖାତା ଖୋଲିଲା

    ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବର ଖାତା ଖୋଲିଲା

    ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଲେଫ୍ରିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ଲାକଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସମ୍ମାନିତ ଅତିଥି ଭାବେ ହରିହର ଦାସ, ସିଆରସିସି ରମାକାନ୍ତ ପଟେଲ, ନଳିନୀ ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ । ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ଦିବ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଏବଂ ଗୋଷ୍ଠି ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ କରାଯିବାର ଲକ୍ଷ ଉପରେ ଆଲୋକପାତ କରିଥିଲେ ।

    ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ନୂତନ ଶିକ୍ଷା ନୀତି – ୨୦୨୦ ଅନୁଯାୟୀ ନୂତନ କରି ଶିକ୍ଷା ଆରମ୍ଭ କରିବାକୁ ଥିବା ପିଲା ମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା ଆରମ୍ଭ ହୋଇଛି । ଏଥିରେ ପିଲା ମାନଙ୍କୁ ଏକ ଉତ୍ତମ, ସଙ୍ଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସୁସଜ୍ଜିତ ରଥକୁ ସ୍ଵାଗତ ଜଣାଇବା ସହ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ ।

    ଏହି ସଚେତନ ରଥ ବ୍ଲକର ବିଭିନ୍ନ ଗାଁ ପରିଭ୍ରମଣ କରି ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ୟାମାରାଣୀ ଦଣ୍ଡସେନା , ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ , କନକ ନାଏକ, ନୃପରାଜ୍ ନାଏକ, ଯୋଗେଶ ଆଗୁଆନ, ଆଲୋକ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

  • କିରାଣୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

    କିରାଣୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

    ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦୋଳଗୋବିନ୍ଦ ସାହୁଙ୍କ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ କ୍ଷିରୋଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଜିତେନ୍ଦ୍ର ସାହୁ, ମୋତିଲାଲ ବେହେରା, ଖେଳ ଶିକ୍ଷକ ହୃଷୀକେଶ ଗିରି, ଅଧ୍ୟାପିକା ଭୂମିସୂତା ମେହେର, ଅନୁପମା ବେହେରା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦାୟୀ କିରାଣୀଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ, ସମୟାନୁବର୍ତିତା, କର୍ମ ନିଷ୍ଠା ଓ ଅନୁଷ୍ଠାନର ଜଣେ ଅନ୍ୟତମ ପ୍ରତିଷ୍ଠାତା ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ କରିଥିଲେ ।

    କୃଷ୍ଣ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ବତନ ଛାତ୍ର ତଥା ସାମ୍ବାଦିକ ଝସକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୋଳଗୋବିନ୍ଦ ସାହୁ ୧୯୯୩ ରୁ ୨୦୨୫  ଦୀର୍ଘ ୩୨ ବର୍ଷ ତାଲପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ଏହି ଅବସରରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ତାଙ୍କୁ  ମହାବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ ନାଚ ଗୀତ କରି ଗ୍ରାମ ପରିକ୍ରମା କରିଥିଲେ ।

  • ଶ୍ରୀରାମ ନବମୀ ୨୦୨୫:କେଉଁ ୩ଟି ଦୁର୍ଲଭ ଯୋଗ ଏହି ଦିନ ଶୁଭ ଅଟେ ?

    ଶ୍ରୀରାମ ନବମୀ ୨୦୨୫:କେଉଁ ୩ଟି ଦୁର୍ଲଭ ଯୋଗ ଏହି ଦିନ ଶୁଭ ଅଟେ ?

    ପ୍ରତିବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ଦିନକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଜୟନ୍ତୀ ଭାବରେ ପାଳନ କରାଯାଏ। ଏହି ଦିନଟି ଚୈତ୍ର ନବରାତ୍ରିର (ଚୈତ୍ର ନବରାତ୍ରି ୨୦୨୫) ଶେଷ ଦିନ ମଧ୍ୟ। ହିନ୍ଦୁ ଧର୍ମରେ ରାମନବମୀ ପର୍ବର ଏକ ବିଶେଷ ମହତ୍ତ୍ୱ ଅଛି, ଯାହାକି ଅଧର୍ମର ପ୍ରତି ଧର୍ମର ବିଜୟପ୍ରତୀକ ମଧ୍ୟ।

    ଶ୍ରୀରାମ ନବମୀରେ ଭଗବାନ ରାମଙ୍କ ପ୍ରଶଂସା ଏବଂ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏହା ସହିତ, ଭଗବାନ ରାମଙ୍କ ବ୍ୟକ୍ତିତ୍ୱରୁ, ଆମେ ଏକ ମର୍ଯ୍ୟାଦାପୂର୍ଣ୍ଣ, ଆଦର୍ଶ, ଧାର୍ମିକ ଏବଂ କର୍ତ୍ତବ୍ୟପରାୟଣ ଜୀବନଯାପନ କରିବା ପାଇଁ ପ୍ରେରଣା ପାଇଥାଉ। ଆସନ୍ତୁ ଜାଣିବା ଏହି ବର୍ଷ ରାମନବମୀର ପର୍ବ କେବେ ଏବଂ ଏହି ଦିନରେ କେଉଁ ବିରଳ ଯୋଗ ସୃଷ୍ଟି ହେଉଛି।

    ରାମ ନବମୀ କେବେ

    କ୍ୟାଲେଣ୍ଡର ଅନୁସାରେ, ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ନବମୀ ପାଳନ କରାଯାଏ। ଏହି ବର୍ଷ, ନବମୀ ତିଥି ୫ ଏପ୍ରିଲ ସନ୍ଧ୍ୟା ୭:୨୭ ରେ ଆରମ୍ଭ ହେବ ଏବଂ ୬ ଏପ୍ରିଲ ସନ୍ଧ୍ୟା ୭:୨୪ ରେ ଶେଷ ହେବ। ଉଦୟତିଥି ଅନୁଯାୟୀ, ଏହା କେବଳ ରବିବାର, ୬ ଏପ୍ରିଲରେ ପାଳନ କରାଯିବ।

    ରାମ ନବମୀ ୨୦୨୫ ଶୁଭ ଯୋଗ

    ଏହି ବର୍ଷ ରାମନବମୀ ଦିନ ଅର୍ଥାତ୍ 6 ଏପ୍ରିଲରେ ତିନୋଟି ଦୁର୍ଲଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଶ୍ରୀରାମ ନବମୀର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ ଏବଂ ପୂଜାର ଲାଭ ଦ୍ୱିଗୁଣିତ ହେବ। ଆସନ୍ତୁ ଆପଣଙ୍କୁ କହିବା ଯେ ଶ୍ରୀ ରାମ ନବମୀ ୨୦୨୫ ଦିନ ରବି ପୁଷ୍ପ ଯୋଗ, ସରବର୍ଥ ଯୋଗ ଏବଂ ସୁକର୍ମା ଯୋଗର ମିଶ୍ରଣ ଅଛି | ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗଗୁଡ଼ିକୁ ବହୁତ ଶୁଭ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଯୋଗ ପୂଜା, ଉପବାସ, ନୂତନ କାର୍ଯ୍ୟ ଆରମ୍ଭ କରିବା ଇତ୍ୟାଦିରେ ସଫଳତା ଆଣିଥାଏ।

  • ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ହାଟ ପଡ଼ିଆ ନିକଟରେ ଗତକାଲି ସନ୍ଧ୍ୟାରେ ପଛପଟୁ ହାଇୱାକୁ ଧକ୍କା ଦେଲା ଟ୍ରକ୍ । ଚାପି ହୋଇ ଟ୍ରକ ଡ୍ରାଇଭର ଗୁରୁତର । ସୁଚନା ଅନୁସାରେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଟ୍ରକ୍ ସୁଆଁପଦା ହାଟ ରାସ୍ତାରେ ଠିଆହୋଇଥିବା ହାଇୱା ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର କେବିନରେ ଚାପିହୋଇଯିବାରୁ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି କଟରରେ ଟ୍ରକ୍ କେବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରି ସାଇଁକୁଳ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଯାଜପୁର ଟାଉନ ଅଞ୍ଚଳର ରାଜେନ୍ଦ୍ର କୁମାର ପୃଷ୍ଟି ବୋଲି ସୁଚନା ମିଳିଛି ।

  • କେଶଦୁରାପାଳ ଗ୍ରାମରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

    କେଶଦୁରାପାଳ ଗ୍ରାମରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

    ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଦୁଇ ଦିନ ଧରି ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଥମେ ବଡ ପୋଖରୀରୁ କଳସ ପୂଜା ପରେ ସରପଞ୍ଚ ମାନସୀ ମହାରଣା ଙ୍କସହ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ। ପୂଜକ ବୃନ୍ଦାବନ ଷଡ଼ଙ୍ଗୀ,ଦାଶରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିନ୍ଧାଣୀ ପତ୍ନୀ ଜମ୍ବୁବତୀ ବିନ୍ଧାଣୀ, ନୀଳମଣି ଓଝା ଓ ପତ୍ନୀ ଜୋତ୍ସାରାଣୀ ଓଝା ପୂଜା ସଂକଳ୍ପ ବସି ମା ମଙ୍ଗଳା ଆଶିଷ ଭିକ୍ଷା କରିଛନ୍ତି।

    ମଙ୍ଗଳବାର ଦିନ ସୂର୍ଯ୍ୟ ନାରାୟଣ ପୂଜା ,ପଞ୍ଚକର୍ମ ଓ ଅଗ୍ନି ସ୍ଥାପନ ସାହାଡ଼ା ବୃକ୍ଷ ପୂଜନ ଓ ଶାଖା ଛେଦନ ,ରତ୍ନମୁଦ କରଣ , ସୂର୍ଯ୍ୟ ପୂଜା ,ଗୋ ପୂଜନ,ଧରିତ୍ରୀ ପୂଜନ , ମାଙ୍କ ଷୋଡ଼ସହସ୍ର ପୂଜା ହୋଇଥିଲା । ବୁଧବାର ପୂର୍ଣ୍ଣାହୁତି ହେବ। ସହ ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ଭିକାରୀ ଚରଣ ବିନ୍ଧାଣି , ରାଜ କିଶୋର ସୁତାର ,ଶତ୍ରୁଘ୍ନ ବିନ୍ଧାଣି ,ବସନ୍ତ ବେହେରା ଅନ୍ୟ ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

  • ପୋଲିସ ପ୍ରତିଷ୍ଠା ଦିବସରେ ନିଷ୍ଠାପର କାର୍ଯ୍ୟପାଇଁ ୬ଜଣ ପୁରସ୍କୃତ

    ପୋଲିସ ପ୍ରତିଷ୍ଠା ଦିବସରେ ନିଷ୍ଠାପର କାର୍ଯ୍ୟପାଇଁ ୬ଜଣ ପୁରସ୍କୃତ

    ଆଜି ହେଉଛି ଓଡ଼ିଶା ଦିବସ। ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ଏହା ସହ ଓଡ଼ିଶାକୁ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ଗଠନ ହୋଇଥିଲା ଓଡ଼ିଶା ପୋଲିସ। ଆଜି ଓଡିଶା ପୋଲିସ ର ୯୦ ତମ ପ୍ରତିଷ୍ଠା ଦିବସ। ଏହି ଦିବସକୁ ସାରା ଓଡ଼ିଶାର ବିଭିନ୍ନ ପୋଲିସ ମୁଖ୍ୟାଳୟରେ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହା ବେଶ ଆଡମ୍ୱରରେ ପାଳିତ ହୋଇଛି।

    ଏହି ଅବସରରେ କେନ୍ଦୁଝର ଜିଲ୍ଲା ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ସମ୍ମିଳିତ ପ୍ୟାରେଡ ଅଭିବାଦନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ। ଆରକ୍ଷୀ ଅଧିକ୍ଷକ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଛଅ ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଆଜିର ବିଶେଷ ମୁହୂର୍ତ୍ତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୂର୍ବତନ ପୋଲିସ ଅଧିକାରୀ ଓ ଏନସିସି କ୍ୟାଡେଟ ସହ ମତ ବିନିମୟ କରିଥିଲେ।